ଭିତ୍ତିଭୂମି ନାହିଁ,ଚାଷ ଛାଡ଼ୁଛନ୍ତି ଚାଷୀ

କେନ୍ଦ୍ରାପଡ଼ା ଅଫିସ,୨୪।୧: କେନ୍ଦ୍ରାପଡ଼ା ଜିଲା ସର୍ଭେ ରିପୋର୍ଟ ଅନୁଯାୟୀ ମଧ୍ୟମ ଓ ବୃହତ୍‌ ଶିଳ୍ପ ସଂଖ୍ୟା ଶୂନ । ଜିଲାର ଅର୍ଥନୀତି ୭୯ ପ୍ରତିଶତ ଚାଷ ଦ୍ୱାରା ପରିଚାଳିତ । ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ ଅଛି । ଏଥିସହିତ ବାର୍ଷିକ ହାରାହାରି ୭୧ ଦିନ ବର୍ଷା ସହିତ ୧୩୪୦ ମିଲିମିଟର ବୃଷ୍ଟିପାତ ହେଉଛି । ସେହିପରି ୧, ୮୨, ୧୮୪ ହେକ୍ଟର ଚାଷ ଜମି ଅଛି । ଏସବୁ ସତ୍ତ୍ୱେ ଭିତ୍ତିଭୂମି ଅଭାବ ଦର୍ଶାଇ ଚାଷୀ ଚାଷ ଛାଡୁଛନ୍ତି । ଅର୍ଦ୍ଧାଧିକ ଜମି ଜଳସେଚନରୁ ବଞ୍ଚିତ୍ତ ହୋଇଛି । ପାଣି ପଞ୍ଚାୟତ ଗଠନ ଓ ପରିଚାଳନାଗତ ତ୍ରୁଟି ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । କୃଷକଙ୍କ ପ୍ରକୃତ ସମସ୍ୟା ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି ।

ଏ ସଂକ୍ରାନ୍ତରେ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡା, କୃଷକ ନେତା ଗୟାଧର ଧଳ କୁହନ୍ତି, ନିର୍ବାଚନ ସମୟ ଆସିଲେ ରାଜନେତାଙ୍କ ଚାଷୀ ସମସ୍ୟା କଥା ମନେପଡେ । ଇସ୍ତାହାର ପତ୍ରରେ ଚାଷୀ ଓ ଚାଷ ସମସ୍ୟାକୁ ଗୁରୁତ୍ୱ ଦିଆଯାଏ । ନିର୍ବାଚନ ପ୍ରକ୍ରିୟା ଶେଷ ପରେ ସେହି ଇସ୍ତାହାରର ଗୁରୁତ୍ୱ ରହେ ନାହିଁ । ଜିଲାର ୩୬,୦୩୮ ହେକ୍ଟର ଉଚ୍ଚ ଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ । ସେହିପରି ୭୦,୩୩୩ ହେକ୍ଟର ଜମିରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇ ଠିଆ ହୋଇଛି । ଚାଷୋପଯୋଗୀ ୭୫,୮୧୮ ହେକ୍ଟର ମଧ୍ୟମ ଜମି ମଧ୍ୟରୁ ୬୫,୦୩୨ ହେକ୍ଟର ଜମି ଜଳସେଚିତ ହେଉଥିବା ଦର୍ଶାଯାଉଥିଲେ ମଧ୍ୟ ବାସ୍ତବିକ ତଥ୍ୟ ଏହାଠାରୁ ଭିନ୍ନ । ଜିଲାର ୯ ବ୍ଲକ ମଧ୍ୟରୁ ଆଳି, ରାଜନଗର ଓ ରାଜକନିକାରେ ଆଦୌ କେନାଲ ନାହିଁ । ପ୍ରତି ବ୍ଲକର ଅତିକମ୍‌ରେ ୩୫ ପ୍ରତିଶତ କ୍ଷେତକୁ ଜଳ ଯୋଗାଣ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଇତିମଧ୍ୟରେ ଦୀର୍ଘଦିନ ବିତିଥିଲେ ମଧ୍ୟ ସେହି ଘୋଷଣା କାର୍ଯ୍ୟକାରୀ ହୋଇନାହିଁ । ଫଳରେ ଯୁବବର୍ଗ ଚାଷ ଛାଡ଼ି କର୍ମ ନିଯୁକ୍ତି ପାଇଁ ବିଦେଶମୁହାଁ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି ।

ସୂଚନା ଅଧିକାର କର୍ମୀ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି, ଏନେଇ କୃଷି ବିଭାଗ ପକ୍ଷରୁ ଏକ ତଥ୍ୟ ମିଳିଛି । ଏହି ତଥ୍ୟ ଅନୁଯାୟୀ, ମହାକାଳପଡା ବ୍ଲକ ଅଞ୍ଚଳରେ ୨୮,୦୭୦ ହେକ୍ଟର ଚାଷ ଜମି ଥିବା ବେଳେ ମାତ୍ର ୬,୮୨୩ ହେକ୍ଟର ଜମିକୁ ଜଳସେଚନର ବ୍ୟବସ୍ଥା ରହିଛି । ଅର୍ଥାତ୍‌ ୨୪.୩୧ ପ୍ରତିଶତ ଜମି ଜଳସେଚିତ । ସେହିପରି ରାଜନଗରର ମୋଟ ୨୫,୮୯୫ ହେକ୍ଟର ଜମିରୁ ମାତ୍ର ୧୯.୧୬ ପ୍ରତିଶତ ଜମି ଜଳସେଚିତ । ସେହିପରି ରାଜକନିକା ବ୍ଲକ ଅଞ୍ଚଳରେ ୩୩.୬୨ ପ୍ରତିଶତ କ୍ଷେତକୁ ଉଠା ଜଳସେଚନ ଓ ଅନ୍ୟାନ୍ୟ ଉତ୍ସ୍ୟରୁ ଜଳ ମିଳୁଛି । ଜିଲାରେ ୧,୧୧୪ଟି ଲିଫ୍ଟ ଇରିଗେଶନ ଓ ୩,୦୬୩ଟି ସୋଲୋ ଟିଉବ୍‌ୱେଲ ମାଧ୍ୟମରେ ମୋଟ୍‌ ୩୦,୬୮୧ ହେକ୍ଟରକୁ ଜଳସେଚନ ହେଉଥିବା ଏହି ତଥ୍ୟରେ ଉଲ୍ଲେଖ ଥିବା ବେଳେ ଅନ୍ୟାନ୍ୟ ଉତ୍ସରୁ ମାତ୍ର ୧୦,୬୨୪ ହେକ୍ଟର ପାଣି ମିଳୁଥିବା ଦର୍ଶାଯାଇଛି । ତେବେ ତୃଣମୂଳରେ ଏହାର ତନଖି କଲେ ଏହି ତଥ୍ୟ ଅବାସ୍ତବ ବୋଲି ସେ ପ୍ରକାଶ କରିଛନ୍ତି ।

ବୁଦ୍ଧିଜୀବୀ ବାନାମ୍ବର ସାହୁ କହିଛନ୍ତି, ଉଠା ଜଳସେଚନ ବିଭାଗ ପକ୍ଷରୁ ଗଠନ ହୋଇଥିବା ପାଣି ପଞ୍ଚାୟତ ଏବେ ପ୍ରହସନ ପାଲଟିଛି । କେତେକ ପାଣି ପଞ୍ଚାୟତରେ ସଭ୍ୟାସଭ୍ୟଙ୍କ ଅଜାଣତରେ କର୍ମକର୍ତ୍ତାମାନେ ସରକାରୀ ଅନୁଦାନକୁ ଠିକାଦାରି ଆଳରେ ହଡପ କରୁଛନ୍ତି । ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉନାହିଁ । ଗୋବରୀ, ଜମ୍ବୁ, କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ କେନାଲ ଆଦିରେ ବିଲାତି ଦଳ ଭର୍ତ୍ତି ହୋଇ ରହିଛି । ଫଳରେ ଶେଷ ମୁଣ୍ଡରେ ଜଳ ପହଞ୍ଚତ୍ ପାରୁନାହିଁ । ପ୍ରତିବର୍ଷ ବନ୍ୟା ସମୟରେ ଉପାନ୍ତ ଅଞ୍ଚଳର ୫୫ ପଞ୍ଚାୟତରେ ଚାଷ ନଷ୍ଟ ହେଉଛି । ଜଳ ନିଷ୍କାସନ ଓ ଜଳସେଚନ ପାଇଁ ଆବଶ୍ୟକ ଜଳର ଅଭାବ ଚାଷୀଙ୍କୁ ଚାଷଠୁ ଦୂରେଇ ଦେଉଛି । ବିଭିନ୍ନ ନଦୀ ଓ ନାଳରେ ବ୍ୟାରେଜ ଓ କ୍ରୀକ୍‌ ବନ୍ଧ ଦ୍ୱାରା ମଧୁର ଜଳ ଅଟକାଇ ଚାଷ କ୍ଷେତକୁ ଜଳସେଚନ ହୋଇପାରନ୍ତା । ହେଲେ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ କହିଛନ୍ତି, ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି । କେନାଲର ଉନ୍ନତୀକରଣ ସହ କ୍ରୀକ୍‌ ବନ୍ଧ ନିର୍ମାଣ କରାଯାଇଛି । ଆଗକୁ ନଦୀରେ ବ୍ୟାରେଜ ଓ ଅଧିକ କ୍ରୀକ୍‌ ବନ୍ଧ ନିର୍ମାଣ ଯୋଜନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

ଉପନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ଧୋକା! ସଙ୍ଗେ ସଙ୍ଗେ ବାଜି ପଲଟାଇଦେଲେ ଦିଦି

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତି ଉପରେ ତୀବ୍ର…

ଶିକ୍ଷାବିତ୍‌ ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?