Posted inଗଜପତି

ରାସ୍ତା ନାହିଁ, ଦୋଳାରେ ବୁହା ହେଲେ ରୋଗୀ

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକର ଅନେକ ସ୍ଥାନରେ ଏବେ ମଧ୍ୟ ରାସ୍ତା ଅପହଞ୍ଚ। ଫଳରେ ରୋଗୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ଚ୍ଚବା ପଞ୍ଚାୟତର ଟାକୁରୁମା ଗ୍ରାମକୁ ରାସ୍ତା ନ ଥିବାରୁ ଏଶୋର ମାଝୀ (୪୫) ନାମକ ବ୍ୟକ୍ତି ପଡିଯାଇ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ମୋହନା ମେଡିକାଲକୁ ଆଣିବା ପାଇଁ ଗ୍ରାମବାସୀ ୧ କି.ମି. ଦୋଳାରେ ବୋହି ଆଣିଥିଲେ। କୁଟିଗୁଡା ଗ୍ରାମ ପର୍ଯ୍ୟନ୍ତ ସେଠାରୁ ଏକ ଅଟୋ ଯୋଗେ ମୋହନା ମେଡିକାଲକୁ ଆଣି ପହଞ୍ଚାଇଲେ। ସେହିପରି ଅନେକ ବାର ରାସ୍ତା ନ ଥିବାରୁ ଗର୍ଭବତୀ ମହିଳାଙ୍କୁ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?