ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେଡିରେ ମିଶିବା ନେଇ ଆଲୋଚନା ହେଉଥିବା ବେଳେ ଏବେ ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଆଲୋଚନା ପରେ ଭାଜପା ନେତା ଓ କର୍ମୀ ଉତ୍ସାହିତ ରହିଛନ୍ତି। ଏଣେ ମିଶ୍ରଣରେ ବିଳମ୍ବ ହେଉଥିବାରୁ ଜିଲାର ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଘଟୁଛି ବୋଲି ଆଲୋଚନା ହେଉଛି।
ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ ଜିଲାର ଜଣେ ଚର୍ଚ୍ଚିତ ଚେହେରା। ଜିଲାରେ ରାଜନୈତିକ କ୍ଷେତ୍ରରେ ସନାତନଙ୍କ ଦବ୍‌ଦବା ସବୁବେଳେ ରହିଛି। ଏଣୁ ସବୁ ଦଳର ନେତା ତାଙ୍କ ସହିତ ସୁ-ସମ୍ପର୍କରେ ଥିବା କୁହାଯାଉଛି। ତାଙ୍କର କୌଣସି କାର୍ଯ୍ୟକ୍ରମ ହେଲେ ସବୁ ଦଳର ନେତା ମାନେ ସାମିଲ ହୋଇଥାନ୍ତି। ଗତ ନିର୍ବାଚନରେ ବିଜେଡି ସହିତ ବୁଝାମଣା କରି ନିର୍ବାଚନରୁ ଦୂରେଇ ରହିଥିବା ସନାତନ ଚଳିତ ନିର୍ବାଚନକୁ ହାତଛଡା କରିବାକୁ ଚାହୁ ନାହାନ୍ତି। ତାଙ୍କର ୨ ସମର୍ଥିତଙ୍କୁ ଲୋକସଭା ଓ ଚମ୍ପୁଆ ବିଧାନସଭା ବିଜେଡି ପ୍ରାର୍ଥିନୀ କରିଥିବା ବେଳେ ସେମାନେ ଜିତିଥିଲେ। ତେବେ ନିର୍ବାଚନ ଜିତିବା ପରେ ସେମାନଙ୍କ ଆଭିମୁଖ୍ୟକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଏଣୁ ସେ ଚଳିତ ବର୍ଷ ନିର୍ବାଚନ ଲଢ଼ିବେ ଏବଂ ପ୍ରାର୍ଥୀ ଦେବେ ବୋଲି ବହୁ ଆଗରୁ ନିଷ୍ପତ୍ତି ନେଇଥିବା ସମର୍ଥକମାନେ ପ୍ରଚାର କରିଥିଲେ। ପ୍ରଥମେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ବୁଝାମଣାରେ କୌଣସି ସମସ୍ୟା ଦେଖାଦେବାରୁ ପରେ ଆଲୋଚନା ଶିଥିଳ ପଡ଼ିଯାଇଥିଲା। ଏବେ ସେ ଭାଜପାରେ ଯୋଗଦେବା ଫାଇନାଲ ହୋଇଛିି। ସେ ନିଜେ ଲଢ଼ିବେ ଏବଂ ତାଙ୍କ ସମର୍ଥିତ ପ୍ରାର୍ଥୀ, ପ୍ରାର୍ଥିନୀଙ୍କୁ ଜିତାଇବାକୁ ସମର୍ଥନ କରିବେ ବୋଲି ସମର୍ଥକମାନେ କହୁଛନ୍ତି। ଭାଜପାରେ ମିଶିବା ନେଇ କେତେକ ଭାଜପା ନେତା ସ୍ବାଗତ କରୁଥିବା ବେଳେ କେତେକ ଅସନ୍ତୋଷ ବ୍ୟକ୍ତ ମଧ୍ୟ କରୁଛନ୍ତି। ତେବେ ତାଙ୍କୁ ଦଳରେ ସାମିଲ କରାଗଲେ ଦଳ ଲାଭବାନ ହେବ, ଏହି ଆଶାରେ ଭାଜପାର କେତେକ ରାଜ୍ୟସ୍ତରୀୟ ନେତା ମଧ୍ୟ ଦଳରେ ସାମିଲ କରିବାକୁ ବହୁ ଆଗରୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ସେ ଭାଜପାରେ ଯୋଗଦେଲେ ଚମ୍ପୁଆ ସିଟ୍‌ ପାଇଁ ଦାବିଦାର ହେବେ। ଏହି ଆଶଙ୍କା କରି ଚମ୍ପୁଆର ଆଶାୟୀ ମୁରଲୀ ମନୋହର ଶର୍ମାଙ୍କ ଶିବିରରେ ଛନକା ପଶିଯାଇଛି। ବାରମ୍ବାର ହାରିବା ସତ୍ତ୍ୱେ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ଆଶା ମୁରଲୀ ଛାଡ଼ିନାହାନ୍ତି। ତେବେ ତାଙ୍କ ସ୍ଥିତି ଭଲ ନ ଥିବାରୁ ଦଳର ଶୀର୍ଷ ନେତାମାନେ ବୋଧହୁଏ ସନାତନଙ୍କୁ ଦଳରେ ସାମିଲ କରି ସିଟ ହାତେଇବାକୁ ଉଦ୍ୟମ କରୁଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରୁଛନ୍ତି। ସନାତନ ପ୍ରାର୍ଥୀ ହେଲେ କଡ୍ଡା ଟକ୍କର ହେବ। ଖଣିଖାଦାନ ସମୃଦ୍ଧ ଧନଶାଳୀ ଚମ୍ପୁଆ ନିର୍ବାଚନମଣ୍ଡଳୀ ହାତେଇବାକୁ ସବୁ ଦଳ ଉଦ୍ୟମ କରୁଛନ୍ତି। ଏଥିରେ ଅଛପା ନାହିଁ। ଏଣୁ ଚଳିତ ନିର୍ବାଚନରେ ଚମ୍ପୁଆରୁ ସନାତନ ଓ ମୁରଲୀଙ୍କ ବ୍ୟତୀତ ବିଜେଡିରୁ କୁଶ ଆପଟ, ଜିତୁ ପଟ୍ଟନାୟକ, ବର୍ତ୍ତମାନର ବିଧାୟିକା ମୀନାକ୍ଷୀ ମହାନ୍ତ ଓ ତାଙ୍କ ସ୍ବାମୀ ଭଳି ପାଓ୍ବାରଫୁଲ ନେତାମାନେ ଆଶାୟୀ ହୋଇ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ତେବେ ଖଣିବ୍ୟବସାୟରେ ଲିପ୍ତ ଥିବା ଏବଂ ପୂର୍ବରୁ ବହୁ ମାମଲାରେ ଫସି ଥିବା କୁଶଙ୍କୁୁ ବିଜେଡି ଦଳ ଟିକେଟ ଦେଇ ନ ଥିଲା। ଏପରିକି ଦଳ ବିରୋଧରେ ଯାଇ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢ଼ି ହାରିଥିବା କୁଶଙ୍କୁ ନିଲମ୍ବନ ହେବାକୁ ପଡ଼ିଥିଲା। ଏଣୁ ପୁଣି ଥରେ କୁଶ ଆଶାବାଦୀ ଥିବା ବେଳେ ତାଙ୍କୁ ଦଳ ପୁଣି କେଉଁ ଆଧାରରେ ଦେବ ଏବଂ ବିରୋଧୀଙ୍କୁ ଚୁପ କରିବ ତାହା ଦେଖିବାକୁ ସମସ୍ତେ ଚାହିଁ ରହିଛନ୍ତି। ସେହିପରି ବିଜେଡିର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ମଧ୍ୟ ଆଶାୟୀ ରହିଥିବା ବେଳେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ମଧ୍ୟ ଘୋଷଣା ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବିଷାକ୍ତ ଛତୁ ଖାଇ ୩ ଶିଶୁ ଗୁରୁତର: କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି, ଚିକିତ୍ସା ପରେ ଅବସ୍ଥା ସ୍ଥିର

କଲ୍ୟାଣସିଂହପୁର, ୨୬।୬ (ଦୀପକ କୁମାର ପରିଡା): ବିଷାକ୍ତ ଛତୁ ଖାଇ ୩ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ପୋଡ଼ି ପାଉଁଶ ହେଲା ୩,୧୧୬ କିଲୋ ଗଞ୍ଜେଇ, NDPS ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ

ମୋହନା, ୨୬।୬ (ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଥାନା ପୋଲିସ ପକ୍ଷରୁ ଆଜି ମାଦକ ଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri