ଆଶଙ୍କାରେ ପକାଉଛି ଶିକ୍ଷକ ଅଭାବ

ବଇଣ୍ଡା,୫ା୧(ଡି.ଏନ.ଏ.): ମେ’ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ହାଇସ୍କୁଲଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ୧୦୦ ଦିନର ପାଠପଢ଼ା ଯେମିତି ସମ୍ଭବ ହୋଇପାରିବ ସେଥିପାଇଁ ପ୍ରତି ରବିବାର କ୍ଲାସ ହେବ ବୋଲି ଘୋଷଣା କରିଛନ୍ତି। ହେଲେ ସରକାରଙ୍କ ଏହି ଯୋଜନାର ସଫଳତାକୁ ନେଇ ସନ୍ଦେହରେ ପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକ। ବ୍ଲକର ୧୫ଟି ସରକାରୀ ହାଇସ୍କୁଲ ମଧ୍ୟରୁ ୧୧ଟିରେ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ମାଟ୍ରିକ ପରୀକ୍ଷା ପୂର୍ବରୁ କେମିତି ପାଠ୍ୟକ୍ରମ ଶେଷ କରାଯାଇପାରିବ ତାହାକୁ ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ବ୍ଲକର କିଶୋରନଗର ହାଇସ୍କୁଲରେ ବିଜ୍ଞାନ, କଳା, ସଂସ୍କୃତ, ଖେଳ ଶିକ୍ଷକ ପଦବୀ ଦୀର୍ଘଦିନ ହେବ ଖାଲି ପଡ଼ିଛି। ବାମୁର ଯୁବଜ୍ୟୋତି ହାଇସ୍କୁଲରେ ବିଜ୍ଞାନ, କଳା, ହିନ୍ଦୀ ଶିକ୍ଷକ ନାହାନ୍ତି। ରଣିଆକଟା ହାଇସ୍କୁଲରେ ସଂସ୍କୃତ, ହିନ୍ଦୀ, କଳା, କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ କରାଯାଉ ନାହିଁ। ଅଙ୍ଗପଡ଼ା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ, ହିନ୍ଦୀ ଶିକ୍ଷକଙ୍କ ସହ ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି। କଦଳୀମୁଣ୍ଡା ହାଇସ୍କୁଲରେ ଖେଳ ଶିକ୍ଷକ, ଉରୁକୁଳା ରାଧାକୃଷ୍ଣ ହାଇସ୍କୁଲରେ ସଂସ୍କୃତ, ଖେଳ ଶିକ୍ଷକ, ନାକିଚି ମା’ ମାହେଶ୍ୱରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହିନ୍ଦୀ, ସଂସ୍କୃତ, କମ୍ପ୍ୟୁଟର ଶିକ୍ଷକ, ଆମ୍ବପାଳ ହାଇସ୍କୁଲରେ ଖେଳ ଶିକ୍ଷକ, ପ୍ରଧାନ ଶିକ୍ଷକ, ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ, କଳା ଶିକ୍ଷକ, ଫୁଲାମ୍ବା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ବାରମ୍ବାର ଦାବି ସତ୍ତ୍ୱେ ଏସବୁ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦିଆଯାଉ ନ ଥିବାରୁ ଅନ୍‌ଲାଇନ୍‌ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବା ନେଇ ବହୁ ଅଭିଯୋଗ ହେଉଛି। ଏପରିସ୍ଥଳେ ସରକାର ସ୍କୁଲ ଖୋଲିବାକୁ ଯାଉଥିବାରୁ ସେଠାରେ ଏସବୁ ପାଠ୍ୟକ୍ରମ କିପରି ଶେଷ କରାଯିବା ସହ ମାଟ୍ରିକ ପରୀକ୍ଷା ପୂର୍ବରୁ ପିଲାଙ୍କୁ ପ୍ରସ୍ତୁତ କରାଯାଇପାରିବ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିକ୍ଷକ ଅଭାବ ସମସ୍ୟା ଦୂର ନିମନ୍ତେ ୨୦୧୯ ଫେବୃୟାରୀ ଓ ୨୦୨୦ ଜାନୁୟାରୀ ମାସରେ ଦୁଇଥର ବଇଣ୍ଡା ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ବିଧାୟକ, ଜିଲା ଶିକ୍ଷା ଅଧିକାରୀ ଓ ଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଏଯାଏ ଖାଲି ପଡ଼ିଥିବା ପଦବୀଗୁଡ଼ିକରେ ନୂତନ ନିଯୁକ୍ତି ଦିଆଯାଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଅବସର ପରେ ପଦବୀ ଖାଲି ପଡ଼ୁଛି
ଯେଉଁ ବିଦ୍ୟାଳୟରୁ ଶିକ୍ଷକମାନେ ଅବସର ନେଇଛନ୍ତି ସେଠାରେ ନୂତନ ନିଯୁକ୍ତି ଦିଆଯାଉ ନାହିଁ। ତେଣୁ ଶିକ୍ଷକ ଅଭାବ ସମସ୍ୟା ଦୀର୍ଘଦିନ ଧରି ଲାଗିରହିଛି। ଏଥିଯୋଗୁ ପିଲାଙ୍କ ଅନ୍‌ଲାଇନ୍‌ ପାଠପଢ଼ାରେ ମଧ୍ୟ ଅସୁବିଧା ହୋଇଛି। ତୁରନ୍ତ ସରକାର ଖାଲି ପଡ଼ିଥିବା ପଦବୀ ପୂରଣ କରିବା ଦରକାର।
– ରମେଶ କୁମାର ବେହେରା, ବଇଣ୍ଡା
ପରୀକ୍ଷା ପୂର୍ବରୁ ପ୍ରସ୍ତୁତି ଶେଷ କରାଯାଉ
ହାଇସ୍କୁଲ ଖୋଲାଯିବା ସହ ୧୦୦ ଦିନର ପାଠପଢ଼ା ନିଷ୍ପତ୍ତି ସ୍ବାଗତଯୋଗ୍ୟ। କିନ୍ତୁ ଏହା କେବଳ ଘୋଷଣା କରିଦେଲେ ହେବ ନାହିଁ। ପରୀକ୍ଷା ପୂର୍ବରୁ ପ୍ରସ୍ତୁତି ଯେପରି ଠିକ୍‌ ଭାବେ ଶେଷ ହେବ ସେଥିପ୍ରତି ସରକାର ଆବଶ୍ୟକ ଦୃଷ୍ଟି ଦେବା ଦରକାର। ଶିକ୍ଷକ ଅଭାବ ଏ ଦିଗରେ ବାଧକ ସାଜିବ।
– ମନୋଜ କୁମାର ମହାପାତ୍ର, ବଣିନାଳୀ
ଶିକ୍ଷକ ଅଭାବ ବଡ଼ ସମସ୍ୟା
ହାଇସ୍କୁଲଗୁଡ଼ିକରେ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ନେଇ ସରକାର ଅବଗତ ଥିଲେ ମଧ୍ୟ ପଦକ୍ଷେପ ନିଆଗଲା ନାହିଁ। ଦୀର୍ଘ ୯ ମାସ ମଧ୍ୟରେ ବହୁ ସ୍କୁଲର ଭିତ୍ତିଭୂମି ନଷ୍ଟ ହୋଇଛି। ଏଥିସହ ଶିକ୍ଷକ ଅଭାବ ବଡ଼ ସମସ୍ୟା ସୃଷ୍ଟି କରୁଥିବା ବେଳେ ସରକାର ପିଲାଙ୍କ ପାଠପଢ଼ା କେମିତି ସାରିବେ ତାହା ଚିନ୍ତାର ବିଷୟ।
-ବଂଶୀଧର ସେଠୀ, ଉରୁକୁଳା
ନୂଆ ନିଯୁକ୍ତି ପ୍ରତି ଆଖିବୁଜି ଦିଆଯାଇଛି
ବଇଣ୍ଡା ହାଇସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡ଼ିବା ଦୀର୍ଘଦିନର ସମସ୍ୟା। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜିଲା ଶିକ୍ଷା ଅଧିକାରୀ ଆଖିବୁଜି ବସିଛନ୍ତି। ଏବେ ହଠାତ୍‌ ସ୍କୁଲ ଖୋଲି ୧୦୦ ଦିନ ଭିତରେ ପିଲାଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ସରକାରଙ୍କ ଯୋଜନା ଆଶଙ୍କାରେ ପକାଉଛି।
-ଜଳଧର ସାହୁ, ସରପଞ୍ଚ, ନୁନୁକାପଶି
ଅନ୍ୟ ଶିକ୍ଷକମାନେ ଯତ୍ନବାନ ହୁଅନ୍ତୁ
ହାଇସ୍କୁଲ ଗୁଡ଼ିକରେ ଖାଲି ପଡ଼ିଥିବା ପଦବୀରେ ନୂଆ ନିଯୁକ୍ତି ଦେବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯିବ। ତେବେ ମାଟ୍ରିକ ପରୀକ୍ଷା ପୂର୍ବରୁ ପିଲାଙ୍କ ପ୍ରସ୍ତୁତିରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପାଇଁ ଅନ୍ୟ ଶିକ୍ଷକମାନେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯିବ।
– ଲଳିତମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?