ସାକ୍ଷରତା ଅନୁସାରେ ନିଯୁକ୍ତି ନାହିଁ

କେନ୍ଦ୍ରାପଡ଼ା, ୧୩ା୨ (ଜଗନ୍ନାଥ ଧଳ):ରାଜ୍ୟର ଅନ୍ୟ ଜିଲା ତୁଳନାରେ କେନ୍ଦ୍ରାପଡ଼ାରେ ସାକ୍ଷରଙ୍କ ସଂଖ୍ୟା କମ୍‌ ନୁହେଁ। ଏଠାରେ ୮୫.୯୩ ପ୍ରତିଶତ ସାକ୍ଷର। ୫୭ହଜାରରୁ ଅଧିକ ସ୍ନାତକ ଓ ତାହାଠାରୁ ଉପର ଡିଗ୍ରୀଧାରୀ ଜିଲା କର୍ମନିୟୋଜନ କେନ୍ଦ୍ରରେ ନାମ ପଞ୍ଜୀକରଣ କରିଛନ୍ତି। ସେହିପରି ଜିଲାର ଉର୍ବର ମୃତ୍ତିକା ଅର୍ଥନୈତିକ ଫସଲ ଉତ୍ପାଦନ ପାଇଁ ସକ୍ଷମ। ଜାତୀୟ ଉଦ୍ୟାନ ଭିତରକନିକା ସମେତ ଶ୍ରୀବଳଦେବଜୀଉଙ୍କ ପାଇଁ ଆଧ୍ୟାତ୍ମିକ କ୍ଷେତ୍ର ହୋଇଥିବାରୁ ପର୍ଯ୍ୟଟନ ଶିଳ୍ପ ନିମନ୍ତେ ଉପଯୋଗୀ। ଏଥିସହ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ବିଭିନ୍ନ ସମୟରେ ଜମି ଅଧିଗ୍ରହଣ ହୋଇଛି। ଏସବୁ ସତ୍ତ୍ୱେ ଜିଲା ଆର୍ଥିକ ବିକାଶ କ୍ଷେତ୍ରରେ କେବିକେଠାରୁ ପଛରେ ଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଦର୍ଶାଉଛି। ବନ୍ୟା, ବାତ୍ୟା, ମରୁଡ଼ି, ତଟକ୍ଷୟ ଆଦି ପ୍ରାକୃତିକ ବିପର୍ଯ୍ୟୟ ଜିଲାରେ ଯୁବବର୍ଗଙ୍କୁ କୃଷି ପ୍ରତି ବିମୁଖ କରାଇଛି। ପର୍ଯ୍ୟଟନ ଓ ଶିଳ୍ପର ବିକାଶ ହୋଇପାରୁ ନ ଥିବାରୁ ଯୁବବର୍ଗ ଦାଦନ ଖଟିବାକୁ ଜିଲା ବାହାରକୁ ଯାଉଛନ୍ତି। ଏପରିକି ମାନବ ଚାଲାଣ ଓ ଶ୍ରମିକ ନିର୍ଯାତନା ଖବର ବାରମ୍ବାର ଆସୁଥିବା ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରତାପ କୁମାର ପାଢ଼ୀ, ମାନବାଧିକାର କର୍ମୀ ସାଗର ଜେନା, ସାମାଜିକ କର୍ମୀ ମନୋଜ କୁମାର ନାୟକ, ବାନାମ୍ବର ସାହୁ, ଡା. ମିଲନ କୁମାର ପ୍ରମୁଖ କହିଛନ୍ତି, ସମସ୍ତ ଭିତ୍ତିଭୂମି ସତ୍ତ୍ୱେ ଜିଲାର ବିକାଶ ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ। ଏହି ଜିଲାର ପ୍ରତିବର୍ଗ କିଲୋମିଟରରେ ୫୪୫ରୁ ଊର୍ଦ୍ଧ୍ୱ ଲୋକ ରହୁଛନ୍ତି। ଏହି ଲୋକସମ୍ବଳକୁ ବିନିଯୋଗ ପାଇଁ ଦକ୍ଷତାଭିତ୍ତିକ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ ନାହିଁ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଯୁବବର୍ଗଙ୍କ ଆଗ୍ରହ ବଢ଼ୁଥିଲେ ମଧ୍ୟ ଏଥିରେ ଜିଲା ଶିଳ୍ପକେନ୍ଦ୍ର ଓ ବ୍ୟାଙ୍କ ସହଯୋଗ ଦେଉନାହାନ୍ତି। କୃଷିକ୍ଷେତ୍ରରେ ଜୀବିକା ନିର୍ବାହ ପାଇଁ ଯୁବବର୍ଗ ଆଗ୍ରହ ପ୍ରକାଶ କରୁନାହାନ୍ତି। ରାଜ୍ୟର ଦ୍ୱିତୀୟ ବୃହତମ ଜଳପଥ ଏହି ଜିଲାରେ ଅଛି। ତେବେ ଏହାର ଜଳ ପରିଚାଳନା ଜିଲାବାସୀଙ୍କ ପାଇଁ ଏକ ସମସ୍ୟା ହୋଇଛି। ୧ଲକ୍ଷ ୫୨ ହଜାର ଏକର ଚାଷୋପଯୋଗୀ ଜମିରେ ଜଳସେଚନ ଓ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରୁନାହିଁ। ନଦୀରେ ଆସୁଥିବା ବନ୍ୟାରେ ପ୍ରତିବର୍ଷ ୫୫ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହେଉଥିବା ବେଳେ ଅଧିକ ହେଲେ ଜିଲାର ଚାଷକୁ ପ୍ରଭାବିତ କରୁଛି। ସାମୁଦ୍ରିକ ତଟକ୍ଷୟ ଏକ ବୃହତ୍‌ ସମସ୍ୟା। ଜିଲାର ୭୪୪ କି.ମି. ତଟବନ୍ଧରୁ ୨୩୪ କି.ମି. ଅସୁରକ୍ଷିତ ହୋଇ ରହିଛି। ସାମୁଦ୍ରିକ ବାତ୍ୟା ଓ ମରୁଡି କୃଷି ଫସଲକୁ ପ୍ରଭାବିତ କରୁଛି। ପର୍ଯ୍ୟଟନ ଶିଳ୍ପର ବିକାଶ ହେଲେ କର୍ମନିଯୁକ୍ତି ସମସ୍ୟାର ସମାଧାନ କିଛିମାତ୍ରାରେ ହୋଇପାରିବ। ଦୀର୍ଘଦିନ ଧରି ଶିଳ୍ପ ପ୍ରତିଷ୍ଠା ପାଇଁ ଜିଲାବାସୀଙ୍କୁ ସ୍ବପ୍ନ ଦେଖାଯାଉଛି। ଏପରିକି ମହାକାଳପଡ଼ା, କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ଡେରାବିଶ ବ୍ଲକ ଅଞ୍ଚଳରେ ଏଥିପାଇଁ ଜମି ଅଧିଗ୍ରହଣ କରାଯାଉଛି। ମାତ୍ର ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ମଧ୍ୟମ ଧରଣର ଶିଳ୍ପଟିଏ ନାହିଁ। ଫଳରେ କର୍ମନିଯୁକ୍ତି ପାଇଁ ଯୁବବର୍ଗ ଜିଲା ବାହାରକୁ ଯାଉଛନ୍ତି। ପଟ୍ଟାମୁଣ୍ଡାଇ ଥାନା ନୀଳକଣ୍ଠପୁର ଗ୍ରାମର ରବୀନ୍ଦ୍ର ସାହୁଙ୍କ ୩୧ ବର୍ଷୀୟ ପୁଅ ସନ୍ତୋଷ ଦୀର୍ଘ ୧୦ ବର୍ଷ ଧରି କର୍ମନିଯୁକ୍ତି ପାଇଁ ବାହାରକୁ ଯାଇ ନିଖୋଜ ଅଛନ୍ତି। କେବଳ ସନ୍ତୋଷ ନୁହନ୍ତି, ବହୁ ସଂଖ୍ୟାରେ ମହିଳା, ନାବାଳିକା, ଯୁବକ ନିଖୋଜ ଥିବା ଥାନା ମାମଲାଗୁଡ଼ିକରୁ ଜଣାପଡୁଛି। ଜିଲାରେ ମାନବ ଚୋରାଚାଲାଣ କରାଯାଉଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି। ସେହିପରି ୪ ବର୍ଷକୁ ହିସାବକୁ ନେଲେ ଜିଲାରେ ପ୍ରାୟ ୫୦୦ରୁ ଅଧିକ ଦାଦନ ଶ୍ରମିକଙ୍କ ନିର୍ଯାତନା ଖବର ଶୁଣିବାକୁ ମିଳିଛି। କର୍ମନିଯୁକ୍ତି ପାଇଁ ପ୍ରଶାସକ ଓ ରାଜନେତାଙ୍କ ମିଳିତ ପ୍ରୟାସ ଆବଶ୍ୟକ। ତେବେ ଏହି ଜିଲାରେ ସେମାନଙ୍କର ସମନ୍ବୟର ଅଭାବ ଅଛି ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଜିଲାରେ କର୍ମନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପ୍ରତିଷ୍ଠା ସହ ଜିଲାର ଉପତ୍ାଦିତ ସାମଗ୍ରୀ ବିକ୍ରି ପାଇଁ ବ୍ୟବସ୍ଥା ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଜାରି ରହିଥିବା ବେଳେ ନିକଟରେ ଶିଳ୍ପ କରିଡର ପାଇଁ ଜମି ଚିହ୍ନଟ ଓ ଶୁଣାଣି ସରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?