କଳାପଟା ନାହିଁ, ଆଲମିରାରେ ଲେଖୁଛନ୍ତି ଶିକ୍ଷୟିତ୍ରୀ

ସୋନପୁର/ବିନିକା,୧୩।୯(ନି.ପ୍ର./ଡି.ଏନ୍‌.ଏ.):ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ରୂପାନ୍ତରଣ ବା ୫-ଟି ବିଦ୍ୟାଳୟ ଯୋଜନାକୁ ସୁବର୍ଣ୍ଣପୁର ଜିଲାରେ ବିଶେଷ ସଫଳତା ମିଳିିପାରି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟରେ ଉଦ୍‌ଘାଟିତ ହୋଇଥିବା ଅଧିକାଂଶ ରୂପାନ୍ତରଣ ହାଇସ୍କୁଲରେ ଏପର୍ଯ୍ୟନ୍ତ କାମ ହୋଇ ପାରନାହିଁ। ବିନିକା ୫-ଟି ହାଇସ୍କୁଲ ଏହାର ନିଚ୍ଛକ ଚିତ୍ର ସାମ୍ନାକୁ ଆଣିଛି। ଜୁନ୍‌ ୧ ତାରିଖରେ ଏହି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଲୋକାର୍ପଣ କରିଥିଲେ। ତେବେ ଏହି ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରଙ୍କୁ ଆଲମିରାରେ ସାହିତ୍ୟ ପଢ଼ାଯାଉଥିବା ଭଳି ଦୃଶ୍ୟ ସୋମବାର ଦେଖିବାକୁ ମିଳିଛି। ସ୍ମାର୍ଟ କ୍ଲାସରୁମ୍‌ରେ ସାମାନ୍ୟ କଳାପଟାଟିଏ ନାହିଁ। ଶିକ୍ଷୟିତ୍ରୀ ସ୍ମିତାରାଣୀ ଭୁଏ ଆଲମିରାରେ ପାଠ ଲେଖି ଛାତ୍ରଙ୍କୁ ବୁଝାଉଥିବା ଭିଡିଓ ଭାଇରାଲ ହୋଇଛି। ଘଟଣାକୁ ନେଇ ଛାତ୍ର ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
୧୯୫୯ରେ ସ୍ଥାପିତ ବିନିକା ହାଇସ୍କୁଲରେ ବର୍ତ୍ତମାନ ୧୧୧ଜଣ ଛାତ୍ର ପାଠ ପଢୁଛନ୍ତି। ହାଇସ୍କୁଲ ରୂପାନ୍ତରଣ ପରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଛାତ୍ର ଓ ଅଭିଭାବକ ଆଶା ରଖିଥିଲେ। ତେବେ ବାହାରକୁ ଚକାଚକ୍‌ ଦେଖାଯାଉଥିବା ଏହି ୫-ଟି ବିଦ୍ୟାଳୟଗୁଡିକର ଶିକ୍ଷା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ୨୫ବର୍ଷର ପୁରୁଣା କୋଠାକୁ ରଙ୍ଗ ମାରି ଚକାଚକ୍‌ କରାଯାଇଛି। ଛାତରୁ ପାଣି ଗଳୁଥିବା କୋଠାରେ ସ୍ମାର୍ଟ କ୍ଲାସରୁମ୍‌ କରାଯାଇଛି। ଗତ ବର୍ଷାରେ ଏହି ସ୍ମାର୍ଟ କ୍ଲାସରୁମ୍‌ର ସିଲିଂ ଓଦା ହୋଇ ତଳେ ଖସି ପଡିଥିଲା। ତାର ମରାମତି ସରିନି। ଇ-ଲାଇବ୍ରେରି ଓ ବିଜ୍ଞାନାଗାରର ଲାଭ ଛାତ୍ରଙ୍କୁ ମିଳୁନି। ସେହିପରି ୩ଟି ରୁମ୍‌ର ପ୍ଲେଟିଂ କାମ ଏ ପର୍ଯ୍ୟନ୍ତ ସରିନି। ପାଇଖାନାରେ ଟାଇଲ ବିଛାଯାଇନି କି ପ୍ୟାନ ବସିନି। ଠିକାଦାର ସ୍କୁଲର ବେଞ୍ଚ ଡେସ୍କକୁ ବାହାରେ ପକାଇ ରଖିଛନ୍ତି। ତାହା ବାହାରେ ପଡି ରହି ବର୍ଷାରେ ଭିଜୁଛି। ଛାତ୍ରମାନେ ତଳେ ବସି ପାଠ ପଢୁଛନ୍ତି। ଶ୍ରେଣୀ ଗୃହ ଅଭାବରୁ ପାଠ ପଢା ଠିକ୍‌ଭାବେ ହୋଇପାରୁନି। ଅନ୍ୟପକ୍ଷେ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ, କମ୍ପ୍ୟୁଟର ଶିକ୍ଷକ, ଜଣେ ପିଅନ ଓ ରାତ୍ରି ଜଗୁଆଳି ପଦବୀ ଖାଲି ପଡିଛି। ଏଭଳି ସ୍ଥିତିରେ ଛାତ୍ରମାନେ କିଭଳି ସ୍ମାର୍ଟ ହେବେ ସେ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ କରିଛନ୍ତି।
ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ କୁହନ୍ତି, ପୁରୁଣା ଘରେ ସ୍ମାର୍ଟ କ୍ଲାସରୁମ୍‌ କରାଯାଇଛି। ଛାତରୁ ପାଣି ଗଳିବାରୁ ସିଲିଂ ଖସିଯାଇଛି। ଶ୍ରେଣୀ ଗୃହ ଅଭାବରୁ ଷ୍ଟୋରରୁମରେ ନବମ ଶ୍ରେଣୀ ଛାତ୍ରଙ୍କୁ ପାଠ ପଢାଯାଉଥିଲା। ବ୍ଲକ ପକ୍ଷରୁ ନିଯୁକ୍ତ ଠିକାଦାର କାମ ସାରୁ ନାହାନ୍ତି। ହାଇସ୍କୁଲର ପ୍ରଧାନଶିକ୍ଷକ ନୀଳାଚଳ ମେହେରଙ୍କୁ ପଚାରିବାରୁ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ ଉନ୍ନୟନମୂଳକ କାର୍ଯ୍ୟ ଅଧାରେ ଅଟକି ରହିଛି। ଉଦ୍‌ଘାଟନ ସତ୍ତ୍ୱେ କାମ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟଆଲୁକ୍କାସ ପକ୍ଷରୁ ଜୟୱାଲି ଦିୱାଲି ଉତ୍ସବ

ଭୁବନେଶ୍ୱର, ୧୩ା୧୦: ପାର୍ବଣକୁ ଦୃଷ୍ଟିରେ ରଖି ଜୟଆଲୁକ୍କାସ ପକ୍ଷରୁ ‘ଜୟୱାଲି ଦିୱାଲି’ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଅଳଙ୍କାର ମେକିଙ୍ଗ ଚାର୍ଜ ଉପରେ ୫୦% ରିହାତି…

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା, କାହାକୁ ଭୁଲ ମାଗିଲେ ଆକୃତି? ନିର୍ବନ୍ଧ ଭାଙ୍ଗିବାର ୨୬ ଦିନ ପରେ ପୁଣି ଏକାଠି ହୋଇଛନ୍ତି ଆକୃତି ଅଗ୍ରୱାଲ-ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଦଳର ଓପନର୍‌ ପୃଥ୍ବୀ ଶ’ଙ୍କ ମଙ୍ଗେତର (fianc଼e) ଆକୃତି ଅଗ୍ରୱାଲ ଗତ ସେପ୍ଟେମ୍ବର ୧୭ରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ…

ବିଶ୍ୱକପ୍‌ ୨୦୨୭ ପୂର୍ବରୁ ଗମ୍ଭୀରଙ୍କୁ କୈଫ୍‌ଙ୍କ ଚେତାବନୀ, ବିରାଟ-ରୋହିତ ନୁହେଁ….

ନୂଆଦିଲ୍ଲୀ,୧୩।୧୦: ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। କେଉଁ ଖେଳାଳି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ, ତାହାକୁ ନେଇ…

ପନ୍ତଙ୍କ ସ୍ଥାନ ନେବାର ସୁଯୋଗ ପାଇପାରନ୍ତି ଏହି ଖେଳାଳି, ଟି ୨୦ ପରେ ଏବେ ଟେଷ୍ଟ ଟିମରେ…

ନୂଆଦିଲ୍ଲୀ,୧୩।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ କିପର-ବ୍ୟାଟର ଋଷଭ ପନ୍ତଙ୍କ ଅଂଶଗ୍ରହଣ ତାଙ୍କ ଫିଟନେସ ଉପରେ ନିର୍ଭର କରିବ। ଆହତ ସମସ୍ୟା ଯୋଗୁ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?