ବାଟ ପାଉନି ବର୍ଷାପାଣି

ଢେଙ୍କାନାଳ ଅଫିସ, ୨୧।୮: ଡ୍ରେନ୍‌ ଉପରେ ଠିଆ ହୋଇଛି କୋଠାବାଡ଼ି। ଅବରୋଧ ହୋଇରହିଛି ଜଳ ନିଷ୍କାସନର ପ୍ରମୁଖ ପଥ। କେଉଁଠି ଗଦା ହୋଇ ରହିଛି ନିର୍ମାଣ ସାମଗ୍ରୀ ତ ଅନ୍ୟ କେଉଁଠି ସ୍ଥାଣୁ ପାଲଟିଛି ଡ୍ରେନେଜ୍‌ ବ୍ୟବସ୍ଥା। ସ୍ଥିତି ଏବେ ଏଭଳି ହେଲାଣି ଯେ, ଅସରାଏ ବର୍ଷା ହେଲେ ସହର ହୋଇଯାଉଛି ଜଳାର୍ଣ୍ଣବ। ବ୍ୟସ୍ତବହୁଳ ରାସ୍ତାରେ ପ୍ରବାହିତ ହେଉଥିବା ଆଣ୍ଠୁଏ ପାଣିରେ ଠପ୍‌ ହୋଇଯାଉଛି ଜୀବନଯାତ୍ରା। ଅଧିକାଂଶ ସ୍ଥାନରେ ଡ୍ରେନ୍‌ ସଙ୍କୁଚିତ ହୋଇପଡ଼ିଥିବାବେଳେ ଢେଙ୍କାନାଳ ପୌରାଞ୍ଚଳରେ ବାଟ ପାଉନି ବର୍ଷା ଜଳ।
ରାଜ୍ୟ ପାଇଁ ଆଦର୍ଶ ହେବ ଢେଙ୍କାନାଳ ପୌରାଞ୍ଚଳ। ଏହି ସଂସ୍କୃତିସମ୍ପନ୍ନ ସହରକୁ ନୂଆ ରୂପ ଦେବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ପୌର ପ୍ରଶାସନର ଅବହେଳା, ଡ୍ରେନେଜ୍‌ ସମସ୍ୟା ସମାଧାନ ଦିଗରେ ଆନ୍ତରିକତା ଅଭାବ ଯୋଗୁ ବର୍ଷାଦିନେ ଜଳବନ୍ଦୀ ଜୀବନ ଭୋଗୁଛନ୍ତି ସହରବାସୀ। ବର୍ଷାଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ସବୁଠାରୁ ଯେଉଁ ଦାୟିତ୍ୱହୀନ କଥା ସାମ୍ନାକୁ ଆସିଛି, ତାହା ହେଉଛି ନୂତନ ଘର ନିର୍ମାଣ ପାଇଁ ଲେ-ଆଉଟ୍‌ ଅନୁମୋଦନ ବେଳେ ଦୂରଦୃଷ୍ଟିର ଅଭାବ। ନୂତନ ଘର ନିର୍ମାଣ କରିବା ପୂର୍ବରୁ ଢେଙ୍କାନାଳ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ୍‌ (ଡ୍ରିଟ୍‌) ପକ୍ଷରୁ ପ୍ଲାନ୍‌ ଅନୁମୋଦନ ବାଧ୍ୟତାମୂଳକ। ଏହି ସମୟରେ ପ୍ରସ୍ତାବିତ ଘର ନିର୍ମାଣ ସ୍ଥାନରେ ଡ୍ରେନ୍‌ ଓ ରାସ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ। ସଂସ୍ଥାର ଇଞ୍ଜିନିୟର, କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପରେ ପ୍ଲାନ୍‌କୁ ମିଳିଥାଏ ସବୁଜସଙ୍କେତ। ଗତଦିନରେ ଏହି କାର୍ଯ୍ୟକୁ ଅତି ଗୁରୁତ୍ୱର ସହ ନିଆଯାଉଥିଲା। ତେଣୁ ଜବରଦଖଲ ଆଶଙ୍କା ସେତେଟା ରହୁ ନ ଥିଲା। ଏବେ କିନ୍ତୁ ସ୍ଥିତି ବଦଳିଯାଇଛି। ସହରତଳି ଅଞ୍ଚଳରେ ବହୁ ବସ୍ତି ମୁଣ୍ଡ ଟେକିଲାଣି। ପୌରାଞ୍ଚଳର ଲୋକସଂଖ୍ୟା ୮୩ ହଜାର ଟପିଲାଣି। ସହରରେ ମୋଟ ୭୪ କିଲୋମିଟର ଡ୍ରେନ୍‌ ରହିଛି। କିନ୍ତୁ ଗୃହ ନିର୍ମାଣ ପ୍ଲାନ ଅନୁମୋଦନ ବେଳେ ଏହାକୁ ଅତ୍ୟନ୍ତ ହାଲୁକା ଭାବେ ନେଉଛନ୍ତି ବିଭାଗୀୟ ଅଧିକାରୀ। ମନଇଚ୍ଛା ଘର ନିର୍ମାଣ କରାଯାଉଥିବାରୁ ସହର ତଳି ଅଞ୍ଚଳ ଦେଇ ବର୍ଷାପାଣି ନିଷ୍କାସନ ହୋଇପାରୁନାହିଁ। ସାମାନ୍ୟ ବର୍ଷା ହେଲେ ଟାଉନ ପ୍ଲାନିଂ ସମେତ ୧୬ନଂ. ୱାର୍ଡ, କାଞ୍ଚନବଜାର ନିକଟ ଦଣ୍ଡାସାହି ରାସ୍ତା, ରଥଗଡା, ଗଣେଶ ବଜାର, ବସ୍‌ଷ୍ଟାଣ୍ଡ, କୁଞ୍ଜକାନ୍ତ, ଗୋପବନ୍ଧୁ ବଜାର ଦେଇ ଯାଇଥିବା ପ୍ରମୁଖ ରାସ୍ତା, ଗଳିଗନ୍ଦିରେ ୨-୩ ଫୁଟର ପାଣି ଚାଲୁଛି। ପ୍ରମୁଖ ପୂର୍ତ୍ତ ବିଭାଗ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ମରଣଯନ୍ତା ପାଲଟିଛି। ବର୍ଷା ପାଣି ଜମି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। କୁଞ୍ଜକାନ୍ତ ପୋଖରୀ ପାଣି ଉଛୁଳି ୩ନଂ. ଓ୍ବାର୍ଡରେ ପ୍ରବାହିତ ହେଉଛି। ବର୍ଷ ବର୍ଷ ଧରି ଲାଗି ରହିଥିବା ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପୌରସଂସ୍ଥା କିମ୍ବା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ। ତେଣୁ ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ଡ୍ରିଟ୍‌ ବଦଳରେ ଏଣିକି ଘର ନିର୍ମାଣ ପାଇଁ ପୌରସଂସ୍ଥାରେ ପ୍ଲାନ ଅନୁମୋଦନ କରାଯିବ। ପ୍ଲାନ ଅନୁମୋଦନ ପୂର୍ବରୁ ଡ୍ରେନ୍‌ ଓ ରାସ୍ତା ଉପରେ ଗୁରୁତ୍ୱ ଦିଆଯିବ। ଗଳିକନ୍ଦିରେ ରାସ୍ତାରେ ଯେଉଁଠି ପାଣି ଜମି ରହୁଛି, ସେଠାରେ ରାସ୍ତାକୁ ଲାଗିଥିବା ଘରୋଇ ଜମି ଅଧିଗ୍ରହଣ କରାଯିବ। ଏ ବାବଦ ପ୍ରାପ୍ୟ ଜମି ମାଲିକଙ୍କୁ ପ୍ରଦାନ କରାଯିବ। ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଖୁବଶୀଘ୍ର ଜବରଦଖଲ ଜାଗା ଚିହ୍ନଟ କରାଯାଇ ଉଚ୍ଛେଦ ହେବ। ଏହାପରେ ବର୍ଷାପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ। ପୌରସଂସ୍ଥା ନିକଟରେ ଅର୍ଥର ଅଭାବ ନାହିଁ। କେବଳ ଯେଉଁଠି ଜାଗାର ଆବଶ୍ୟକତା ରହିଛି, ସେଠାରେ ଲୋକଙ୍କୁ ବୁଝାଇ ଜମି ଅଧିଗ୍ରହଣ କରାଯିବ। ସମସ୍ତଙ୍କ ସହଯୋଗ ମିଳିଲେ ସମସ୍ୟାର ସମଧାନ ହୋଇପାରିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ଦିଆଯିବ କରୋନା ଟିକା: ୬ରୁ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର, ୩।୨(ବ୍ୟୁରୋ): ଏଣିକି ଅଫିସରେ ଦିଆଯିବ କେରୋନା ଟିକା। କରୋନା ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ କୋଭିଡ୍‌ ଭ୍ୟାକ୍ସିନ୍‌ ଦିଆଯିବ। ଏଥିଲାଗି ବିଭିନ୍ନ ଅଫିସରେ ଟିକା...

ରଙ୍ଗୋଲିରେ ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଲେ ଚିତ୍ରକାର ନିଶିକାନ୍ତ

କେନ୍ଦୁଝର,୧୫ା୬(ସ୍ବ.ପ୍ର.): ପ୍ରବାସୀମାନଙ୍କୁ ସହାୟତା କରିଥିବାରୁ ରଙ୍ଗୋଲିରେ ଓଡ଼ିଆ ସିନେଷ୍ଟାର ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚିତ୍ରକାର ନିଶିକାନ୍ତ ବେହେରା। ନିଶିକାନ୍ତଙ୍କ ଘର କେନ୍ଦୁଝର ସଦର ବ୍ଲକ ଟିକରପଡ଼ା...

ସୁଖ୍‌ ଶିଆଁତି ଛଡ଼େଇ ନେଲା ଇନ୍ଦ୍ରାବତୀ ପ୍ରକଳ୍ପ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଘୁଟୃଖାଲବାସୀ

ଭବାନୀପାଟଣା, ୨୬ା୪ (ଡିଏନଏ):  ଇନ୍ଦ୍ରାବତୀ ପ୍ରକଳ୍ପ ତିଆର ହେବା, ଆସର ପାସର ହାଁଗଁଡ଼ାର ଲୋକ୍‌ ସବୁ ପରକାର ମଉଲିକ ସୁବିଧା ସୁଯୋଗ ପାଏବେ। ପିଲାମାନେ  ପାଠ୍‌...

ପାଣି ନ ଦେଲେ ବିଦ୍ୟୁତ୍‌ ସଂଯୋଗ ବନ୍ଦ

ବରପାଲି, ୨୨।୪: (ଡି.ଏନ.ଏ.) ବରଗଡ଼ ଜିଲା ବିଜେପୁର ନିର୍ବାଚନ ମଣ୍ଡଳୀର ବରପାଲି ଓ ବିଜେପୁର ବ୍ଲକର କେତେକ ଗ୍ରାମର ଚାଷଚଜମି ଜଳସେଚିତ କରିବା ଉଦ୍ଦେଶ୍ୟରେ ଗଙ୍ଗାଧର...

୧୪ ଦିନରେ ହେଲା ସ୍ଥିତି ସ୍ବାଭାବିକ: ତାଳଚେର କୋଲ୍‌ ଫିଲ୍ଡସ ଚଳଚଞ୍ଚଳ

ତାଳଚେର, ୭ା୮ (ନି.ପ୍ର.)-ଭରତପୁର ଖଣି ଦୁର୍ଘଟଣା ପରେ ୧୪ ଦିନ ଧରି ଠପ୍‌ ହୋଇଯାଇଥିବା ତାଳଚେର କୋଲ୍‌ ଫିଲ୍ଡସରେ ମଙ୍ଗଳବାର ସ୍ଥିତି ଧୀରେ ଧୀରେ ସ୍ବାଭାବିକ...

ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ

ରସୁଲପୁର,୧୫ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ ନେଇ ମଙ୍ଗଳବାର ଏକ ମାସିକିଆ ସମୀକ୍ଷା ବୈଠକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର...

୭ ଦିନ ମଧ୍ୟରେ ଜାଗା ଖାଲି କର

ରାଉରକେଲା,୯।୭(ସଙ୍ଗୀତା ଜେନା): ଉଦିତନଗରସ୍ଥିତ ରାଉରକେଲା ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆର୍‌ଏମ୍‌ସିର ଫୁଡ୍‌କୋର୍ଟ ଦୋକାନୀଙ୍କୁ ଜାଗା ଖାଲି କରିବାକୁ ନୋଟିସ ଦିଆଯାଇଛି। ଆରଏମସି ପତ୍ର ସଂଖ୍ୟା...

ହାଇଦରଙ୍କ ପୁଅଙ୍କୁ ଆଜୀବନ ଜେଲ୍‌

କେନ୍ଦ୍ରାପଡା ଅଫିସ୍‌,୪।୧୦: ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ହାଇଦରର ବଡ଼ ପୁଅ ସେକ କାଦିରଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। କେନ୍ଦ୍ରାପଡା ଜିଲା ଦୌରା ଜଜ ଏକ...

Advertisement
Archives

Model This Week