ନୀତୀଶ କୁମାରଙ୍କ ପ୍ରଥମ ତାଲିକାରେ ଜଣେ ବି ନାହାନ୍ତି ମୁସଲମାନ ପ୍ରାର୍ଥୀ, ଜାଣନ୍ତୁ କେଉଁମାନେ ଅଛନ୍ତି ସାମିଲ…

ପାଟ୍‌ନା,୧୫ା୧୦: ଶାସକ ଦଳ ଜେଡିୟୁ ବୁଧବାର ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଜେଡିୟୁ ମୋଟ୍‌ ୫୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଦଳର ପ୍ରଥମ ତାଲିକାରେ ଜାତି ସମୀକରଣକୁ ସନ୍ତୁଳିତ କରିବା ପାଇଁ ସମସ୍ତ ପ୍ରୟାସ କରିଛନ୍ତି।

ନୀତୀଶ କୁମାର ଭାଜପା ସହିତ ମେଣ୍ଟ କରି ବିହାରରେ କ୍ଷମତାରେ ଅଛନ୍ତି। ଏହି ତାଲିକା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ସେ ଭାଜପାର ହିନ୍ଦୁତ୍ୱ ନୀତିକୁ ଅନୁସରଣ କରୁଛନ୍ତି। ନିର୍ବାଚନର କିଛି ଦିନ ପୂର୍ବରୁ ନୀତୀଶ କୁମାର ଏକ କାର୍ଯ୍ୟକ୍ରମରେ ମୁସଲମାନ ଟୋପି ପିନ୍ଧିବାକୁ ମନା କରିଥିଲେ, ଯାହା ଏବେ ଜେଡିୟୁ ତାଲିକାରେ ମଧ୍ୟ ପ୍ରତିଫଳିତ ହୋଇଛି।

ଜେଡିୟୁ ତାଲିକାରେ ଥିବା ଜାତି ସମୀକରଣ ଅନୁସାରେ, ୧୨ ଜଣ ଦଳିତ ପ୍ରାର୍ଥୀ, ୯ ଜଣ କୁର୍ମି ପ୍ରାର୍ଥୀ, ୬ ଜଣ କୁଶଓ୍ବାହା ପ୍ରାର୍ଥୀ, ୩ ଜଣ ଧନୁକ ପ୍ରାର୍ଥୀ, ୬ ଜଣ ଭୂମିହାର ପ୍ରାର୍ଥୀ, ୫ ଜଣ ରାଜପୁତ ପ୍ରାର୍ଥୀ, ୧ ଜଣ କାୟସ୍ଥ ପ୍ରାର୍ଥୀ, ୧ ଜଣ ବ୍ରାହ୍ମଣ ପ୍ରାର୍ଥୀ, ୫ ଜଣ ବୈଶ୍ୟ ପ୍ରାର୍ଥୀ ଏବଂ ୨ ଜଣ ନିଷାଦ ପ୍ରାର୍ଥୀଙ୍କୁ ଟିକେଟ୍‌ ଦିଆଯାଇଛି।

ଜେଡିୟୁ ଦ୍ୱାରା ପ୍ରକାଶିତ ପ୍ରାର୍ଥୀଙ୍କ ତାଲିକା ସ୍ପଷ୍ଟ ଭାବରେ ମୁଖ୍ୟମନ୍ତ୍ରୀ ସାମାଜିକ ଇଞ୍ଜିନିୟରିଂକୁ ପ୍ରତିଫଳିତ କରେ। ଏହା ସ୍ପଷ୍ଟ ଯେ କିଛି ଆସନ ବ୍ୟତୀତ ନୀତୀଶ କୁମାର ବିହାରରେ ଯାଦବ ସଂଖ୍ୟାଗରିଷ୍ଠ ଜାତିକୁ ଅଣଦେଖା କରିଛନ୍ତି ଏବଂ ଏଡ଼ାଇ ଦେଇଛନ୍ତି। ପୂର୍ବ ନିର୍ବାଚନ ପରି ନୀତୀଶ କୁମାର ପୁଣି ଥରେ କୁର୍ମି, କୁଶଓ୍ବାହା, ଧନୁକ, ରାଜପୁତ, ମଣ୍ଡଳ ଏବଂ ଭୂମିହାର ଜାତି ଉପରେ ଧ୍ୟାନ ଦେଇଛନ୍ତି। ତାଲିକା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଜାତି ସମୀକରଣ କଥା ଆସିଲେ ନୀତୀଶ କୁମାର ତାଙ୍କର ପୁରୁଣା ରଣନୀତି ଫଲୋ କରୁଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ବଲିଉଡରୁ ଆସିଲା ଦୁଃଖଦ ଖବର: ପରଲୋକରେ ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତ ସମ୍ବନ୍ଧୀୟ ସୂଚନା ଅଭିନେତା ଯଶପାଳ ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ…

ଦ୍ୱିଅର୍ଥବୋଧକ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ୍‌ଙ୍କୁ ଗିରଫ ପରେ ଜାମିନ

ଚେନ୍ନାଇ,୫ା୮: ଲୋକପ୍ରିୟ ଅଭିନେତ୍ରୀ ତ୍ରିଶାଙ୍କୁ ଇଙ୍ଗିତ କରି ଓ ତାଙ୍କ ସମ୍ମାନ ଏବଂ ନାରୀତ୍ୱକୁ ଅପମାନିତ କରି ଦ୍ୱିଅର୍ଥବୋଧକ ମନ୍ତବ୍ୟ ଦେବା ଅଭିଯୋଗରେ ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri