ରାଜ୍ୟର ପ୍ରଥମ ସୋଲାର ପମ୍ପ ୭ବର୍ଷ ହେଲା ଅଚଳ

ଡେରାବିଶ, ୨୪ା୨(ସ୍ବ.ପ୍ର.):ରାଜ୍ୟର ପ୍ରଥମ ସୌର ଚାଳିତ ପମ୍ପ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଛତାଠାରେ ୨୦୧୬ ମାର୍ଚ୍ଚ ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା। ୯୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସୋଲାର ପମ୍ପ ଓ ୧ ଲକ୍ଷ ଲିଟର ଜଳଧାରଣ କ୍ଷମତା ବିଶିଷ୍ଟ ଓଭରହେଡ୍‌ ଟାଙ୍କି ନିର୍ମାଣ କରାଯାଇଥିଲା ା ଉଦ୍ଦେଶ୍ୟ ଥିଲା ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତର ୮ ୱାର୍ଡ଼ ଯଥା- ଚାଟରାଚକଡ଼ା, ଛତା ଆଦିବାସୀ ସାହି, ଛତାଠାରେ ଥିବା ପଲିଟେକ୍‌ନିକ୍‌ କଲେଜ, ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚାଟରା ଶାସନ, ମଲିଅଙ୍କ, ଗୋପାଳଜୀୟୁ ପାଟଣା ଓ ହାପିମେଳକ ଗ୍ରାମକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ କରିବା। ତେବେ ଏହି ପ୍ରକଳ୍ପ ଅଳ୍ପଦିନ ଚାଲିବା ପରେ ଗ୍ରାମ୍ୟ ପାନୀୟ ଜଳ ବିଭାଗର ଅପାରଗତା ପାଇଁ ସୋଲାର ପମ୍ପଟି ଅଚଳ ହୋଇପଡ଼ିଥିଲା। ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରି ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦାବି କରାଯାଇଥିଲା ା ହେଲେ ବିଭାଗୀୟ କତ୍ତୃୃପକ୍ଷ ଏନେଇ କୌଣସି ପଦକ୍ଷେପ ନେଇ ନ ଥିଲେ ା ପରେ ସରପଞ୍ଚଙ୍କ ତରଫରୁ ଅସ୍ଥାୟୀ ବିଦ୍ୟୁତ୍‌ ସଂଯୋଗ କରାଯାଇ ପ୍ରକଳ୍ପ ଚଳାଇବା ପାଇଁ ଚେଷ୍ଟା କରାଯାଇଥିଲା ା ମାତ୍ର ତାହା ମଧ୍ୟ ସମ୍ଭବପର ହୋଇ ନ ପାରିବାରୁ ସାଧାରଣ ଲୋକେ ପାନୀୟଜଳ ପାଇବାରୁ ୭ ବର୍ଷ ହେବ ବଞ୍ଚିତ ହୋଇଛନ୍ତି ା
୨୦୨୨ରେ ପଞ୍ଚାୟତ ସମିତି ବୈଠକରେ ସ୍ଥାନୀୟ ସରପଞ୍ଚ ମମତା ରାଉତ ତୁରନ୍ତ ପମ୍ପ ହାଉସ୍‌କୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଥିଲେ ା ସେ ସମୟରେ ପମ୍ପ ହାଉସ୍‌ରେ ଥିବା ସୋଲାର ପମ୍ପଟି ଚୋରି ହୋଇଯାଇଥିବା ଏବଂ ଏ ନେଇ ଥାନାରେ ଅଭିଯୋଗ କରାଯାଇଥିବା କହି ବିଭାଗୀୟ ନିର୍ବାହୀଯନ୍ତ୍ରୀ ତାଙ୍କ ଦାୟିତ୍ୱ ସାରି ଦେଇଥିଲେ ା ଅପରପକ୍ଷେ ସମ୍ପୃକ୍ତ ଗଁାଗୁଡ଼ିକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଟେଣ୍ଡର ମାଧ୍ୟମରେ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିବା ନିର୍ବାହୀ ଯନ୍ତ୍ରୀ କହିଥିଲେ ା ଇତିମଧ୍ୟରେ ୧ ବର୍ଷ ବିତିଯାଇଥିଲେ ମଧ୍ୟ ପାଇପ୍‌ ବିଛା କାମ ଅଧାରେ ଅଟକିଛି ା ଫଳରେ ଜଳକଷ୍ଟ ଭୋଗୁଥିବା ୮ ୱାର୍ଡ଼ର ଅଧିବାସୀ ପାନୀୟ ଜଳ ପାଇଁ ଅପେକ୍ଷା କରିଛନ୍ତି ା ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲା ଚାଷୀ ଶ୍ରମିକ ସଂଘ ସଭାପତି ପଣ୍ଡିତ ଶରତ ମିଶ୍ର ଓ ଚାଟରା ଗ୍ରାମର ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଥିଲେ ା ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯାଇଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ା ଚଳିତ ବର୍ଷ ଫେବୃୟାରୀ ଦ୍ୱିତୀୟ ସପ୍ତାହରୁ ଗରମ ଅନୁଭୂତ ହେଉଥିବା ବେଳେ ଗାଁଗୁଡ଼ିକରେ ଥିବା ନଳକୂପର ଜଳସ୍ତର କମିବାରେ ଲାଗିଛି ା ଏହାକୁ ନେଇ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି ା ଏପରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଥିବା ବିଭାଗୀୟ କତ୍ତୃପକ୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗ୍ରାମବାସୀଙ୍କୁ ପାନୀୟ ଜଳଯୋଗାଇବାରେ ବିଫଳ ହେଲେ ସଂଘ ନେତୃତ୍ୱରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ସଭାପତି ମିଶ୍ର ଚେତାବନୀ ଦେଇଛନ୍ତି ା ଏନେଇ ର ନିର୍ବାହୀ ଯନ୍ତ୍ରୀ ନାୟକଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ ା ତେବେ ଏହି ସୋଲାର ପମ୍ପ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବିଭୂଦତ୍ତ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ପାଇପ୍‌ ବିଛାଇବା ପାଇଁ ଟେଣ୍ଡର ନେଇଥିବା ଠିକାଦାର ଅଧାରୁ କାମ ବନ୍ଦ କରିଦେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଲିଖିତ ଆକାରରେ ଅବଗତ କରାଯାଇଛି ା ଏଥିପାଇଁ ଆବଶ୍ୟକ ଅନୁଦାନ ପ୍ରଦାନ ପାଇଁ ମଧ୍ୟ ଅନୁରୋଧ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?