ସୁରକ୍ଷା ନାହିଁ, ଯାଉଛି ଜୀବନ

ଯାଜପୁର/ଧର୍ମଶାଳା,୧୮ା୩(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା): ପଥର ଖାଦାନ ଓ କ୍ରଶର ୟୁନିଟ୍‌ଗୁଡ଼ିକରେ ଆବଶ୍ୟକ ସୁରକ୍ଷା ଉପକରଣ ଅଭାବ, ଚିକିତ୍ସା ସୁବିଧା ନ ମିଳିବାରୁ ଅକାଳରେ ଶ୍ରମିକମାନେ ମୃତ୍ୟୁବରଣ କରୁଛନ୍ତି। ସରକାରୀ ଅନୁପାଳନ ବିନା ଗଢ଼ି ଉଠିଥିବା ପଥର କ୍ରଶର ୟୁନିଟ୍‌ରେ ଏଭଳି ଅବ୍ୟବସ୍ଥା ବିଭିନ୍ନ ସମୟରେ ଲାଗି ରହୁଥିଲେ ସୁଦ୍ଧା କୋହଳ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଦୁର୍ଘଟଣାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି। ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ରାହାଡପୁରସ୍ଥିତ ପଥର କ୍ରଶରରେ ରବିବାର ଜଣେ ଶ୍ରମିକ ଚକା ବେଲ୍‌ଟ ଖୋଲିବାବେଳେ ଚାପି ହୋଇ ମୃତ୍ୟୁବରଣ କରିବା ପରେ ଶ୍ରମିକଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଥିବା କଳାପଥର ଖାଦାନ ଏବଂ କ୍ରଶରଗୁଡିକରେ ନିୟମିତ ବ୍ୟବଧାନରେ ଅଘଟଣ ଘଟି କାର୍ଯ୍ୟରତ ଶ୍ରମିକମାନଙ୍କ ଜୀବନ ଯାଉଛି। ଗରିବ ଲୋକଙ୍କ ଜୀବନକୁ ବାଜି ଲଗାଇ କେତେଜଣ ଖାଦାନ ଓ କ୍ରଶର ମାଲିକ ଆଇନକୁ ଫାଙ୍କି କେବଳ ଲାଭ ଉପାର୍ଜନ କରିବାରେ ଲାଗିଛନ୍ତି। ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ରାହାଡ଼ପୁର କଳାପଥର ଖାଦାନ ନିକଟସ୍ଥ ଶିବ ଶକ୍ତି ଷ୍ଟୋନ କ୍ରଶରରେ କାମ କରୁଥିବା ସମୟରେ ଚକା ବେଲ୍‌ଟ ଛିଡ଼ିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ଶ୍ରମିକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ବାଙ୍କୁଡା ଜିଲା ବରିକୁଳ ଅଞ୍ଚଳର ଶ୍ୟାମସୁନ୍ଦର ହାଁସଦା(୩୦) ଓ ଗୁରୁତର ଶ୍ରମିକ ହେଲେ ସେହି ଅଞ୍ଚଳର ଅନିଲ ସୋରେନ(୩୦)। ଗୁରୁତର ଅନିଲଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିରେ ଅନ୍ୟ କେତେଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିବା ଚର୍ଚ୍ଚା ହେଉଛି। ଏହି ଘଟଣାକୁ କ୍ରଶର ମାଲିକ ଚପାଇ ଦେବାକୁ ଉଦ୍ୟମ କରୁଥିବାବେଳେ ରାହାଡପୁର ଗ୍ରାମବାସୀ ରମ୍ପେଇ ଛକଠାରେ ଆନ୍ଦୋଳନ କରିଥିଲେ। ପରେ ଜେନାପୁର ଥାନା ପୋଲିସ ଓ ପ୍ରଶାସନ ଘଟଣାସ୍ଥଳକୁ ପହଞ୍ଚି ଉପଯୁକ୍ତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜେନାପୁର ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ କହିଛନ୍ତି, ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ଏ ନେଇ ଖବର ଦିଆଯାଇଛି। ପଶ୍ଚିମବଙ୍ଗରୁ ଆସି ଏଠାରେ ପହଞ୍ଚତ୍ବା ପରେ ସେମାନଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯିବ। ଅନ୍ୟପକ୍ଷେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସେ କହିଛନ୍ତି।
ସୂଚନା ଅନୁଯାୟୀ, ଧର୍ମଶାଳା ତହସିଲ ଅଞ୍ଚଳର ସମସ୍ତ ଲିଜ୍‌ପ୍ରାପ୍ତ, ବେଆଇନ କଳାପଥର ଖାଦାନ ଏବଂ କ୍ରଶରଗୁଡିକରେ ସଦାସର୍ବଦା ବିନା ସୁରକ୍ଷାରେ ଶ୍ରମିକମାନଙ୍କୁ ନିୟୋଜନ କରାଯାଉଛି। ଏହା ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ଜ୍ଞାତସାରରେ ଥାଇ ବି ସେମାନେ ଅଣଦେଖା କରିଆସୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି। ଯେଉଁମାନେ ଏନେଇ ମୁହଁ ଖୋଲୁଛନ୍ତି ସେମାନଙ୍କ ସ୍ବରକୁ କଳେବଳେ କୌଶଳେ ଚାପି ଦିଆଯାଉଛି। ଗତ ୨୧ା୮ା୨୦୨୩ରେ ରାହାଡ଼ପୁର ଖାଦାନର ୮ ନମ୍ବର କ୍ୱାରୀରେ ଏକ ହିଟାଚି ମେଶିନ ଓଲଟି ଏକାଧିକ ଶ୍ରମିକ ଆହତ ହୋଇଥିଲେ।

ଜେନାପୁର ଥାନା ଅଞ୍ଚଳରେ ଗତ ୮ା୭ା୨୦୨୧ରେ ସାମଲ କ୍ରଶରରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଜେନାପୁର ଥାନାରେ ୨୪୬/୨୦୨୧ ରେ ଏକ ମାମଲା ରୁଜୁ କରାଯାଇଥିଲା। କୁସୁନପୁର ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନରେ ଗତ ୨୦୨୦ ସେପ୍ଟେମ୍ବରରେ ସପ୍ତାହକ ମଧ୍ୟରେ ୨ ଜଣ ଶ୍ରମିକଙ୍କ ଅକାଳ ବିୟୋଗ ଘଟିଥିଲା। ପଥର ଖାଦାନ ଓ କମ୍ପ୍ରେସର ମାଲିକ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରି ଗମ୍ଭାରିଆ ଗ୍ରାମର ମୃତ ଶ୍ରମିକ ମଦନ ବାର୍ଲାଙ୍କ ମୃତଦେହକୁ ବିଛାଖଣ୍ଡି ନିକଟ ଏକ କାଜୁ ବଗିଚାରେ ପୋଡି ଦେଇଥିଲେ। ଏଭଳି ଭାବେ ଗତ ୫ ବର୍ଷ ମଧ୍ୟରେ ବେଆଇନ ଖାଦାନଗୁଡିକରେ ୨୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯେଉଁ ଘଟଣା ଲୋକଲୋଚନକୁ ଆସୁଛି ସେ ନେଇ କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ଅନେକ ଘଟଣାକୁ ଚାପି ଦିଆଯାଉଛି। ଏହିକ୍ରମରେ ଶ୍ରମିକଙ୍କ ସାମାଜିକ ସୁରକ୍ଷା ବିପନ୍ନ ହେଉଛି ବୋଲି ଅଭିଯୋଗ ହେଉଛି।
ଇଏସ୍‌ଆଇ ଆକ୍ଟ ୧୯୪୮ ରେ ଲାଗୁ ହେବା ପରେ ଓଡ଼ିଶାରେ ୩୦ା୧ା୧୯୬୦ରୁ କାର୍ଯ୍ୟକାରୀ ହୋଇଆସୁଛି। ବୀମା ବାବଦକୁ ଆଇନର ବ୍ୟବସ୍ଥାନୁଯାୟୀ ଶ୍ରମିକ କର୍ମଚାରୀ ତାଙ୍କ ମଜୁରିର ୦.୭୫ ପ୍ରତିଶତ ଏବଂ ନିଯୁକ୍ତିଦାତା ୩.୨୫ ପ୍ରତିଶତ ଅର୍ଥ ବୀମା ନିଗମ ଜରିଆରେ ସରକାରଙ୍କଠାରେ ପୈଠ କରି ସରକାରୀ ରାଜସ୍ବ ଆୟ ବୃଦ୍ଧିରେ ସହାୟକ ହେବା କଥା। ହେଲେ ଏଭଳି ଏକ କଲ୍ୟାଣକାରୀ ବୀମା ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଯାଜପୁର ଭଳି ଏକ ଶିଳ୍ପ ସମୃଦ୍ଧ ଜିଲାରେ ଅବହେଳା କରାଯିବାରୁ ଉଭୟ ଶ୍ରମିକ ଶ୍ରେଣୀର ସାମାଜିକ ସୁରକ୍ଷାକୁ ଗୋଟିଏ ପଟେ ବିପନ୍ନ କରାଯିବା ସହ ଅନ୍ୟପଟେ ସରକାର ମଧ୍ୟ ବିପୁଳ ରାଜସ୍ବ ହରାଇବାରେ ଲାଗିଛନ୍ତି। ଏହି ବୀମା ଯୋଜନାର କାର୍ଯ୍ୟକାରିତା ପାଇଁ ନିଗମ ପକ୍ଷରୁ ନିଯୁକ୍ତ ଅଧିକାରୀମାନେ ଏହି ବ୍ୟତିକ୍ରମ ପାଇଁ ସମ୍ପୂର୍ଣ୍ଣ ଦାୟୀ ଥିବାବେଳେ ଶିଳ୍ପ କାରଖାନା ଓ ପ୍ରତିଷ୍ଠାନଗୁଡିକୁ ଏଥିରୁ ମୁକ୍ତି ଦେଇ ସମୟ ଗଡାଇ ଚାଲିବା ରହସ୍ୟଜନକ। ଇଏସ୍‌ଆଇ ଯୋଜନାନୁଯାୟୀ ଶକ୍ତି ବ୍ୟବହାରକାରୀ ସଂସ୍ଥା, ବ୍ୟବସାୟିକ ଅନୁଷ୍ଠାନ, ଅନ୍ୟାନ୍ୟ ସଂସ୍ଥା ଯେଉଁଠି ୧୦ ବା ତା’ଠାରୁ ଅଧିକ ସଂଖ୍ୟକ ଶ୍ରମିକ ନିୟୋଜିତ ଥିବେ ଅବା ଶକ୍ତି ବ୍ୟବହାର କରୁ ନ ଥିବା ଶିଳ୍ପ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ସଂସ୍ଥା ଯେଉଁଠି ୨୦ ବା ତଦୂର୍ଦ୍ଧ୍ୱ ଶ୍ରମିକ ନିୟୋଜିତ ଥିବେ ସେମାନେ ଏହି ଆଇନ ଓ ଯୋଜନାର ପରିସରଭୁକ୍ତ ହେବେ । ଏଥିରେ ଶ୍ରମିକ କର୍ମଚାରୀଙ୍କୁ ବୀମାଭୁକ୍ତ କରାଯିବା ଆବଶ୍ୟକ। ହେଲେ ଜିଲାର ପଥର ଖାଦାନ ଓ କ୍ରଶରଗୁଡିକରେ ବିନା ପଞ୍ଜୀକରଣରେ ଶ୍ରମିକ ନିୟୋଜନ କରାଯାଉଥିବାରୁ ମୃତକଙ୍କ ପରିବାରବର୍ଗ ଏହି ଯୋଜନାର ସୁଫଳ ପାଇ ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?