ସ୍ଥାନ ପାଇବ ଓଡ଼ିଆ ଯୁବକଙ୍କ କଳାକୃତି

ରାଜକନିକା,୨୮ା୬(ଡି.ଏନ୍‌.ଏ.): ଡେରାଡୁନ୍‌ ମଶୌରୀର ନ୍ୟାଶନାଲ ଡିଫେନ୍ସ ଏକାଡେମୀରେ ଭାରତୀୟ ଯବାନଙ୍କ ବୀରତ୍ୱର ଝଲକ ସ୍ବରୂପ ମୂର୍ତ୍ତି ସ୍ଥାନ ପାଇବ। ଏହି ମୂର୍ତ୍ତି ନିର୍ମାଣ କରୁଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ନହୁଣି ପଞ୍ଚାୟତସ୍ଥିତ ନୂଆଗାଁରେ ତ୍ରିଲୋଚନ ବେହେରା (୩୭)। ଏ ନେଇ ଗାଁ ଓ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି। ଜଣେ ପେସାଦର କାରିଗର ଭାବେ ୧୮ବର୍ଷ ଧରି ସେ ବିଭିନ୍ନ ସ୍ଥାନରେ ମୂର୍ତ୍ତି ଗଢ଼ି ଚାଲିଛନ୍ତି।
ସୂଚନାଯୋଗ୍ୟ, ତ୍ରିଲୋଚନ କୁମ୍ଭକାର ପରିବାରରେ ଜନ୍ମ ନେଇଥିବାରୁ ପିଲାଦିନୁ ଭାଲୁକୁଣୀ ଓ କଣ୍ଢେଇ ତିଆରି କରିବାରେ ସଉକ ଥିଲା। ବାପା ବୃନ୍ଦାବନ ଓ ମାଅ ଜ୍ୟୋତି ଏହି ମୂର୍ତ୍ତି ନିର୍ମାଣରେ ସହଯୋଗର ହାତ ବଢ଼ାଇଥିଲେ। ସେ ନିକଟସ୍ଥ ସପଲାଙ୍ଗ ଶ୍ରୀରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ କଲାପରେ ଓଳାଭର କଲେଜରେ ବିଏ ପଢ଼ିଥିଲେ। ହେଲେ ସେତେବେଳେ ଓଡ଼ିଶାରେ ଘଟିଥିଲା ୧୯୯୯ ମହାବାତ୍ୟା। ଗରିବ ପରିବାର ହୋଇଥିବାରୁ ଖାଇବାକୁ ନ ପାଇ ତାଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା। ସେ ନିକଟସ୍ଥ ପେଗରପଡା ଗାଁର ନନ୍ଦ ମଉସାଙ୍କ ଘରେ ସିମେଣ୍ଟ କାରିଗର ଭାବେ ମୂର୍ତ୍ତି ଗଢ଼ୁ ଥିଲେ। ଘରର ଶୋଚନୀୟ ଅବସ୍ଥା ନିଜ ଆଖିରେ ଦେଖି ପେଟ ପୋଷିବାକୁ ସେଠାରୁ ପୁରୀ ପଳାଇଥିଲେ। ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ସାରିବା ପରେ ଅଠରନଳା ପାଖରେ ଥିବା ୟୁନିଭରସାଲ ଆର୍ଟ ଆଣ୍ଡ କ୍ରାଫ୍ଟରେ କିଛିଦିନ କାମ କରିଥିଲେ। ପରେ ସେ ବରହମପୁରର ଜଣେ ବନ୍ଧୁଙ୍କ ଘରେ ରହି କାମ କରୁଥିଲେ। ସେଠାରୁ ଦିଲ୍ଲୀ, ମଥୁରା, ବମ୍ବେରେ ରହି ମୂର୍ତ୍ତି ଗଢ଼ିବା କାମ ଜାରି ରଖିଥିଲେ। ତାଙ୍କ ନିଖୁଣ କାମ ଦେଖି ଲୋକେ ପ୍ରଶଂସା କରୁଥିଲେ। ଏହି ଅବସରରେ ଉତ୍ତରପ୍ରଦେଶର ଜଗତ୍‌ଗୁରୁ କ୍ରିପାଳିଜୀ ମହାରାଜଙ୍କ ଆଶ୍ରମରେ ପ୍ରାୟ ୧୫ ବର୍ଷ ଧରି ରହି ବିଭିନ୍ନ ମୂର୍ତ୍ତି ନିର୍ମାଣ କରିଥିଲେ। ତାଙ୍କ ସୁନାମ ଦିନକୁ ଦିନ ବଢ଼ିବାରେ ଲାଗିଲା। ଏହି ଅବସରରେ ଦିଲ୍ଲୀରେ ରହୁଥିବା ବେଳେ ୨୦୨୦ରେ ଜନୈକ ଠିକାଦାରଙ୍କ ପାଖରୁ ଭାରତୀୟ ମିଲିଟାରୀ ଏକାଡେମୀର ମୂର୍ତ୍ତି ନିର୍ମାଣ କରିବାର ଅର୍ଡର ପାଇଥିଲେ। ଏହି ସମୟରେ ଦେଶରେ କରୋନା ମହାମାରୀ ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ମା’ବାପା ଭୟଭୀତ ହୋଇ ତାଙ୍କୁ ଗାଁକୁ ଫେରି ଆସିବାକୁ ପରାମର୍ଶ ଦେଇଥିଲେ।ଗାଁକୁ ଆସିବା ପରେ ବେକାର ହୋଇ ବୁଲୁଥିବା ୩୫ ଜଣ ଯୁବକଙ୍କୁ ଏକଜୁଟ କରି ଏକ ଟିମ୍‌ ଗଠନ କଲେ। ସେ ଟିମ୍‌ର ମୁଖ୍ୟ ହୋଇ ସେନାବାହିନୀର ଯବାନମାନଙ୍କ ବୀରତ୍ୱର ଝଲକ ମୂର୍ତ୍ତି ଗଠନ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ପ୍ରଥମେ ମାଟିରେ ଗଢ଼ି ତାହା ଉପରେ ପ୍ଲାଷ୍ଟର ପ୍ୟାରିସ୍‌ରେ ଶେଷରେ ଫାଇବରରେ କନ୍‌ଭର୍ଟ କରାଯିବ। ଏହି ୨୫ ମୂର୍ତ୍ତି ନ୍ୟାଶନାଲ ଡିଫେନ୍ସ ଏକାଡେମୀରେ ସ୍ଥାନ ପାଉଥିବାରୁ ଗ୍ରାମବାସୀ ଆନନ୍ଦିତ। ତ୍ରିଲୋଚନଙ୍କ ଏହି କାମ ଦେଖି ଗ୍ରାମବାସୀ କହିଛନ୍ତି, ସେ ଆମ ଗାଁର ନାଁ ଦେଶରେ ଟେକ ରଖିଥିବାରୁ ଆମେ ଗର୍ବ ଅନୁଭବ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?