ଘୁମୁସର ଉତ୍ତର ବନଖଣ୍ଡରେ ୫ ବାଘ ଥିବା ଆଶଙ୍କା

ଭଞ୍ଜନଗର, ୧।୧୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବାଘ ଗଣନା ବୁଧବାର ଠାରୁ ଆରମ୍ଭ ହେବ। ବାଘ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଟ୍ରାପ କ୍ୟାମେରା ଲଗାଯିବ। ଏଥିପାଇଁ ବିଭାଗ ପକ୍ଷରୁ କ୍ୟାମେରା ପ୍ରସ୍ତୁତ କରି ରଖାଯାଇଛି। ଏହି ପ୍ରକ୍ରିୟା ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଚାଲିବ। ଏହାପରେ ଜାନୁଆରୀ ୧୬ରୁ ୩୧ ମଧ୍ୟରେ ସମସ୍ତ ରିପୋର୍ଟ ଯାଞ୍ଚ କରି ଚୂଡାନ୍ତ ରିପୋର୍ଟ ପ୍ରକାଶିତ ହେବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ପିଆଇପି ମାଧ୍ୟମରେ ବାଘର ସ୍ଥିତି ଜାଣିବା ପାଇଁ ଅକ୍ଟୋବର ୧୫ରୁ ୨୦ ପର୍ଯ୍ୟନ୍ତ ବାଘ ଗଣନା ହୋଇଥିଲା। ଏହି ସମୟରେ ୫ଟି ସ୍ଥାନରେ ବାଘର ପାଦ ଚିହ୍ନ ମିଳିଥିବା ବେଳେ ଆଉ ଗୋଟିଏ ସ୍ଥାନରେ ତାହା ପୁନରାବୃତ୍ତି ହୋଇଥିବା ଆଶଙ୍କା କରାଯାଉଛି। ତେଣୁ ବନଖଣ୍ଡରେ ୫ ଟି କଲରାପତରିଆ ବାଘ ଥିବା ଅନୁମାନ କରାଯାଉଛି। ଏହାକୁ ଦୃଢ଼ ନିଶ୍ଚିତ କରିବା ପାଇଁ ବୁଧବାରଠାରୁ ଟ୍ରାପ କ୍ୟାମେରା ଲାଗିବା ବ୍ୟବସ୍ଥା କରାଯାଇଛି। ସେହିପରି ମୁଜାଗଡ ରେଞ୍ଜରେ ଦୁଇମାସ ପୂର୍ବେ ଗୋଟିଏ କଲରାପତ୍ରିଆ ବାଘ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିଲା। ବର୍ତ୍ତମାନ ପିଆଇପି ମାଧ୍ୟମରେ ଗଣନା ସମୟରେ କୌଣସି ପାଦ ଚିହ୍ନ ମିଳିନାହିଁ। ତେଣୁ ଏହି ରେଞ୍ଜରେ ବର୍ତ୍ତମାନ ସୁଦ୍ଧା ବାଘ ଥିବାର କୌଣସି ପ୍ରମାଣ ମିଳିନାହିଁ। ତଥାପି ଟ୍ରାପ କ୍ୟାମେରା ରିପୋର୍ଟ ଆସିବା ପରେ ଜଣାପଡିବ ଏହି ବନଖଣ୍ଡ ରେ କେତେ ବାଘ ଅଛି। ଦକ୍ଷିଣ ଘୁମୁସର ବନଖଣ୍ଡ ରେ ମଧ୍ୟ ଏକାଧିକ ସ୍ଥାନରେ ବାଘର ପାଦ ଚିହ୍ନ ମିଳିଛି। କିନ୍ତୁ ଉଭୟ ବନଖଣ୍ଡର ଅଧିକାରୀମାନେ ବାଘ ଗଣନା ଏବଂ ବର୍ତ୍ତମାନ କେତେ ପାଦ ଚିହ୍ନ ମିଳିଛି ସେନେଇ କିଛି କହୁନାହାନ୍ତି।
ସୂଚନାଯୋଗ୍ୟ ଯେ ୨୦୨୨ ବାଘ ଗଣନା ଅନୁସାରେ ରାଜ୍ୟରେ ୨୦ଟି ମହାବଳବାଘ ଏବଂ ୭୬୦ କଲରାପତରିଆ ବାଘ ଥିବା କେନ୍ଦ୍ର ସରକାର କିଛିମାସ ପୂର୍ବେ ଘୋଷଣା କରିଥିଲେ। ରାଜ୍ୟର ୮ ଟି ସର୍କଲର ୪୨ଟି ବନଖଣ୍ଡରେ ବାଘ ଗଣନା ପାଇଁ ୯୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରେ ପ୍ରତି ବନଖଣ୍ଡକୁ ପିଆଇପି ୧୦ ହଜାର ଟଙ୍କା ଏବଂ ସର୍କଲସ୍ତରରେ ତାଲିମ ପାଇଁ ୩୦ ହଜାର ଟଙ୍କା ଏବଂ ଯେଉଁଠି ଟ୍ରାପ କ୍ୟାମେରା ଖରାପ ଅଛି ସେଠି କ୍ୟାମେରା କିଣିବା ପାଇଁ ସର୍କଲସ୍ତରରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବା ବ୍ୟବସ୍ଥା କରାଯାଇଛି। କିନ୍ତୁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବିନା ଟଙ୍କାରେ ବାଘ ଗଣନା ଚାଲିଛି। ତଳିଆ କର୍ମଚାରୀମାନେ ହାତରୁ ଟଙ୍କା ଖର୍ଚ୍ଚ କରି ଆବଶ୍ୟକ ଜିନିଷ କିଣିବା ସହ ଶ୍ରମିକ ନିୟୋଜିତ କରୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଟ୍ରାପ କ୍ୟାମେରା ଲାଗିବ। କ୍ୟାମେରା ବ୍ୟାଟେରୀ କିଣିବା ପାଇଁ ଟଙ୍କା ମଧ୍ୟ ଦିଆଯାଇନାହିଁ, ଯାହାକୁ ନେଇ କିଛି କର୍ମଚାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri