ନୌବାଣିଜ୍ୟ ସହ ସାଂସ୍କୃତିକ ମିଳନ ହେଉଥିଲା

କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: କେନ୍ଦ୍ରାପଡ଼ା ଜିଲାର ନୌବାଣିଜ୍ୟ ପରମ୍ପରା ପ୍ରାଚୀନ। ସାଧବ ପୁଅ କନିକା ଉପସାଗରରୁ ବାଲି, ସିଂହଳ, ଜାଭା ଆଦି ଦେଶକୁ ଯାଇ ବ୍ୟବସାୟ କରୁଥିଲେ। ଏହା ବ୍ୟବସାୟ ମଧ୍ୟରେ ସୀମିତ ନ ରହି ସାଂସ୍କୃତିକ ମିଳନ ହେଉଥିଲା। ଏହାର ପ୍ରତ୍ୟକ୍ଷ ନିଦର୍ଶନ କେନ୍ଦ୍ରାପଡ଼ା ଜିଲା ସାରା ଦେଖାଯାଉଛି ବୋଲି ଜିଲା ବୋଇତ ବନ୍ଦାଣ ସମିତିର ୫୩ ତମ ଜୟନ୍ତୀ ଉତ୍ସବରେ ଅତିଥିମାନେ ପ୍ରକାଶ କରିଛନ୍ତି। ସହରର ଟାଉନହଲଠାରେ ସମିତି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ଶିକ୍ଷାବିତ ଅଜୟ କୁମାର ରାଉତ, ଶିକ୍ଷାବିତ ଡ. ରାଜେନ୍ଦ୍ର ତ୍ରିପାଠୀ, ଗବେଷକ ଡ. ସର୍ବେଶ୍ୱର ସେଣ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ପ୍ରକାଶ କରିଥିଲେ, ଖୁଦୁରୁକୁଣୀ ଓଷାର ମୁଖ୍ୟନାୟିକା ସାଧବ ଝିଅ ତଅପୋଈର ଘର ରାଜନଗର ବ୍ଲକ ସାତଭାୟା ଅଞ୍ଚଳରେ ବୋଲି ବିଭିନ୍ନ ତଥ୍ୟକୁ ବିଶ୍ଲେଷଣ କଲେ ସୂଚନା ମିଳୁଛି। ଏଥିସହ ରାଜନଗର, ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ମହାକାଳପଡା ବ୍ଲକ ଅଞ୍ଚଳରେ ନୌବାଣିଜ୍ୟ ପରମ୍ପରାର ସ୍ମାରକୀ ଭାବେ ମନ୍ଦିର ନିର୍ମାଣ ସହ ଅନ୍ୟାନ୍ୟ ନିଦର୍ଶନ ଦେଖିବାକୁ ମିଳୁଛି। ପଟ୍ଟାମୁଣ୍ଡାଇରେ ନଦୀଭିତ୍ତିକ ବନ୍ଦର, ପେଣ୍ଠ ସମୁଦ୍ର ପଥଠାରୁ ଆରମ୍ଭ କରି ଦରିଆ ନାହାକାଣୀ, ଅଲେକ ନାହାକାଣୀ, ଦରିଆ ରାମଚଣ୍ଡୀ, ପଞ୍ଚ ବରାହୀ ଆଦି ନୌବାଣିଜ୍ୟର ସ୍ମାରକୀ ଅଛି। ଜଳ ଘଡି, ଫଲ୍‌ସ ପଏଣ୍ଟ ହାରବର ଆଦି ଜନଜୀବନ ସହିତ ସଂଶ୍ଲିଷ୍ଟ ହୋଇଛି। ତୃତୀୟ ଶତାବ୍ଦୀରୁ ନୌବାଣିଜ୍ୟ ପରମ୍ପରା ଏଠାରୁ ଆରମ୍ଭ ହୋଇଛି। ଷୋଡ଼ଶ ଶତାବ୍ଦୀରେ ଜଳଯାତ୍ରାରେ ଆଧିପତ୍ୟ ବିସ୍ତାର କରିଥିବା ସାଧବ ପୁଅ ଯୁଦ୍ଧକ୍ଷେତ୍ରରେ ମଧ୍ୟ ପାରଙ୍ଗମ ଥିଲେ। ୧୬୮୦ରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଗୋଟିଏ ଜାହାଜରୁ ବିଭିନ୍ନ ସାମଗ୍ରୀ କନିକା ଉପସାଗରରେ ଜୋରଜବରଦସ୍ତ ସାଧବ ପୁଅମାନେ ଓହ୍ଲାଇ ଦେଇଥିବା ଇତିହାସ ଅଛି। ସେହିପରି ୧୮୬୫ରେ ମରହଟ୍ଟା ସୈନିକ କନିକା ନୌଶକ୍ତି ଆଗରେ ହାର ମାନିଥିଲେ। ତେବେ ନୌବାଣିଜ୍ୟ ପରମ୍ପରା ଏବେ ହଜିଛି। ନଦୀ, ସମୁଦ୍ରଠାରୁ ନିଜ ପାଇଁ ଉଦ୍ଦିଷ୍ଟ ପୋଖରୀ ଗଡ଼ିଆ ଜଳ ଏବେ ପ୍ରଦୂଷଣ ବଳୟରେ ଅଛି। ଜଳପଥ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ଥିବାରୁ ଜଳଉତ୍ସ ସଂରକ୍ଷଣ ଏବେ ଚିନ୍ତାର ବିଷୟ ହୋଇଥିବା ଅତିଥିମାନେ ପ୍ରକାଶ କରିଛନ୍ତି। ସଭାପତି ଚିନ୍ମୟ ପ୍ରସାଦ ବେଉରା ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସଞ୍ଜୟ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ। ସେହିପରି ଜିଲା ବାଲିଯାତ୍ରା କମିଟି ପକ୍ଷରୁ ସହରର ନୂଆବସ୍‌ଷ୍ଟାଣ୍ଡ ନିକଟ ଗୋବରୀ ନଦୀରେ ସମ୍ପାଦକ ସଞ୍ଜୟ ଜେନାଙ୍କ ଅଧ୍ୟକ୍ଷତାରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ଏଥିରେ ମୁଖ୍ୟଅତିଥି ଭାବେ ଗରାପୁରସ୍ଥ ଶିବାନନ୍ଦ ଆଶ୍ରମ ଅଧ୍ୟକ୍ଷା ଶ୍ରୀମା ସ୍ବାମୀ ଦିବ୍ୟ ସ୍ବରୂପାନନ୍ଦ ସରସ୍ବତୀ ଯୋଗଦେଇଥିଲେ।
ପଟ୍ଟାମୁଣ୍ଡାଇ, (ସ୍ବ.ପ୍ର.): କାର୍ତ୍ତିକ ପୂର୍ଣ୍ଣମୀରେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ କରାଯାଇଥିଲା। ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ବ୍ରାହ୍ମଣୀ ନଦୀକୂଳରେ ସାଧବ ପୁଅ, ସାଧବ ବୋହୂଙ୍କ ଗହଣରେ ବୋଇତ ବନ୍ଦାଣ ଉତ୍ସବ ହୋଇଥିଲା। ପରେ ସୁସଜ୍ଜିତ ବୋଇତକୁ ନଦୀ ଗର୍ଭକୁ ନିଆଯାଇଥିଲା। ବିକାଶ ପରିଷଦ କାର୍ଯ୍ୟକାରୀ ସଭାପତି ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ, ସାମାଜିକ କର୍ମୀ କିଶୋର ସାହୁ, ବୁଢା ଲେଙ୍କା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri