ଏବେ ବି ରହିଛି ବ୍ରିଟିଶ୍‌ ସମୟର ସିମିଳି ଗଛ ଫାଶୀଖୁଣ୍ଟ

ଏମ୍‌ଭି-୭୯, ୨୧ା୮ (ଭିକି ବାରିକ):ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନନ୍ତପାଲ୍ଲୀ ଗ୍ରାମକୁ ପୂର୍ବରୁ ଦଣ୍ଡକାରଣ୍ୟ ଅଞ୍ଚଳ କୁହାଯାଉଥିଲା l ଏହି ଗଁାରେ ହନ୍ତାଳ, ମାଦିରି, ୱାଡେଙ୍ଗୀ ଓ ବେଟି ପରିବାର ବାସ କରୁଥିଲେ। ପରବର୍ତ୍ତୀ ସମୟରେ ସମୟାନୁକ୍ରମେ ବିଭିନ୍ନ ଅଞ୍ଚଳର ଲୋକମାନେ ଆସି ଏହି ଗ୍ରାମରେ ବାସ କରି ରହିଛନ୍ତି l ବର୍ତ୍ତମାନ ଏହି ଗ୍ରାମର ଲୋକସଂଖ୍ୟା ୧୨୧୮ l ବ୍ରିଟିିଶ ଶାସନ ସମୟରେ ଯଦି କେହି ବିରୋଧରେ କଥା କହୁଥିଲେ, ବ୍ରିଟିଶମାନେ ସେମାନଙ୍କୁ ଗଁାରେ ଲଗାଇଥିବା ସିମିଳି ଗଛରେ ବାନ୍ଧି ଫାଶୀ ଦେଉଥିଲେ। ଏବେ ବି ସେହି ସିମିଳି ଗଛ ଦ୍ୱୟ ମୂକ ସାକ୍ଷୀ ଭାବେ ଗଁା ମୁଣ୍ଡରେ ଠିଆ ହୋଇଛି।
ମାଲକାନଗିରି ଜିଲାରେ ଇଂରେଜ ଶାସନ ସମୟରେ ବହୁ ଲୋକେ ପ୍ରାଣ ହରାଇଛନ୍ତି। ମାଥିଲିର ଶହୀଦ ଲକ୍ଷ୍ମଣ ନାୟକ ହୁଅନ୍ତୁ କିମ୍ବା କୋଣ୍ଡାପାଲିର ତାମାଦରା ହୁଅନ୍ତୁ ଏମାନେ ଇଂରେଜଙ୍କ ସହ ଯୁଦ୍ଧ କରି ଶହୀଦ ହୋଇଛନ୍ତି। ମୋଟୁରୁ ଆରମ୍ଭ କରି କାଲିମେଳା ପର୍ଯ୍ୟନ୍ତ ଯେଉଁ ବ୍ୟକ୍ତି ଦୋଷ କରୁଥିଲେ ସେମାନଙ୍କୁ ଫାଶୀ ଦେଉଥିଲେ। ବ୍ରିଟିଶ ସମୟରେ ଫାଶୀଖୁଣ୍ଟ ଭାବେ ବ୍ୟବହାର ହେଉଥିବା ଦୁଇଟି ବିରାଟ ସିମିଳି ଗଛ ଏବେ ବି ମୂକସାକ୍ଷୀ ହୋଇ କାଲିମେଳା ବ୍ଲକ ଅନନ୍ତପାଲ୍ଲୀ ଗଁାରେ ରହିଛି। ଏହି ଗଛରେ ଇଂରେଜମାନେ ଫାଶୀ ଦେଉଥିଲେ l ଲୋକେ କୌଣସି ଜଘନ୍ୟ ଅପରାଧ କଲେ କିମ୍ବା ସେହି ସମୟରେ ବ୍ରିଟିଶମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ଏହି ଦୁଇ ସିମିଳି ଗଛ ମଝିରେ ଲୋକମାନଙ୍କ ସାମ୍ନାରେ ଇଂରେଜମାନେ ଫାଶୀ ଦେଉଥିବା କଥା ଏବେ ବି ଗଁା ଲୋକେ କୁହନ୍ତି। ସେତେବେଳେ ଇଂରେଜମାନେ ଦୁଇ ଖୁଣ୍ଟ ସଦୃଶ ଗଛ ପୋତି ଥିଲେ, ଆଜି ଏହା ବିରାଟ ଗଛରେ ପରିଣତ ହୋଇଛି l ଅନନ୍ତପାଲ୍ଲୀ ଗଁାର ପଶ୍ଚିିମରେ ନଈ ରହିଛି। ଏହାର ଆରପାରିରେ ୫୦୦ ମିଟର ଲମ୍ବର ଗୋଟିଏ ପଥର ଅଛି। ଏହାକୁ ଲୋକେ ତେଲୁଗୁରେ ଆକୁଲୁ ବାଣ୍ଡା ବୋଲି କହନ୍ତି। ବ୍ରିଟିଶ ବିରୁଦ୍ଧରେ ଏଠାରେ ଲୋକମାନେ ଏକ ସଭା ଆୟୋଜନ କରିଥିଲେ। କୌଣସି ସୂତ୍ରରୁ ଇଂରେଜମାନେ ଖବର ପାଇ ଅଚାନକ ଭାବେ ଲୋକମାନଙ୍କ ଉପରେ ଗୁଳିବର୍ଷା କରିଥିଲେ। ଲୋକେ ପ୍ରାଣ ଭୟରେ ପଥର ଆଡୁଆଳରେ ମୁଣ୍ଡ ଗୁଞ୍ଜି ଥିଲେ, କିନ୍ତୁ ଏଥିରେ ବହୁ ଲୋକଙ୍କ ଜୀବନ ଚାଲିଯାଇଥିଲା l ସେହି ଗୁଳି ବର୍ଷାର ଚିହ୍ନ ବା ପ୍ରମାଣ ପଥରରେ ରହିଛି। ଅନନ୍ତପାଲ୍ଲୀ ଗ୍ରାମ ସମେତ ପ୍ରାୟ ୨୫ ଖଣ୍ଡ ମୌଜାର ଲୋକେ ଗ୍ରାମରେ ଥିବା ମୁସ୍ତାଦାର ହନ୍ତାଳ ପରିବାରରେ ଖଜଣା ପଇଠ କରୁଥିଲେ l ମୋଟୁଠାରୁ ଆରମ୍ଭ କରି କାଲିମେଳା ପର୍ଯ୍ୟନ୍ତ ଆଦିମ ଜନଜାତି ସମ୍ପ୍ରଦାୟର ଲୋକମାନେ ପୂର୍ବେ ପ୍ରାୟ ହନ୍ତାଳ ପରିବାରରେ ହାତବୁଣା ବସ୍ତ୍ର ପରିଧାନ କରୁଥିବା ବିଷୟ ଅଞ୍ଚଳବାସୀ କୁହନ୍ତି। ଏତେ ଦୁର୍ଗମ ଅଞ୍ଚଳରେ ସେ ସମୟରେ ସେମାନେ କେଉଁଠାରୁ ଏ ଲୁଗା ବୁଣିବା ଶିକ୍ଷା ପାଇଥିଲେ ତାହା ସମସ୍ତଙ୍କୁ ଚକିତ କରିଛି। ଗଁାକୁ ରାସ୍ତାଘାଟ, ଯାନବାହନ ଓ ଇଣ୍ଟରନେଟ୍‌ ସୁବିଧା ମଧ୍ୟ ନାହିଁ l ବର୍ତ୍ତମାନ ଏହି ଗଁା ସରକାରଙ୍କ ଅଣଦେଖା ଆଢୁଆଳରେ ରହିଯାଉଛି l
ସୂଚନାଯୋଗ୍ୟ, ଅନନ୍ତପାଲ୍ଲୀ ଗଁାରେ ପ୍ରଥମେ ଜଣେ ମହିଳାଙ୍କର ନାମଥିଲା ଆନାନ୍ତାମା ା ପରବର୍ତ୍ତୀ ସମୟରେ ତାଙ୍କ ନାମ ଅନୁସାରେ ଅନନ୍ତପାଲ୍ଲୀ ଗଁାର ନାମକରଣ ହୋଇଛି l ଗଁା ପୂର୍ବରେ ଜିଲାର ବୃହତ୍‌ ଏମ୍‌ଆଇପି ବନ୍ଦ, ପଶ୍ଚିିମରେ ୨୫ କି.ମି.ଦୂରରେ ସାବେରୀ ନଦୀ, ଦକ୍ଷିଣରେ ଘଞ୍ଚ ପାହାଡ଼ ଓ ସିଲେରି ନଦୀ ଏବଂ ଉତ୍ତର ଦିଗରେ ଏମ୍‌ଭି ୮୧ ଗ୍ରାମ ଅବସ୍ଥିିତ। ଅବିଭକ୍ତ କୋରାପୁଟ ଓ ଗଞ୍ଜାମ ଜିଲା ସ୍ବତନ୍ତ୍ର ଓଡ଼ିଶା ଗଠନ ପୂର୍ବରୁ ମାଡ୍ରାସ ପ୍ରେସିଡେନ୍ସିରେ ଥିଲା । ଏ ସମସ୍ତ ଅଞ୍ଚଳର ଜିଲା ବିଜୟନଗରମ୍‌ ଓ ସଦରମହକୁମା ବିଶାଖାପାଟଣା ରହିଥିଲା। ସେଥି ଲାଗି ଏ ସମସ୍ତ ଅଞ୍ଚଳରେ ତେଲୁଗୁ ଭାଷାଭାଷୀ ଲୋକେ ବସବାସ କରି ଆସୁଛନ୍ତି l
୧୯୩୬ ମସିହା ପୂର୍ବରୁ ସମସ୍ତ ସ୍କୁଲରେ ତେଲୁଗୁ ଭାଷାରେ ଶିକ୍ଷାଦାନ କରାଯାଉଥିଲା। ଅନନ୍ତପାଲ୍ଲୀ ଗଁାରେ ମଧ୍ୟ ତେଲୁଗୁ ଭାଷାରେ ଶିକ୍ଷା ଦିଆଯାଉଥିଲା। ଏହି ଗଁାରେ ବ୍ରିଟିଶ ଶାସକଙ୍କ ଦ୍ୱାରା ଶିକ୍ଷକ ନିଯୁକ୍ତି ପୂର୍ବରୁ ପିଲାମାନେ ଶିକ୍ଷା ନିମନ୍ତେ ପ୍ରାୟ ଦେଢ଼ ଶହ କି.ମି.ଚାଲି ଚାଲି ତେଲଙ୍ଗାନା ରାଜ୍ୟ କୋତାଗୁଡ଼େମ ଗ୍ରାମ ମିଶନାରୀ ସ୍କୁଲରେ ପଢୁଥିଲେ। ବ୍ରିଟିଶ ଶାସନ ସମୟରେ ଏକାଧିକ ଶିକ୍ଷକ ଏହି ଗଁାରୁ ରହିିଛନ୍ତି l ହନ୍ତାଳ ସୁନ୍ଦରାୟା, ମାଦିରି ଇରିମିଆ, ବିଟି ରାତ୍ନାୟା, କୋରା ଇସାହକ, କାମେଶ୍ୱର ଏଡ଼ଲା ଓ ନାଗୁଲା ଆନ୍ଦ୍ରୟା ସମସ୍ତେ ଶିକ୍ଷକ ହୋଇଛନ୍ତି। ବର୍ତ୍ତମାନ ମାଲକାନଗିରି ଜିଲାରେ ପ୍ରଥମ ଆଶ୍ରମ ସ୍କୁଲ ଅନନ୍ତପାଲ୍ଲୀ ଗ୍ରାମରେ ରହିଛି। ୫୦ ବର୍ଷ ପୂର୍ବେ ଉକ୍ତ ଗ୍ରାମକୁ ଜୟପୁରରୁ ଏକ ସରକାରୀ ବସ୍‌ ଯିବାଆସିବା କରୁଥିବା ବେଳେ ବର୍ତ୍ତମାନ ଯାତାୟାତ ନିମନ୍ତେ ରାସ୍ତାଘାଟ ଠିକ୍‌ ଅଛି, ବସ୍‌ ସେବା କିନ୍ତୁ ଏହି ଗ୍ରାମକୁ ବନ୍ଦ ହୋଇଯାଇଛି l ସେହି ସମୟରେ ଲୋକେ ଯାତାୟାତ କରିବା ପାଇଁ ରାସ୍ତାଘାଟର ସୁବିଧା ନ ଥିଲା ଗୋରାସାହେବ ଓ ମୁସ୍ତାଦାରଙ୍କୁ ଲୋକେ ‘କାୱେଡ’ ବା ଭାର କରି ନେବା ଆଣିବା କରୁଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri