ଲାଞ୍ଚ ନ ଦେଲେ ଉନ୍ନୟନମୂଳକ କାର୍ଯ୍ୟ ହେଉନି

ନାଉଗାଁ,୧୮ା୫(ସ୍ବ.ପ୍ର.): ଜଗତ୍‌ସିଂପୁର ଜିଲା ନାଉଗାଁ ବ୍ଲକ ଘୋଡାଂଶ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ସରପଞ୍ଚ ନୀହାର ରଞ୍ଜନ ବସ୍ତିଆ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ସେ ବ୍ଲକରେ ହେଉଥିବା ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଥିଲେ। ବ୍ଲ୍ଳକରେ ଥିବା ପ୍ରଶାସନିକ ଅଧିକାରୀମାନେ ଉତ୍କୋଚ ନ ନେଲେ କୌଣସି ଉନ୍ନୟନମୂଳକ କାର୍ଯ୍ୟର ଫାଇଲ କାମ ହେଉନାହିଁ। ଏପରି କି ପଞ୍ଚାୟତରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର ଶତକଡ଼ା ୨ ଭାଗ ଓ୍ବାର୍କ କଣ୍ଟିଜେନ୍ସି ହିସାବରେ ରଖାଯାଇଥାଏ। ସେହିପରି ରାଜ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପଞ୍ଚାୟତକୁ ଆସୁଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ଅର୍ଥର ସୁଧ ଟଙ୍କା କେଉଁ ବାଟରେ ଖର୍ଚ୍ଚ କରାଯାଉଛି ସେ ସମ୍ପର୍କରେ ବିଡିଓଙ୍କୁ ପଚାରିବାରେ ସେ କୌଣସି ତଥ୍ୟ ପ୍ରଦାନ କରୁନାହାନ୍ତି। ସେହିପରି ଉକ୍ତ ଅର୍ଥ କେଉଁ ବାଟରେ ଖର୍ଚ୍ଚ କରାଯାଇଛି ଜନ ସୂଚନା ଅଧିକାର ଆଇନ ବଳରେ ମାଗିଲେ ତାହା ମିଳୁ ନ ଥିବା ସରପଞ୍ଚ ବସ୍ତିଆ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ଘୋଡାଂଶ ପଞ୍ଚାୟତରେ ସର୍ବାଧିକ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ସେଥିରୁ କିଛି ବିଲ୍‌ କରାଯାଇଥିବା ବେଳେ ଅବଶିଷ୍ଟ ବିଲ ବର୍ତ୍ତମାନ ମଧ୍ୟ ହୋଇନାହିଁ। ବିଲ୍‌ କରିବାକୁ ବାରମ୍ବାର ବ୍ଲକକୁ ଯିବା ସମୟରେ ଜଣେ ଜିଆରଏସ୍‌ ୭୪ ହଜାର ଟଙ୍କା ମୋତେ ଲାଞ୍ଚ ମାଗିଥିଲେ। ଲାଞ୍ଚ ବାବଦକୁ ଟଙ୍କା ନ ଦେବାରୁ ପଞ୍ଚାୟତର କୌଣସି ବିଲ୍‌ କରାଯାଉନାହିଁ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରପଞ୍ଚ ହେବା ପରେ ତତ୍‌କାଳୀନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ପ୍ରଧାନ ପଞ୍ଚାୟତର ବିଦ୍ୟୁତ୍‌ ବିଲ୍‌ ପୈଠ କରିବାକୁ ଡିଜିଟାଲ ସିଗ୍ନେଚର ସାର୍ଟିଫକେଟ ମାଗିଥିଲେ। କୌଣସି କାମରେ ବାହାରକୁ ଯାଉଥିବାରୁ ବିଶ୍ୱାସରେ ଉକ୍ତ ଡିଏସ୍‌ସିଟିକୁ ତାଙ୍କୁ ହସ୍ତାନ୍ତର କରିଥିଲି। ପରେ ଜାଣିବାକୁ ପାଇଲି ଯେ, ଉକ୍ତ ଡିଏସ୍‌ସି ମାଧ୍ୟମରେ ବିଭିନ୍ନ ସମୟରେ ୨ ଲକ୍ଷ ୮୬ ହଜାର ୬ଶହ ୨୦ ଟଙ୍କା ହଡ଼ପ କରାଯାଇଛି। ମୋ ବିନା ଦସ୍ତଖତରେ ଉକ୍ତ ଟଙ୍କା କିପରି ଉଠାଗଲା ସେ ବିଷୟରେ ବିଡିଓଙ୍କୁ ଜଣାଇଥିଲି। କିନ୍ତୁ ବିଡିଓ ଏ ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ଉକ୍ତ ବିଷୟରେ ଜିଲାପାଳଙ୍କ ଜନଶୁଣାଣି ଓ ଡିଆରଡଏର ପ୍ରକଳ୍ପ ନିର୍ଦ୍ଦେଶଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲି। ଘୋଡାଂଶ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କୌଣସି ପ୍ରକଳ୍ପ ନିର୍ମାଣ କରା ନ ଯାଇ ଲକ୍ଷାଧିକ ଟଙ୍କା ବିଲ ହୋଇଥିବାବେଳେ ସରପଞ୍ଚ ହେବା ପରେ କାର୍ଯ୍ୟ କରି ମଧ୍ୟ ମୋର ବିଲ କରାଯାଉନାହିଁ। ପଞ୍ଚାୟତରେ ଯୋଗ ଦେଇଥିବା ନୂତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କର ସ୍ପେସିମେନ ବିଡିଓ ଦସ୍ତଖତ କରୁ ନ ଥିବାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପ୍ରକଳ୍ପ ସରିଥିଲେ ମଧ୍ୟ ବିଲ ହୋଇପାରୁନାହିଁ। ଜିପିଓ ଦିନେଶ ରାୟ ବ୍ଲକରେ ରହୁଥିବା ଷ୍ଟାପ କ୍ୱାର୍ଟର୍ସର ବିଦ୍ୟୁତ୍‌ ସଂଯୋଗ କାହା ନାମରେ ରହିଛି, କ୍ୱାର୍ଟର୍ସ କାହା ନାମରେ ଆଲର୍ଟ ହୋଇଛି ତାହା ତଦନ୍ତ ସାପେକ୍ଷ। ଉକ୍ତ ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଲେ ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦିଆଯାଉଥିବା ସରପଂଚ ବସ୍ତିଆ କହିଛନ୍ତି। ମୋ ଅଜଣାତରେ ଉଠାଯାଇଥିବା ଟଙ୍କା ସମ୍ବନ୍ଧରେ ମେ ୧୫ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିବା ସହ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ସଚିବ, ଜିଲାପାଳ, ଏସ୍‌ପିଙ୍କୁ ଅବଗତ କରାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯଦି ସରପଞ୍ଚ ଭାବେ ମୁଁ କୌଣସି ଦୁର୍ନୀତିରେ ଲିପ୍ତ ଅଛି ତାହାର ମଧ୍ୟ ତଦନ୍ତ କରାଯାଉ। ଯଦି ଆଗାମୀ ୭ ଦିନ ମଧ୍ୟରେ କୌଣସି ତଦନ୍ତ ନ ହୁଏ ତେବେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସି ରହିବେ ବୋଲି ସରପଞ୍ଚ ବସ୍ତିିଆ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ମଲିକଙ୍କୁ ପଚାରିବାରେ କଣ୍ଟିଜେନିସ ଅର୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଲଗାଯାଇଥାଏ। ସରପଞ୍ଚ ନିହାର ବସ୍ତିଆ ମିଥ୍ୟା ଅଭିଯୋଗ ଆଣିଛନ୍ତି। ସେ ବ୍ଲକରେ ବିଭିନ୍ନ ସମୟରେ ବିଶୃଙ୍ଖଳା କରିବା ସହ ଅଧିକରୀମାନଙ୍କୁ ଅସମ୍ମାନିତ କରୁଥିଲେ। ଯାହାକୁ ନେଇ ତାଙ୍କୁ ବ୍ଲକ ଆସିବାକୁ ମନା କରାଯାଇଥିଲା। ପରେ କେତେଜଣ ଜନ ପ୍ରତିନିଧି ଓ କର୍ମଚାରୀ ବସି ସମାଧାନ କରାଯାଇଥିଲା। ଏହି ଖବରଦାତା ସମ୍ମିଳନୀ ସରପଞ୍ଚ ବସ୍ତିଆଙ୍କ ସମେତ ସାମାଜିକ କର୍ମୀ ବନୋଜ କୁମାର ମାହନ୍ତି, ସୁଜିତ କୁମାର ରାଉତ, ହିମାଂଶୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri