ଶିଳ୍ପାନୁଷ୍ଠାନ ଥାଇ ବିକାଶ ନାହିଁ

ଢେଙ୍କାନାଳ ଅଫିସ, ୨୧।୮: ଢେଙ୍କାନାଳ ଜିଲାରେ ଶିଳ୍ପାନୁଷ୍ଠାନ ସଂଖ୍ୟା ବୃଦ୍ଧି ପାଉଛି। ହେଲେ ଏହା ତୁଳନାରେ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳର ବିକାଶ ହୋଇପାରିନାହିଁ। ଶିଳ୍ପସଂସ୍ଥା ନିଜର ୩ ବର୍ଷ ଲାଭାଂଶର ୨ ପ୍ରତିଶତ ଅର୍ଥରାଶି କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମରେ ଖର୍ଚ୍ଚ କରିବା କଥା। ଏଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ପାରିପାର୍ଶ୍ୱିକ ଉନ୍ନତି ନାମରେ ଯେଉଁ କାମ ହେଉଛି, ସେ ସମ୍ପର୍କରେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ବିଧାୟକଙ୍କୁ ତଥ୍ୟ ପ୍ରଦାନ କରାଯାଉନାହିଁ। ବିକାଶରେ କର୍ପୋରେଟ ସେକ୍ଟରଗୁଡ଼ିକର ଗୁରୁଦାୟିତ୍ୱ ରହିଛି। କିନ୍ତୁ ଢେଙ୍କାନାଳରେ ତାହା ହେଉ ନ ଥିବାରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜିଲାର ମନ୍ତ୍ରୀ ଏବଂ ବିଧାୟକ।
ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ଅପରାହ୍ନ ୫ଟାରେ ଜିଲାର ଶିଳ୍ପାନୁଷ୍ଠାନସମୂହକୁ ନେଇ ପ୍ରଶାସନ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ଓ ସହରାଞ୍ଚଳ ବିକାଶ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନାରେ ଭାଗନେଇ ମନ୍ତ୍ରୀ କହିଲେ, ଶିଳ୍ପାନୁଷ୍ଠାନ ଥିବା ଅଞ୍ଚଳରେ ଆଖିଦୃଶିଆ ବିକାଶ ହେବା ଜରୁରୀ। ବର୍ଷକ ତଳେ ହୋଇଥିବା ବୈଠକରେ ଏଥିଲାଗି ଏକାଧିକ ନିଷ୍ପତ୍ତି ନିଆଯାଇଥିଲା। ହେଲେ ତଦନୁଯାୟୀ କୌଣସି କାମ ହୋଇନାହିଁ ବୋଲି ମନ୍ତ୍ରୀ କ୍ଷୋଭବ୍ୟକ୍ତ କରିଥିଲେ। ଶିଳ୍ପବହୁଳ ଜିଲାରେ ଶିକ୍ଷା, ସ୍ବାସ୍ଥ୍ୟର ସେହିଭଳି ବିକାଶ ହେଉ ନ ଥିବା ପରଜଙ୍ଗ ବିଧାୟକ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ାପଡ଼ା ବ୍ଲକରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନର ବର୍ଜ୍ୟଜଳ ବ୍ରାହ୍ମଣୀକୁ ପ୍ରଦୂଷିତ କରୁଛି। ପ୍ରଦୂଷଣ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ଶିଳ୍ପସଂସ୍ଥା ଉପରୁ ଲୋକଙ୍କ ଭରସା ତୁଟିଲାଣି ବୋଲି ଢେଙ୍କାନାଳ ବିଧାୟକ କହିଥିଲେ। ଶିଳ୍ପାନୁଷ୍ଠାନ ଦ୍ୱାରା ପ୍ରଭାବିତ ହୋଇଥିବା ଜମିହରା ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତିରେ ଅଗ୍ରାଧିକାର, ଜିଲାର ୩ ଏନ୍‌ଏସି, ଢେଙ୍କାନାଳ ପୌରାଞ୍ଚଳକୁ ଫୋକସ୍‌ରେ ରଖି ସିଏସ୍‌ଆର୍‌ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଧାୟିକା କହିଲେ, ସିଏସ୍‌ଆର୍‌ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକେ ଜାଣିପାରୁନାହାନ୍ତି। ହିନ୍ଦୋଳ ଓ ଓଡ଼ାପଡ଼ା ବ୍ଲକରେ କ’ଣ ବିକାଶମୂଳକ କାର୍ଯ୍ୟ ହୋଇଛି, ତାହା କମ୍ପାନୀଗୁଡ଼ିକ ସ୍ପଷ୍ଟ କରନ୍ତୁ ବୋଲି ସେ କହିଥିଲେ। ସାମାଜିକ ଦାୟିତ୍ୱବୋଧ ଏବଂ ପାରିପାର୍ଶ୍ୱିକ ଉନ୍ନୟନରେ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ, ନବ କମ୍ପାନୀ ଲିମିଟେଡ୍‌, ଉତ୍କଳ ଆଜବେଷ୍ଟସ ଲିମିଟେଡ୍‌ର କାର୍ଯ୍ୟ ସନ୍ତୋଷଜନକ ବୋଲି ମତ ପ୍ରକାଶ ପାଇଥିଲା। ଏଣିକି କମ୍ପାନୀ କର୍ତ୍ତୃପକ୍ଷ ନିଜ ଅଞ୍ଚଳର ବିଧାୟକଙ୍କୁ ସେମାନେ କରୁଥିବା କାମ ବିଷୟରେ ଜଣାଇବେ ବୋଲି ସହମତି ପ୍ରକାଶ କରିଛନ୍ତି।
ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କହିଲେ, ପୌରସଂସ୍ଥା ପକ୍ଷରୁ ମହିଷାପାଟଠାରେ ମଳପଙ୍କ ପରିଚାଳନା କେନ୍ଦ୍ର ପାଇଲଟ ପ୍ରୋଜେକ୍ଟ ଜାତୀୟସ୍ତରରେ ପ୍ରଶଂସିତ ହୋଇଛି। ୧୫ଟି ଦେଶର ପ୍ରତିନିଧି ଏଠାକୁ ପରିଦର୍ଶନ ଲାଗି ଆସିଛନ୍ତି। ଏସ୍‌ଏଚ୍‌ଜି ପରିଚାଳନା କରୁଥିବା ଏହି କେନ୍ଦ୍ରରୁ ଗତବର୍ଷ ୮୦ଲକ୍ଷ ଟଙ୍କା ଲାଭ ହୋଇଥିଲା। ସେହିପରି ଏସ୍‌ଏଚ୍‌ଜି ଦ୍ୱାରା ପ୍ରତିଷ୍ଠିତ ଆଚାର ଉଦ୍ୟୋଗରୁ ୫୮ ଆହାର କେନ୍ଦ୍ରକୁ ଆଚାର ଯୋଗାଣ କରାଯାଉଥିବା ସେ ସୂଚନା ଦେଇଛନ୍ତି। ଚିକିତ୍ସାର ଗୁଣାତ୍ମକ ମାନବୃଦ୍ଧି ଲାଗି ୪ଟି ଡାଏଲିସିସ୍‌ ୟୁନିଟ୍‌ କରିବା ପାଇଁ ଟାଟା ଷ୍ଟିଲ୍‌କୁ ପ୍ରସ୍ତାବ ଦିଆଯାଇଛି। ଢେଙ୍କାନାଳ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରର ବକେୟା ଉନ୍ନତୀକରଣ କାର୍ଯ୍ୟ କରିବାକୁ ରୁଙ୍ଗ୍‌ଟା କମ୍ପାନୀକୁ କୁହାଯାଇଛି। ଢେଙ୍କାନାଳ ପୌରାଞ୍ଚଳର ୪ ପ୍ରବେଶ ଦ୍ୱାରରେ ୪ ଗେଟ୍‌, ରାସ୍ତାକଡ଼ ସୌନ୍ଦର୍ଯ୍ୟକରଣ, ଷ୍ଟାଡିୟମ୍‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri