ଅଧିଗ୍ରହଣ ହେବାକୁ ଥିବା ଜମିର ନକ୍ସା ତହସିଲରେ ନାହିଁ

ରଘୁନାଥପୁର,୨୪ା୨(ଡି.ଏନ.ଏ.):ଭାରତମାଳା ପ୍ରକଳ୍ପ ଜାତୀୟ ରାଜପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା ତଥା ଖାମଖିଆଲ ମନୋଭାବ ପ୍ରତିପୋଷଣ କରୁଛନ୍ତି। ଏହାକୁ ବିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ କର୍ମକର୍ତ୍ତା ଦେବୀପ୍ରସାଦ ମହାରଣାଙ୍କ ନେତୃତ୍ୱରେ ରଘୁନାଥପୁର ତହସିଲ ଅଧୀନ ରାଢଙ୍ଗ ଓ ଜିରା ଗଁାର ଚାଷୀମାନେ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ ଗୁରୁବାର ପ୍ରତିବାଦ କରିଥିଲେ। ଏ ସମ୍ପର୍କିତ ଦାବିପତ୍ର ତହସିଲଦାର ରୁପାଲିକା ଦାଶଙ୍କୁ ପ୍ରଦାନ କରିଥିଲେ। ଅର୍ଥନୈତିକ କରିଡର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାରତମାଳା ପ୍ରକଳ୍ପ ଜାତୀୟ ରାଜପଥ ନିର୍ମାଣ ନିମନ୍ତେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକର ୫ଟି ଗଁାରେ ଭୂମି ଅଧିଗ୍ରହଣ କାର୍ଯ୍ୟ ହାତକୁ ନିଆଯାଇଛି। ଏଥିପାଇଁ ଚଳିତ ମାସ ୩ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ଦିନଠାରୁ ୨୧ଦିନ ଅବଧି ମଧ୍ୟରେ ଯେକୌଣସି ବ୍ୟକ୍ତି ତହସିଲ କାର୍ଯ୍ୟାଳୟରେ ଆପତ୍ତି ଅଭିଯୋଗ କରିବାକୁ ସୂଚନା ଦିଆଯାଇଛି। ଏହାଛଡା ସର୍ବସାଧାରଣଙ୍କ ନିରୀକ୍ଷଣ ନିମନ୍ତେ ଅଧିଗ୍ରହଣ ହେବାକୁ ଥିବା ଜମିର ସମସ୍ତ ନକ୍ସା ଓ ଅନ୍ୟ ବିଷଦ ବିବରଣୀ ତହସିଲ କାର୍ଯ୍ୟାଳୟରେ ମଳିବ ବୋଲି ଉଲ୍ଲେଖ ରହିଛି। ମାତ୍ର ଏ ସମ୍ପର୍କିତ ତଥ୍ୟ ତହସିଲରେ ଉପଲବ୍ଧ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଜମି ହରାଇବାକୁ ଥିବା ବ୍ୟକ୍ତିମାନେ ସୂଚନା ପାଇବାରୁ ବଞ୍ଚତ୍ତ ହେଉଛନ୍ତି ବୋଲି ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ କର୍ମକର୍ତ୍ତା ମହାରଣା ପ୍ରକାଶ କରିଛନ୍ତି। ଏହି ରାଜପଥ ନିର୍ମାଣ ହେବା ଦ୍ୱାରା ସାଧାରଣ ନାଗରିକ, ଚାଷୀ ଓ ଖୁଦ୍ର ବ୍ୟବସାୟୀମାନେ ସେମାନଙ୍କ ଜୀବିକା, ବାସଗୃହ, ବୃକ୍ଷସମ୍ପଦ, ମାଛ ପୋଖରୀ ଓ ସବୁଦିନ ପାଇଁ ସେମାନଙ୍କ ଜମିର ଅଧିକାର ହରାଇ ବସିବେ। ଏହାଛଡା ବର୍ଷାଦିନେ ଉଦ୍‌ବୃତ ବର୍ଷାଜଳ ନିଷ୍କାସନ ହେବାରେ ରାଜପଥ ବାଧକ ସାଯିବ। ରାଜପଥର ବାସ୍ତବ ଚିତ୍ର ସମ୍ପର୍କରେ ଜନତାଙ୍କୁ ଅଗୋଚର ରଖାଯାଉଥିବାରୁ ଭବିଷ୍ୟତରେ ଲୋକେ କ୍ଷତିପୂରଣ ପାଇବାରେ ଆଶଙ୍କା ସୃଷ୍ଟି ହୋଇଛି ବୋଲି ମହାରଣା କ୍ଷଭୋ ପ୍ରକାଶ କରିଛନ୍ତି। ଦେଶର ବିକାଶ ପାଇଁ ଜାତୀୟ ସ୍ବାର୍ଥକୁ ସରକାର ପ୍ରାଧାନ୍ୟ ଦେଉଥିବାବେଳେ ବ୍ୟକ୍ତି ସ୍ବାଧୀନତା ସମ୍ବିଧାନର ଧାରା ୧୪ ଓ ୨୧କୁ ପ୍ରାଧାନ୍ୟ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଏହାଛଡା ଅଧିଗ୍ରହଣ ହେବାକୁ ଥିବା ଜମିର ନକ୍ସା ଓ ଅନ୍ୟ ବିଷଦ ବିବରଣୀ ପଞ୍ଚାୟତ ସ୍ତରରେ ଉପଲବ୍ଧ କରାଇବା ପାଇଁ ଦାବି କରାଯାଇଛି। ଜମି ଅଧିଗ୍ରହଣ ପୂର୍ବରୁ ଲୋକମାନଙ୍କ ସମସ୍ତ ସମସ୍ୟା ସମାଧାନ ହେବା ଜରୁରୀ ଅଟେ। ନଚେତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ମହାରଣା ସ୍ପଷ୍ଟ କରିଛନ୍ତି। ସାମାଜିକ କର୍ମୀ ଗୋବିନ୍ଦ ଓଝା, ବିକ୍ରମ ପ୍ରସାଦ ରାଉତ, ଉଲ୍ଲାସ ପାଳ, ପ୍ରଶାନ୍ତ ଜେନା, ବିପିନ ପାଳ, ପ୍ରମୋଦ ପାଳ, ବିପିନ ମୁଦୁଲିଙ୍କ ସହ ବହୁ ଚାଷୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?