ନିର୍ବାଚନ ପରେ ବିରୋଧୀଙ୍କ ଦେଖାପାଇବେନି

ସୋନପୁର/ବିନିକା/ଉଲୁଣ୍ଡା/ଅମରପାଲି,୬।୫(ମୃତ୍ୟୁଞ୍ଜୟ ତପଥୀ/ରାମଗୋପାଳ ବାଘ/ଉରୁକ୍ରମ ପାଣ୍ଡିଆ/ପୀତାମ୍ବର ସାହୁ):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ରବିବାର ସୁବର୍ଣ୍ଣପୁର ଜିଲା ସୋନପୁର ନିର୍ବାଚନମଣ୍ଡଳୀର ସିଆଲି ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀର କଇରାଝୁଲିରେ ନିର୍ବାଚନୀ ପ୍ରଚାର କରିଛନ୍ତି। ବିନିକା ବ୍ଲକ ସିଆଲି ଯାତ୍ରା ପଡିଆରେ ଆୟୋଜିତ ପ୍ରଚାର ସଭାରେ ଯୋଗଦେଇ ଦଳର ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଏମ୍‌ପି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ବିଜୟୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଛନ୍ତି।
ପାଣ୍ଡିଆନ କହିଥିଲେ, ଗତବର୍ଷ ଜୁଲାଇ ୪ରେ ଏହି ଜିଲାକୁ ଆସି ଲୋକଙ୍କ ଅଭିଯୋଗ ଶୁଣିଥିଲି। ଆଜି ମୁଁ ହିସାବ ନେଇ ଆପଣଙ୍କ ପାଖକୁ ଆସିଛି। ସୋନପୁର ନିର୍ବାଚନମଣ୍ଡଳୀର ରାମପୁର ଓ ଡୁଙ୍ଗୁରିପାଲିକୁ ଏନ୍‌ଏସି କରାଯାଇଛି। ଚାଷୀଙ୍କ ସକାଶେ ଅଙ୍ଗ କେନାଲ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ୨୩୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ସୁରେଶ୍ୱରୀ ମନ୍ଦିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୨କୋଟି, ସୁବର୍ଣ୍ଣମେରୁ ମନ୍ଦିର ଉନ୍ନତି ଲାଗି ୫୦ ଲକ୍ଷ, ତରଭା ବ୍ଲକ ଚୂଡାଖାଇ ପାହାଡର ବିକାଶ ପାଇଁ ୧ କୋଟି, ବାରପାହାଡ ପୀଠର ବିକାଶ ପାଇଁ ୫୦ ଲକ୍ଷ, ରାମପୁରର ପୂଜାଡୁଙ୍ଗୁରୀ ଉନ୍ନତି ପାଇଁ ୧ କୋଟି ମଞ୍ଜୁର ହୋଇଛି। ୧୧୦ କୋଟି ବ୍ୟୟରେ ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ହୋଇଛି। ଏହି ଜିଲା ସହିତ ମୋର ସ୍ବତନ୍ତ୍ର ସମ୍ପର୍କ ରହିଛି। ଚାକିରି ଆରମ୍ଭ ସମୟରେ ବିନିକାରେ ତାଲିମ ନେଇଥିଲି। ସେତେବେଳେ ନିରଞ୍ଜନ ପୂଜାରୀ ବିନିକା ବିଧାୟକ ଥିଲେ। ତାଙ୍କ ସହିତ ମିଶି କାମ କରିଛି। ଆପଣମାନେ ବିଜେଡିର ବିଧାୟକ ଓ ଏମ୍‌ପି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ଜିତାନ୍ତୁ ସେମାନେ ଅପଣଙ୍କ ସୁଖଦୁଃଖରେ ରହିବେ। ନିର୍ବାଚନ ସମୟରେ ବିରୋଧି ଦଳ ଆପଣଙ୍କ ପାଖକୁ ଆସି ମିଥ୍ୟା ଅପପ୍ରଚାର କରିବେ। ବଡବଡ କଥା କହିବେ। ନିର୍ବାଚନ ପରେ ଆପଣ ସେମାନଙ୍କୁ ଖୋଜିଲେ ବି ପାଇବେନି ବୋଲି ପାଣ୍ଡିଆନ କହିଥିଲେ।
ସୋନପୁର ବିଧାନସଭା ପ୍ରାର୍ଥୀ ନିରଞ୍ଜନ ପୂଜାରୀ କହିଥିଲେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି। ମମତା ଯୋଜନା, ମିଶନ ଶକ୍ତି ଯୋଜନା ଓ ଲକ୍ଷ୍ମୀବସ୍‌ ଯୋଜନାରୁ ମହିଳାମାନେ ଉପକୃତ ହେଉଛନ୍ତି। ଭତ୍ତା ଟଙ୍କାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ଜିଲାରେ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆସିଛି। ବଲାଙ୍ଗୀର ଏମ୍‌ପି ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ଲୋକଙ୍କ ସେବା ଓ ଅଞ୍ଚଳର ବିକାଶ ପାଇଁ ତାଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ପରେ ପାଣ୍ଡିଆନ ନିର୍ବାଚନମଣ୍ଡଳୀର ସରପଞ୍ଚ ଓ ସମିତି ସଭ୍ୟଙ୍କ ସହିତ ଆଲୋଚନ କରିଥିଲେ।
ଉଲୁଣ୍ଡା ବ୍ଲକର କଇରାଝୁଲି ମଞ୍ଚରେ ପାଣ୍ଡିଆନଙ୍କ ସହିତ ବଲାଙ୍ଗୀର ଏମ୍‌ପି ପ୍ରାର୍ଥୀ ଭୋଇ ଓ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଯୋଗଦେଇଥିଲେ। ପଦ୍ମନାଭ ତାଙ୍କ ବକ୍ତବ୍ୟରେ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନା ଉପରେ କହିଥିଲେ। ଆମ ମୁଖ୍ୟମନ୍ତ୍ରୀ କଥା କମ୍‌ କାମକୁ ବେଶି ଗୁରୁତ୍ୱ ଦିଅନ୍ତି ବୋଲି କହିବା ସହିତ ବିଜୁ ଜନତା ଦଳକୁ ଆଶୀର୍ବାଦ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଏମ୍‌ପି ପ୍ରାର୍ଥୀ ରାଜ୍ୟର ବିକାଶରେ ନବୀନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ବରିଷ୍ଠ ନେତା ପାଣ୍ଡିଆନ ନିଜ ବକ୍ତବ୍ୟ ଜୟ ଜଗନ୍ନାଥ, ମା ମେଟାକାନୀରୁ ଆରମ୍ଭ କରିଥିଲେ। ଏହି ଅବସରରେ ସେ ବିକାଶର ହିସାବ ଦେବାକୁ ଆସିଥିବା କହିଥିଲେ। ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜ୍ୟର ସର୍ବାଧିକ ୩ଟି ଏନ୍‌ଏସି ଘୋଷଣା ମୁଖ୍ୟମନ୍ତ୍ରୀ କରିଛନ୍ତି। ବୀରମହାରାଜପୁର, ସୁବଳୟା ଓ ଉଲୁଣ୍ଡାକୁ ଏନ୍‌ଏସି ଘୋଷଣା କରାଯାଇଛି। ଉକ୍ତ ନିର୍ବାଚନମଣ୍ଡଳୀରେ ତିନି ହଜାର କୋଟି ଟଙ୍କା ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଉଛି। ଏହା ସହିତ ପ୍ରସିଦ୍ଧ ପାତାଳି ଶ୍ରୀକ୍ଷେତ୍ର ପାଇଁ ୨୮ କୋଟି ଟଙ୍କାର ଅନୁଦାନ, ମେଟାକାନୀ ମନ୍ଦିରର ଉନ୍ନତୀକରଣ ପାଇଁ ଅନୁଦାନ ପ୍ରଦାନ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି କହିଥିଲେ। ସେ ନିଜ ବକ୍ତବ୍ୟର ବିରୋଧିଙ୍କୁ ସମାଲୋଚନା କରିବା ସହିତ ସେମାନଙ୍କୁ ନିର୍ବାଚନୀ ଟୁରିଷ୍ଟ ବୋଲି କଟାକ୍ଷ କରିଥିଲେ। କେନ୍ଦ୍ର ସରକାର ବର୍ଷକୁ ଦୁଇ କୋଟି ରୋଜଗାର ଦେବାକୁ ଦେଇଥିବା ପ୍ରତିଶ୍ରୁତି ଓ ଧାନର ଏମ୍‌ଏସ୍‌ପି ଦୁଇଗୁଣ ବୃଦ୍ଧି କରିବାକୁ ଦେଇଥିବା ପ୍ରତିଶୃତି ପାଳନ କରିନାହିଁ ବୋଲି ଆକ୍ଷେପ କରିଥିଲେ। ବିଜେଡିର ଉଭୟ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?