ଅଧିଗ୍ରହଣ ହେବାକୁ ଥିବା ଜମିର ନକ୍ସା ତହସିଲରେ ନାହିଁ

ରଘୁନାଥପୁର,୨୪ା୨(ଡି.ଏନ.ଏ.):ଭାରତମାଳା ପ୍ରକଳ୍ପ ଜାତୀୟ ରାଜପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା ତଥା ଖାମଖିଆଲ ମନୋଭାବ ପ୍ରତିପୋଷଣ କରୁଛନ୍ତି। ଏହାକୁ ବିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ କର୍ମକର୍ତ୍ତା ଦେବୀପ୍ରସାଦ ମହାରଣାଙ୍କ ନେତୃତ୍ୱରେ ରଘୁନାଥପୁର ତହସିଲ ଅଧୀନ ରାଢଙ୍ଗ ଓ ଜିରା ଗଁାର ଚାଷୀମାନେ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ ଗୁରୁବାର ପ୍ରତିବାଦ କରିଥିଲେ। ଏ ସମ୍ପର୍କିତ ଦାବିପତ୍ର ତହସିଲଦାର ରୁପାଲିକା ଦାଶଙ୍କୁ ପ୍ରଦାନ କରିଥିଲେ। ଅର୍ଥନୈତିକ କରିଡର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାରତମାଳା ପ୍ରକଳ୍ପ ଜାତୀୟ ରାଜପଥ ନିର୍ମାଣ ନିମନ୍ତେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକର ୫ଟି ଗଁାରେ ଭୂମି ଅଧିଗ୍ରହଣ କାର୍ଯ୍ୟ ହାତକୁ ନିଆଯାଇଛି। ଏଥିପାଇଁ ଚଳିତ ମାସ ୩ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ଦିନଠାରୁ ୨୧ଦିନ ଅବଧି ମଧ୍ୟରେ ଯେକୌଣସି ବ୍ୟକ୍ତି ତହସିଲ କାର୍ଯ୍ୟାଳୟରେ ଆପତ୍ତି ଅଭିଯୋଗ କରିବାକୁ ସୂଚନା ଦିଆଯାଇଛି। ଏହାଛଡା ସର୍ବସାଧାରଣଙ୍କ ନିରୀକ୍ଷଣ ନିମନ୍ତେ ଅଧିଗ୍ରହଣ ହେବାକୁ ଥିବା ଜମିର ସମସ୍ତ ନକ୍ସା ଓ ଅନ୍ୟ ବିଷଦ ବିବରଣୀ ତହସିଲ କାର୍ଯ୍ୟାଳୟରେ ମଳିବ ବୋଲି ଉଲ୍ଲେଖ ରହିଛି। ମାତ୍ର ଏ ସମ୍ପର୍କିତ ତଥ୍ୟ ତହସିଲରେ ଉପଲବ୍ଧ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଜମି ହରାଇବାକୁ ଥିବା ବ୍ୟକ୍ତିମାନେ ସୂଚନା ପାଇବାରୁ ବଞ୍ଚତ୍ତ ହେଉଛନ୍ତି ବୋଲି ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ କର୍ମକର୍ତ୍ତା ମହାରଣା ପ୍ରକାଶ କରିଛନ୍ତି। ଏହି ରାଜପଥ ନିର୍ମାଣ ହେବା ଦ୍ୱାରା ସାଧାରଣ ନାଗରିକ, ଚାଷୀ ଓ ଖୁଦ୍ର ବ୍ୟବସାୟୀମାନେ ସେମାନଙ୍କ ଜୀବିକା, ବାସଗୃହ, ବୃକ୍ଷସମ୍ପଦ, ମାଛ ପୋଖରୀ ଓ ସବୁଦିନ ପାଇଁ ସେମାନଙ୍କ ଜମିର ଅଧିକାର ହରାଇ ବସିବେ। ଏହାଛଡା ବର୍ଷାଦିନେ ଉଦ୍‌ବୃତ ବର୍ଷାଜଳ ନିଷ୍କାସନ ହେବାରେ ରାଜପଥ ବାଧକ ସାଯିବ। ରାଜପଥର ବାସ୍ତବ ଚିତ୍ର ସମ୍ପର୍କରେ ଜନତାଙ୍କୁ ଅଗୋଚର ରଖାଯାଉଥିବାରୁ ଭବିଷ୍ୟତରେ ଲୋକେ କ୍ଷତିପୂରଣ ପାଇବାରେ ଆଶଙ୍କା ସୃଷ୍ଟି ହୋଇଛି ବୋଲି ମହାରଣା କ୍ଷଭୋ ପ୍ରକାଶ କରିଛନ୍ତି। ଦେଶର ବିକାଶ ପାଇଁ ଜାତୀୟ ସ୍ବାର୍ଥକୁ ସରକାର ପ୍ରାଧାନ୍ୟ ଦେଉଥିବାବେଳେ ବ୍ୟକ୍ତି ସ୍ବାଧୀନତା ସମ୍ବିଧାନର ଧାରା ୧୪ ଓ ୨୧କୁ ପ୍ରାଧାନ୍ୟ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଏହାଛଡା ଅଧିଗ୍ରହଣ ହେବାକୁ ଥିବା ଜମିର ନକ୍ସା ଓ ଅନ୍ୟ ବିଷଦ ବିବରଣୀ ପଞ୍ଚାୟତ ସ୍ତରରେ ଉପଲବ୍ଧ କରାଇବା ପାଇଁ ଦାବି କରାଯାଇଛି। ଜମି ଅଧିଗ୍ରହଣ ପୂର୍ବରୁ ଲୋକମାନଙ୍କ ସମସ୍ତ ସମସ୍ୟା ସମାଧାନ ହେବା ଜରୁରୀ ଅଟେ। ନଚେତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ମହାରଣା ସ୍ପଷ୍ଟ କରିଛନ୍ତି। ସାମାଜିକ କର୍ମୀ ଗୋବିନ୍ଦ ଓଝା, ବିକ୍ରମ ପ୍ରସାଦ ରାଉତ, ଉଲ୍ଲାସ ପାଳ, ପ୍ରଶାନ୍ତ ଜେନା, ବିପିନ ପାଳ, ପ୍ରମୋଦ ପାଳ, ବିପିନ ମୁଦୁଲିଙ୍କ ସହ ବହୁ ଚାଷୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଧକ୍କାରେ ଚାଲିଗଲା ୪ ଜୀବନ

ନୂଆପଡ଼ା ଅଫିସ, ୪।୭: ନୂଆପଡ଼ା ଜିଲା କୋମନା ବ୍ଲକ୍‌ କ୍ରିଷ୍ଣା ଗାଁ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ୪...

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି l ରବିବାର ଏନ୍‌ଏସି ଅଧ୍ୟକ୍ଷା ପାର୍ଥିନୀ ଝୁଲି ପାତ୍ର ଏବଂ ୬...

ମରାମତିର ୨ ମାସ ନ ପୂରୁଣୁ ରାସ୍ତାରେ ଖାଲ

ନାଉଗାଁ,୧୯।୨(ସ୍ବ.ପ୍ର): ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖରଘାଟ-ବାଲି ଭଉଁରି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ୨ ମାସ ପୂର୍ବେ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା। ମାତ୍ର...

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଆଖିବୁଜିଲେ ସତ୍ୟ

କଟକ ଅଫିସ, ୮ା୧୦: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଏସ୍‌ସିବିକୁ ସ୍ଥାନାନ୍ତରିତ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ...

ପାଗଳା କୁକୁର କାମୁଡ଼ାରେ ୬ ଗୁରୁତର

ପାଟଣା,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ମଙ୍ଗଳବାର ସକାଳେ ଏକ ବୁଲା ପାଗଳା କୁକୁର କାମୁଡ଼ାରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ...

ଆଇନଜୀବୀଙ୍କୁ ଆକ୍ରମଣ, ୨ ଅଟକ

ବାଲେଶ୍ୱର ଅଫିସ,୧୭।୪-ବାଲେଶ୍ୱର କଚେରି ପରିସରରେ ଥିବା ବାର୍‌ ଆସୋସିଏଶନ ଅଫିସ୍‌ରେ ଶୁକ୍ରବାର ଅପରାହ୍ନରେ ଆଇନଜୀବୀ ଭବେନ୍ଦୁ ଶେଖର ଉପାଧ୍ୟାୟଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏହି ସମୟରେ...

ପାଟଣାରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼: ଜନଜୀବନ ପ୍ରଭାବିତ

ପାଟଣା,୩୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହେବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି।...

ମଧୁ ଆପ୍‌ରେ ପାଠ ପଢୁଛନ୍ତି ୧ଲକ୍ଷ ୧ହଜାର ସ୍କୁଲ ପିଲା: ଟୁଇଟ୍‌କରି ସୂଚନା ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ପିଲାମାନଙ୍କ ପାଠପଢ଼ା ନିମନ୍ତେ ଗତବର୍ଷ ଠାରୁ ମଧୁ ଆପ୍‌ ଆରମ୍ଭ ହୋଇଛି। ଏହାକୁ ଭିଡିଓ କନ୍‌ଫରେନ୍ସିଂ...

Advertisement
Archives

Model This Week