ଏଲିଜାବେଥ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା

ଓ୍ବାଶିଂଟନ୍‌,୨୭ା୫: ବ୍ରିଟେନର ଦିବଂଗତ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା। ୧୯୮୩ରେ ଏଲିଜାବେଥ୍‌ ଦ୍ୱିତୀୟ ଆମେରିକା ଗସ୍ତରେ ଥିବାବେଳେ ତାଙ୍କ ହତ୍ୟା ଷଡ଼ଯନ୍ତ୍ର ରଚାଯାଇଥିବା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ନିଜ ନୂଆ ଦସ୍ତାବିଜରେ ପ୍ରଘଟ କରିଛି।
୪୦ ବର୍ଷ ତଳେ ସମ୍ରାଜ୍ଞୀ ଏଲିଜାବେଥ କାଲିଫର୍ନିଆ ଯାଇଥିଲେ। ସେହି ସମୟରେ ସାନ୍‌ ଫ୍ରାନ୍‌ସିସ୍କୋରେ ଥିବା ଏକ ଇରିଶ୍‌ ପବକୁ ବାରମ୍ବାର ଯାଉଥିବା ଜଣେ ପୋଲିସ ଅଧିକାରୀ ଭେଟିଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଏଫ୍‌ବିଆଇ ତଦନ୍ତକାରୀମାନଙ୍କୁ ଜଣାଇଥିଲେ। ନର୍ଦ୍ଦର୍ନ ଆୟରର୍ଲାଣ୍ଡରେ ରବର ବୁଲେଟ୍‌ ମାଡ଼ରେ ସେହି ବ୍ୟକ୍ତିଙ୍କ ଝିଅ ପ୍ରାଣ ହରାଇଥିବାରୁ ସେ ଏହାର ପ୍ରତିଶୋଧ ନେବାକୁ ଯାଇ କୁଇନ୍‌ ଏଲିଜାବେଥ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ଗୋଲ୍ଡେନ୍‌ ଗେଟ୍‌ ବ୍ରିଜ୍‌ ଦେଇ ରୟାଲ ୟାଚ୍‌ ବ୍ରିଟାନିଆ ଯିବାବେଳେ ବ୍ୟକ୍ତି ଜଣକ ଉପରୁ କିଛି ଫିଙ୍ଗିବା କିମ୍ବା ଏଲିଜାବେଥ ୟୋସେମାଇଟ୍‌ ନ୍ୟାଶନାଲ ପାର୍କକୁ ଯିବାବେଳେ ତାଙ୍କୁ ହତ୍ୟା କରିବାକୁ ସେ ଯୋଜନା କରିଥିବା ପୋଲିସ ଅଧିକାରୀଙ୍କୁ କହିଥିଲେ। ଏଲିଜାବେଥ୍‌ ଓ ଡ୍ୟୁକ୍‌ ଅଫ୍‌ ଏଡିନ୍‌ବର୍ଗଙ୍କ ଗସ୍ତର ପ୍ରାୟ ମାସେ ପୂର୍ବରୁ ଅର୍ଥାତ୍‌ ୧୯୮୩ ଫେବୃୟାରୀ ୪ରେ ଏହି ହତ୍ୟା ଷଡ଼ଯନ୍ତ୍ର ସମ୍ପର୍କରେ ସୁରାକ ମିଳିଥିଲା। ଏଥିଲାଗି ସିକ୍ରେଟ୍‌ ସର୍ଭିସ ଗୋଲ୍ଡେନ ଗେଟ୍‌ ବ୍ରିଜ୍‌ ଉପରେ ପଥଚାରୀଙ୍କ ବାଟ ବନ୍ଦ କରିବାକୁ ପ୍ରସ୍ତୁତି ଚଳାଇଥିଲେ। ତେବେ ଏହାକୁ ଏଡ଼ାଇବା ପାଇଁ ୟୋସେମାଇଟ୍‌ରେ କ’ଣ ପଦକ୍ଷେପ ନିଆଯାଇଥିଲା ତାହା ଜଣାପଡ଼ିନାହିଁ। ଗିରଫଦାରି ସମ୍ପର୍କରେ ମଧ୍ୟ ଏଫ୍‌ବିଆଇ କୌଣସି ତଥ୍ୟ ପ୍ରଦାନ କରିନାହିଁ। ଅନ୍ୟ ଏକ ଦସ୍ତାବିଜ ଅନୁସାରେ ୧୯୯୧ରେ ଏଲିଜାବେଥଙ୍କ ଆମେରିକା ଗସ୍ତ ବେଳେ ଇରିଶ୍‌ ଗୋଷ୍ଠୀଗୁଡ଼ିକ ତାଙ୍କ ହ୍ବାଇଟ୍‌ ହାଉସ୍‌ କାର୍ଯ୍ୟକ୍ରମକୁ ବିରୋଧ ପାଇଁ ପ୍ରସ୍ତୁତ ହୋଇଥିଲେ। ଉଲ୍ଲେଖଯୋଗ୍ୟ, କୁଇନ୍‌ଙ୍କ ସମ୍ପର୍କୀୟ ଭାଇ ତଥା ଭାରତର ପୂର୍ବତନ ଭାଇସ୍‌ରାୟ ଲର୍ଡ ମାଉଣ୍ଟବେଟେନ୍‌ ୧୯୭୯ ଅଗଷ୍ଟ ୨୭ରେ ଆୟର୍ଲାଣ୍ଡର ସ୍ଲିଗୋ କାଉଣ୍ଟିକୁ ଯାଇଥିବାବେଳେ ବିସ୍ଫୋରଣ ଘଟାଇ ତାଙ୍କୁ ହତ୍ୟା କରାଯାଇଥିଲ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri