ବାଟ ପାଉନି ବର୍ଷାପାଣି

ଢେଙ୍କାନାଳ ଅଫିସ, ୨୧।୮: ଡ୍ରେନ୍‌ ଉପରେ ଠିଆ ହୋଇଛି କୋଠାବାଡ଼ି। ଅବରୋଧ ହୋଇରହିଛି ଜଳ ନିଷ୍କାସନର ପ୍ରମୁଖ ପଥ। କେଉଁଠି ଗଦା ହୋଇ ରହିଛି ନିର୍ମାଣ ସାମଗ୍ରୀ ତ ଅନ୍ୟ କେଉଁଠି ସ୍ଥାଣୁ ପାଲଟିଛି ଡ୍ରେନେଜ୍‌ ବ୍ୟବସ୍ଥା। ସ୍ଥିତି ଏବେ ଏଭଳି ହେଲାଣି ଯେ, ଅସରାଏ ବର୍ଷା ହେଲେ ସହର ହୋଇଯାଉଛି ଜଳାର୍ଣ୍ଣବ। ବ୍ୟସ୍ତବହୁଳ ରାସ୍ତାରେ ପ୍ରବାହିତ ହେଉଥିବା ଆଣ୍ଠୁଏ ପାଣିରେ ଠପ୍‌ ହୋଇଯାଉଛି ଜୀବନଯାତ୍ରା। ଅଧିକାଂଶ ସ୍ଥାନରେ ଡ୍ରେନ୍‌ ସଙ୍କୁଚିତ ହୋଇପଡ଼ିଥିବାବେଳେ ଢେଙ୍କାନାଳ ପୌରାଞ୍ଚଳରେ ବାଟ ପାଉନି ବର୍ଷା ଜଳ।
ରାଜ୍ୟ ପାଇଁ ଆଦର୍ଶ ହେବ ଢେଙ୍କାନାଳ ପୌରାଞ୍ଚଳ। ଏହି ସଂସ୍କୃତିସମ୍ପନ୍ନ ସହରକୁ ନୂଆ ରୂପ ଦେବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ପୌର ପ୍ରଶାସନର ଅବହେଳା, ଡ୍ରେନେଜ୍‌ ସମସ୍ୟା ସମାଧାନ ଦିଗରେ ଆନ୍ତରିକତା ଅଭାବ ଯୋଗୁ ବର୍ଷାଦିନେ ଜଳବନ୍ଦୀ ଜୀବନ ଭୋଗୁଛନ୍ତି ସହରବାସୀ। ବର୍ଷାଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ସବୁଠାରୁ ଯେଉଁ ଦାୟିତ୍ୱହୀନ କଥା ସାମ୍ନାକୁ ଆସିଛି, ତାହା ହେଉଛି ନୂତନ ଘର ନିର୍ମାଣ ପାଇଁ ଲେ-ଆଉଟ୍‌ ଅନୁମୋଦନ ବେଳେ ଦୂରଦୃଷ୍ଟିର ଅଭାବ। ନୂତନ ଘର ନିର୍ମାଣ କରିବା ପୂର୍ବରୁ ଢେଙ୍କାନାଳ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ୍‌ (ଡ୍ରିଟ୍‌) ପକ୍ଷରୁ ପ୍ଲାନ୍‌ ଅନୁମୋଦନ ବାଧ୍ୟତାମୂଳକ। ଏହି ସମୟରେ ପ୍ରସ୍ତାବିତ ଘର ନିର୍ମାଣ ସ୍ଥାନରେ ଡ୍ରେନ୍‌ ଓ ରାସ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ। ସଂସ୍ଥାର ଇଞ୍ଜିନିୟର, କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପରେ ପ୍ଲାନ୍‌କୁ ମିଳିଥାଏ ସବୁଜସଙ୍କେତ। ଗତଦିନରେ ଏହି କାର୍ଯ୍ୟକୁ ଅତି ଗୁରୁତ୍ୱର ସହ ନିଆଯାଉଥିଲା। ତେଣୁ ଜବରଦଖଲ ଆଶଙ୍କା ସେତେଟା ରହୁ ନ ଥିଲା। ଏବେ କିନ୍ତୁ ସ୍ଥିତି ବଦଳିଯାଇଛି। ସହରତଳି ଅଞ୍ଚଳରେ ବହୁ ବସ୍ତି ମୁଣ୍ଡ ଟେକିଲାଣି। ପୌରାଞ୍ଚଳର ଲୋକସଂଖ୍ୟା ୮୩ ହଜାର ଟପିଲାଣି। ସହରରେ ମୋଟ ୭୪ କିଲୋମିଟର ଡ୍ରେନ୍‌ ରହିଛି। କିନ୍ତୁ ଗୃହ ନିର୍ମାଣ ପ୍ଲାନ ଅନୁମୋଦନ ବେଳେ ଏହାକୁ ଅତ୍ୟନ୍ତ ହାଲୁକା ଭାବେ ନେଉଛନ୍ତି ବିଭାଗୀୟ ଅଧିକାରୀ। ମନଇଚ୍ଛା ଘର ନିର୍ମାଣ କରାଯାଉଥିବାରୁ ସହର ତଳି ଅଞ୍ଚଳ ଦେଇ ବର୍ଷାପାଣି ନିଷ୍କାସନ ହୋଇପାରୁନାହିଁ। ସାମାନ୍ୟ ବର୍ଷା ହେଲେ ଟାଉନ ପ୍ଲାନିଂ ସମେତ ୧୬ନଂ. ୱାର୍ଡ, କାଞ୍ଚନବଜାର ନିକଟ ଦଣ୍ଡାସାହି ରାସ୍ତା, ରଥଗଡା, ଗଣେଶ ବଜାର, ବସ୍‌ଷ୍ଟାଣ୍ଡ, କୁଞ୍ଜକାନ୍ତ, ଗୋପବନ୍ଧୁ ବଜାର ଦେଇ ଯାଇଥିବା ପ୍ରମୁଖ ରାସ୍ତା, ଗଳିଗନ୍ଦିରେ ୨-୩ ଫୁଟର ପାଣି ଚାଲୁଛି। ପ୍ରମୁଖ ପୂର୍ତ୍ତ ବିଭାଗ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ମରଣଯନ୍ତା ପାଲଟିଛି। ବର୍ଷା ପାଣି ଜମି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। କୁଞ୍ଜକାନ୍ତ ପୋଖରୀ ପାଣି ଉଛୁଳି ୩ନଂ. ଓ୍ବାର୍ଡରେ ପ୍ରବାହିତ ହେଉଛି। ବର୍ଷ ବର୍ଷ ଧରି ଲାଗି ରହିଥିବା ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପୌରସଂସ୍ଥା କିମ୍ବା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ। ତେଣୁ ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ଡ୍ରିଟ୍‌ ବଦଳରେ ଏଣିକି ଘର ନିର୍ମାଣ ପାଇଁ ପୌରସଂସ୍ଥାରେ ପ୍ଲାନ ଅନୁମୋଦନ କରାଯିବ। ପ୍ଲାନ ଅନୁମୋଦନ ପୂର୍ବରୁ ଡ୍ରେନ୍‌ ଓ ରାସ୍ତା ଉପରେ ଗୁରୁତ୍ୱ ଦିଆଯିବ। ଗଳିକନ୍ଦିରେ ରାସ୍ତାରେ ଯେଉଁଠି ପାଣି ଜମି ରହୁଛି, ସେଠାରେ ରାସ୍ତାକୁ ଲାଗିଥିବା ଘରୋଇ ଜମି ଅଧିଗ୍ରହଣ କରାଯିବ। ଏ ବାବଦ ପ୍ରାପ୍ୟ ଜମି ମାଲିକଙ୍କୁ ପ୍ରଦାନ କରାଯିବ। ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଖୁବଶୀଘ୍ର ଜବରଦଖଲ ଜାଗା ଚିହ୍ନଟ କରାଯାଇ ଉଚ୍ଛେଦ ହେବ। ଏହାପରେ ବର୍ଷାପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ। ପୌରସଂସ୍ଥା ନିକଟରେ ଅର୍ଥର ଅଭାବ ନାହିଁ। କେବଳ ଯେଉଁଠି ଜାଗାର ଆବଶ୍ୟକତା ରହିଛି, ସେଠାରେ ଲୋକଙ୍କୁ ବୁଝାଇ ଜମି ଅଧିଗ୍ରହଣ କରାଯିବ। ସମସ୍ତଙ୍କ ସହଯୋଗ ମିଳିଲେ ସମସ୍ୟାର ସମଧାନ ହୋଇପାରିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଟ୍ରାକ୍‌ ମରାମତି ଯାଞ୍ଚବେଳେ ଟ୍ରାକ୍‌ମ୍ୟାନଙ୍କୁ ଧକ୍କାଦେଲା ଦ୍ରୁତଗାମୀ ଇଣ୍ଟରସିଟି, ଚାଲିଗଲା ଜୀବନ

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା। ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନଙ୍କ…

ଗୁଡ଼ାରୀରୁ ଭୁବନେଶ୍ୱର ସିଧାସଳଖ ସରକାରୀ ବସ୍‌ ଦାବି: ଗାନ୍ଧୀ ଜୟନ୍ତୀରେ ସାଇକେଲ ଯାତ୍ରା ଆରମ୍ଭ କଲେ ପ୍ରମୋଦ

ରାୟଗଡା/ଗୁଣପୁର,୨।୧୦(ଜଗନ୍ନାଥ ଗୌଡ/ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ ଚଳାଚଳ ଦାବିରେ ଶୁକ୍ରବାର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ପ୍ରମୋଦ ପତି। ଗୁଡ଼ାରୀରୁ…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

ସ୍ବଚ୍ଛତା ହିଁ ସେବା: ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ

ଭଞ୍ଜନଗର, ୨।୧୦ (ବାବୁଲା ପ୍ରଧାନ): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିସରରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ମେଡିକାଲ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?