ପ୍ରଦୂଷଣର ହେଉନି ସ୍ଥାୟୀ ପ୍ରତିକାର: ୭ଦିନରେ ୯ହୋଟେଲକୁ ନୋଟିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଦୂଷଣ ବଢ଼ି ଚାଲିଛି। ସହର ରାସ୍ତାକଡ଼ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, କେନାଲ ଯେଉଁଆଡ଼େ ଦେଖିଲେ ପଡ଼ି ରହିଛି କୁଢ଼କୁଢ଼ ମଇଳା ଆବର୍ଜନା। ସରକାରୀ, ଘରୋଇ ବସ୍‌ଷ୍ଟାଣ୍ଡ, ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ କାର୍ଯ୍ୟାଳୟ ପରିସରରେ ଅନୁରୂପ ଅବସ୍ଥା ରହିଛି। ସବୁଆଡ଼େ ନାକଫଟା ଗନ୍ଧ ବାହାରୁଛି। ଚିରାଚରିତ ଭାବେ ସଫେଇ ଗାଡ଼ି ସହର ମଇଳା, ଆବର୍ଜନା ସଂଗ୍ରହ କରୁଛି। ସଫେଇ କର୍ମଚାରୀମାନେ ମଧ୍ୟ ସକାଳୁ ରାସ୍ତାଘାଟ ସଫା କରୁଛନ୍ତି। କିନ୍ତୁ ସହର ମଧ୍ୟରେ ଗଢ଼ି ଉଠିଥିବା ବିଭିନ୍ନ ଦୋକାନ, ବଜାରଠାରୁ ଆରମ୍ଭ କରି ହୋଟେଲ, ରେଷ୍ଟୁରାଣ୍ଟ, ଡାକ୍ତରଖାନା ଆଦି ସ୍ଥାନରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ତଥା ମଇଳା, ଆବର୍ଜନାର ଠିକ୍‌ ପରିଚାଳନା କରାଯାଉ ନାହିଁ। ଅନେକ ସ୍ଥାନରେ ତାକୁ ସ୍ତୂପ ଭଳି ଗଦା କରି ଦିଆଯାଉ ଥିବାବେଳେ ଅନେକ ସମୟରେ କେନାଲରେ ମଧ୍ୟ ପକାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ସେହିପର ତରଳ ବର୍ଜ୍ୟବସ୍ତୁର ନିଷ୍କାସନ ବ୍ୟବସ୍ଥା ଠିକ୍‌ ନ ଥିବାରୁ ତାହା ନିକଟ କେନାଲ କିମ୍ବା ପାଖ ଗଳିକନ୍ଦିରେ ରାସ୍ତାରେ ପ୍ରବାହିତ ହେଉଥିବା ଏବଂ ଅଞ୍ଚଳ ପ୍ରଦୂଷିତ ହେଉଥିବା ଅଭିଯୋଗ ହେଉଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ନଜରକୁ ମଧ୍ୟ ଏହା ଆସିଛି। ହୋଟେଲ ଶିଳ୍ପ ଯୋଗୁ ହେଉଥିବା ଏଭଳି ପ୍ରଦୂଷଣ ତଥା ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ଅବମାନନା ନେଇ ଗତ କିଛିଦିନ ତଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହରସ୍ଥିତ ୩ ହୋଟେଲକୁ ସିଲ୍‌ କରିଥିଲା। ଏହାସତ୍ତ୍ୱେ ସହରସ୍ଥିତ ଅନ୍ୟ କେତେକ ହୋଟେଲଙ୍କ ଚେତା ପଶି ନ ଥିଲା। ବାରମ୍ବାର ନୋଟିସ ସତ୍ତ୍ୱେ ତାକୁ ବେଖାତିର କରିଥିବା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଗତ ୭ଦିନ ମଧ୍ୟରେ ବରଗଡ଼ ସହରସ୍ଥିତ ପୁଣି ୯ହୋଟେଲକୁ ନୋଟିସ୍‌ କରିଛି। ନୋଟିସ୍‌ରେ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସମ୍ପୃକ୍ତ ହୋଟେଲ ଗୁଡ଼ିକୁ କଡ଼ା ସତର୍କ କରି ଦେଇଛି। ନୋଟିସ ପାଇବାର ୧୫ଦିନ ମଧ୍ୟରେ ପ୍ରଦୂଷଣ ପରିଚାଳନା ନେଇ ସନ୍ତୋଷଜନକ ସ୍ପଷ୍ଟୀକରଣ ଦାଖଲ କରା ନ ଗଲେ ସମ୍ପୃକ୍ତ ହୋଟେଲ ବିରୋଧରେ ବନ୍ଦ ନୋଟିସ୍‌ ଜାରି କରାଯିବା ସହିତ ଅନ୍ୟ ସୁବିଧା ପ୍ରଦାନ ବନ୍ଦ କରିଦେବାକୁ ବିଭାଗୀୟ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।
ତେବେ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା କରୁଥିବା ହୋଟେଲଗୁଡ଼ିକୁ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଏଭଳି ସତର୍କ କରାଇବା ପ୍ରଥମ ନୁହେଁ। ଗତ ଜୁନ୍‌ ୨୦ତାରିଖ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲାସ୍ତରୀୟ ପର୍ଯ୍ୟାବରଣ ପରିଚାଳନା କମିଟି ବୈଠକରେ ପ୍ରଦୂଷଣ ପ୍ରତିକାରକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ବିନା ଅନୁମତିରେ ବରଗଡ଼ ସହରରେ ଅନେକ ହୋଟେଲ ଚାଲୁଥିବା ଏବଂ ବାରମ୍ବାର ତାଗିଦ୍‌ ସତ୍ତ୍ୱେ କେତେକ ହୋଟେଲ ମାଲିକ ତାକୁ ବେଖାତିର୍‌ କରି ଚାଲିଥିବା ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥାପନ କରିଥିଲେ। ଏପରିକି କେତେକ ହୋଟେଲ ମାଲିକଙ୍କୁ ଗତ ମାର୍ଚ୍ଚ ୧୧ତାରିଖରୁ ସେ ନେଇ ଅବଗତ କରିଥିଲେ ସୁଦ୍ଧା ସେମାନେ ନୀରବ ରହିଥିବା ଅଧିକାରୀ କହିଥିଲେ। ଏହାପରେ ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ମାନିବା ତଥା ହୋଟେଲ ଚଳାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଅନୁମତି ନେବା ପାଇଁ ହୋଟେଲ ମାଲିକଙ୍କୁ ପରାମର୍ଶ ଦିଆଯାଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?