‘ଏଠି ସଙ୍ଗୀତ, ସଂସ୍କୃତି, କଳାର ସ୍ବତନ୍ତ୍ର ଚାହିଦା ରହିଛି’

ନିଜ ସୁରିଲା କଣ୍ଠରେ ବିଭିନ୍ନ ଭାଷାରେ ଗୀତ ଗାଇ ଶ୍ରୋତାଙ୍କୁ ନିଜର କରିପାରୁଥିବା କଣ୍ଠଶିଳ୍ପୀ ହେଉଛନ୍ତି ନୀତିମୋହନ ଶର୍ମା, ଯାହାଙ୍କୁ ସମସ୍ତେ ନୀତିମୋହନ ନାମରେ ଜାଣନ୍ତି। ୧୯୭୯ ନଭେମ୍ବର ୧୮ରେ ଦିଲ୍ଲୀଠାରେ ତାଙ୍କର ଜନ୍ମ। ବଲିଉଡ୍‌କୁ ଅନେକ ହିଟ୍‌ ଗୀତ ଦେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ସେ। ହିନ୍ଦୀ, ତାମିଲ, ମରାଠୀ, କନ୍ନଡ଼, ବେଙ୍ଗଲି, ପଞ୍ଜାବୀ, ଇଂଲିଶ ଭଳି ଅନେକ ଭାଷାରେ ସେ ଗୀତ ଗାଇଛନ୍ତି। ୨୦୧୨ରେ ବଲିଉଡ୍‌ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୍‌’ରେ ଇସ୍କ ୱାଲା ଲଭ୍‌ ଗୀତ ଗାଇ ସେ ଅନେକ ପ୍ରଶଂସା ସାଉଣ୍ଟିଥିଲେ। ଏହାପରେ ସେ କେବେ ପଛକୁ ଫେରିନାହାନ୍ତି। ଦେଶର ବିଭିନ୍ନ ସ୍ଥାନରେ ରହିଛି ନୀତିଙ୍କର ଲୋକପ୍ରିୟତା। ଫିଲ୍ମ ଫେୟାର ଆୱାର୍ଡ, ଆର୍‌.ଡି. ବର୍ମନ ଆୱାର୍ଡ, ବେଷ୍ଟ ଫିମେଲ୍‌ ପ୍ଲେବ୍ୟାକ୍‌ ସିଙ୍ଗର ଭଳି ଅନେକ ପୁରସ୍କାର ସେ ପାଇଛନ୍ତି। ଜିୟା ରେ, ନଜର ଲାୟେ, ଦରବାର, ତୁ ହି ତୁ, ମହବତ୍‌ ବୁରି ବିମାରି, ସପ୍ନା ଜାହାନ୍‌, ହଲେ ଇ ଦିଲ୍‌, ମେରି ଜିନ୍ଦେଗୀ ହେ ତୁ, ମେରି ଜାନ୍‌… ଭଳି ଅନେକ ଗୀତ ସେ ଗାଇଛନ୍ତି। ଶନିବାର ଭୁବନେଶ୍ୱରକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ‘ଧରିତ୍ରୀ’ ସହ ତାଙ୍କର ସ୍ବତନ୍ତ୍ର ସାକ୍ଷାତ୍‌କାର।

ପୂର୍ବରୁ ଅନେକଥର ଓଡ଼ିଶା ଆସିଛନ୍ତି। ମାତ୍ର ଏଥରର ଗସ୍ତ, ପ୍ରଦର୍ଶନ ସମ୍ପର୍କରେ କ’ଣ କହିବେ?
ଯେତେଥର ପ୍ରଦର୍ଶନ କଲେ ବି ଶ୍ରୋତାଙ୍କ ପାଇଁ ସବୁବେଳେ ନୂଆ ଆଉ ବେଷ୍ଟ ପ୍ରଦର୍ଶନ ପାଇଁ ପ୍ଲାନ ଥାଏ। ମୋ ଟିମ୍‌ ସହ ମିଶି ସଙ୍ଗ ଲିଷ୍ଟ ପ୍ରସ୍ତୁତ କରିଛି। ଓଡ଼ିଶା ମାଟିରେ ପହଞ୍ଚତ୍ଲେ ହିଁ ଜୟ ଜଗନ୍ନାଥ ପାଟିରୁ ବାହାରିଯାଏ। ଏହି ମାଟି ହିଁ ସେମିତି, ଯେଉଁଠିକି ଆସିଲେ ବ୍ଲେସଡ୍‌ ଫିଲ୍‌ ହୁଏ। ଏଠି ସଙ୍ଗୀତ, ସଂସ୍କୃତି, କଳାର ଏକ ସ୍ବତନ୍ତ୍ର ଚାହିଦା ସବୁବେଳେ ରହିଆସିଛି।

କ୍ୟାରିୟର ପାଇଁ ସଙ୍ଗୀତକୁ କାହିଁକି ବାଛିଲେ?
ମୁଁ ଉଭୟ ନୃତ୍ୟ ଓ ଗୀତ ପାଇଁ ଇଚ୍ଛୁକ ଥିଲି। କେଉଁଟାକୁ ବାଛିବି ଜାଣିପାରୁ ନ ଥିଲି। ବାପା କହିଲେ, ବେଳେବେଳେ ଜୀବନ ହିଁ ଜୀବିକା ଆଡ଼କୁ ଟାଣିନେଇଯାଏ। ତେଣୁ ହୃଦୟକୁ ଅନୁସରଣ କରିବା ଉଚିତ। ତା’ ପରେ ମୁଁ ସେଇଆ ହିଁ କଲି। ଏହାପରେ ମୁଁ ଗୋଟେ ରିଆଲିଟି ଶୋ’ ଜିତିଲି। ସେଇଠୁ ମୁଁ ମୋ ପ୍ରଶ୍ନର ଉତ୍ତର ପାଇଗଲି।

ଆଉ କେଉଁ କ୍ଷେତ୍ରରେ ଯିବାକୁ ଇଚ୍ଛା ଥିଲା?
ଏନ୍‌ସିସିରେ ଥିଲି। ଆର୍ମି ପାଇଁ ଆପ୍ଲାଏ ବି କରିଥିଲି। ଆର୍ମିରେ ଯୋଗଦେଇ ୟୁନିଫର୍ମ ପିନ୍ଧି ଦେଶସେବା କରିବାକୁ ବହୁତ ଇଚ୍ଛା ଥିଲା। ଭଗବାନଙ୍କର ବୋଧେ କିଛି ଅଲଗା ପ୍ଲାନ୍‌ ଥିଲା।
ସଙ୍ଗୀତ ଶାନ୍ତି ଦିଏ ବୋଲି ସମସ୍ତେ କୁହନ୍ତି। ଜଣେ କଣ୍ଠଶିଳ୍ପୀ ଏହାକୁ କିପରି ଅନୁଭବ କରନ୍ତି?
ମୁଁ ଯେବେ ଏକା ଥାଏ, କିଛି ଭଲ ନ ଲାଗେ, ସେବେ ଗୀତ ଶୁଣିଦେଲେ ହିଁ ମନଟା ହାଲୁକା ହୋଇଯାଏ, ଭଲ ବି ଲାଗେ। ଡିଭୋଶନାଲ୍‌ ହେଉ କି କିଛି ଲଭ୍‌ ସଙ୍ଗ୍‌ ଶୁଣିଦେଲେ ମୁଁ ଠିକ୍‌ ହୋଇଯାଏ। ସଙ୍ଗୀତ ଭଲ ପାଇବା ଓ ଶାନ୍ତି ଆଣିଦିଏ।

କୋରିଆରେ ପ୍ରଦର୍ଶନ କରିବାର ଅନୁଭୂତି କିଭଳି ଥିଲା?
ବହୁତ ହିଁ ନିଆରା ଓ ସୁନ୍ଦର। ଅନେକ ପ୍ରଶଂସା ମିଳିଥିଲା। ଫୋନ୍‌ରେ ବସି ଲିରିକ୍ସ ଶିଖିଲି। ଜଣେ ଭାରତୀୟ କଣ୍ଠଶିଳ୍ପୀ ଭାବେ କୋରିଆରେ ପ୍ରଦର୍ଶନ କରିବାର ସୁଯୋଗ ମିଳିବା ଯେତିକି ସୌଭାଗ୍ୟପୂର୍ଣ୍ଣ ଥିଲା, ପ୍ରଦର୍ଶନ ପରେ ମିଳିଥିବା ଭଲପାଇବା ମୋତେ ସେତିକି ଆନନ୍ଦିତ କରିଥିଲା।

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର କେବେ ଯାଇଛନ୍ତି?
ନା ଯାଇନି। କିନ୍ତୁ ଏଥର ଯିବାର ଯୋଜନା ରହିଛି। ମୋର ବହୁତ ଇଚ୍ଛା ଥିଲା ଆଗକୁ ଫ୍ୟାମିଲି ଧରି ଆସିିବି, ପୁରୀ ବୁଲି ଯିବି। ମୋ କୁନିପୁଅକୁ ସାଙ୍ଗରେ ନେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବି।

ସାକ୍ଷାତ୍‌କାର: ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri