Posted inରାଜ୍ୟ

ରବିଧାନ କିଣା ବନ୍ଦ

ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ଆଉ ରବି ଧାନ ସଂଗ୍ରହ ହେବ ନାହିଁ। କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସମୟ ଶେଷହୋଇ ଯାଇଥିବାରୁ ଧାନ କିଣା ବନ୍ଦ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ଏହା କହିଛନ୍ତି। ରାଜ୍ୟ ସରକାର ଚଳିତ ବର୍ଷ ୯୧ ପ୍ରତିଶତ ଧାନ କ୍ରୟ କରିଛନ୍ତି। ଗତ ବର୍ଷ ଧାନ କିଣା ୮୩ ପ୍ରତିଶତ ଥିଲା। ରାଜ୍ୟରେ ବହୁ ଚାଷୀ ଧାନ ବିକ୍ରି କରିପାରି ନ ଥିବା ବେଳେ ସରକାରଙ୍କ ଧାନ କିଣା ବନ୍ଦକୁ ନେଇ ରାଜ୍ୟ ଭାଜପା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଧାନ ଉଠାଯାଉ ନ ଥିବା ନେଇ ଭାଜପା କରିଥିବା ଅଭିଯୋଗ ଉପରେ ମନ୍ତବ୍ୟ ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜନୈତିକ ବାଧ୍ୟବାଧକତା ପାଇଁ ରାଜ୍ୟ ଭାଜପା ନେତାମାନେ ଏଭଳି ଅଭିଯୋଗ ଆଣୁଛନ୍ତି। ଯଦି ଭାଜପା ନେତାମାନଙ୍କର କୌଣସି ଅଭିଯୋଗ ଅଛି ତେବେ ସେମାନେ ଏ ନେଇ ଆଲୋଚନା କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ ଚାଷୀମାନଙ୍କୁ ଦିଆଯାଇଥିବା ଟୋକନର ଅବଧି ୧୨ ଦିନ ବୋଲି ମନ୍ତ୍ରୀ ଜାଣିଛନ୍ତି କି । ଟୋକନ ଅବଧି ୩୦ ଦିନରୁ ୧୨ ଦିନକୁ କାହିଁକି ହ୍ରାସ କରାଯାଇଛି। ରାଜ୍ୟ ସରକାର ସମସ୍ତ ଧାନ ୧୨ ଦିନ ଭିତରେ ଚାଷୀଙ୍କଠାରୁ ନେଇପାରିବେ କି ବୋଲି ସେ କହିଛନ୍ତି। ଧାନ କିଣାରେ ଅନିୟମିତତା ନେଇ ଭାଜପା ପକ୍ଷରୁ ରାଜ୍ୟରେ ଜୁଲାଇ ୧ ଓ ୨ ତାରିଖରେ ଆନ୍ଦୋଳନ କରାଯାଇଥିଲା । ଚଳିତ ରବି ଋତୁରେ ମୋଟ ୧୪ ଲକ୍ଷ ୪୪  ହଜାର ୧୨୧ ମେଟ୍ରିକ୍‌ ଟନ୍‌ ରବି ଧାନ ସଂଗ୍ରହ କରାଯାଇଛି । ନାମ ପଞ୍ଜୀକୃତ କରିଥିବା ଚାଷୀଙ୍କ ମଧ୍ୟରୁ ୯୦.୭୫ ପ୍ରତିଶତ ସେମାନଙ୍କ ରବି ଧାନ ସରକାରଙ୍କୁ ବିକ୍ରି କରିଛନ୍ତି । କୋଭିଡ୍‌ କଟକଣାକୁ ଅନୁପାଳନ କରି ରାଜ୍ୟର ୧୭ ଜିଲାର ୧୦୨୫ଟି ଧାନ ସଂଗ୍ରହ କେନ୍ଦ୍ରରେ ବିଭାଗ ପକ୍ଷରୁ ରବି ଧାନ ସଂଗ୍ରହ କରାଯାଇଥିଲା । ୧୭ ଜିଲାର ୨ ଲକ୍ଷ ୨୪ ହଜାର ୫୪୪ ଜଣ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଥିବାବେଳେ ୨ଲକ୍ଷ ୩ ହଜାର ୭୮୯ ଚାଷୀ ଧାନ ବିକ୍ରି କରିଛନ୍ତି । ୨୦୨୦ ରବି ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ୮୨.୬୯ ପ୍ରତିଶତ ଚାଷୀ ରବି ଧାନ ବିକ୍ରି କରିଥିଲେ । ସେହିପରି ଖରିଫରେ ୮୦.୯୫ ପ୍ରତିଶତ ଚାଷୀ ଧାନ ବିକ୍ରି କରିଥିଲେ । ଗତ ଖରିଫଠାରୁ ଚଳିତ ରବିରେ ପ୍ରାୟ ୧୦ ପ୍ରତିଶତ ଅଧିକ ଚାଷୀ ଧାନ ବିକ୍ରି କରିଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଖରିଫ ବିପଣନ ଋତୁ ୨୦୨୦-୨୧ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଖରିଫ ଓ ରବି ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୭୭ ଲକ୍ଷ ୩୭ ହଜାର ୮୭୩ ମେଟ୍ରିକ ଟନ୍‌ ସଂଗ୍ରହ କରାଯାଇପାରିଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ୬ ଲକ୍ଷ ୩୭ ହଜାର ମେଟ୍ରିକ୍‌ ଟନ୍‌ରୁ ଅଧିକ ା ୨୦୧୯-୨୦ ବର୍ଷରେ ମୋଟ ୭୦ ଲକ୍ଷ ୫୬ ହଜାର ୫୧୪ ମେଟ୍ରିକ୍‌ ଟନ ୍‌ଖରିଫ ଓ ରବି ଧାନ ସଂଗ୍ରହ କରାଯାଇଥିଲା । ଗତ ଖରିଫ ବିପଣନ ଋତୁଠାରୁ ଚଳିତ ୨୦୨୦-୨୧ ଖରିଫ ବିପଣନ ଋତୁରେ ୬ ଲକ୍ଷ ୮୧ ହଜାର ୩୫୧ ମେଟ୍ରିକ୍‌ ଟନ୍‌ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ରବି ଧାନ ସଂଗ୍ରହରେ ରାଜ୍ୟରେ ଚାଷୀମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୨୬୯୭ କୋଟି ୬୨ ଲକ୍ଷ ଟଙ୍କା ମୂଲ୍ୟର ଧାନ ସଂଗ୍ରହ କରାଯାଇଛି । ଅଧିକ ରବି ଧାନ ସଂଗ୍ରହ ହୋଇଥିବା ଜିଲାଗୁଡ଼ିକ ମଧ୍ୟରେ ବରଗଡ଼ରୁ ୫,୧୧,୦୬୮ ମେଟ୍ରିକ୍‌ ଟନ୍‌, କଳାହାଣ୍ଡିରୁ ୨,୩୦,୮୪୩ ମେଟ୍ରିକ୍‌ ଟନ୍‌, ସୁବର୍ଣ୍ଣପୁରରୁ ୨,୩୪,୯୪୬ ମେଟ୍ରିକ ଟନ୍‌, କୋରାପୁଟରୁ ୧,୨୮,୭୪୩ ମେଟ୍ରିକ ଟନ୍‌ ଏବଂ ସମ୍ବଲପୁର ଜିଲାରୁ ୧,୨୮,୮୧୨ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଇବନ୍ଧା ଗାଁକୁ ନାହିଁ ରାସ୍ତା କି ପିଇବା ପାଇଁ ପାଣି ନାହିଁ; ସୋଲାର ପାଣି ଟାଙ୍କି ୨ ବର୍ଷ ହେବ ଅଚଳ

କୋକସରା, ୩୦।୧୧ (ଡି.ଏନ.ଏ.)  କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଅଧୀନ ଆଦିବାସୀ ବହୁଳ ଗାଁ ହେଉଛି ଗାଇବନ୍ଧା । ଏଠାରେ ୩୦ରୁ ଊଦ୍ଧ୍ୱର୍ର୍...

ପୁଣି ବଢ଼ିଲା ବସ୍‌ ଭଡ଼ା, କେତେ ହେଲା ଜାଣନ୍ତୁ…

ଭୁବନେଶ୍ୱର,୪।୩(ବ୍ୟୁରୋ): ରାଜ୍ୟରେ ପୁଣି ବଢ଼ିଲା ବସ୍‌ ଭଡ଼ା। ଲଗାତାର ଭାବେ ପ୍ରେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣିଥରେ ବସ୍‌ ଭଡ଼ା...

ଓଟିଇଟି ପ୍ରଶ୍ନପତ୍ରରେ ତ୍ରୁଟି ଘଟଣା: ପୁନଃ ମୂଲ୍ୟାୟନ ଅର୍ଥ କମ୍‌ ପାଇଁ ଦାବି

କଟକ ଅଫିସ, ୧୨।୧୦: ପ୍ରଶ୍ନପତ୍ର ତ୍ରୁଟି ଲାଗି ୨୦୧୮ରେ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି)କୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବାତିଲ କରି ଦିଆଯାଇଥିଲା। ସେହିପରି...

ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି ବିଭାଗ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥ ବିଭାଗ ପକ୍ଷରୁ ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ପୂର୍ବରୁ ସମସ୍ତ ବିଭାଗ ଚଳିତ ଆର୍ଥିକ...

ବିନା ସୁରକ୍ଷାରେ ୬୩ ଘାଟରେ ନୌକା ଚାଳନା

କେନ୍ଦ୍ରାପଡ଼ା ଅଫିସ,୨୭ା୬:  କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଥାନା ଅଞ୍ଚଳର ଏକ ମାଛଧରା ଟ୍ରଲର ଗତ ୧୬ ତାରିଖରେ ବୁଡ଼ିଗଲା। ଏଥିରେ ୧୨ ଜଣ...

ସାଲେପୁର ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ପ୍ରସଙ୍ଗ: ନାବାଳିକାଙ୍କ ପରିବାର କହିଲେ ‘୧୭ ମାସ ପରେ ନ୍ୟାୟ ମିଳିଛି’

ନିଶ୍ଚିନ୍ତକୋଇଲି, ୧୯।୯(ସ୍ବ.ପ୍ର.): ୨୦୧୮ରେ ସାଲେପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଗୁରୁବାର ଦୋଷୀ ମହମ୍ମଦ ମୁସ୍ତାକଙ୍କୁ କଟକର ସ୍ବତନ୍ତ୍ର ପୋକ୍ସୋ କୋର୍ଟ...

୨ମାସ ବିତିଲା, ହେଲାନି ମରାମତି: ଭଙ୍ଗା କଲଭର୍ଟରେ ବିପଦପୂର୍ଣ୍ଣ ଯାତାୟାତ

ଘସିପୁରା, ୮।୧୧(ଡି.ଏନ.ଏ.)-ଆଦିବାସୀ ଅପହଞ୍ଚ ଇଲାକା ଗୁଡ଼ିକରେ ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଆଜି...

ରାଜ୍ୟରେ ପୁଣି ୪୪୦ କରୋନା ଆକ୍ରାନ୍ତ ସୁସ୍ଥ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୨।୭(ବ୍ୟୁରୋ)-ରାଜ୍ୟରେ ବୁଧବାର ପୁଣି ୪୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୩ ଜଣ ଥିବାବେଳେ ଗଞ୍ଜାମରୁ ୬୮, ବାଲେଶ୍ୱରରୁ ୪୯,...

Advertisement
Archives

Model This Week