୨ ଥାକିଆ ହେବ ନିଆଳି- ଓଲଟପୁର ରାସ୍ତା

ଭୁବନେଶ୍ୱର(ବ୍ୟୁରୋ)/କଣ୍ଟାପଡା,୧୭।୬(ଡି.ଏନ୍‌.ଏ.):କେନ୍ଦ୍ର ସରକାରଙ୍କ ଅଧୀନ କଟକ ଜିଲା ଓଲଟପୁରସ୍ଥିତ ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା କେନ୍ଦ୍ର ଏସ୍‌ ଭି ନିରତାରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗୁରୁବାର ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ନିର୍‌ତାରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଅବସ୍ଥାକୁ ସେ ବୁଲିଦେଖିବା ସହ ଏହାର ଉନ୍ନତିକରଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରୋଗୀମାନେ ଯେପରି ସୁବିଧାରେ ଉକ୍ତ କେନ୍ଦ୍ରରେ ପହଞ୍ଚିପାରିବେ ସେଥିପାଇଁ ନିଆଳି ଅଡଶପୁର ରାସ୍ତାର ବୋଇରାଇ ଛକଠାରୁ ଓଲଟପୁର ଏସ୍‌ଭି ନିର୍‌ତାର କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥାକିଆ କରାଯିବାର ନିଷ୍ପତ୍ତି ନିଆଯାଇଛି। ପରେ ନିର୍‌ତାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା. ପତିତପାବନ ମହାନ୍ତି ପାଣ୍ଡିଆନଙ୍କୁ ନିର୍‌ତାରର ବିଭିନ୍ନ ବିଭାଗ ବୁଲି ଦେଖାଇଥିଲେ। ତେବେ ନିର୍‌ତାର କେନ୍ଦ୍ରର ହସ୍ପିଟାଲ ପାର୍ଶ୍ୱବର୍ତ୍ତୀ ଜମି ଅଧିଗ୍ରହଣ କରି ସେହି ଅଞ୍ଚଳର ବିକାଶ କରାଯିବା ସହ ସେଠାରେ ଥିବା ହଷ୍ଟେଲର ମଧ୍ୟ ଉନ୍ନତି କରାଯିବ। ଗସ୍ତ ସମୟରେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ପୂର୍ତ୍ତ ବିଭାଗ ସଚିବ ଭି.ଭି. ଯାଦବ, କେନ୍ଦ୍ରାଞ୍ଚଳ ଆର୍‌ଡିସି ସୁରେଶ କୁମାର ଦଳେଇ, ଏଡିଏମ୍‌ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପଜିଲାପାଳ ପ୍ରତାପଚନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ଥିଲେ। ନିର୍‌ତାରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତୀକରଣ ପାଇଁ ସମସ୍ତ ବ୍ୟବସ୍ଥା ଆସନ୍ତା ଏକ ମାସ ଭିତରେ କରାଯିବ ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଥିଲେ। ସୂଚନାଯୋଗ୍ୟ, ନିର୍‌ତାର ଏକ ଜାତୀୟ ସ୍ତରର ଅନୁଷ୍ଠାନ ହୋଇଥିବା ବେଳେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନିକ ଶହଶହ ଦିବ୍ୟାଙ୍ଗ ଚିକିତ୍ସା ପାଇଁ ଆସିଥାନ୍ତି। ହେଲେ କେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ପାଇଁ ବିଭିନ୍ନ ସମୟରେ ଦିବ୍ୟାଙ୍ଗମାନେ ଟ୍ରାଇସାଇକେଲରେ ଯାତାୟତ କରୁଥିବାବେଳେ ଦୁର୍ଘଟଣାର ଶିକାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?