କେନ୍ଦ୍ରୀୟ ବିଦ୍ୟାଳୟକୁ ରାସ୍ତା ନାହିଁ

ଡେରାବିଶ,୩୦ା୧୧(ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା କେନ୍ଦ୍ରୀୟ ବିଦ୍ୟାଳୟକୁ ରାସ୍ତା ନାହିଁ। ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର। ଶିକ୍ଷାର ସମୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ବାରିମୂଳଠାରେ ୨୦୧୦ରେ ପ୍ରତିଷ୍ଠା ହୋଇଛି କେନ୍ଦ୍ରୀୟ ବିଦ୍ୟାଳୟ। ୫ ଏକର ପରିମିତ ଏହି ବିଦ୍ୟାଳୟରେ ବାଲବାଟିକା-୩ଠାରୁ ଦ୍ୱାଦଶ ଶ୍ରେଣୀ ଯାଏ ରହିଥିବା ବେଳେ ବର୍ତ୍ତମାନ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୯୯୬।ବିଦ୍ୟାଳୟ ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଭିତ୍ତିଭୂମି ଥିବା ବେଳେ ରାସ୍ତାଟିଏ ନ ଥିବାରୁ ଛାତ୍ରୀଛାତ୍ରମାନେ ଦୈନିକ ଆସୁଥିବା ଯାନବାହାନରୁ ଓହ୍ଲାଇ ଅଧ କି.ମି. ଚାଲିବାକୁ ପଡ଼ୁଛି।
କେନ୍ଦ୍ରାପଡ଼ା -ଇନ୍ଦପୁର ରାସ୍ତାର ପାର୍ଶ୍ୱରେ ଅବସ୍ଥିତ ଏହି ବିଦ୍ୟାଳୟ ଦେଇ ବାରିମୂଳ ଜେଲ୍‌କୁ ଯାଇଥିବା ଏକ ଅଣଓସାରିଆ ପୁରୁଣା ରାସ୍ତାକୁ ବ୍ୟବହାର କରୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଏହି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନଙ୍କୁ ନେଇ ଆସୁଥିବା ବିଭିନ୍ନ ଯାନବାହାନ ବିଦ୍ୟାଳୟ ନିକଟକୁ ଯାଇ ନ ପାରି କେନ୍ଦ୍ରାପଡ଼ା-ଇନ୍ଦୁପର ରାସ୍ତାର ବାରିମୂଳ ଛକଠାରେ ଉଭୟ ପାର୍ଶ୍ୱରେ ରହିବାକୁ ପଡ଼ୁଛି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ପାଇଁ ଟ୍ରାଫିକ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଅନ୍ୟପକ୍ଷେ ବିଦ୍ୟାଳୟ ଦେଇ ଯାଇଥିବା ବାରିମୂଳ ଜେଲ୍‌ ରାସ୍ତାରେ ଜେଲକୁ ଯାଉଥିବା ବିଭିନ୍ନ ଯାନବାହାନ ପିଲାଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରିଛି। ଏପରି କି ଜେଲ୍‌ ରାସ୍ତାରେ ବଡ଼ବଡ଼ ଚାଖୁଣ୍ଡା ଗଛ ଥିବାରୁ ଛାତ୍ରୀଛାତ୍ରଙ୍କୁ ନେଇ ଆସୁଥିବା ବିଦ୍ୟାଳୟ ବସ୍‌ ଇନ୍ଦୁପୁର ରାସ୍ତାରେ ଅଟକିବାକୁ ପଡ଼ୁଛି ା ଗାଡ଼ିରୁ ଓହ୍ଲାଇ ପିଲାମାନେ ଚାଲିଚାଲି ଆସୁଛନ୍ତି।
କେବଳ ସେତିକି ନୁହେଁ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କ ପାଇଁ ଦିଲ୍ଲୀ ଓ ଭୁବନେଶ୍ୱରରୁ ଆସୁଥିବା ପ୍ରଦର୍ଶନୀ ବସ୍‌ ମଧ୍ୟରେ ବିଜ୍ଞାନ, ଓ ବୈଷୟିକ ଜ୍ଞାନକୌଶଳ ବିଦ୍ୟାଳୟ ପରିସର ମଧ୍ୟକୁ ଯାଇ ନ ପାରି ଇନ୍ଦୁପୁର ରାସ୍ତା ଉପରେ ପ୍ରଦର୍ଶିତ ହେଉଛି। ଏହି ପ୍ରଦର୍ଶନୀ ଦେଖିଇବା ପାଇଁ ବିଦ୍ୟାଳୟର ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ ଇନ୍ଦୁପୁର ରାସ୍ତା ନିକଟକୁ ଆଣିଥାନ୍ତି। ଫଳରେ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଏ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତେବେ ଏହି ବିଦ୍ୟାଳୟକୁ ବାରିମୂଳ ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ରାସ୍ତା ନିର୍ମାଣ କରାଗଲେ ସମସ୍ୟା ସମାଧାନ ହୋଇପାରନ୍ତା ବୋଲି ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ମୁଖାର୍ଜୀ କହିଛନ୍ତି। ମୁଖାର୍ଜୀଙ୍କ ସୂଚନା ଅନୁଯାୟୀ, ଏହି ୫୦୦ ମିଟର ରାସ୍ତା ଆଗରୁ ମଧ୍ୟ ରହିଛି ା ମାତ୍ର ନିର୍ମାଣ ଓ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାଟି ଅନାବନା ଜଙ୍ଗଲରେ ଭର୍ତ୍ତି ହୋଇଯାଇଛି ା କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଶଶିକୌଶଳଙ୍କୁ ପଚାରିବାରୁ ସେ କହିଲେ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ବ୍ୟବସ୍ଥା ପ୍ରତି ଏହି ବିଦ୍ୟାଳୟ ଗୁରୁତ୍ୱ ଦେଇଆସିଛି ା ଶିକ୍ଷା ବ୍ୟବସ୍ଥା କିପରି ସମୃଦ୍ଧ ହେବ ସେନେଇ ସେ ଓ ଅନ୍ୟଶିକ୍ଷକମାନେ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି ା ହେଲେ ରାସ୍ତା ସମସ୍ୟା ଚିନ୍ତାର କାରଣ ହୋଇଛି ା ଏ ବିଷୟରେ ବାରିମୂଳ ସରପଞ୍ଚ କଳ୍ପନା ବେହେରାଙ୍କୁ ପଚାରିବାରୁ ସେ କହିଲେ ଏହି ରାସ୍ତା ନିର୍ମାଣ ପାଇଁ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ ଡେରାବିଶ ବିଡ଼ିଓ ଓ ପିଡ଼ିଙ୍କୁ ପଞ୍ଚାୟତ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଛି ା ଅର୍ଥ ମଞ୍ଜୁର ହେଲେ ଏହି ରାସ୍ତା ନିର୍ମାଣ ହେବ ବୋଲି ସରପଞ୍ଚ ବେହେରା କହିଥିଲେ ା ଏ ବିଷୟରେ ବିଡ଼ିଓ ଦାଶରଥି ଜେନାଙ୍କୁ ଯୋଗାଯୋଗ କରାଯାଇଥିଲା ା ସେ କହିଲେ ଏହି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri