ପଲିଥିନ ବ୍ୟବହାରରେ ଅଙ୍କୁଶ ନାହିଁ

ଅମରପାଲି,୩ା୩(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ପଲିଥିନ ନିଷିଦ୍ଧ ପ୍ରହସନ ପାଲଟିଛି। ୨୦୧୯ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ସରକାର ପଲିଥିନ ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇଛନ୍ତି। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ପ୍ରହସନ ପାଲଟିଛି। ବିଭିନ୍ନ ଦୋକାନ, ବଜାରରେ ପଲିଥନ ଖୁଲମଖୁଲା ବିକ୍ରି ଚାଲିଛି।
ରାଜ୍ୟରେ ପଲିଥିନ ବିକ୍ରି ଉପରେ କଟକଣା ଲଗାଇବା ପରେ ବୀରମହାରାଜପୁରରେ ମଧ୍ୟ ଉପଜିଲାପାଳଙ୍କ ନେତୃତ୍ୱରେ ଲୋକଙ୍କୁ ସଚେତନତ କରାଯାଇଥିଲା। ଅଞ୍ଚଳରେ ପଲିଥିନ ବ୍ୟବହାର ନିଷିଦ୍ଧ ସହ ପ୍ଲାଷ୍ଟିକ ଥାଳି, ଚାମଚ, ଗିନା, କପ, ପ୍ଲେଟ, ଗ୍ଲାସ ଆଦି ମଧ୍ୟ ବ୍ୟବହାର ହୋଇପାରିବନାହିଁ ବୋଲି କଟକଣା ଲାଗିଲା। ଯେଉଁ ପଲିନର ସ୍ଥୂଳତା ୫୦ ମାଇକ୍ରନ ତଳକୁ ଥିବ ତାହା ବ୍ୟବହାର ଉପଯୋଗୀ ନୁହେଁ। କେବଳ କ୍ଷୀର କିମ୍ବା ଅନ୍ୟ ଔଷଧୀୟ ସାମଗ୍ରୀ ରଖିବାକୁ ଉପଯୁକ୍ତମାନର ପଲିଥନ ବ୍ୟବହାର କରାଯାଇପାରେ। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଥିଲେ ସୁଦ୍ଧା ବୀରମହାରାଜପୁର ଅଞ୍ଚଳରେ ଏହା ପାଳନ କରାଯାଉନାହିଁ। ମୁଖ୍ୟାଳୟ ସମେତ ଗାଁ ଗହଳିରେ ପଲିଥିନର ବହୁଳ ବ୍ୟବହାର ହେଉଥିଲେ ମଧ୍ୟ ଆଦୌ ଚଢାଉ କରାଯାଉନାହିଁ। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୩୦ରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ଉଲ୍ଲେଖ ଥିଲା ଯେଉଁ ପଲିଥନଗୁୁଡିକ ଠିକ ଭାବେ ନଷ୍ଟ ଅର୍ଥାତ୍‌ ମାଟିରେ ମିଶିପାରୁଛି ସେଗୁଡିକ ବ୍ୟବହାର ଉପଯୋଗୀ । ଅବଶିଷ୍ଟ ବ୍ୟବହାର ଅନୁପଯୋଗୀ ବୋଲି କୁହାଯାଇଛି। ତେଣୁ ସେହି ପ୍ରକାର ପଲିଥିନ ଉତ୍ପାଦନ ମଧ୍ୟ ହୋଇପାରିବ ନାହିଁ। ଏହି ରକମର ପଲିଥିନ ଉପରେ କଟକଣା ଲଗାଯାଇଥିଲା। ମାତ୍ର ସରକାରଙ୍କ ଉକ୍ତ ନିୟମ ମାନୁଛି କିଏ ବୋଲି ପ୍ରଶ୍ନ କରିଛନ୍ତି ସ୍ବେଚ୍ଛାସେବୀ ଦିଲୀପ ପ୍ରଧାନ। ପାନ ଦୋକାନଠାରୁ, ରାଶନ, ଷ୍ଟେଶନାରୀ ଓ ଜଳଖିଆ ଆଦି ପ୍ରାୟ ଦୋକାନରେ ପଲିଥନ ଖୋଲା ଖୋଲି କାରବାର ଚାଲିଛି। ବୀରମହାରାଜପୁର ଅଞ୍ଚଳରେ ପଲିଥନ ଉତ୍ପାଦନ ହେଉନାହିଁ। ତଥାପି ଏତେ ମାତ୍ରାରେ ପଲିଥିନ ବାହାରୁ ଆସୁଥିଲେ ମଧ୍ୟ ପ୍ରଶାସନ ସବୁଜାଣି ଚୁପ ରହିଛି। ପଲିଥିନ ବ୍ୟବହାରରେ ରୋକ ଲଗାଇବାରେ ପ୍ରଶାସନ ବିଫଳ ହେଉଥିବା ପରିବେଶପ୍ରେମୀ ପ୍ରେମାନନ୍ଦ ନାଏକ ପ୍ରକାଶ କରିଛନ୍ତି। ପଲିଥନ ବନ୍ଦ ପାଇଁ ଏନଫୋସର୍ର୍ମେଣ୍ଟ କମିଟି ଗଠନ କରାଯାଇଥିଲା। କିନ୍ତୁ କମିଟି ଆଶାନୁରୂପ ଚଢାଉ କରାଯାଉ ନ ଥିବାରୁ ପଲିଥିନ ପୂର୍ବପରି ବ୍ୟବହୃତ ହେଉଛି। ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?