Posted inରାଜ୍ୟ

ରବିଧାନ କିଣା ବନ୍ଦ

ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ଆଉ ରବି ଧାନ ସଂଗ୍ରହ ହେବ ନାହିଁ। କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସମୟ ଶେଷହୋଇ ଯାଇଥିବାରୁ ଧାନ କିଣା ବନ୍ଦ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ଏହା କହିଛନ୍ତି। ରାଜ୍ୟ ସରକାର ଚଳିତ ବର୍ଷ ୯୧ ପ୍ରତିଶତ ଧାନ କ୍ରୟ କରିଛନ୍ତି। ଗତ ବର୍ଷ ଧାନ କିଣା ୮୩ ପ୍ରତିଶତ ଥିଲା। ରାଜ୍ୟରେ ବହୁ ଚାଷୀ ଧାନ ବିକ୍ରି କରିପାରି ନ ଥିବା ବେଳେ ସରକାରଙ୍କ ଧାନ କିଣା ବନ୍ଦକୁ ନେଇ ରାଜ୍ୟ ଭାଜପା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଧାନ ଉଠାଯାଉ ନ ଥିବା ନେଇ ଭାଜପା କରିଥିବା ଅଭିଯୋଗ ଉପରେ ମନ୍ତବ୍ୟ ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜନୈତିକ ବାଧ୍ୟବାଧକତା ପାଇଁ ରାଜ୍ୟ ଭାଜପା ନେତାମାନେ ଏଭଳି ଅଭିଯୋଗ ଆଣୁଛନ୍ତି। ଯଦି ଭାଜପା ନେତାମାନଙ୍କର କୌଣସି ଅଭିଯୋଗ ଅଛି ତେବେ ସେମାନେ ଏ ନେଇ ଆଲୋଚନା କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ ଚାଷୀମାନଙ୍କୁ ଦିଆଯାଇଥିବା ଟୋକନର ଅବଧି ୧୨ ଦିନ ବୋଲି ମନ୍ତ୍ରୀ ଜାଣିଛନ୍ତି କି । ଟୋକନ ଅବଧି ୩୦ ଦିନରୁ ୧୨ ଦିନକୁ କାହିଁକି ହ୍ରାସ କରାଯାଇଛି। ରାଜ୍ୟ ସରକାର ସମସ୍ତ ଧାନ ୧୨ ଦିନ ଭିତରେ ଚାଷୀଙ୍କଠାରୁ ନେଇପାରିବେ କି ବୋଲି ସେ କହିଛନ୍ତି। ଧାନ କିଣାରେ ଅନିୟମିତତା ନେଇ ଭାଜପା ପକ୍ଷରୁ ରାଜ୍ୟରେ ଜୁଲାଇ ୧ ଓ ୨ ତାରିଖରେ ଆନ୍ଦୋଳନ କରାଯାଇଥିଲା । ଚଳିତ ରବି ଋତୁରେ ମୋଟ ୧୪ ଲକ୍ଷ ୪୪  ହଜାର ୧୨୧ ମେଟ୍ରିକ୍‌ ଟନ୍‌ ରବି ଧାନ ସଂଗ୍ରହ କରାଯାଇଛି । ନାମ ପଞ୍ଜୀକୃତ କରିଥିବା ଚାଷୀଙ୍କ ମଧ୍ୟରୁ ୯୦.୭୫ ପ୍ରତିଶତ ସେମାନଙ୍କ ରବି ଧାନ ସରକାରଙ୍କୁ ବିକ୍ରି କରିଛନ୍ତି । କୋଭିଡ୍‌ କଟକଣାକୁ ଅନୁପାଳନ କରି ରାଜ୍ୟର ୧୭ ଜିଲାର ୧୦୨୫ଟି ଧାନ ସଂଗ୍ରହ କେନ୍ଦ୍ରରେ ବିଭାଗ ପକ୍ଷରୁ ରବି ଧାନ ସଂଗ୍ରହ କରାଯାଇଥିଲା । ୧୭ ଜିଲାର ୨ ଲକ୍ଷ ୨୪ ହଜାର ୫୪୪ ଜଣ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଥିବାବେଳେ ୨ଲକ୍ଷ ୩ ହଜାର ୭୮୯ ଚାଷୀ ଧାନ ବିକ୍ରି କରିଛନ୍ତି । ୨୦୨୦ ରବି ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ୮୨.୬୯ ପ୍ରତିଶତ ଚାଷୀ ରବି ଧାନ ବିକ୍ରି କରିଥିଲେ । ସେହିପରି ଖରିଫରେ ୮୦.୯୫ ପ୍ରତିଶତ ଚାଷୀ ଧାନ ବିକ୍ରି କରିଥିଲେ । ଗତ ଖରିଫଠାରୁ ଚଳିତ ରବିରେ ପ୍ରାୟ ୧୦ ପ୍ରତିଶତ ଅଧିକ ଚାଷୀ ଧାନ ବିକ୍ରି କରିଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଖରିଫ ବିପଣନ ଋତୁ ୨୦୨୦-୨୧ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଖରିଫ ଓ ରବି ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୭୭ ଲକ୍ଷ ୩୭ ହଜାର ୮୭୩ ମେଟ୍ରିକ ଟନ୍‌ ସଂଗ୍ରହ କରାଯାଇପାରିଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ୬ ଲକ୍ଷ ୩୭ ହଜାର ମେଟ୍ରିକ୍‌ ଟନ୍‌ରୁ ଅଧିକ ା ୨୦୧୯-୨୦ ବର୍ଷରେ ମୋଟ ୭୦ ଲକ୍ଷ ୫୬ ହଜାର ୫୧୪ ମେଟ୍ରିକ୍‌ ଟନ ୍‌ଖରିଫ ଓ ରବି ଧାନ ସଂଗ୍ରହ କରାଯାଇଥିଲା । ଗତ ଖରିଫ ବିପଣନ ଋତୁଠାରୁ ଚଳିତ ୨୦୨୦-୨୧ ଖରିଫ ବିପଣନ ଋତୁରେ ୬ ଲକ୍ଷ ୮୧ ହଜାର ୩୫୧ ମେଟ୍ରିକ୍‌ ଟନ୍‌ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ରବି ଧାନ ସଂଗ୍ରହରେ ରାଜ୍ୟରେ ଚାଷୀମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୨୬୯୭ କୋଟି ୬୨ ଲକ୍ଷ ଟଙ୍କା ମୂଲ୍ୟର ଧାନ ସଂଗ୍ରହ କରାଯାଇଛି । ଅଧିକ ରବି ଧାନ ସଂଗ୍ରହ ହୋଇଥିବା ଜିଲାଗୁଡ଼ିକ ମଧ୍ୟରେ ବରଗଡ଼ରୁ ୫,୧୧,୦୬୮ ମେଟ୍ରିକ୍‌ ଟନ୍‌, କଳାହାଣ୍ଡିରୁ ୨,୩୦,୮୪୩ ମେଟ୍ରିକ୍‌ ଟନ୍‌, ସୁବର୍ଣ୍ଣପୁରରୁ ୨,୩୪,୯୪୬ ମେଟ୍ରିକ ଟନ୍‌, କୋରାପୁଟରୁ ୧,୨୮,୭୪୩ ମେଟ୍ରିକ ଟନ୍‌ ଏବଂ ସମ୍ବଲପୁର ଜିଲାରୁ ୧,୨୮,୮୧୨ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri