ସୂର୍ଯ୍ୟମୁଖୀ ଚାଷକୁ ମିଳୁନାହିଁ ପ୍ରୋତ୍ସାହନ

କେନ୍ଦ୍ରାପଡ଼ା ଅଫିସ,୧୬।୪: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୋଇଲିପୁରର ଚାରିପୋଖରିଆ ଗ୍ରାମର ସ୍ବୟଂସହାୟକ ମହିଳା ଗୋଷ୍ଠୀ ଚଳିତ ବର୍ଷ ୭ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି ା ଏହି ଚାଷ ସେମାନଙ୍କ ପାଇଁ ଦ୍ୱିତୀୟ ବର୍ଷ ା ପ୍ରଥମ ବର୍ଷର ଅଭିଜ୍ଞତା ସେମାନଙ୍କୁ ପରିପକ୍ୱ କରିବା ସହିତ ମାଆ ମଙ୍ଗଲ ଗୋଷ୍ଠୀର ସୂର୍ଯ୍ୟମୁଖୀ ତେଲ ସ୍ଥାନୀୟ ବଜାରରେ ଆଦୃତି ଲାଭ କରିଛି ା ତେବେ ତାଲିମ ଓ ପ୍ରୋତ୍ସାହନର ଅଭାବ ଯୋଗୁ ଏହି ଅର୍ଥକରୀ ଫସଲ ଏବେ ଯାଏ ଜିଲାର ଚାଷୀଙ୍କୁ ବିଶେଷ ଆଗ୍ରହ ସୃଷ୍ଟି କରିପାରିନାହିଁ ା ରବି ଫସଲ ସମୟରେ ହେଉଥିବା ଏହି ଚାଷକୁ ଯୋଜନାବଦ୍ଧ ଭାବେ ପ୍ରୋତ୍ସାହିତ କଲେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ସହିତ ଜିଲା ଅର୍ଥନୀତି ବେଶ୍‌ ପ୍ରଭାବିତ ହେବ ବୋଲି ଚାଷୀ ଓ ବୁଦ୍ଧଜୀବୀ ମତ ଦେଇଛନ୍ତି ା
ଏ ସମ୍ପର୍କରେ ବୁଦ୍ଧିଜୀବୀ ଆଶିଷ କୁମାର ସେନାପତି କହିଛନ୍ତି, ଦେଶରେ ଗତ କିଛିଦିନ ହେବ ଖାଇବା ତେଲର ଦାମ ଲଗାତର ବୃଦ୍ଧି ପାଇଛି ା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ପରେ ଖାଇବା ତେଲ ଦରକୁ ନେଇ ସାଧାରଣ ଲୋକ ଚିନ୍ତାରେ ପଡିଛନ୍ତି ା ୟୁକ୍ରେନ ଓ ରୁଷିଆରୁ ସୂର୍ଯ୍ୟମୁଖୀ ତେଲ ଆମଦାନୀ ଏକପ୍ରକାର ବନ୍ଦ ପରେ ଭାରତ ମାଲେସିଆ ଓ ଇଣ୍ଡୋନେସିଆରୁ ପାମ୍‌ ତେଲ ଆମଦାନୀକୁ ଗୁରୁତ୍ୱ ଦେଇଛି ା ତେବେ ମାଲେସିଆ ସରକାର ପାମ୍‌ ତେଲ ଦର ବୃଦ୍ଧି କରିଥିବା ବେଳେ ଇଣ୍ଡୋନେସିଆ ତେଲ ରପ୍ତାନି ଉପରେ କଟକଣା କରିଛି ା ଏପ୍ରକାର ଅସୁବିଧାର ନିରାକରଣ ପାଇଁ ୧୯୬୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ସବୁଜ ବିପ୍ଳବ ପାଇଁ ଆହ୍ବାନ ଦେଇଥିଲେ ା ଏହି ସବୁଜ ବିପ୍ଳବ ଆହ୍ବାନ ପାଇଁ ଭାରତ ଏବେ ଗହମ ରପ୍ତାନି କ୍ଷେତ୍ରରେ ଅଗ୍ରଗତି କରୁଛି ା ତେଲ ଅଭାବର ମୁକାବିଲା ପାଇଁ ସୂର୍ଯ୍ୟମୁଖୀ ଚାଷକୁ ପ୍ରୋତ୍ସାହନ ଆବଶ୍ୟକ ା କେନ୍ଦ୍ରାପଡ଼ା ଜିଲାରେ ଏଥିପାଇଁ ପାଣି, ପବନ ଓ ମାଟି ଥିବା ବେଳେ ତାଲିମ, ସରକାରୀ ପ୍ରୋତ୍ସାହନର ଅଭାବ ଅଛି ା ଗରଦପୁର ପଞ୍ଚାୟତ ପତିସାହିର ପବିତ୍ର କୁମାର ପତି କହିଛନ୍ତି, ୨୦୧୫ରେ ଗରଦପୁର ବ୍ଲକର ୪ ପଞ୍ଚାୟତରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୩୦ ହେକ୍ଟର ଜମିରେ ପରୀକ୍ଷାମୂଳକ ଭାବେ ସୂର୍ଯ୍ୟମୁଖୀ ଚାଷ ହୋଇଥିଲା ା ଅମଳ ମଧ୍ୟ ଭଲ ହୋଇଥିଲା ା ତେବେ ବଜାର ମଣ୍ଡି ଅଭାବ ଏହି ଚାଷ ପ୍ରତି ବିତୃଷ୍ଣା ସୃଷ୍ଟି କରିଛି ା କୃଷକ ନେତା ରଶ୍ମିରଞ୍ଜନ ଚୌଧୁରୀ କହିଛନ୍ତି, ଜିଲା ବାର୍ଷିକ ଯୋଜନାରେ ସିଂହ ଭାଗ ଅର୍ଥ କୃଷି କ୍ଷେତ୍ରରେ ନିୟୋଜିତ ହେବ ବୋଲି ଅଟକଳ କରାଯାଉଛି ା ତେବେ ଏହା ବାସ୍ତବ କ୍ଷେତ୍ରରେ ଦେଖାଯାଉନାହିଁ ା ଜଳ ପରିଚାଳନାକୁ ସୁଦୃଢ଼ କରିପାରିଲେ ସୂର୍ଯ୍ୟମୁଖୀ ଚାଷ ପାଇଁ କେନ୍ଦ୍ରାପଡ଼ା ଜିଲା ଉଦାହରଣ ହୋଇ ପାରିବ ା ଜିଲାରେ ଏହି ଚାଷ ପାଇଁ ପ୍ରାୟ ୪୦ ହଜାର ହେକ୍ଟର ଜମି ଉପଯୁକ୍ତ ଅଛି ା ସୂର୍ଯ୍ୟମୁଖୀ ମଞ୍ଜିରେ ସାଧାରଣରେ ପ୍ରାୟ ୫୫ ପ୍ରତିଶତ ତେଲ ଆଦାୟ ହେବ ା ଏହି ତେଲ ବାହାର କରିବା ପାଇଁ କ୍ଷୁଦ୍ର ଶିଳ୍ପ ଗଢ଼ି ଉଠିବ ା ତେବେ ଏଥିପାଇଁ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ସ୍ଥାନୀୟ ଅଞ୍ଚଳର ରାଜନେତା, ପ୍ରଶାସକଙ୍କ ସହିତ ଏନ୍‌ଜିଓ, ପାଣି ପଞ୍ଚାୟତ, ଫାର୍ମର୍ସ କ୍ଲବ ଆଦିଙ୍କ ସହଯୋଗ ଆବଶ୍ୟକ ା ଏସ୍‌ଏସ୍‌ଜି ସଦସ୍ୟାଙ୍କୁ ବହୁଳ ମାତ୍ରାରେ ନିୟୋଜନ ସୂର୍ଯ୍ୟମୁଖୀ ତେଲ ଉପତ୍ାଦନରେ ବିପ୍ଳବ ଆଣିପାରିବ ା ସେହିପରି ଆତ୍ମା ମାଧ୍ୟମରେ ତାଲିମ ଓ ସରକାରୀ ଅନୁଦାନ ଏହି ଚାଷକୁ ଆଗକୁ ନେଇପାରିବ ା ଏ ସମ୍ପର୍କରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦେବଦାସ ଦତ୍ତ ଓ କେଭିକେ ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି, ସୂର୍ଯ୍ୟମୁଖୀ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହୋଇଛି ା ଆତ୍ମା ମାଧ୍ୟମରେ ତାଲିମ ସହ ରାଜ୍ୟର ୧୧୮ଟି ଗୋଦାମ ଗୃହ ନିର୍ମାଣ କରି ଏପରି ଫସଲ ସଂଗ୍ରହ କରିବାକୁ ଯୋଜନା ହୋଇଛି ା ଚାଷୀ ଚଳିତ ବର୍ଷ ଏହାର ଫାଇଦା ନେଇ ପାରିବେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri