Posted inଜାତୀୟ

ଗ୍ୟାସ୍‌, କୋଇଲା ପାଇଁ ହେବ ଜରୁରୀ ଭଣ୍ଡାର

ଚେନ୍ନାଇ, ୨୨।୧୦:କୋଇଲା ଅଭାବକୁ ନେଇ ବିଦ୍ୟୁତ ସଙ୍କଟ ଆଶଙ୍କା ଦେଖାଦେଇଥିବାବେଳେ ଭବିଷ୍ୟତରେ ଏଭଳି ଯୋଗାଣ ସମସ୍ୟାର ସମାଧାନ ପାଇଁ ସରକାର ପ୍ରାକୃତିକ ଗ୍ୟାସ୍‌ ଓ ଆମଦାନି କୋଇଲାର ଷ୍ଟାଟେଜିକ୍‌ ରିଜର୍ଭ (ଜରୁରୀ ସମୟରେ ବ୍ୟବହାର ପାଇଁ ଭଣ୍ଡାର) ନିର୍ମାଣ ନିମନ୍ତେ ବିଚାର କରୁଛନ୍ତି। ଶକ୍ତି ସଚିବ ଆଲୋକ କୁମାର ଗୁରୁବାର ଏହି ସୂଚନା ଦେଇଛନ୍ତି। ଦେଶରେ ବିଦ୍ୟୁତ୍‌ ଚାହିଦା ବଢ଼ିଥିବାବେଳେ ଅନ୍ତର୍ଜାତୀୟ ବଜାରରେ କୋଇଲା ଦର ବୃଦ୍ଧି ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଛି। କୋଲ୍‌ ଇଣ୍ଡିଆ ରେକର୍ଡ ପରିମାଣରେ କୋଇଲା ଯୋଗାଣ କରୁଥିଲେ ମଧ୍ୟ ଦେଶର ଅଧିକାଂଶ ତାପଜ ବିଦ୍ୟୁତ କେନ୍ଦ୍ରରେ ଯଥେଷ୍ଟ କୋଇଲା ଗଚ୍ଛିତ ନ ଥିବାରୁ ଅଧିକ ସମୟ ପାଓ୍ବାର କଟ୍‌ ହେଉଛି। କୋଇଲା ଓ ପ୍ରାକୃତିକ ଗ୍ୟାସ ରପ୍ତାନିକାରୀ ଦେଶଗୁଡ଼ିକ ନିଜର ବର୍ଦ୍ଧିତ ଚାହିଦା ପୂରଣ ଉପରେ ପ୍ରାଥମିକତା ଦେଉଛନ୍ତି। ଉଦାହରଣ ସ୍ବରୂପ ରୁଷିଆରେ ଅଧିକ ଗ୍ୟାସ୍‌ ଆବଶ୍ୟକ ପଡ଼ୁଥିବାରୁ ଏହା ୟୁରୋପୀୟ ଦେଶକୁ ଯୋଗାଣ କମାଇ ଦେଇଛି। ତେଣୁ ଭବିଷ୍ୟତରେ ଯୋଗାଣ ବାଧାପ୍ରାପ୍ତ ହେଲେ ଜରୁରୀ ସମୟ ପାଇଁ ମାସେ କିମ୍ବା ଅଧିକ ଦିନ ଗ୍ୟାସ୍‌ ଓ ଆମଦାନୀ କୋଇଲା ମହଜୁଦ ରଖିବା ନିମନ୍ତେ ଜରୁରୀ ଭଣ୍ଡାର ସ୍ଥାପନ ଉପରେ ଚିନ୍ତା କରାଯାଉଛି ବୋଲି ଶକ୍ତି ସଚିବ ଦକ୍ଷିଣ ଏସିଆ ଶକ୍ତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଛନ୍ତି। ସୂଚନାଯୋଗ୍ୟ, ଭାରତରେ ବିଦ୍ୟୁତ ଉତ୍ପାଦନର ୭୦ ପ୍ରତିଶତ କୋଇଲାରୁ ମିଳୁଥିବାବେଳେ ଅଧିକାଂଶ ତାପଜ ବିଦ୍ୟୁତ କେନ୍ଦ୍ରରେ ୩ ଦିନ କିମ୍ବା ଏହାଠାରୁ କମ୍‌ ପାଇଁ ଇନ୍ଧନ ଗଚ୍ଛିତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri