କର୍ମ ନିଯୁକ୍ତି ଭିତ୍ତିଭୂମି ନାହିଁ

କେନ୍ଦ୍ରାପଡ଼ା ଅଫିସ,୬।୯: ସପ୍ତାହକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ଥାନା ଅଞ୍ଚଳରେ ୪ ଲୁଟ୍‌ ଘଟଣା ଘଟିଛି। କାଟଣା ଅଞ୍ଚଳର ଜଣେ ଛାତ୍ରୀଙ୍କ ମୋବାଇଲକୁ ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ଛଡାଇ ନେଇଛନ୍ତି। ୧ ତାରିଖରେ ଅଶୋକ ବଜାରରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ବେହେରାଙ୍କ ସ୍ତ୍ରୀଙ୍କ ବେକରୁ ସୁନାଚେନ୍‌ ଲୁଟ୍‌ ହୋଇଛି। ୨ ତାରିଖରେ ଚନ୍ଦନ ପୋଖରୀ ଛକରେ ଟେଲରିଂ ଶିକ୍ଷା ଦେଉଥିବା ଭାଲେଣ୍ଟିନା ମାଇତିଙ୍କ ଦୋକାନକୁ କଥାବାର୍ତ୍ତା ଆଳରେ ଜଣେ ଯୁବକ ଆସି ୨ ଭରି ଓଜନର ସୁନାହାର ଝାମ୍ପି ନେଇଛନ୍ତି। ୩ ତାରିଖରେ ଶିଶୁଆ ଗ୍ରାମର ସୁଶିଲ କୁମାର ପ୍ରଧାନଙ୍କ ଘରେ ସୁନା ଅଳଙ୍କାର ସଫା କରିବା ଆଳରେ ଲକ୍ଷାଧିକ ଟଙ୍କାର ଗହଣା ନେଇ ଜଣେ ଯୁବକ ଫେରାର ହୋଇଯାଇଛନ୍ତି। ରାଜକନିକା ଥାନାରେ ହୋଇଥିବା ଏସବୁ ଅଭିଯୁକ୍ତମାନେ ଯୁବପିଢ଼ି। କେବଳ ରାଜକନିକା ନୁହେଁ ଜିଲା ସାରା ଏପରି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଜିଲାରେ କର୍ମ ନିଯୁକ୍ତି ଅଭାବ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି କରାଉଥିବା ବେଳେ ଯୁବପିଢ଼ୀ ରୋଜଗାର ପାଇଁ ଜିଲା ବାହାରକୁ ଯାଉଛନ୍ତି। ୧୫ ଲକ୍ଷରୁ ଅଧିକ ଜିଲାବାସୀଙ୍କ ଆର୍ଥିକ ଉନ୍ନତି ପାଇଁ ରାଜନେତା ଓ ପ୍ରଶାସକଙ୍କ ପାଖରେ ସମନ୍ବୟ ଓ ଯୋଜନାର ଅଭାବ ଅଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଆଳି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଦେବେନ୍ଦ୍ର ଜେନାଙ୍କ ପୁଅ ମହେଶ୍ୱର (୨୬) ଗତ ୫ ବର୍ଷ ହେବ ତାମିଲନାଡୁର ଏକ ପ୍ଲାଇଉଡ୍‌ କମ୍ପାନୀରେ କାମ କରୁଛନ୍ତି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ମାଷ୍ଟର ଇନ୍‌ କମ୍ପୁଟର ଆପ୍ଲିକେଶନ (ଏମସିଏ)। ସେଠାରେ ସେ କମ୍ପାନୀ ଉପତ୍ାଦର ଡିଜାଇନିଂ କରୁଛନ୍ତି। ମହେଶ୍ୱରଙ୍କ କହିବା ଅନୁଯାୟୀ, କେନ୍ଦ୍ରାପଡ଼ାରେ ରହି ନିଜର ବିକାଶ କରିହେବ ନାହିଁ। ଏହି ଜିଲାରେ ବୃହତ୍‌, ମଧ୍ୟମ ଛାଡନ୍ତୁ କ୍ଷୁଦ୍ର ଶିଳ୍ପଟିଏ ନାହିଁ। ଯୁବ ଶିଳ୍ପୋଦ୍ୟୋଗୀ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ୟମ କଲେ ମଧ୍ୟ ସହଯୋଗ ନାହିଁ। ସିଙ୍ଗଲ ୱିଇଣ୍ଡୋ ବ୍ୟବସ୍ଥାରେ ଶିଳ୍ପଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରାଗଲେ ଜିଲାର ଅର୍ଥନୀତିରେ ସୁଧାର ଆସିପାରନ୍ତା। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ଜିଲାର ଅର୍ଥନୀତି କୃଷିଭିତ୍ତିକ। ତେବେ ଏହାର ପ୍ରଧାନ ସମସ୍ୟା ଜଳ ପରିଚାଳନା। ଆଳି, ରାଜକନିକା, ରାଜନଗର ଅଞ୍ଚଳର ଜଳସେଚନ ପାଇଁ ଆଦୌ କେନାଲ ନାହିଁ। ସେହିପରି ଅନ୍ୟ ୬ ବ୍ଲକ ଅଞ୍ଚଳରେ ଜଳସେଚନ ଓ ନିଷ୍କାସନ ସମସ୍ୟାରେ କୃଷକ ଅଛନ୍ତି। ଏହା ବ୍ୟତୀତ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କ୍ଷେତ୍ରରେ ଅବହେଳା ହେଉଛି। ଏହି ଜିଲାକୁ ଏକକ କୃଷି କ୍ଷେତ୍ରରେ ସ୍ବତନ୍ତ୍ର ଫସଲ ପାଇଁ ଯୋଜନା ହେବା କଥା। ଗୋଟିଏ ଦଶନ୍ଦୀ ପୂର୍ବେ ଏହି ଜିଲାରେ ସର୍ବାଧିକ ବାଇଗଣ ଉପତ୍ନ ହୋଇ ରାଜ୍ୟର ବିଭିନ୍ନ ଜିଲାକୁ ଯାଉଥିଲା। ଏବେ ଜହ୍ନି,ଭେଣ୍ଡି ପାଇଁ ବାହାର ଜିଲା ଓ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ନ ମିଳିଲେ ଜିଲା ବାହାରକୁ ଯିବା ଆବଶ୍ୟକ ହେଉଛି। ଏପରିକି କେତେଜଣ ଯୁବପୀଢ଼ି ପଥ ଭ୍ରଷ୍ଟ ହୋଇ ଅପରାଧିକ କାର୍ଯ୍ୟକଳାପ ଆଡକୁ ଯାଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ସରକାରୀ ଯୋଜନାର ସୁଫଳ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ୨୦୧୧ ଜନଗଣନା ଅନୁଯାୟୀ ଜିଲାରେ ୧୪ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ଏମାନଙ୍କ ମଧ୍ୟରୁ ୪ ଲକ୍ଷ ୬୬ ହଜାର ଶ୍ରମିକ ଶ୍ରେଣୀର ଅଛନ୍ତି। ତଥ୍ୟ ଅନୁଯାୟୀ, ଶ୍ରମିକଙ୍କ ଆର୍ଥିକ ବିକାଶ ପାଇଁ ହୋଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାତ୍ର ୫ ପ୍ରତିଶତଙ୍କୁ କାମ ମିଳୁଛି। ଏଠାରେ ପର୍ଯ୍ୟଟନ ଶିଳ୍ପ ଓ କୃଷି ରୋଜଗାରର ପନ୍ଥା ହୋଇପାରିବ। ତେବେ ଏଥିପାଇଁ ପ୍ରଶାସକ ଓ ରାଜନେତାଙ୍କ ମଧ୍ୟରେ ସମନ୍ବୟ ରହିବା ଜରୁରୀ। ଯୋଜନା ଦ୍ୱାରା ଯୁବପିଢ଼ିଙ୍କୁ ଅପରାଧିକ ଜଗତରୁ ଫେରାଇ ଆଣିବା ସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri