ଇଡେନ୍‌ ଗାର୍ଡେନ୍‌ରେ ହେବ କ୍ୱାରାଣ୍ଟାଇନ୍‌ ସେଣ୍ଟର

କୋଲକତା, ୧୧।୭: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର କୋଲକତାର ଲୋକପ୍ରିୟ କ୍ରିକେଟ ଷ୍ଟାଡ଼ିୟମ୍‌ରେ କରୋନା ଆକ୍ରାନ୍ତଙ୍କ ପାଇଁ ଇଡେନ୍‌ ଗାର୍ଡେନ୍‌ରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବାକୁ ଯୋଜନା କରିଛନ୍ତି। ଏନେଇ ପୋଲିସ ମୁଖ୍ୟାଳୟରେ ଏବେ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କ୍ରିକେଟ ଆସୋସିଏଶନ୍‌ ଅପ୍‌ ବେଙ୍ଗାଲ(ସିଏବି)ର ସଭାପତି ଅଭିଷେକ ଡାଲମିଆ ଏବଂ ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲୀ ଉପସ୍ଥିତ ଥିଲେ। ଇଡେନ୍‌ ଗାର୍ଡେନ୍‌ର ୫ଟି ବ୍ଲକ୍‌ରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରାଯିବ ବୋଲି କୁହାଯାଉଛି। ଇ,ଏଫ୍‌, ଜି, ଏଚ୍‌ ବ୍ଲକ୍‌ରେ ପ୍ରାଥମିକ ଭାବେ କ୍ୱାରାଣ୍ଟାଇନ୍‌ ସେଣ୍ଟର ନିର୍ମାଣ କରାଯିବ। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ଜେ ବ୍ଲକ୍‌କୁ ମଧ୍ୟ ଏଥିରେ ସାମିଲ୍‌ କରାଯିବ। ଗ୍ରାଉଣ୍ଡ୍‌ସ ମ୍ୟାନ୍‌ ଏବଂ ଷ୍ଟାଡ଼ିୟମ୍‌ର ଅନ୍ୟ କର୍ମଚାରୀଙ୍କୁ ବି,ସି, କେ ଏବଂ ଏଲ୍‌ ବ୍ଲକ୍‌କୁ ସ୍ଥାନାନ୍ତର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେନ୍‌ମାର୍କ ଓପନ୍‌: ପ୍ରଥମ ରାଉଣ୍ଡରୁ ସାଇନାଙ୍କ ବିଦାୟ

ଓଡେନସେ, ୧୭।୧୦ (ପି.ଟି.)- ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ୭ ଲକ୍ଷ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ...

ଏଏଫ୍‌ସି ଏସିଆନ କପ୍‌: ଆୟୋଜନ ପାଇଁ ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଳୀ,୬।୪(ପି.ଟି.)- ୨୦୨୭ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏସିଆନ କପ୍‌ ଆୟୋଜନ କରିବାକୁ ଭାରତ ବିଡ୍‌ ଦାଖଲ କରିଛି। ଭାରତ ଆନୁଷ୍ଠାନିକ ଭାବେ ବିଡ୍‌ ଦାଖଲ...

ମହାରାଷ୍ଟ୍ର ପରେ ଏବେ ଚିନ୍ତା ବଢ଼ାଉଛି ଦିଲ୍ଲୀ: ଗତ ୨୪ଘଣ୍ଟାରେ ୩୭୮୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ, ୨୪।୬: ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀରେ କରୋନା ଭାଇରସ୍‌ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ...

ପୁଅକୁ ଜୀବନର ପ୍ରକୃତ ମୂଲ୍ୟ ଶିଖାଇବା ପାଇଁ ରାସ୍ତାକୁ ଓହ୍ଲାଇଲେ ଶିଖର ଧାଓ୍ବନ

କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରଖାଯାଇଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସମୟ ବିତାଇବା ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ...

ହକି ବିଶ୍ୱକପ୍‌ ପାଇଁ ବଶିଷ୍ଠଙ୍କ କ୍ୟାଲେଣ୍ଡର

ଭୁବନେଶ୍ୱର, ୭ା୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶାଠାରୁ ବେଶ୍‌ ଦୂର କେରଳ ରାଜ୍ୟର ସେ ବାସିନ୍ଦା। କାଲିକଟ୍‌ ସହର ମାଲ୍‌ବାର ଖ୍ରୀଷ୍ଟିଆନ କଲେଜର ଇତିହାସ ବିଭାଗର ଆସୋସିଏଟ୍‌ ପ୍ରଫେସର।...

ଦୁଃଖ ବଖାଣି ଭାବବିହ୍ବଳ ହେଲେ ଶ୍ରେୟାସ; ଦିଲ୍ଲୀର ଅଧିନାୟକ ପଦରୁ ହଟାଇବାକୁ ନେଇ କହିଲେ…

ନୂଆଦିଲ୍ଲୀ,୧।୩: ଭାବବିହ୍ବଳ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟର। ଆଇପିଏଲ୍‌ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଥିବା ଆୟର ଆଗାମୀ ସିଜନରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)ର...

ନିଜ କରୋନା ଟିକା ଉପରେ ରୁଷ୍‌ର ନାହିଁ ଭରସା: ଲୋକଙ୍କୁ ଦେବାକୁ ବାରଣ

ମସ୍କୋ, ୨୧।୯: ରୁଷ୍‌ ପ୍ରଥମେ ଅଗଷ୍ଟ ୧୧ରେ କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତି କରି ପୃଥିବୀରେ ଇତିହାସ ରଚିଥିଲା। ତେବେ ଏବେ ରୁଷ୍‌ ଟିକାର ପ୍ରଭାବ...

ତବଲିଘ୍‌ ଜମାତର ୨୦ ହଜାର ଲୋକଙ୍କୁ କ୍ୱାରାଣ୍ଟାଇନ୍‌ କଲା ପାକିସ୍ତାନ

ଇସଲାମାବାଦ୍‌,୭।୪: ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଦେଶରେ ଇତିମଧ୍ୟରେ କରୋନା ସଂକ୍ରମଣ ଯୋଗୁ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩...

Advertisement
Archives

Model This Week