ଲୋକଙ୍କ ମଧ୍ୟରେ ଭୟ ଅଛି,ସେମାନେ ଆକ୍ରମଣର ଭୟ କରୁଛନ୍ତି: ଭାଜପା ସରକାରଙ୍କ ବିରୋଧରେ ପିଟ୍ରୋଡାଙ୍କ ଅଭିଯୋଗ…

ଓ୍ବାଶିଂଟନ,୩।୬ : ଆମେରିକାରେ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ସାମ ପିଟ୍ରୋଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଗତ ନଅ ବର୍ଷ ମଧ୍ୟରେ ଶକ୍ତି ଏବଂ ଧନ କେବଳ ଅଳ୍ପ ଲୋକଙ୍କ ମଧ୍ୟରେ ସୀମିତ ହୋଇଯାଇଛି। ଗତ ନଅ ବର୍ଷ ମଧ୍ୟରେ ଭାରତୀୟ ସମାଜ ପୋଲାରାଇଜ ହୋଇଛି।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ପିଟ୍ରୋଡା କହିଛନ୍ତି ଧର୍ମ ଆଧାରରେ ପୋଲାରାଇଜେଶନ କରାଯାଇଛି। ଭାଜପା ପାଇଁ ଗୋଟିଏ ପଟେ ହିନ୍ଦୁ ଏବଂ ଅନ୍ୟ ପଟେ ଅନ୍ୟ ସମ୍ପ୍ରଦାୟର ଲୋକ ଅଛନ୍ତି। ଭାରତରେ ବିକାଶକୁ ମୋଡ଼ି ଦିଆଯାଇଛି। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକ କାର୍ଯ୍ୟ କରିବାକୁ ସକ୍ଷମ ନୁହଁନ୍ତି। ଲୋକେ ନିଜକୁ ସୁରକ୍ଷିତ ଅନୁଭବ କରୁନାହାଁନ୍ତି। ସେମାନଙ୍କ ମନରେ ଭୟ ରହିଛ କେହି ଆସି ଆକ୍ରମଣ କରିବ। ସେଥିପାଇଁ ସେମାନେ କିଛି କହିବାକୁ ଦ୍ୱିଧା କରୁଛନ୍ତି, ଯାହା ଅତ୍ୟନ୍ତ ଚିନ୍ତାର ବିଷୟ ।

ଭାରତରେ ୮୫ କିମ୍ବା ୮୨ ପ୍ରତିଶତ ହିନ୍ଦୁ ଜନସଂଖ୍ୟା ଅଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ତରର ଅଳ୍ପ କେତେଜଣଙ୍କର ସୀମିତ ଶକ୍ତି ଏବଂ ଧନ ଅଛି। ସେମାନଙ୍କ ତୁଳନାରେ ଦଳିତ, ଆଦିବାସୀ, ବଢ଼େଇ, କମାରଙ୍କ ଯେତିକି ବିକାଶ କରିବା ଉଚିତ ସେତିକି ବିକାଶ ସରକାର କରିପାରିଲେ ନାହିଁ। ତେଣୁ ହିନ୍ଦୁ ଏବଂ ଅଣ-ହିନ୍ଦୁଙ୍କ ମଧ୍ୟରେ କୌଣସି ବିବାଦ ନାହିଁ। ବରଂ, ସଂଗ୍ରାମ ହେଉଛି ବଞ୍ଚିତ ଏବଂ ସୁବିଧା ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ। ଗତ ନଅ ବର୍ଷ ମଧ୍ୟରେ ଧନ ଅଳ୍ପ କିଛି ଲୋକଙ୍କ ମଧ୍ୟରେ ସୀମିତ ହୋଇଗଲା। ମୁଁ ଖୁସି ଯେ ଭାରତରେ ଅନେକ କୋଟିପତି ଅଛନ୍ତି। କିନ୍ତୁ ସରକାର ବହୁ ସଂଖ୍ୟକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିପାରି ନାହାନ୍ତି।

ସୋସିଆଲ ମିଡିଆରେ ଟ୍ରୋଲ ଲୋକଙ୍କୁ ହଇରାଣ କରୁଛି। ଭାଜପା ସରକାର ମହିଳାମାନ ଅଧିକ ହଇରାଣ କରୁଛନ୍ତି। ସରକାର ଖବରଦାତାକମାନଙ୍କୁ ହଇରାଣ କରୁଛନ୍ତି। ଏସବୁ ଟ୍ରୋଲଗୁଡ଼ିକୁ ବରଦାସ୍ତ କରାଯିବା ଉଚିତ ନୁହେଁ। ପିଟ୍ରୋଡା କହିଛନ୍ତି ସରକାରଙ୍କ ଏନେଇ ଆଗକୁ ଆସିବା ଉଚିତ। ସରକାର କହିବା ଉଚିତ ଯଦି କେହି ଅନାବଶ୍ୟକ ଭାବରେ କାହାକୁ ଟ୍ରୋଲ କରନ୍ତି, ତେବେ ତାଙ୍କୁ ଦଣ୍ଡ ଦିଆଯିବ । ଦେଶରେ ହିଂସା ବହୁତ ବୃଦ୍ଧି ପାଇଛି । ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଇଛି। ଯିଏ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ କହୁଛନ୍ତି, ତାଙ୍କୁ ଏକଛତ୍ରବାଦୀ ବୋଲି କୁହାଯାଉଛି। ସରକାରଙ୍କ ବିରୋଧରେ କହୁଥିବା ଲୋକଙ୍କୁ ହଇରାଣ କରାଯାଉଛି। ତେଣୁ ଏନେଇ ଲୋକେ ସ୍ବର ଉଠାଇବା ଜରୁରୀ ବୋଲି ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri