ଶିଳ୍ପାନୁଷ୍ଠାନ ଥାଇ ବିକାଶ ନାହିଁ

ଢେଙ୍କାନାଳ ଅଫିସ, ୨୧।୮: ଢେଙ୍କାନାଳ ଜିଲାରେ ଶିଳ୍ପାନୁଷ୍ଠାନ ସଂଖ୍ୟା ବୃଦ୍ଧି ପାଉଛି। ହେଲେ ଏହା ତୁଳନାରେ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳର ବିକାଶ ହୋଇପାରିନାହିଁ। ଶିଳ୍ପସଂସ୍ଥା ନିଜର ୩ ବର୍ଷ ଲାଭାଂଶର ୨ ପ୍ରତିଶତ ଅର୍ଥରାଶି କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମରେ ଖର୍ଚ୍ଚ କରିବା କଥା। ଏଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ପାରିପାର୍ଶ୍ୱିକ ଉନ୍ନତି ନାମରେ ଯେଉଁ କାମ ହେଉଛି, ସେ ସମ୍ପର୍କରେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ବିଧାୟକଙ୍କୁ ତଥ୍ୟ ପ୍ରଦାନ କରାଯାଉନାହିଁ। ବିକାଶରେ କର୍ପୋରେଟ ସେକ୍ଟରଗୁଡ଼ିକର ଗୁରୁଦାୟିତ୍ୱ ରହିଛି। କିନ୍ତୁ ଢେଙ୍କାନାଳରେ ତାହା ହେଉ ନ ଥିବାରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜିଲାର ମନ୍ତ୍ରୀ ଏବଂ ବିଧାୟକ।
ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ଅପରାହ୍ନ ୫ଟାରେ ଜିଲାର ଶିଳ୍ପାନୁଷ୍ଠାନସମୂହକୁ ନେଇ ପ୍ରଶାସନ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ଓ ସହରାଞ୍ଚଳ ବିକାଶ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନାରେ ଭାଗନେଇ ମନ୍ତ୍ରୀ କହିଲେ, ଶିଳ୍ପାନୁଷ୍ଠାନ ଥିବା ଅଞ୍ଚଳରେ ଆଖିଦୃଶିଆ ବିକାଶ ହେବା ଜରୁରୀ। ବର୍ଷକ ତଳେ ହୋଇଥିବା ବୈଠକରେ ଏଥିଲାଗି ଏକାଧିକ ନିଷ୍ପତ୍ତି ନିଆଯାଇଥିଲା। ହେଲେ ତଦନୁଯାୟୀ କୌଣସି କାମ ହୋଇନାହିଁ ବୋଲି ମନ୍ତ୍ରୀ କ୍ଷୋଭବ୍ୟକ୍ତ କରିଥିଲେ। ଶିଳ୍ପବହୁଳ ଜିଲାରେ ଶିକ୍ଷା, ସ୍ବାସ୍ଥ୍ୟର ସେହିଭଳି ବିକାଶ ହେଉ ନ ଥିବା ପରଜଙ୍ଗ ବିଧାୟକ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ାପଡ଼ା ବ୍ଲକରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନର ବର୍ଜ୍ୟଜଳ ବ୍ରାହ୍ମଣୀକୁ ପ୍ରଦୂଷିତ କରୁଛି। ପ୍ରଦୂଷଣ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ଶିଳ୍ପସଂସ୍ଥା ଉପରୁ ଲୋକଙ୍କ ଭରସା ତୁଟିଲାଣି ବୋଲି ଢେଙ୍କାନାଳ ବିଧାୟକ କହିଥିଲେ। ଶିଳ୍ପାନୁଷ୍ଠାନ ଦ୍ୱାରା ପ୍ରଭାବିତ ହୋଇଥିବା ଜମିହରା ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତିରେ ଅଗ୍ରାଧିକାର, ଜିଲାର ୩ ଏନ୍‌ଏସି, ଢେଙ୍କାନାଳ ପୌରାଞ୍ଚଳକୁ ଫୋକସ୍‌ରେ ରଖି ସିଏସ୍‌ଆର୍‌ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଧାୟିକା କହିଲେ, ସିଏସ୍‌ଆର୍‌ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକେ ଜାଣିପାରୁନାହାନ୍ତି। ହିନ୍ଦୋଳ ଓ ଓଡ଼ାପଡ଼ା ବ୍ଲକରେ କ’ଣ ବିକାଶମୂଳକ କାର୍ଯ୍ୟ ହୋଇଛି, ତାହା କମ୍ପାନୀଗୁଡ଼ିକ ସ୍ପଷ୍ଟ କରନ୍ତୁ ବୋଲି ସେ କହିଥିଲେ। ସାମାଜିକ ଦାୟିତ୍ୱବୋଧ ଏବଂ ପାରିପାର୍ଶ୍ୱିକ ଉନ୍ନୟନରେ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ, ନବ କମ୍ପାନୀ ଲିମିଟେଡ୍‌, ଉତ୍କଳ ଆଜବେଷ୍ଟସ ଲିମିଟେଡ୍‌ର କାର୍ଯ୍ୟ ସନ୍ତୋଷଜନକ ବୋଲି ମତ ପ୍ରକାଶ ପାଇଥିଲା। ଏଣିକି କମ୍ପାନୀ କର୍ତ୍ତୃପକ୍ଷ ନିଜ ଅଞ୍ଚଳର ବିଧାୟକଙ୍କୁ ସେମାନେ କରୁଥିବା କାମ ବିଷୟରେ ଜଣାଇବେ ବୋଲି ସହମତି ପ୍ରକାଶ କରିଛନ୍ତି।
ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କହିଲେ, ପୌରସଂସ୍ଥା ପକ୍ଷରୁ ମହିଷାପାଟଠାରେ ମଳପଙ୍କ ପରିଚାଳନା କେନ୍ଦ୍ର ପାଇଲଟ ପ୍ରୋଜେକ୍ଟ ଜାତୀୟସ୍ତରରେ ପ୍ରଶଂସିତ ହୋଇଛି। ୧୫ଟି ଦେଶର ପ୍ରତିନିଧି ଏଠାକୁ ପରିଦର୍ଶନ ଲାଗି ଆସିଛନ୍ତି। ଏସ୍‌ଏଚ୍‌ଜି ପରିଚାଳନା କରୁଥିବା ଏହି କେନ୍ଦ୍ରରୁ ଗତବର୍ଷ ୮୦ଲକ୍ଷ ଟଙ୍କା ଲାଭ ହୋଇଥିଲା। ସେହିପରି ଏସ୍‌ଏଚ୍‌ଜି ଦ୍ୱାରା ପ୍ରତିଷ୍ଠିତ ଆଚାର ଉଦ୍ୟୋଗରୁ ୫୮ ଆହାର କେନ୍ଦ୍ରକୁ ଆଚାର ଯୋଗାଣ କରାଯାଉଥିବା ସେ ସୂଚନା ଦେଇଛନ୍ତି। ଚିକିତ୍ସାର ଗୁଣାତ୍ମକ ମାନବୃଦ୍ଧି ଲାଗି ୪ଟି ଡାଏଲିସିସ୍‌ ୟୁନିଟ୍‌ କରିବା ପାଇଁ ଟାଟା ଷ୍ଟିଲ୍‌କୁ ପ୍ରସ୍ତାବ ଦିଆଯାଇଛି। ଢେଙ୍କାନାଳ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରର ବକେୟା ଉନ୍ନତୀକରଣ କାର୍ଯ୍ୟ କରିବାକୁ ରୁଙ୍ଗ୍‌ଟା କମ୍ପାନୀକୁ କୁହାଯାଇଛି। ଢେଙ୍କାନାଳ ପୌରାଞ୍ଚଳର ୪ ପ୍ରବେଶ ଦ୍ୱାରରେ ୪ ଗେଟ୍‌, ରାସ୍ତାକଡ଼ ସୌନ୍ଦର୍ଯ୍ୟକରଣ, ଷ୍ଟାଡିୟମ୍‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri