ଚଳିତ ବର୍ଷ ବୃଦ୍ଧି ପାଇବ ଖାଦ୍ୟଶସ୍ୟ ଉତ୍ପାଦନ

ନୂଆଦିଲ୍ଲୀ,୨୧।୮: ଚଳିତ ବର୍ଷ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ପୂର୍ବ ବର୍ଷଠାରୁ ରେକର୍ଡ ପରିମାଣରେ ବୃଦ୍ଧି ପାଇବ ବୋଲି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୨-୨୩ ରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ସାଙ୍ଗକୁ ଘରୋଇ ବଜାରରେ ମଧ୍ୟ ଏହାର ଚାହିଦା ବଢ଼ିିବ। ଫଳରେ ଦେଶର ମୁଦ୍ରାସ୍ଫୀତି କିଛି ପରିମାଣରେ ସୁଧାର ସାଙ୍ଗକୁ ଅର୍ଥନୈତିକ କାରବାରରେ ମଧ୍ୟ ଭଲ ଫଳାଫଳ ପ୍ରଦାନ କରିବ। ସରକାରୀ ରିପୋର୍ଟ ଅନୁସାରେ ୨୦୨୧-୨୨ ରେ ଚାଉଳ, ଗହମ ଏବଂ ଡାଲି ସମେତ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୧୫.୭ ନିୟୁତ ଟନ୍‌ ଛୁଇଁବ। ସେହିପରି ୨୦୨୦-୨୧ ତୁଳନାରେ ଏହା ୪.୯୮ ନିୟୁତ ଟନ୍‌ ଅଧିକ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଖାଦ୍ୟ ଏବଂ କୃଷି ସଂସ୍ଥାନ (ଏଫ୍‌ଏଓ)ର ଖାଦ୍ୟ ଦର ସୂଚକାଙ୍କ ୨୦୨୨ରେ ୧୩.୮%କୁ ବୃଦ୍ଧି ପାଇଛି। ଘରୋଇ ବଜାରରେ ଯୋଗାଣ ଅଭାବ ସ୍ଥିତି ଉପୁଜିଥିଲା। ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ରପ୍ତାନି ଉପରେ ମଧ୍ୟ କଟକଣା ଲାଗୁ କରିଥିଲେ। ତେବେ ରପ୍ତାନି କଟକଣା ପୂର୍ବରୁ ଅର୍ଥାତ୍‌ ଜାନୁୟାରୀ-ଏପ୍ରିଲରେ ଦେଶର ହାରାହାରି ଗହମ ରପ୍ତାନି ପରିମାଣ ୯୦୩,୬୯୦ ଟନ୍‌ ଥିଲା, ଯାହାକି ୨୦୨୧ ତୁଳନାରେ ଅନେକ ମାତ୍ରାରେ ଅଧିକ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୨୧ରେ ଦେଶରୁ ମୋଟ ୫୧୫,୨୬୭ ଟନ୍‌ ଗହମ ରପ୍ତାନି ହୋଇଥିଲା। ଟଙ୍କାର ବିନିମୟ ମୂଲ୍ୟ ଖସିବା ସମୟରେ ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲର ବର୍ଦ୍ଧିତ ଦର ଆମଦାନୀ ବିଲ୍‌ ବଢ଼ାଇଥିଲା। ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ଏହାର ପ୍ରଭାବ ପଡ଼ିଥିବା ରେଟିଂ ଏଜେନ୍ସି କ୍ରିସିଲ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ ୨୦୨୧-୨୨ରେ ଉତ୍ପାଦନ ହେବାକୁ ଥିବା ୩୧୫.୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ୨୦୧୬-୧୭ରୁ ୨୦୨୦-୨୧ ପର୍ଯ୍ୟନ୍ତ ୫ ବର୍ଷରେ ଦେଶର ହାରାହାରି ଖାଦ୍ୟଶସ୍ୟ ଉତ୍ପାଦନ ତୁଳନାରେ ୨୫ ନିୟୁତ ଟନ୍‌ ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆଲୋଚ୍ୟ ଆର୍ଥିକ ବର୍ଷରେ ରେକର୍ଡ ୧୩୦.୨୯ ନିୟୁତ ଟନ୍‌ ଚାଉଳ ଏବଂ ୧୦୬.୮୪ ନିୟୁତ ଟନ୍‌ ଗହମ ଉତ୍ପାଦନ ହେବ ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଇଛି। ଗତ ୫ ବର୍ଷର ହାରାହାରି ବାର୍ଷିକ ଉତ୍ପାଦନ ତୁଳନାରେ ଏହା ୩.୮୭ ନିୟୁତ ଟନ୍‌ ଅଧିକ ରହିବ। ନରେନ୍ଦ୍ର ମୋଦି ସରକାରଙ୍କ ଚାଷୀ ଅନୁକୂଳ ନୀତି, କୃଷକମାନଙ୍କ କଠିନ ପରିଶ୍ରମ ଏବଂ ବୈଜ୍ଞାନିକମାନଙ୍କ ଉଦ୍ୟମ ଯୋଗୁ ରେକର୍ଡ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ଛତିଶଗଡ଼, ଆସାମ, କର୍ନାଟକ, ଆନ୍ଧ୍ରପ୍ରଦେଶ ଏବଂ ହରିୟାଣା ଭଳି ଚାଉଳ ଉତ୍ପାଦନକାରୀ ରାଜ୍ୟରେ କମ୍‌ ବିହନ ବୁଣାଯାଇଛି। ଏଥିମଧ୍ୟରୁ ଅଧିକାଂଶ ରାଜ୍ୟରେ ଏ ବର୍ଷ ଅଭାବୀ ବର୍ଷା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri