ଆଦର୍ଶ କୃଷି ଉଦ୍ୟାନ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୬ା୪: ରାଜ୍ୟର ପ୍ରତି ଜିଲାରେ ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ହୋଇଛି। ଉଦ୍ୟାନ କୃଷି ମିଶନ ଅଧୀନରେ ଉଦ୍ୟାନରେ ଉନ୍ନତ ଧରଣର ଆମ୍ବ, ନଡ଼ିଆ, ପିଜୁଳି, ଅମୃତଭଣ୍ଡା, ସପୁରି ଆଦି ସହ ଫୁଲ ଚାରା ଘରୋଇ ବଗିଚା ପାଇଁ ସୁଲଭ ମୂଲ୍ୟରେ ଚାଷୀ ପାଉଛନ୍ତି। ତେବେ କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଏହି ଉଦ୍ୟାନ ପ୍ରତିଷ୍ଠା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଅଦ୍ୟାବଧି ସଫଳ ହୋଇନାହିଁ। ଏପରି ପ୍ରକଳ୍ପ ପାଇଁ ଗତ ୮ବର୍ଷ ପୂର୍ବେ ଉଦ୍ୟମ ଆରମ୍ଭ ହୋଇଥିଲା। କୃଷି ଉଦ୍ୟାନ ପାଇଁ ଡେରାବିଶ ବ୍ଲକ ନୋଳସାହିଠାରେ ୬୦ ଏକର ଜମି ଚିହ୍ନଟ ହୋଇଥିଲା। ପ୍ରାଚୀର, ଫଳ, ଫୁଲ ପାଇଁ ୨ କୋଟି ଟଙ୍କା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବ୍ୟୟବରାଦ ହୋଇଥିଲା। ଏହାସତ୍ତ୍ୱେ ପ୍ରକଳ୍ପକୁ ତ୍ୱରାନ୍ବିତ କରାଯାଇ ପାରିନାହିଁ। ପ୍ରଶାସନିକ ଅସହଯୋଗ ପ୍ରକଳ୍ପକୁ ଆରମ୍ଭ ପୂର୍ବରୁ ମାରି ଦିଆଗଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ, ଚାଷୀ ଓ କୃଷକ ନେତାମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ, ବିଧୁଭୂଷଣ ମହାପାତ୍ର, ସାମାଜିକ କର୍ମୀ ମନୋଜ ନାୟକ, ବୁଦ୍ଧିଜୀବୀ ପ୍ରଭାତ ପରିଡା, ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ଖଣି ଓ ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ଜିଲାର ସମତଳ ଓ ଉର୍ବର ମାଟି, ପରିବେଶ, ପ୍ରବାହିତ ୭ ନଦୀ ସହ ଉପଯୁକ୍ତ ପରିମାଣର ବର୍ଷା ଜଳ ବିଭିନ୍ନ ପ୍ରକାର ଫଳ, ଫୁଲ, ପନିପରିବା ପରି ଅର୍ଥକରୀ ଫସଲ ପାଇଁ ଉପଯୁକ୍ତ। ଫସଲ ପାଇଁ ଆବଶ୍ୟକ ପରିବେଶ ଥିଲେ ମଧ୍ୟ ଚାଷୀଙ୍କ ପାଇଁ ଉନ୍ନତ ଚାରା, ବୈଜ୍ଞାନିକ ପଦ୍ଧତିର ତାଲିମ, ସରକାରୀ ରିହାତିରେ କୃଷି ଯନ୍ତ୍ରପାତି ଆଦି ସମସ୍ୟା ସୃଷ୍ଟି କରିଛି। ଏସବୁର ସମାଧାନ ଜିଲାର ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ଦ୍ୱାରା କିଛି ମାତ୍ରାରେ ସମାଧାନ ହୋଇ ପାରିଥାନ୍ତା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନୋଳସାହିଠାରେ ଚିହ୍ନଟ ୬୦ ଏକର ଜମିରେ ଆଦର୍ଶ କୃଷି ଉଦ୍ୟାନ ପାଇଁ ପ୍ରାଥମିକ ସ୍ତରରେ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏଥିସହ ଭିତ୍ତିଭୂମି ପ୍ରତିଷ୍ଠା, ୪ ପାଖରେ ପାଚେରି ନିର୍ମାଣ, ଉନ୍ନତ କିସମର ଚାରା ସୃଷ୍ଟି ପାଇଁ ପ୍ରାୟ ୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ତେବେ କୌଣସି କାରଣରୁ ଏହି ଅଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ସମ୍ଭବ ହୋଇପାରିନାହିଁ। ଅପରପକ୍ଷରେ ଗ୍ରାମାଞ୍ଚଳରେ ଫଳ ଚାରା ରୋପଣ ନାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଗତ ୫ ବର୍ଷ ମଧ୍ୟରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ନଡ଼ିଆ ଗଛ ରୋପଣ ପାଇଁ ଏହି ଅର୍ଥ ବିନିଯୋଗ ହୋଇଥିବା ବେଳେ ଗରଦପୁର ଓ ଡେରାବିଶ ବ୍ଲକ ଅଞ୍ଚଳର ବହୁ ହିତାଧିକାରୀ ଅର୍ଥ ଉଠାଇ ଥିଲେ ମଧ୍ୟ ଗଛର ଚିହ୍ନବର୍ଣ୍ଣ ନାହିଁ। ସେହିପରି ହିତାଧିକାରୀଙ୍କ ଜମି ନ ଥିବା ସତ୍ତ୍ୱେ ନଡ଼ିଆ ଗଛ ରୋପଣ କରିଥିବା ନେଇ ଟଙ୍କା ଉଠାଯାଇଛି। ଏହାର ତଦନ୍ତ ହେଲେ ବିଭାଗର ଚାରାରୋପଣ ଦୁର୍ନୀତି ପଦାକୁ ଆସିବ। ସେହିପରି ଜିଲାରେ ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା କରି ଚାଷୀଙ୍କୁ ସହଯୋଗ ଦେବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ଦେବଦାସ ଦତ୍ତ କହିଛନ୍ତି, ପ୍ରସ୍ତାବିତ ଆଦର୍ଶ କୃଷି ଉଦ୍ୟାନ ଅଞ୍ଚଳ ବନ ବିଭାଗ ଅଧୀନରେ ଅଛି। ବନ ବିଭାଗର ଅନୁମତି ବିନା କାର୍ଯ୍ୟ ଆରମ୍ଭ ସମ୍ଭବ ନୁହେଁ। ଏପରି ପ୍ରକଳ୍ପ ପ୍ରତିଷ୍ଠା ନେଇ ଉଦ୍ୟମ ଓ ପ୍ରକ୍ରିୟା ଅବ୍ୟାହତ ଅଛି। ନଡ଼ିଆ ଗଛ ରୋପଣରେ ଅନିୟମିତତା ସମ୍ପର୍କରେ ତଦନ୍ତ ହେବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri