ଚିଚର୍ଲା ଉଦ୍ୟାନ ବିଭାଗରେ ନାହିଁ ପାଣି ସୁବିଧା: ଶ୍ରୀହୀନ ପଡ଼ିଛି ନର୍ସରି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁ ନିକଟରେ ଥିବା ଜାତୀୟ ରାଜପଥ ୨୬ ନିକଟରେ ଥିବା ଉଦ୍ୟାନ ବିଭାଗର ନର୍ସରି ଏବେ ଶ୍ରୀହୀନ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।
ଦୀର୍ଘ ବର୍ଷ ହେଲା ଏହି ନର୍ସରିରେ ପାଣିର ସୁବିଧା ନ ଥିବାରୁ ବିଭିନ୍ନ ଚାରା ଉପ୍ତାଦନ କ୍ଷେତ୍ରରେ ଅସୁବିଧା ହେଉଛି। ସମଗ୍ର କେସିଙ୍ଗା ବ୍ଲକର ୨୬ତି ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଚିଚର୍ଲା ନିକଟରେ ୨୦।୯।୧୯୯୫ ମସିହାରେ ଏକ ଅଫିସ କୋଠା ନିର୍ମାଣ କରାଯାଇଥିଲା।

ଏହାକୁ ତତ୍କାଳୀନ ଜିଲାପାଳ ଜି. ସୁବର୍ଣା ରାଣୀ ଉଦଘାଟନ କରିଥିଲେ। ପରେ ଏହି ନର୍ସରୀ ମଧ୍ୟରେ ବିଭିନ୍ନ ପ୍ରକାରର ଫୁଲ, ଫଳ, ଚାରାରୋପଣ କରାଯାଉଥିଲା। ଏଠାରୁ ପଞ୍ଚାୟତ ଅଞ୍ଚଳ ତଥା ବ୍ଲକ ଓ ବ୍ଲକ ବାହାରକୁ ମଧ୍ୟ ଚାରାଗୁଡ଼ିକ ଚାଷୀମାନଙ୍କୁ ରିହାତି ଦରରେ ଯୋଗାଇ ଦିଆଯାଉଥିଲା।

ସେ ସମୟରେ କିଛି ବର୍ଷ ଗଲାପରେ ନର୍ସରୀଟି ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି ହୋଇଥିଲା l ଏଣୁ
ଅଞ୍ଚଳ ତଥା ଆଖପାଖ ଅଞ୍ଚଳରୁ ପ୍ରତ୍ୟେକ ଦିନ ଲୋକମାନେ ଫୁଲ ଫଳ ଗଛ କିଣି ଆସିବା ଏବଂ ପରିଭ୍ରମଣ ପାଇଁ ସକାଳ ସମୟ ଓ ସନ୍ଧ୍ୟାରେ ଆସୁଥିଲେ l ଏହି ନର୍ସରିଟି ଏଥିପାଇଁ ବ୍ଲକ ତଥା ଜିଲ୍ଲା ମଧ୍ୟରେ ବେଶ ନନ୍ଦନବନ ନାମରେ ପରିଚିତ ହୋଇଥିଲା l କିନ୍ତୁ ଏହି ନନ୍ଦନବନ ଆଜି ଶ୍ରୀହୀନ ଅବସ୍ଥାରେ ପଡ଼ିରହିଛି l ହେଲେ କାଳକ୍ରମେ କଣ ହେଲା କେଜାଣି ଧୀରେ ଧୀରେ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଯାଇଛି। ଏଠାରେ ନିୟୋଜିତ କର୍ମଚାରୀଙ୍କ ଦେଖା ଦେଖା ଦର୍ଶନ ମଧ୍ୟ ମିଲୁ ନାହିଁ।

ଅପରପକ୍ଷେ ଗତ କିଛି ବର୍ଷ ତଳେ ଏଠାରେ ଏକ ଆଉ ଗୋଟିଏ ଅଫିସ ଗୃହ ନିର୍ମାଣ ହେଲା। ଏଥିରେ ଆନୁସାଙ୍ଗିକ ବ୍ୟବସ୍ଥା ରହିଛି। ସମ୍ପୃକ୍ତ ବିଭାଗ ପକ୍ଷରୁ ଜଣେ କର୍ମଚାରୀଙ୍କୁ ମଧ୍ୟ ଦିଆଯାଇଛି। କିନ୍ତୁ ଅନେକ ସମୟ ଏହି ଅଫିସରେ ତାଳା ଝୁଲୁଥିବା ଚାଷୀମାନେ ଅଭିଯୋଗ କରନ୍ତି l ଉକ୍ତ ନର୍ସରୀ ଉଭୟ ପାର୍ଶ୍ୱରେ ବାଡ଼ା ନିର୍ମାଣ କରାଯାଇଛି। ନିମ୍ନମାନର କାମ କରିଥିବା ମଧ୍ୟ ଅଭିଯୋଗ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ନର୍ସରିର ଆନୁଷଙ୍ଗିକ ସାମଗ୍ରୀ ଭାଙ୍ଗି ନଷ୍ଟ ହେଲାଣି। ୩୫ କିମି ଦୂର ଭବାନୀପାଟଣାରେ ରହୁଥିବା କର୍ମଚାରୀଙ୍କ କାଁଭା ଦରକାର ପଡିଲେ ମନ ମୁତାବକ ଅଫିସ ଖୋଲା ଯାଉଥିବା ଦେଖିବାକୁ ମିଳେ l ଚାଷୀମାନେ କୌଣସି କାମ ପାଇଁ ଆସି ନିରାଶରେ ଫେରିଯାଆନ୍ତି l ଏଣୁ ଆଗାମୀ ଦିନରେ ଏହି ନର୍ସରିକୁ ପୁଣିଥରେ ପୁନଃ ଉଦ୍ଧାର କରାଗଲେ ବ୍ଲକ ଅଂଚଳର ଚାଷୀମାନେ ଉପକୃତ ହୋଇପାରନ୍ତେ l
ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହୋଇଛି । ଏ ସଂକ୍ରାନ୍ତରେ ଦାୟିତ୍ୱରେ ଅତିରିକ୍ତ ହର୍ଟିକଲଚର ଅଫିସର ପ୍ରଜ୍ଞାଶ୍ରୀ ପ୍ରିୟଦର୍ଶୀନି ସାହୁଙ୍କୁ ପଚାରିବାରୁ ରାଜ୍ୟ ଉଦ୍ୟାନ ବିଭାଗକୁ ମରାମତି ପାଇଁ ଚିଠି ପଠାଯାଇଛି। ଟଙ୍କା ଆସିଲେ ଏହି ସବୁ କରାଯିବ ବୋଲି ପ୍ରକାଶ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?