ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଧାନ ଜମି ଶୁଖିଲା: ସେଣାରେ ପାଣି ମଡ଼ାଇଲେ ଚାଷୀ

ମହାକାଳପଡ଼ା, ୩ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଧାନ କ୍ଷେତରେ ପାଣି ନାହିଁ। ଫଳରେ ଥୋଡ ଧାନ ବା ଫୁଲ ବାହାରିବା ସମୟରେ ଗଛ ମୂଳରେ ପାଣି ନ ଥିବାରୁ ଭଲ ଅମଳ ହେବନାହିଁ ବୋଲି ଚାଷୀ କହିଛନ୍ତି। ଫଳରେ ଶୁଖିଲା ଧାନ କ୍ଷେତକୁ ବହୁ ସ୍ଥାନରେ ଚାଷୀମାନେ ପାଣି ପମ୍ପ, ସେଣାରେ ନିକଟ ଖାଲ ଓ ଗହୀର ପାଟରେ ଗଚ୍ଛିତ ଥିବା ପାଣି ଜମିକୁ ମଡାଉଥିବା ଦେଖିବାକୁ ମିଳିଛି। ଉପରମୁଣ୍ଡରୁ କେନାଲ ଜଳ ଆସିବା ବିଳମ୍ବ ହେଉଛି। ଏଥିଯୋଗୁ ବ୍ଲକର ମୁଖ୍ୟ ଜମ୍ବୁ-ମାର୍ଶାଘାଇ କେନାଲରେ ପାଣି ଅଭାବ ରହିବା ଓ କଟକି ଦଳ ଭର୍ତ୍ତି ହେବା ଯୋଗୁ ଜଳସେଚନ ବାଧାପ୍ରାପ୍ତ ହେଉଛି ବୋଲି ଚାଷୀମାନେ କହିଛନ୍ତି।

ବ୍ଲକର ୨୮ ହଜାର ହେକ୍ଟରରୁ ଅଧିକ ଚାଷ ଜମି ରହିଛି। ସେଥିମଧ୍ୟରୁ ୭,୫୦୦ ହେକ୍ଟର ଜମିରେ ଜଳ ସେଚନ ସୁବିଧା ରହିଥିଲେ ମଧ୍ୟ କେନାଲ ଜଳ ଆସିବା ପରେ ଜମିର ଶେଷ ପର୍ଯ୍ୟନ୍ତ ପହଞ୍ଚତ୍ ପାରୁନି ବୋଲି ଚାଷୀମାନେ କହିଛନ୍ତି। ବ୍ଲକର ଅନେକ ଅଞ୍ଚଳରେ ଅଣ ଜଳସେଚିତ ଜମିରେ କେନାଲ ଜଳ ପ୍ରବେଶ ସୁବିଧା ନାହିଁ। ଫଳରେ ଚାଷୀମାନେ ବାଧ୍ୟ ହୋଇ ଜମିରେ ବିଭିନ୍ନ ଉପାୟ ଅବଲମ୍ବନ କରି ପାଣି ମଡାଉଛନ୍ତି। ବ୍ଲକର ତେରଗଁା, ରୋମିତ, ଟିକର ପଙ୍ଗା, ଖୁରୁଶିଆ, ପାଟଳୀପଙ୍କ, ତିଖିରି, ଯଦୁପୁର, ରାଜଗଡ, ଅଳାଇଲୋ, ବିଜୟନଗର, ବଡିଢ଼ି, କେବୀଦାଣ୍ଡୁଆ, ସୁନିତି, ଗୋଗୁଆ, ନାଞ୍ଜୁରା, ଜମ୍ବୁ, ଦେଉଳପଡ଼ା, ମଙ୍ଗଳପୁର, ବରକନ୍ଧା, ପେଟଚ୍ଛେଲା ଆଦି ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳରେ କେନାଲ ଜଳ ସେଚନ ସୁବିଧା ନାହିଁ। ଫଳରେ ଚଳିତବର୍ଷ ଖରିଫ୍‌ ଧାନ ଫସଲ ଉତ୍ପାଦନ ପ୍ରଭାବିତ ହେବ ବୋଲି ହରି ଗୋଚ୍ଛାୟତ, ଦୀନବନ୍ଧୁ ରାଉତ, ହରି ଦାସଙ୍କ ସମେତ ବହୁ ଚାଷୀ ଅଭିଯୋଗ କରିଛନ୍ତି। ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ କହିବା କଥା ବହୁ ଚାଷୀ ଅଧିକ ଖର୍ଚ୍ଚାନ୍ତ ହୋଇ ହଳ, ମଜୁରୀ, ସାର, ଔଷଧ ପକାଇ ବହୁ ଅର୍ଥ ବ୍ୟୟ କରି ହାଇବ୍ରିଡ ଧାନ ଫସଲ କରିଛନ୍ତି। ଜମିରେ ଧାନ ବାହାରିବା ବେଳକୁ ପାଣି ନ ଥିବାରୁ ଫସଲ ଅମଳ କମିବ ବୋଲି ସେ କହିଛନ୍ତି। ଉପର ମୁଣ୍ଡରୁ କେନାଲ ଜଳ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri