କାମ ନାହିଁ କି, ଅଧିକାରୀ ନାହାନ୍ତି

ବାହାନଗା,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ଥାପନ କରାଯାଇଛି ‘ମୋ ସରକାର କକ୍ଷ’। ଏହି କକ୍ଷ ବ୍ଲକ କାର୍ଯ୍ୟାଳୟ ପରିସରରେ ୨ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ସ୍ଥାପନ କରାଯାଇଥିଲେ ମଧ୍ୟ ସେ କକ୍ଷରେ କୌଣସି କାର୍ଯ୍ୟ ନାହଁ କି କେହି ଅଧିକାରୀ ସେଥିପାଇଁ ନିଯୁକ୍ତି ହୋଇନାହାନ୍ତି।
ରାଜ୍ୟ ସରକାର ୫-ଟି ଅଧୀନରେ ବିଭିନ୍ନ ବିଭାଗକୁ ସାମିଲ କରି ସେଗୁଡିକୁ ରୂପାନ୍ତରଣ କରି ଚଳଚଞ୍ଚଳ କରୁଛନ୍ତି। ତେବେ ଲୋକଙ୍କୁ ସୁବିଧା ଓ ସହଯୋଗ କରିବା ନିମନ୍ତେ ‘ମୋ ସରକାର କକ୍ଷ’ ଅଫିସ୍‌ଗୁଡିକରେ ସ୍ଥାପନ କରାଯାଇ ଲୋକଙ୍କ ବିଶ୍ୱାସ ସରକାରଙ୍କ ପ୍ରତି ବଢାଇବା ସହିତ ସରକାରୀ କାର୍ଯ୍ୟରେ ଯେପରି ସାଧାରଣ ଲୋକଟିଏ ଅସୁବିଧାର ସମ୍ମୁଖୀନ ନ ହେବ ସେଥିପ୍ରତି ରାଜ୍ୟ ସରକାର ‘ମୋ ସରକାର କକ୍ଷ’ ବ୍ଲକ କାର୍ଯ୍ୟାଳୟରେ ଖୋଲି ଜଣେ ନୋଡାଲ ଅଫିସରମାନଙ୍କୁ ସେଠାରେ ନିଯୁକ୍ତି କରିଥାନ୍ତି। ମାତ୍ର ବାହାନଗା ବିଡିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ୨ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲାଣି ‘ମୋ ସରକାର କକ୍ଷ’ ଖୋଲାଯାଇଛି ା ହେଲେ ସେ କକ୍ଷରେ ବସିବା ପାଇଁ କେହି ନୋଡାଲ ଅଫିସର ନିଯୁକ୍ତ ହୋଇନାହାନ୍ତି। ସାଧାରଣ ଲୋକ ବ୍ଲକ ଯାଇ ସୁବିଧାରେ ନିଜର ଅଭିଯୋଗ କରିବା ବିଭିନ୍ନ ବିଭାଗ ବାବଦରେ ବୁଝାବୁଝି କରିବା ସହ ସାଧାରଣ ଲୋକଙ୍କୁ ମୋ ସରକାର କାର୍ଯ୍ୟ ବାବଦରେ ସଚେତନ କରିବାରେ ବାହାନଗା ବ୍ଲକ ବିଫଳ ହୋଇଛି ା କେବଳ ମୋ ସରକାର କକ୍ଷ ଖୋଲା ହୋଇଥିଲେ ମଧ୍ୟ ତାହା ସାଧାରଣରେ କୌଣସି କାର୍ଯ୍ୟରେ ଆସୁନାହିଁ। କେବଳ ତାହା ଭିତରେ ଏକ ଟେବୁଲ ଚେୟାର ପଡିବା ସହିତ କିଛି ଭଙ୍ଗା ଚେୟାର ପଡିଛି। ଏ ବିଷୟରେ ବିଡିଓ ଗୌରାଙ୍ଗ ଘୋଷ କୁହନ୍ତି, ବ୍ଲକରେ ଆବଶ୍ୟକ କର୍ମଚାରୀ ନ ଥିବା ବେଳେ ଆମେ କାହାକୁ ଏହି କକ୍ଷରେ ବସାଇବୁ ବୋଲି ପ୍ରଶ୍ନ କରିଥିଲେ। ଏଠି ଜଣେ ନୋଡାଲ ଅଫିସର ଭାବେ ଡବ୍ଲ୍ୟୁଇଓ (ବ୍ଲକ ଜନମଙ୍ଗଳ ସମ୍ପ୍ରସାରଣ ଅଧିକାରୀ) ନିଯୁକ୍ତି ହୋଇଥାନ୍ତି। ବ୍ଲକରେ କେହି ଡବ୍ଲ୍ୟୁଇଓ ନ ଥିବା ଫଳରେ ମୋ ସରକାର କକ୍ଷରେ ବସୁନାହାନ୍ତି। ତୁରନ୍ତ ସରକାରଙ୍କ ମୋ ସରକାର କକ୍ଷ ମାଧ୍ୟମରେ ସରକାରଙ୍କ ଯୋଜନା ଓ ବିଭିନ୍ନ ଅଫିସରେ ଲୋକଙ୍କୁ ସୁବିଧାରେ କାର୍ଯ୍ୟ କରାଇ ସରକାରଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ବଢ଼ାଇବାକୁ ହେଲେ ତୁରନ୍ତ ବ୍ଲକ ପରିସରରେ ଥିବା ‘ମୋ ସରକାର କକ୍ଷ’କୁ ତ୍ୱରାନ୍ବିତ କରାଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?