Posted inଫୁରସତ

ଏହି ଦେଶରେ ନାହାନ୍ତି ଗୋଟିଏ ହେଲେ ମଶା, ଜାଣନ୍ତୁ କାରଣ

ମଶା ଯୋଗୁ ସମଗ୍ର ବିଶ୍ୱବାସୀ ଅସୁବିଧାରେ ପଡ଼ନ୍ତି। ମଶା ଘଉଡ଼ାଇବା ପାଇଁ ଲୋକେ ନାନା ପଦକ୍ଷେପ ଅପଣାଇଥାନ୍ତି। ମାତ୍ର ଆଜି ଏମିତି ଏକ ଦେଶ ବିଷୟରେ କହିବୁ ଯେଉଁ ଦେଶରେ ଆଦୌ ମଶା ନାହାନ୍ତି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ।

ଏପରି ଦେଶ ହେଉଛି ଉତ୍ତର ଆଣ୍ଟ୍‌ଲାଟିକ୍‌ ମହାସାଗରସ୍ଥିତ ଆଇସ୍‌ଲାଣ୍ଡ। ଏହି ଦେଶରେ ପ୍ରାୟ ୧୩୦୦ ପ୍ରକାର ଜୀବ ରହିଛନ୍ତି। ମାତ୍ର ଗୋଟିଏ ହେଲେ ମଶା ନାହାନ୍ତି। ଏହାର ପଡ଼ୋଶୀ ଦେଶ ଗ୍ରୀନ୍‌ଲାଣ୍ଡ୍‌, ସ୍କଟ୍‌ଲାଣ୍ଡ, ଡେନ୍‌ମାର୍କରେ ବହୁ ମାତ୍ରାରେ ମଶା ଦେଖା ଦେଉଥିବା ବେଳେ ଆଇସ୍‌ଲାଣ୍ଡରେ ଗୋଟିଏ ହେଲେ ମଶା ନାହାନ୍ତି। ଯାହାକି ଗବେଷକଙ୍କ ପାଇଁ ଆନନ୍ଦର ବିଷୟ।

ମଶା ଜନ୍ମ ପାଇଁ ଅପରିଷ୍କାର ସ୍ଥାନ ଏବଂ ଜଳାଶୟ ଉତ୍କୃଷ୍ଟ ସ୍ଥାନ। ମାତ୍ର ଆଇସ୍‌ଲାଣ୍ଡରେ କୌଣସି ସ୍ଥିର ଜଳ ନାହିଁ। ତେଣୁ ମଶା ହେବାର ସମ୍ଭାବନା ନାହିଁ। ଆଉ ଗୋଟିଏ କାରଣ ହେଲା ଏଠାରେ ତାପମାତ୍ରା ବହୁତ କମ୍‌। ଯାହାକି ୩୮ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ପହଞ୍ଚିଥାଏ। ଏଠାରେ ପାଣି ଖୁବ୍‌ଶୀଘ୍ର ବରଫ ପାଲଟିଯାଏ। ଯେଉଁ କାରଣରୁ ମଶାଙ୍କ ପ୍ରଜନନ ଅସମ୍ଭବ। ଆଉ କିଛି ବୈଜ୍ଞାନିକ କହିଛନ୍ତି, ଏଠାକାର ପାଣି, ପବନ ଏବଂ ମାଟି ମଶାଙ୍କ ପାଇଁ ଉପଯୁକ୍ତ ନୁହେଁ। ତେଣୁ ମଶା ହୁଅନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ତିନି ରଥରେ ଦର୍ଶନ ଦଲେ ଶ୍ରୀଜୀଉ

କର୍ଲାମୁଣ୍ଡା,୧୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବସ୍ତିଠାରେ ଭକ୍ତଙ୍କ ସମାଗମରେ ମହାପ୍ରଭୁ…

ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ…

‘ତେଲରେ ଲାଗିବ ନିଆଁ’ ! ଆମେରିକାର ବିନାଶକାରୀ ବୋମାମାଡ଼ ମଧ୍ୟରେ, ଇରାନ କରୁଛି ମାଷ୍ଟର ପ୍ଲାନ…

ତେହରାନ,୧୬।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା, ସକାଳ ସାଢେ ୯ଟାରେ ପୁଣି ଟଣା ହେବ ରଥ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ, ଘଣ୍ଟା ଏବଂ ହରିବୋଲ ହୁଳହୁଳିରେ ଭକ୍ତ ଶ୍ରଦ୍ଧାର ସହିତ ଟାଣିଥିଲେ ୩ ରଥ। ସନ୍ଧ୍ୟା ପ୍ରାୟ…

ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର…

ଘର ଉପରକୁ ବୋମାମାଡ଼ କରି ହତ୍ୟା ଉଦ୍ୟମ ଘଟଣା: ବିସ୍ଫୋରକ ସାମଗ୍ରୀ ବିକ୍ରେତା ଗିରଫ, ଗଲେ ଜେଲ୍

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ. ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି…

ଆମେରିକାକୁ ପୁଣି କଡ଼ା ଚେତାବନୀ ଦେଲା ଇରାନ

ତେହରାନ,୧୬।୭: ଇରାନର ଆହଭାଜ ସହରସ୍ଥିତ ଏକ କର୍କଟ ହସ୍ପିଟାଲକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଆମେରିକାର ବିମାନ ଆକ୍ରମଣ ଯୋଗୁ କର୍ତ୍ତୃପକ୍ଷଙ୍କୁ କେମୋଥେରାପି ନେଉଥିବା ପିଲାମାନଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri