କଳାପଟା ନାହିଁ, ଆଲମିରାରେ ଲେଖୁଛନ୍ତି ଶିକ୍ଷୟିତ୍ରୀ

ସୋନପୁର/ବିନିକା,୧୩।୯(ନି.ପ୍ର./ଡି.ଏନ୍‌.ଏ.):ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ରୂପାନ୍ତରଣ ବା ୫-ଟି ବିଦ୍ୟାଳୟ ଯୋଜନାକୁ ସୁବର୍ଣ୍ଣପୁର ଜିଲାରେ ବିଶେଷ ସଫଳତା ମିଳିିପାରି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟରେ ଉଦ୍‌ଘାଟିତ ହୋଇଥିବା ଅଧିକାଂଶ ରୂପାନ୍ତରଣ ହାଇସ୍କୁଲରେ ଏପର୍ଯ୍ୟନ୍ତ କାମ ହୋଇ ପାରନାହିଁ। ବିନିକା ୫-ଟି ହାଇସ୍କୁଲ ଏହାର ନିଚ୍ଛକ ଚିତ୍ର ସାମ୍ନାକୁ ଆଣିଛି। ଜୁନ୍‌ ୧ ତାରିଖରେ ଏହି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଲୋକାର୍ପଣ କରିଥିଲେ। ତେବେ ଏହି ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରଙ୍କୁ ଆଲମିରାରେ ସାହିତ୍ୟ ପଢ଼ାଯାଉଥିବା ଭଳି ଦୃଶ୍ୟ ସୋମବାର ଦେଖିବାକୁ ମିଳିଛି। ସ୍ମାର୍ଟ କ୍ଲାସରୁମ୍‌ରେ ସାମାନ୍ୟ କଳାପଟାଟିଏ ନାହିଁ। ଶିକ୍ଷୟିତ୍ରୀ ସ୍ମିତାରାଣୀ ଭୁଏ ଆଲମିରାରେ ପାଠ ଲେଖି ଛାତ୍ରଙ୍କୁ ବୁଝାଉଥିବା ଭିଡିଓ ଭାଇରାଲ ହୋଇଛି। ଘଟଣାକୁ ନେଇ ଛାତ୍ର ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
୧୯୫୯ରେ ସ୍ଥାପିତ ବିନିକା ହାଇସ୍କୁଲରେ ବର୍ତ୍ତମାନ ୧୧୧ଜଣ ଛାତ୍ର ପାଠ ପଢୁଛନ୍ତି। ହାଇସ୍କୁଲ ରୂପାନ୍ତରଣ ପରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଛାତ୍ର ଓ ଅଭିଭାବକ ଆଶା ରଖିଥିଲେ। ତେବେ ବାହାରକୁ ଚକାଚକ୍‌ ଦେଖାଯାଉଥିବା ଏହି ୫-ଟି ବିଦ୍ୟାଳୟଗୁଡିକର ଶିକ୍ଷା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ୨୫ବର୍ଷର ପୁରୁଣା କୋଠାକୁ ରଙ୍ଗ ମାରି ଚକାଚକ୍‌ କରାଯାଇଛି। ଛାତରୁ ପାଣି ଗଳୁଥିବା କୋଠାରେ ସ୍ମାର୍ଟ କ୍ଲାସରୁମ୍‌ କରାଯାଇଛି। ଗତ ବର୍ଷାରେ ଏହି ସ୍ମାର୍ଟ କ୍ଲାସରୁମ୍‌ର ସିଲିଂ ଓଦା ହୋଇ ତଳେ ଖସି ପଡିଥିଲା। ତାର ମରାମତି ସରିନି। ଇ-ଲାଇବ୍ରେରି ଓ ବିଜ୍ଞାନାଗାରର ଲାଭ ଛାତ୍ରଙ୍କୁ ମିଳୁନି। ସେହିପରି ୩ଟି ରୁମ୍‌ର ପ୍ଲେଟିଂ କାମ ଏ ପର୍ଯ୍ୟନ୍ତ ସରିନି। ପାଇଖାନାରେ ଟାଇଲ ବିଛାଯାଇନି କି ପ୍ୟାନ ବସିନି। ଠିକାଦାର ସ୍କୁଲର ବେଞ୍ଚ ଡେସ୍କକୁ ବାହାରେ ପକାଇ ରଖିଛନ୍ତି। ତାହା ବାହାରେ ପଡି ରହି ବର୍ଷାରେ ଭିଜୁଛି। ଛାତ୍ରମାନେ ତଳେ ବସି ପାଠ ପଢୁଛନ୍ତି। ଶ୍ରେଣୀ ଗୃହ ଅଭାବରୁ ପାଠ ପଢା ଠିକ୍‌ଭାବେ ହୋଇପାରୁନି। ଅନ୍ୟପକ୍ଷେ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ, କମ୍ପ୍ୟୁଟର ଶିକ୍ଷକ, ଜଣେ ପିଅନ ଓ ରାତ୍ରି ଜଗୁଆଳି ପଦବୀ ଖାଲି ପଡିଛି। ଏଭଳି ସ୍ଥିତିରେ ଛାତ୍ରମାନେ କିଭଳି ସ୍ମାର୍ଟ ହେବେ ସେ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ କରିଛନ୍ତି।
ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ କୁହନ୍ତି, ପୁରୁଣା ଘରେ ସ୍ମାର୍ଟ କ୍ଲାସରୁମ୍‌ କରାଯାଇଛି। ଛାତରୁ ପାଣି ଗଳିବାରୁ ସିଲିଂ ଖସିଯାଇଛି। ଶ୍ରେଣୀ ଗୃହ ଅଭାବରୁ ଷ୍ଟୋରରୁମରେ ନବମ ଶ୍ରେଣୀ ଛାତ୍ରଙ୍କୁ ପାଠ ପଢାଯାଉଥିଲା। ବ୍ଲକ ପକ୍ଷରୁ ନିଯୁକ୍ତ ଠିକାଦାର କାମ ସାରୁ ନାହାନ୍ତି। ହାଇସ୍କୁଲର ପ୍ରଧାନଶିକ୍ଷକ ନୀଳାଚଳ ମେହେରଙ୍କୁ ପଚାରିବାରୁ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ ଉନ୍ନୟନମୂଳକ କାର୍ଯ୍ୟ ଅଧାରେ ଅଟକି ରହିଛି। ଉଦ୍‌ଘାଟନ ସତ୍ତ୍ୱେ କାମ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri