ଲୋକଙ୍କ ମଧ୍ୟରେ ଭୟ ଅଛି,ସେମାନେ ଆକ୍ରମଣର ଭୟ କରୁଛନ୍ତି: ଭାଜପା ସରକାରଙ୍କ ବିରୋଧରେ ପିଟ୍ରୋଡାଙ୍କ ଅଭିଯୋଗ…

ଓ୍ବାଶିଂଟନ,୩।୬ : ଆମେରିକାରେ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ସାମ ପିଟ୍ରୋଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଗତ ନଅ ବର୍ଷ ମଧ୍ୟରେ ଶକ୍ତି ଏବଂ ଧନ କେବଳ ଅଳ୍ପ ଲୋକଙ୍କ ମଧ୍ୟରେ ସୀମିତ ହୋଇଯାଇଛି। ଗତ ନଅ ବର୍ଷ ମଧ୍ୟରେ ଭାରତୀୟ ସମାଜ ପୋଲାରାଇଜ ହୋଇଛି।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ପିଟ୍ରୋଡା କହିଛନ୍ତି ଧର୍ମ ଆଧାରରେ ପୋଲାରାଇଜେଶନ କରାଯାଇଛି। ଭାଜପା ପାଇଁ ଗୋଟିଏ ପଟେ ହିନ୍ଦୁ ଏବଂ ଅନ୍ୟ ପଟେ ଅନ୍ୟ ସମ୍ପ୍ରଦାୟର ଲୋକ ଅଛନ୍ତି। ଭାରତରେ ବିକାଶକୁ ମୋଡ଼ି ଦିଆଯାଇଛି। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକ କାର୍ଯ୍ୟ କରିବାକୁ ସକ୍ଷମ ନୁହଁନ୍ତି। ଲୋକେ ନିଜକୁ ସୁରକ୍ଷିତ ଅନୁଭବ କରୁନାହାଁନ୍ତି। ସେମାନଙ୍କ ମନରେ ଭୟ ରହିଛ କେହି ଆସି ଆକ୍ରମଣ କରିବ। ସେଥିପାଇଁ ସେମାନେ କିଛି କହିବାକୁ ଦ୍ୱିଧା କରୁଛନ୍ତି, ଯାହା ଅତ୍ୟନ୍ତ ଚିନ୍ତାର ବିଷୟ ।

ଭାରତରେ ୮୫ କିମ୍ବା ୮୨ ପ୍ରତିଶତ ହିନ୍ଦୁ ଜନସଂଖ୍ୟା ଅଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ତରର ଅଳ୍ପ କେତେଜଣଙ୍କର ସୀମିତ ଶକ୍ତି ଏବଂ ଧନ ଅଛି। ସେମାନଙ୍କ ତୁଳନାରେ ଦଳିତ, ଆଦିବାସୀ, ବଢ଼େଇ, କମାରଙ୍କ ଯେତିକି ବିକାଶ କରିବା ଉଚିତ ସେତିକି ବିକାଶ ସରକାର କରିପାରିଲେ ନାହିଁ। ତେଣୁ ହିନ୍ଦୁ ଏବଂ ଅଣ-ହିନ୍ଦୁଙ୍କ ମଧ୍ୟରେ କୌଣସି ବିବାଦ ନାହିଁ। ବରଂ, ସଂଗ୍ରାମ ହେଉଛି ବଞ୍ଚିତ ଏବଂ ସୁବିଧା ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ। ଗତ ନଅ ବର୍ଷ ମଧ୍ୟରେ ଧନ ଅଳ୍ପ କିଛି ଲୋକଙ୍କ ମଧ୍ୟରେ ସୀମିତ ହୋଇଗଲା। ମୁଁ ଖୁସି ଯେ ଭାରତରେ ଅନେକ କୋଟିପତି ଅଛନ୍ତି। କିନ୍ତୁ ସରକାର ବହୁ ସଂଖ୍ୟକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିପାରି ନାହାନ୍ତି।

ସୋସିଆଲ ମିଡିଆରେ ଟ୍ରୋଲ ଲୋକଙ୍କୁ ହଇରାଣ କରୁଛି। ଭାଜପା ସରକାର ମହିଳାମାନ ଅଧିକ ହଇରାଣ କରୁଛନ୍ତି। ସରକାର ଖବରଦାତାକମାନଙ୍କୁ ହଇରାଣ କରୁଛନ୍ତି। ଏସବୁ ଟ୍ରୋଲଗୁଡ଼ିକୁ ବରଦାସ୍ତ କରାଯିବା ଉଚିତ ନୁହେଁ। ପିଟ୍ରୋଡା କହିଛନ୍ତି ସରକାରଙ୍କ ଏନେଇ ଆଗକୁ ଆସିବା ଉଚିତ। ସରକାର କହିବା ଉଚିତ ଯଦି କେହି ଅନାବଶ୍ୟକ ଭାବରେ କାହାକୁ ଟ୍ରୋଲ କରନ୍ତି, ତେବେ ତାଙ୍କୁ ଦଣ୍ଡ ଦିଆଯିବ । ଦେଶରେ ହିଂସା ବହୁତ ବୃଦ୍ଧି ପାଇଛି । ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଇଛି। ଯିଏ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ କହୁଛନ୍ତି, ତାଙ୍କୁ ଏକଛତ୍ରବାଦୀ ବୋଲି କୁହାଯାଉଛି। ସରକାରଙ୍କ ବିରୋଧରେ କହୁଥିବା ଲୋକଙ୍କୁ ହଇରାଣ କରାଯାଉଛି। ତେଣୁ ଏନେଇ ଲୋକେ ସ୍ବର ଉଠାଇବା ଜରୁରୀ ବୋଲି ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri