ଘୁମୁସର ଉତ୍ତର ବନଖଣ୍ଡରେ ୫ ବାଘ ଥିବା ଆଶଙ୍କା

ଭଞ୍ଜନଗର, ୧।୧୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବାଘ ଗଣନା ବୁଧବାର ଠାରୁ ଆରମ୍ଭ ହେବ। ବାଘ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଟ୍ରାପ କ୍ୟାମେରା ଲଗାଯିବ। ଏଥିପାଇଁ ବିଭାଗ ପକ୍ଷରୁ କ୍ୟାମେରା ପ୍ରସ୍ତୁତ କରି ରଖାଯାଇଛି। ଏହି ପ୍ରକ୍ରିୟା ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଚାଲିବ। ଏହାପରେ ଜାନୁଆରୀ ୧୬ରୁ ୩୧ ମଧ୍ୟରେ ସମସ୍ତ ରିପୋର୍ଟ ଯାଞ୍ଚ କରି ଚୂଡାନ୍ତ ରିପୋର୍ଟ ପ୍ରକାଶିତ ହେବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ପିଆଇପି ମାଧ୍ୟମରେ ବାଘର ସ୍ଥିତି ଜାଣିବା ପାଇଁ ଅକ୍ଟୋବର ୧୫ରୁ ୨୦ ପର୍ଯ୍ୟନ୍ତ ବାଘ ଗଣନା ହୋଇଥିଲା। ଏହି ସମୟରେ ୫ଟି ସ୍ଥାନରେ ବାଘର ପାଦ ଚିହ୍ନ ମିଳିଥିବା ବେଳେ ଆଉ ଗୋଟିଏ ସ୍ଥାନରେ ତାହା ପୁନରାବୃତ୍ତି ହୋଇଥିବା ଆଶଙ୍କା କରାଯାଉଛି। ତେଣୁ ବନଖଣ୍ଡରେ ୫ ଟି କଲରାପତରିଆ ବାଘ ଥିବା ଅନୁମାନ କରାଯାଉଛି। ଏହାକୁ ଦୃଢ଼ ନିଶ୍ଚିତ କରିବା ପାଇଁ ବୁଧବାରଠାରୁ ଟ୍ରାପ କ୍ୟାମେରା ଲାଗିବା ବ୍ୟବସ୍ଥା କରାଯାଇଛି। ସେହିପରି ମୁଜାଗଡ ରେଞ୍ଜରେ ଦୁଇମାସ ପୂର୍ବେ ଗୋଟିଏ କଲରାପତ୍ରିଆ ବାଘ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିଲା। ବର୍ତ୍ତମାନ ପିଆଇପି ମାଧ୍ୟମରେ ଗଣନା ସମୟରେ କୌଣସି ପାଦ ଚିହ୍ନ ମିଳିନାହିଁ। ତେଣୁ ଏହି ରେଞ୍ଜରେ ବର୍ତ୍ତମାନ ସୁଦ୍ଧା ବାଘ ଥିବାର କୌଣସି ପ୍ରମାଣ ମିଳିନାହିଁ। ତଥାପି ଟ୍ରାପ କ୍ୟାମେରା ରିପୋର୍ଟ ଆସିବା ପରେ ଜଣାପଡିବ ଏହି ବନଖଣ୍ଡ ରେ କେତେ ବାଘ ଅଛି। ଦକ୍ଷିଣ ଘୁମୁସର ବନଖଣ୍ଡ ରେ ମଧ୍ୟ ଏକାଧିକ ସ୍ଥାନରେ ବାଘର ପାଦ ଚିହ୍ନ ମିଳିଛି। କିନ୍ତୁ ଉଭୟ ବନଖଣ୍ଡର ଅଧିକାରୀମାନେ ବାଘ ଗଣନା ଏବଂ ବର୍ତ୍ତମାନ କେତେ ପାଦ ଚିହ୍ନ ମିଳିଛି ସେନେଇ କିଛି କହୁନାହାନ୍ତି।
ସୂଚନାଯୋଗ୍ୟ ଯେ ୨୦୨୨ ବାଘ ଗଣନା ଅନୁସାରେ ରାଜ୍ୟରେ ୨୦ଟି ମହାବଳବାଘ ଏବଂ ୭୬୦ କଲରାପତରିଆ ବାଘ ଥିବା କେନ୍ଦ୍ର ସରକାର କିଛିମାସ ପୂର୍ବେ ଘୋଷଣା କରିଥିଲେ। ରାଜ୍ୟର ୮ ଟି ସର୍କଲର ୪୨ଟି ବନଖଣ୍ଡରେ ବାଘ ଗଣନା ପାଇଁ ୯୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରେ ପ୍ରତି ବନଖଣ୍ଡକୁ ପିଆଇପି ୧୦ ହଜାର ଟଙ୍କା ଏବଂ ସର୍କଲସ୍ତରରେ ତାଲିମ ପାଇଁ ୩୦ ହଜାର ଟଙ୍କା ଏବଂ ଯେଉଁଠି ଟ୍ରାପ କ୍ୟାମେରା ଖରାପ ଅଛି ସେଠି କ୍ୟାମେରା କିଣିବା ପାଇଁ ସର୍କଲସ୍ତରରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବା ବ୍ୟବସ୍ଥା କରାଯାଇଛି। କିନ୍ତୁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବିନା ଟଙ୍କାରେ ବାଘ ଗଣନା ଚାଲିଛି। ତଳିଆ କର୍ମଚାରୀମାନେ ହାତରୁ ଟଙ୍କା ଖର୍ଚ୍ଚ କରି ଆବଶ୍ୟକ ଜିନିଷ କିଣିବା ସହ ଶ୍ରମିକ ନିୟୋଜିତ କରୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଟ୍ରାପ କ୍ୟାମେରା ଲାଗିବ। କ୍ୟାମେରା ବ୍ୟାଟେରୀ କିଣିବା ପାଇଁ ଟଙ୍କା ମଧ୍ୟ ଦିଆଯାଇନାହିଁ, ଯାହାକୁ ନେଇ କିଛି କର୍ମଚାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?