ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଧାନ ଜମି ଶୁଖିଲା: ସେଣାରେ ପାଣି ମଡ଼ାଇଲେ ଚାଷୀ

ମହାକାଳପଡ଼ା, ୩ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଧାନ କ୍ଷେତରେ ପାଣି ନାହିଁ। ଫଳରେ ଥୋଡ ଧାନ ବା ଫୁଲ ବାହାରିବା ସମୟରେ ଗଛ ମୂଳରେ ପାଣି ନ ଥିବାରୁ ଭଲ ଅମଳ ହେବନାହିଁ ବୋଲି ଚାଷୀ କହିଛନ୍ତି। ଫଳରେ ଶୁଖିଲା ଧାନ କ୍ଷେତକୁ ବହୁ ସ୍ଥାନରେ ଚାଷୀମାନେ ପାଣି ପମ୍ପ, ସେଣାରେ ନିକଟ ଖାଲ ଓ ଗହୀର ପାଟରେ ଗଚ୍ଛିତ ଥିବା ପାଣି ଜମିକୁ ମଡାଉଥିବା ଦେଖିବାକୁ ମିଳିଛି। ଉପରମୁଣ୍ଡରୁ କେନାଲ ଜଳ ଆସିବା ବିଳମ୍ବ ହେଉଛି। ଏଥିଯୋଗୁ ବ୍ଲକର ମୁଖ୍ୟ ଜମ୍ବୁ-ମାର୍ଶାଘାଇ କେନାଲରେ ପାଣି ଅଭାବ ରହିବା ଓ କଟକି ଦଳ ଭର୍ତ୍ତି ହେବା ଯୋଗୁ ଜଳସେଚନ ବାଧାପ୍ରାପ୍ତ ହେଉଛି ବୋଲି ଚାଷୀମାନେ କହିଛନ୍ତି।

ବ୍ଲକର ୨୮ ହଜାର ହେକ୍ଟରରୁ ଅଧିକ ଚାଷ ଜମି ରହିଛି। ସେଥିମଧ୍ୟରୁ ୭,୫୦୦ ହେକ୍ଟର ଜମିରେ ଜଳ ସେଚନ ସୁବିଧା ରହିଥିଲେ ମଧ୍ୟ କେନାଲ ଜଳ ଆସିବା ପରେ ଜମିର ଶେଷ ପର୍ଯ୍ୟନ୍ତ ପହଞ୍ଚତ୍ ପାରୁନି ବୋଲି ଚାଷୀମାନେ କହିଛନ୍ତି। ବ୍ଲକର ଅନେକ ଅଞ୍ଚଳରେ ଅଣ ଜଳସେଚିତ ଜମିରେ କେନାଲ ଜଳ ପ୍ରବେଶ ସୁବିଧା ନାହିଁ। ଫଳରେ ଚାଷୀମାନେ ବାଧ୍ୟ ହୋଇ ଜମିରେ ବିଭିନ୍ନ ଉପାୟ ଅବଲମ୍ବନ କରି ପାଣି ମଡାଉଛନ୍ତି। ବ୍ଲକର ତେରଗଁା, ରୋମିତ, ଟିକର ପଙ୍ଗା, ଖୁରୁଶିଆ, ପାଟଳୀପଙ୍କ, ତିଖିରି, ଯଦୁପୁର, ରାଜଗଡ, ଅଳାଇଲୋ, ବିଜୟନଗର, ବଡିଢ଼ି, କେବୀଦାଣ୍ଡୁଆ, ସୁନିତି, ଗୋଗୁଆ, ନାଞ୍ଜୁରା, ଜମ୍ବୁ, ଦେଉଳପଡ଼ା, ମଙ୍ଗଳପୁର, ବରକନ୍ଧା, ପେଟଚ୍ଛେଲା ଆଦି ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳରେ କେନାଲ ଜଳ ସେଚନ ସୁବିଧା ନାହିଁ। ଫଳରେ ଚଳିତବର୍ଷ ଖରିଫ୍‌ ଧାନ ଫସଲ ଉତ୍ପାଦନ ପ୍ରଭାବିତ ହେବ ବୋଲି ହରି ଗୋଚ୍ଛାୟତ, ଦୀନବନ୍ଧୁ ରାଉତ, ହରି ଦାସଙ୍କ ସମେତ ବହୁ ଚାଷୀ ଅଭିଯୋଗ କରିଛନ୍ତି। ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ କହିବା କଥା ବହୁ ଚାଷୀ ଅଧିକ ଖର୍ଚ୍ଚାନ୍ତ ହୋଇ ହଳ, ମଜୁରୀ, ସାର, ଔଷଧ ପକାଇ ବହୁ ଅର୍ଥ ବ୍ୟୟ କରି ହାଇବ୍ରିଡ ଧାନ ଫସଲ କରିଛନ୍ତି। ଜମିରେ ଧାନ ବାହାରିବା ବେଳକୁ ପାଣି ନ ଥିବାରୁ ଫସଲ ଅମଳ କମିବ ବୋଲି ସେ କହିଛନ୍ତି। ଉପର ମୁଣ୍ଡରୁ କେନାଲ ଜଳ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri