ଶବରପଡା ଗାଁକୁ ନାହିଁ ସବୁଦିନିଆ ରାସ୍ତା: ଜମି ହିଡ ପାଲଟିଛି ରାସ୍ତା

କୋକସରା, ୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତର ଶବରପଡାର ଗାଁକୁ ସବୁ ଦିନିଆ ଭଲ ରାସ୍ତା ନ ଥିବାବେଳେ ଯାତାୟତ ପାଇ ଜମି ହିଡ ହିଁ ଭରସା। ଏଥିପାଇଁ ଲୋକେ ଯାତାୟତରେ ଅନେକ ଅସୁବିଧାର ସମ୍ମୁଖିନ ଭୋଗୁଛନ୍ତି। ହେଲେ ସରକାରୀ ଅଧିକାରୀମାନେ ଅନେକ ଥର ଗାଁ ରାସ୍ତା ଦେଖିକି ଗଲେ ଓ ତଦାରଖ ବି କଲେ । କିଛି ଦୂର ରାସ୍ତାରେ କାମ ମଧ୍ୟ ଆରମ୍ଭ ହେଲା, କିନ୍ତୁ ଅଧାବାଟରେ ଅଟକି ରହିଲା ରାସ୍ତା। ଗାଁରେ ସରକାରଙ୍କ ଅନେକ ଯୋଜନା ପହଞ୍ଚତ୍ ସାରିଛି ହେଲେ ସବୁଦିନିଆ ରାସ୍ତା ନ ଥିବା ଯୋଗୁ ସମସ୍ୟା ଭୋଗୁଛନ୍ତି ଶବରପଡାବାସୀ । ଏହି ଗାଁ ବସତି ହୋଇ ପ୍ରାୟ ୪୦ ବର୍ଷ ପାଖାପାଖି ହେବ, ଏଠାରେ ୧୪ ପରିବାରର ଜନସଂଖ୍ୟା ପ୍ରାୟ ୧୫୦ରୁ ଊର୍ଦ୍ଧ ବସବାସ କରୁଛନ୍ତି। ଗାଁରେ ସରକାରୀ ଯୋଜନାରେ ଆବାସ ଘର, ନଳକୂପ, ବିଜୁଲି, ଭତ୍ତା ଭଳି ଅନେକ ସୁବିଧା ମିଳିଛି। ହେଲେ ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ। ସବୁଠୁ କୌତୁହଳର କଥା ହେଲା ଗାଁ ରେ ଯୁବକମାନଙ୍କୁ ବାହା ହେବାକୁ ଝିଅ ଦେବାକୁ ଅମଙ୍ଗ ହେଉଛନ୍ତି ଝିଅ। କାରଣ ପ୍ରତିବନ୍ଧକ ସାଜିଛି ରାସ୍ତା । ଆଉ ଗାଁରେ ବନ୍ଧୁବାନ୍ଧବ ଥରେ ଆସିଲେ ଆଉମନା କରୁଥିବା ମଧ୍ୟ କହିଛନ୍ତି ଗ୍ରାମବାସୀ। ସବୁଦିନିଆ ଭଲ ରାସ୍ତା ନ ଥିବାରୁ ବିଗତ ବର୍ଷରେ ଦେବରାଜ ଶବର ଓ ଯୁଧିଷ୍ଠିର ମାଝୀଙ୍କ ପ୍ରସୂତି ସ୍ତ୍ରୀଙ୍କୁ ଦୋଳାରେ ଡାକ୍ତରଖାନାକୁ ନେବା ସମୟରେ ଅଧାବାଟରେ ଜୀବନ ମଧ୍ୟ ଯାଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ରାସ୍ତା ସମସ୍ୟା ଯୋଗୁ ଗାଁର ଅଧିକାଂଶ ପିଲା ମୂର୍ଖ ହେଲେଣି, କାରଣ କେହି ବି ସ୍କୁଲର ମୁହଁ ମାଡୁନାହାନ୍ତି କି ଅଭିଭାବକ ମଧ୍ୟ ପିଲାଙ୍କୁ ଜଙ୍ଗଲ ରାସ୍ତା ଦେଇ ପ୍ରାୟ ୨ କିମି ଦୂରରେ ଥିବା ବନ୍ଧପଡା ପ୍ରାଥମିକ ବିଦ୍ୟାଳୟ ଯିବାକୁ ସୁରକ୍ଷିତ ମନେ କରୁନାହାନ୍ତି। ବର୍ଷା ମାସର ଦୁଃଖ ନ କହିବା ଭଲ, ଆଉ ଗ୍ରାମବାସୀଙ୍କୁ ଗୃହବନ୍ଧି ଜୀବନ ଯାପନ କରିବାକୁ ପଡିଥାଏ । ଏହି ସବୁ ସମସ୍ୟା ଭିତରେ ଦିନ କାଟୁଥିବା ଗ୍ରାମବାସୀ ଜିଲା ପ୍ରଶାସନଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କୁ ରାସ୍ତା ପାଇଁ ଗୁହାରି କରି ଥକି ପଡିଥିବା ଶବରପଡା ଗାଁର ସୁରେନ୍ଦ୍ର ସାହୁ, ବିଜୟ ଶବର, ଜିତେନ୍ଦ୍ର ଶବର, ଗଙ୍ଗାଧର ଶବର, ଟଙ୍କଧର ଶବର, କିଶୋର ଶବର, କୋକିଳ ଶବର, ଈଶ୍ୱ ଶବର, ରାମ ପ୍ରସାଦ ଶବର, ଲୀଳାମ୍ବର ଶବର, ଦୁର୍ବଳ କଟା, ଶଙ୍କର ନାଏକ, ବଣୁଆ ନାଏକ ପ୍ରମୁଖ ଗ୍ରାମବାସୀମାନେ କହିଛନ୍ତି । ଏ ନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କୁ ପଚାରିବାରୁ ସେହି ଗାଁକୁ ଆମେ କନିଷ୍ଠ ଯନ୍ତ୍ରୀକୁ ପଠେଇ ଥିଲୁ। ଗାଁକୁ ଯିବା ରାସ୍ତାରେ କିଛି ଜମିର ବିବାଦ ରହିଛି, ତାକୁ ଆମେ ଆଗାମୀ ଦିନରେ ଏକ ବୈଠକ କରି ଗ୍ରାମବାସୀଙ୍କ ସହ ଆଲୋଚନା ପରେ ମନରେଗା ଯୋଜନାରେ ରାସ୍ତା ତିଆରି କରାଯିବା ନେଇ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ଏହିମାନେ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରକାଶ ପାଇଲା ତାଲିକା, ଲିଷ୍ଟରେ ଅଛନ୍ତି…

କେସିଙ୍ଗା,୨୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବାକୁ ନେଇ ଜିଲାପାଳଙ୍କ ନିକଟରେ ଇତିମଧ୍ୟରେ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri