୨ ଥାକିଆ ହେବ ନିଆଳି- ଓଲଟପୁର ରାସ୍ତା

ଭୁବନେଶ୍ୱର(ବ୍ୟୁରୋ)/କଣ୍ଟାପଡା,୧୭।୬(ଡି.ଏନ୍‌.ଏ.):କେନ୍ଦ୍ର ସରକାରଙ୍କ ଅଧୀନ କଟକ ଜିଲା ଓଲଟପୁରସ୍ଥିତ ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା କେନ୍ଦ୍ର ଏସ୍‌ ଭି ନିରତାରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗୁରୁବାର ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ନିର୍‌ତାରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଅବସ୍ଥାକୁ ସେ ବୁଲିଦେଖିବା ସହ ଏହାର ଉନ୍ନତିକରଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରୋଗୀମାନେ ଯେପରି ସୁବିଧାରେ ଉକ୍ତ କେନ୍ଦ୍ରରେ ପହଞ୍ଚିପାରିବେ ସେଥିପାଇଁ ନିଆଳି ଅଡଶପୁର ରାସ୍ତାର ବୋଇରାଇ ଛକଠାରୁ ଓଲଟପୁର ଏସ୍‌ଭି ନିର୍‌ତାର କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥାକିଆ କରାଯିବାର ନିଷ୍ପତ୍ତି ନିଆଯାଇଛି। ପରେ ନିର୍‌ତାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା. ପତିତପାବନ ମହାନ୍ତି ପାଣ୍ଡିଆନଙ୍କୁ ନିର୍‌ତାରର ବିଭିନ୍ନ ବିଭାଗ ବୁଲି ଦେଖାଇଥିଲେ। ତେବେ ନିର୍‌ତାର କେନ୍ଦ୍ରର ହସ୍ପିଟାଲ ପାର୍ଶ୍ୱବର୍ତ୍ତୀ ଜମି ଅଧିଗ୍ରହଣ କରି ସେହି ଅଞ୍ଚଳର ବିକାଶ କରାଯିବା ସହ ସେଠାରେ ଥିବା ହଷ୍ଟେଲର ମଧ୍ୟ ଉନ୍ନତି କରାଯିବ। ଗସ୍ତ ସମୟରେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ପୂର୍ତ୍ତ ବିଭାଗ ସଚିବ ଭି.ଭି. ଯାଦବ, କେନ୍ଦ୍ରାଞ୍ଚଳ ଆର୍‌ଡିସି ସୁରେଶ କୁମାର ଦଳେଇ, ଏଡିଏମ୍‌ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପଜିଲାପାଳ ପ୍ରତାପଚନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ଥିଲେ। ନିର୍‌ତାରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତୀକରଣ ପାଇଁ ସମସ୍ତ ବ୍ୟବସ୍ଥା ଆସନ୍ତା ଏକ ମାସ ଭିତରେ କରାଯିବ ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଥିଲେ। ସୂଚନାଯୋଗ୍ୟ, ନିର୍‌ତାର ଏକ ଜାତୀୟ ସ୍ତରର ଅନୁଷ୍ଠାନ ହୋଇଥିବା ବେଳେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନିକ ଶହଶହ ଦିବ୍ୟାଙ୍ଗ ଚିକିତ୍ସା ପାଇଁ ଆସିଥାନ୍ତି। ହେଲେ କେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ପାଇଁ ବିଭିନ୍ନ ସମୟରେ ଦିବ୍ୟାଙ୍ଗମାନେ ଟ୍ରାଇସାଇକେଲରେ ଯାତାୟତ କରୁଥିବାବେଳେ ଦୁର୍ଘଟଣାର ଶିକାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ପୁଣି ୫୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୫୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ...

ଆଖଡ଼ାଶାଳୀ ବନ୍ଦର ବାଟ ଫିଟିଲା: କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୩ା୨(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲାରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ବାଟ ଫିଟିଛି। ଆଖଡ଼ାଶାଳୀ ବନ୍ଦର ନିର୍ମାଣ ପାଇଁ ଘରୋଇ କମ୍ପାନୀ ମୁହଁ ମୋଡିବା...

୯ରେ କୋର୍ଟରେ ହାଜର ହେବେ ସୁମିତ୍‌ -ତପସ୍ବିନୀ

ବ୍ରହ୍ମପୁର ଅଫିସ,୩୧।୩: ଡାକ୍ତର ସୁମିତ୍‌ ସାହୁ-ତପସ୍ବିନୀ ଦାସଙ୍କ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ଆସନ୍ତା ୯ ତାରିଖରେ ହାଜର ହେବା ଲାଗି ସ୍ତ୍ରୀ-ସ୍ବାମୀଙ୍କୁ ହାଇକୋର୍ଟ...

କ୍ରେଡାଇ ଓଡ଼ିଶାର ଇଜିଏମ୍‌

ଭୁବନେଶ୍ୱର,୬।୮: ‘କ୍ରେଡାଇ ଓଡ଼ିଶା’ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ (ଇଜିଏମ୍‌) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିଭିନ୍ନ...

ବିଳମ୍ବରେ ଆସୁଥିବା ଡାକ୍ତରଙ୍କୁ ତାଗିଦ

ପୁରୁଣା ଭୁବନେଶ୍ୱର,୪।୧୦(ବ୍ୟୁରୋ) : ଗାନ୍ଧୀଜୟନ୍ତୀ ବୁଧବାରଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ହଠାତ୍‌ ପୁରୁଣା ଭୁବନେଶ୍ୱରସ୍ଥିତ...

ଶ୍ରୀଜୀଉଙ୍କ ଅପେକ୍ଷାରେ ବ୍ରହ୍ମ ତାଳଧ୍ୱଜ

କେନ୍ଦ୍ରାପଡା ଅଫିସ, ୪ା୭: ଆଜି ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା। ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉ ଏହି ଅବସରରେ ମାଉସୀମା ମନ୍ଦିର ଅଭିମୁଖେ ରଥରେ ଯାତ୍ରା...

ଶିକ୍ଷକ ଚୟନ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ: ୭ଦିନ ପରେ ଥାନାରେ ଏତଲା

ଅମରପାଲି,୪।୧୧(ଡି.ଏନ.ଏ): ଶିକ୍ଷକ ଚୟନ ପାଇଁ ଗତ ଅକ୍ଟୋବର ୨୫ରୁ ୨୮ ତାରିଖ ମଧ୍ୟରେ ଟିଜିଟି ବିଜ୍ଞାନ ଓ କଳା କମ୍ପ୍ୟୁଟର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷାର...

ଲିମକା ବୁକ ଅଫ୍‌ ରେକର୍ଡ଼ସରେ ବାହାନଗାର ଯୁବ ଇଞ୍ଜିନିୟର

ବାହାନଗା, ୨୨ା୧୨-୧୦ହଜାରରୁ ଊର୍ଦ୍ଧ୍ୱ ସାମାଜିକ ଉପକରଣ, ୩୦ହଜାରରୁ ଊର୍ଦ୍ଧ୍ୱ ବିଜ୍ଞାନ ଓ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳର ଯୁବ...

Advertisement
Archives

Model This Week