ଗାଁକୁ ନାହିଁ ପକ୍କା ରାସ୍ତା, ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

ଦଶମନ୍ତପୁର, ୧୯।୧୧( ଡି.ଏନ୍‌.ଏ ): ଦେଶ ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ଏଭଳି ଅନେକ ଗ୍ରାମ ରହିଛି ଯେଉଁଠାରେ ପକ୍କାରାସ୍ତା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ। ପଞ୍ଚାୟତରୁ ଆରମ୍ଭ କରି ବ୍ଲକ, ଜିଲା ଏବଂ ରାଜ୍ୟ ପ୍ରଶାସନକୁ ରାସ୍ତା ଓ ଅନ୍ୟ ମୌଳିକ ସମସ୍ୟା ନେଇ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଏହାର ଏକ ଉଦାହରଣ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ଅଧୀନରେ ଥିବା କେମିଲି ବେଡାପଦର ଗାଁରେ ଦେଖିବାକୁ ମିଳିଛି।
ତୋଟା ଆମ୍ବ ଛକରୁ ଗାଁର ଦୂରତା ୩ କି.ମି.। ଏଠାରେ ୪୪ ଘର ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି। ଏମାନଙ୍କ ମୁଖ୍ୟ ଜୀବିକା ହେଲା ପୋଡୁଚାଷ। ଏହି ଗାଁର ପୂର୍ବରେ ଧିପରାଣୀ ଡଙ୍ଗର, ପଶ୍ଚିମରେ କୁଟଣୀ ଗୋଡ଼ ଡଙ୍ଗର, ଉତ୍ତରରେ ଗାଦଲାବାଡ଼ି ଡଙ୍ଗର ଏବଂ ଦକ୍ଷିଣରେ କନ୍ଧଣୀମାଳି ଡଙ୍ଗର ରହିଛି। ପାହାଡ ପର୍ବତ ଘେରା ଗାଁ ହୋଇଥିବାରୁ ରୋଗୀ, ଗର୍ଭବତୀ ଓ ପ୍ରସୂତିଙ୍କୁ ଡାକ୍ତରଖାନା ନେବାକୁ ହେଲେ ଗାଁଠାରୁ ଅଧ କିମି ଦୂର ଆମ୍ବିଳୀ ଆମ୍ବ ଛକ ଯାଏ ସେମାନଙ୍କୁ ଭାରରେ ବୋହି ଆଣିବାକୁ ହୁଏ। ସେଠାରୁ ଆମ୍ବୁଲାନ୍ସ କିମ୍ବା ଗାଡ଼ି ଯୋଗେ ଦଶମନ୍ତପୁର ନହେଳେ କୋରାପୁଟ ଡାକ୍ତରଖାନାକୁ ନିଆଯାଏ ବୋଲି ଗାଁର ଅମି ସାଉନ୍ତା, ମୁତିଆ ସାଉନ୍ତା, ଟିକମ ସାଉନ୍ତା, ଘାସି ସାଉନ୍ତା, ଦୁର୍ଯ୍ୟ ସାଉନ୍ତା, ବାନ୍ଦ ସାଉନ୍ତା, ରତନ ସାଉନ୍ତା, ଧନେଶ୍ୱର ସାଉନ୍ତା, କେତୁ ସାଉନ୍ତା, କୃଷ ସାଉନ୍ତା, ଶାରୁ ସାଉନ୍ତା ପ୍ରମୁଖ ଗ୍ରାମବାସୀ କହିଛନ୍ତି। ରାସ୍ତା ଅବସ୍ଥା ଯୋଗୁ ଅନେକେ ରୋଗ ହେଲେ ମଧ୍ୟ ଡାକ୍ତରଖାନା ଯାଉ ନ ଥିବା ଗ୍ରାମବାସୀ କହିଛନ୍ତି। ଗାଁ ପାଇଁ ଖଣ୍ଡିଏ ରାସ୍ତା ପାଇବାକୁ ଚେଷ୍ଟା କରି ମଧ୍ୟ ବିପଳ ହୋଇଛୁ ବୋଲି ଗ୍ରାମବାସୀ କହିଛନ୍ତି। ତୋଟା ଆମ୍ବ ଛକରୁ ଗାଁ ଦେଇ ନନ୍ଦିଗାଁ ପଞ୍ଚାୟତ ଅଧୀନ “ଡି. ସୁଜୁଲି ଗାଁ ଛକ ଯାଏ ୧୦ କିମି ପକ୍କା ରାସ୍ତା ନିର୍ମାଣ ନେଇ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ପ୍ରଶାସନ, ଜିଳାପାଳଙ୍କ ଅଭିଯୋଗ ଶୁଣାଣୀ, ଡିଆର୍‌ଡିଏ ପିଡି ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସ୍ପିଡ୍‌ ପୋଷ୍ଟ ଜରିଆରେ ସମସ୍ୟା ଜଣାଇଥିଲେ ମଧ୍ୟ ଏହାର ସମାଦାନ ହୋଇନାହିଁ ବୋଲି ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ଜୋନ୍‌-୨ ଜିଲା ପରିଷଦ ସଭ୍ୟ ଧନପତି ସାଉନ୍ତା ଅଭିଯୋଗ କରିଛନ୍ତି। ଗାଁରେ ୨ଟି ନଳକୂପ ରହିଛି। ବିଦ୍ୟାଳୟରେ ଥିବା ନଳକୂପଟି ଅଚଳ ହୋଇପଡ଼ିଛି। ଗାଁ ନଳକୂପରୁ ଅଳ୍ପ ପାଣି ବାହରୁଛି। ଗାଁ ଠାରୁ ୨୦୦ ମିଟର ଦୂର ଘୁଷୁରୀଗୁଡା ଚୁଆରୁ ଗ୍ରାମବାସୀ ଜଳ ସଂଗ୍ରହ କରୁଛନ୍ତି ସେ କହିଛନ୍ତି। ରାସ୍ତା ନିର୍ମାଣ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବେଡାପଦର ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): ସାରା ରାଜ୍ୟରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାରେ ୨ ଦିନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri