ମୋତେ ମାରିବାକୁ ଉଦ୍ୟମ ହୋଇଥିଲା: ଜୟନାରାୟଣ

ସମ୍ବଲପୁର,୧୭ା୨(ବ୍ୟୁରୋ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଏଏସ୍‌ଆଇ ଗୁଳି କରି ହତ୍ୟା କରିଥିଲେ। କେବଳ ନବ ଦାସ ନୁହନ୍ତି, ରାଜ୍ୟରେ ଘଟିଥିବା ଅନେକ ହତ୍ୟା ଘଟଣାରେ ବିଜେଡିର ମନ୍ତ୍ରୀ, ବିଧାୟକଙ୍କ ସମ୍ପୃକ୍ତି ରହିଛି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ନେଇ ସମାଲୋଚନା କରିଥିଲି। ସିବିଆଇ ତଦନ୍ତ ଦାବି କରିବା ପରେ ମୋତେ ସରକାର ଟାର୍ଗେଟ କରିଛନ୍ତି। ନବଙ୍କୁ ଯେଭଳି ପୋଲିସ ଲଗାଇ ହତ୍ୟା କଲେ, ସେଭଳି ବୁଧବାର ଜଣେ ମହିଳା ଥାନା ଅଧିକାରୀଙ୍କୁ ନିୟୋଜିତ କରି ହତ୍ୟା ଯୋଜନା କରିଥିଲେ। ତାହା ହୋଇ ନ ପାରିବାରୁ ଗୁରୁବାର ସମ୍ବଲପୁର ସର୍କିଟ ହାଉସରେ ଶତାଧିକ ବିଜେଡି କର୍ମୀ ଓ ଗୁଣ୍ଡା ପଶି ମାରିଦେବାକୁ ଉଦ୍ୟମ କରିଥିଲେ। ହେଲେ ସୌଭାଗ୍ୟବଶତଃ ସେମାନେ ଆସିବା ପୂର୍ବରୁ ମୁ ସର୍କିଟ ହାଉସ ଛାଡି ଭାଜପା କାର୍ଯ୍ୟାଳୟକୁ ଚାଲିଆସିଥିଲି। ଫଳରେ ମୋ ଜୀବନ ବଞ୍ଚତ୍ଗଲା ବୋଲି ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି।
ସେ ଆହୁରି କହିଛନ୍ତି, ରାଜ୍ୟରେ ବିଜେଡି ସରକାର ଚାଲିଛି। ମୁଁ ବିରୋଧୀ ଦଳ ନେତା। ଏତେ ମହିଳାପୁରୁଷ ଏକାଠି ହୋଇ ମୋ ପାଖକୁ ଆସିବାର ଆବଶ୍ୟକତା ନାହିଁ। ମୋତେ ଗିରଫ କରିବା ସହ ଇସ୍ତଫା ଦେବାକୁ ସେମାନେ ଦାବି କରୁଛନ୍ତି। ଏ ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରନ୍ତୁ। ରାଜ୍ୟ ପୋଲିସ ଓ ପ୍ରଶାସନ ଉପରେ ଭରସା ନାହିଁ। ତେଣୁ ନ୍ୟାୟ ପାଇଁ ଭାଜପା ଜନତାଙ୍କ ପାଖକୁ ଯିବ। ସେମାନେ ନ୍ୟାୟ ପ୍ରଦାନ କରିବେ। ଥାନା ଅଧିକାରୀଙ୍କୁ ମୁଁ ମାଡ଼ ମାରିନି। ସେ ମୋ ପାଖକୁ ଆସି ଅଯଥାରେ ଯୁକ୍ତି କରି ହାତ ଉଠାଇଥିଲେ। ଜଣେ ବିରୋଧୀ ଦଳ ନେତାଙ୍କୁ ସର୍ବସମ୍ମୁଖରେ ମହିଳା ପୋଲିସ ହାତ ଉଠାଇବା କେତେ ଗଣତାନ୍ତ୍ରିକ। ଆଜି ବିଜେଡି କର୍ମୀମାନେ ଯେଭଳିି ହତ୍ୟା ଉଦ୍ୟମ କଲେ ତାହାକୁ ଓଡ଼ିଶାବାସୀ ଦେଖିଛନ୍ତି। ସରକାରରେ ଥାଇ ସରକାରୀ ସମ୍ପତ୍ତିକୁ ଭାଙ୍ଗି ନଷ୍ଟ କରିଛନ୍ତି। ଏହାକୁ ନେଇ କାହା ପାଖରେ ଅଭିଯୋଗ କରିବାର ନାହିଁ। ପୋଲିସ ସରକାରୀ କଳକୁ ନେଇ କାମ କରୁଛି। ଭାଜପା ପକ୍ଷରୁ ବୁଧବାର ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ପୋଲିସ ମାମଲାକୁ ଏ ପର୍ଯ୍ୟନ୍ତ ପଞ୍ଜୀକୃତ କରିନାହିଁ। ଏହାକୁ ନେଇ କୋର୍ଟକୁ ଯିବୁ ବୋଲି ଜୟନାରାୟଣ କହିଛନ୍ତି।
ଭୁବନେଶ୍ୱରଠାରେ ଅରୂପ ପଟ୍ଟନାୟକ ବିରୋଧୀ ଦଳ ନେତା ଜୟନାରାୟଣଙ୍କୁ ପରୋକ୍ଷରେ ଧମକ ଦେଇଛନ୍ତି। ଏହାର ପ୍ରତିକ୍ରିୟାରେ ଜୟନାରାୟଣ କହିଛନ୍ତି ଯେ, ମୁମ୍ବାଇ ପୋଲିସ କମିଶନର ଥିବାବେଳେ ଅରୂପ ପଟ୍ଟନାୟକଙ୍କ କାର୍ଯ୍ୟଧାରା ବିଷୟରେ ସମସ୍ତେ ଜାଣିଛନ୍ତି। ବାଂଲାଦେଶୀମାନଙ୍କ ଗୋଟିଏ ଆନ୍ଦୋଳନ ସମୟରେ ତାଙ୍କର ଭୂମିକା କ’ଣ ଥିଲା ଦେଶବାସୀ ଜାଣିଛନ୍ତି। ସେ କେତେ ଦମ୍‌ଦାର ଲୋକ ସମସ୍ତେ ଜାଣନ୍ତି। ଉକ୍ତ ଘଟଣାରେ ତାଙ୍କୁ ତଡ଼ା ଖାଇବାକୁ ପଡ଼ିଥିଲା ବୋଲି ଜୟନାରାୟଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri