ଆଶଙ୍କାରେ ପକାଉଛି ଶିକ୍ଷକ ଅଭାବ

ବଇଣ୍ଡା,୫ା୧(ଡି.ଏନ.ଏ.): ମେ’ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ହାଇସ୍କୁଲଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ୧୦୦ ଦିନର ପାଠପଢ଼ା ଯେମିତି ସମ୍ଭବ ହୋଇପାରିବ ସେଥିପାଇଁ ପ୍ରତି ରବିବାର କ୍ଲାସ ହେବ ବୋଲି ଘୋଷଣା କରିଛନ୍ତି। ହେଲେ ସରକାରଙ୍କ ଏହି ଯୋଜନାର ସଫଳତାକୁ ନେଇ ସନ୍ଦେହରେ ପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକ। ବ୍ଲକର ୧୫ଟି ସରକାରୀ ହାଇସ୍କୁଲ ମଧ୍ୟରୁ ୧୧ଟିରେ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ମାଟ୍ରିକ ପରୀକ୍ଷା ପୂର୍ବରୁ କେମିତି ପାଠ୍ୟକ୍ରମ ଶେଷ କରାଯାଇପାରିବ ତାହାକୁ ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ବ୍ଲକର କିଶୋରନଗର ହାଇସ୍କୁଲରେ ବିଜ୍ଞାନ, କଳା, ସଂସ୍କୃତ, ଖେଳ ଶିକ୍ଷକ ପଦବୀ ଦୀର୍ଘଦିନ ହେବ ଖାଲି ପଡ଼ିଛି। ବାମୁର ଯୁବଜ୍ୟୋତି ହାଇସ୍କୁଲରେ ବିଜ୍ଞାନ, କଳା, ହିନ୍ଦୀ ଶିକ୍ଷକ ନାହାନ୍ତି। ରଣିଆକଟା ହାଇସ୍କୁଲରେ ସଂସ୍କୃତ, ହିନ୍ଦୀ, କଳା, କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ କରାଯାଉ ନାହିଁ। ଅଙ୍ଗପଡ଼ା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ, ହିନ୍ଦୀ ଶିକ୍ଷକଙ୍କ ସହ ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି। କଦଳୀମୁଣ୍ଡା ହାଇସ୍କୁଲରେ ଖେଳ ଶିକ୍ଷକ, ଉରୁକୁଳା ରାଧାକୃଷ୍ଣ ହାଇସ୍କୁଲରେ ସଂସ୍କୃତ, ଖେଳ ଶିକ୍ଷକ, ନାକିଚି ମା’ ମାହେଶ୍ୱରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହିନ୍ଦୀ, ସଂସ୍କୃତ, କମ୍ପ୍ୟୁଟର ଶିକ୍ଷକ, ଆମ୍ବପାଳ ହାଇସ୍କୁଲରେ ଖେଳ ଶିକ୍ଷକ, ପ୍ରଧାନ ଶିକ୍ଷକ, ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ, କଳା ଶିକ୍ଷକ, ଫୁଲାମ୍ବା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ବାରମ୍ବାର ଦାବି ସତ୍ତ୍ୱେ ଏସବୁ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦିଆଯାଉ ନ ଥିବାରୁ ଅନ୍‌ଲାଇନ୍‌ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବା ନେଇ ବହୁ ଅଭିଯୋଗ ହେଉଛି। ଏପରିସ୍ଥଳେ ସରକାର ସ୍କୁଲ ଖୋଲିବାକୁ ଯାଉଥିବାରୁ ସେଠାରେ ଏସବୁ ପାଠ୍ୟକ୍ରମ କିପରି ଶେଷ କରାଯିବା ସହ ମାଟ୍ରିକ ପରୀକ୍ଷା ପୂର୍ବରୁ ପିଲାଙ୍କୁ ପ୍ରସ୍ତୁତ କରାଯାଇପାରିବ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିକ୍ଷକ ଅଭାବ ସମସ୍ୟା ଦୂର ନିମନ୍ତେ ୨୦୧୯ ଫେବୃୟାରୀ ଓ ୨୦୨୦ ଜାନୁୟାରୀ ମାସରେ ଦୁଇଥର ବଇଣ୍ଡା ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ବିଧାୟକ, ଜିଲା ଶିକ୍ଷା ଅଧିକାରୀ ଓ ଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଏଯାଏ ଖାଲି ପଡ଼ିଥିବା ପଦବୀଗୁଡ଼ିକରେ ନୂତନ ନିଯୁକ୍ତି ଦିଆଯାଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଅବସର ପରେ ପଦବୀ ଖାଲି ପଡ଼ୁଛି
ଯେଉଁ ବିଦ୍ୟାଳୟରୁ ଶିକ୍ଷକମାନେ ଅବସର ନେଇଛନ୍ତି ସେଠାରେ ନୂତନ ନିଯୁକ୍ତି ଦିଆଯାଉ ନାହିଁ। ତେଣୁ ଶିକ୍ଷକ ଅଭାବ ସମସ୍ୟା ଦୀର୍ଘଦିନ ଧରି ଲାଗିରହିଛି। ଏଥିଯୋଗୁ ପିଲାଙ୍କ ଅନ୍‌ଲାଇନ୍‌ ପାଠପଢ଼ାରେ ମଧ୍ୟ ଅସୁବିଧା ହୋଇଛି। ତୁରନ୍ତ ସରକାର ଖାଲି ପଡ଼ିଥିବା ପଦବୀ ପୂରଣ କରିବା ଦରକାର।
– ରମେଶ କୁମାର ବେହେରା, ବଇଣ୍ଡା
ପରୀକ୍ଷା ପୂର୍ବରୁ ପ୍ରସ୍ତୁତି ଶେଷ କରାଯାଉ
ହାଇସ୍କୁଲ ଖୋଲାଯିବା ସହ ୧୦୦ ଦିନର ପାଠପଢ଼ା ନିଷ୍ପତ୍ତି ସ୍ବାଗତଯୋଗ୍ୟ। କିନ୍ତୁ ଏହା କେବଳ ଘୋଷଣା କରିଦେଲେ ହେବ ନାହିଁ। ପରୀକ୍ଷା ପୂର୍ବରୁ ପ୍ରସ୍ତୁତି ଯେପରି ଠିକ୍‌ ଭାବେ ଶେଷ ହେବ ସେଥିପ୍ରତି ସରକାର ଆବଶ୍ୟକ ଦୃଷ୍ଟି ଦେବା ଦରକାର। ଶିକ୍ଷକ ଅଭାବ ଏ ଦିଗରେ ବାଧକ ସାଜିବ।
– ମନୋଜ କୁମାର ମହାପାତ୍ର, ବଣିନାଳୀ
ଶିକ୍ଷକ ଅଭାବ ବଡ଼ ସମସ୍ୟା
ହାଇସ୍କୁଲଗୁଡ଼ିକରେ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ନେଇ ସରକାର ଅବଗତ ଥିଲେ ମଧ୍ୟ ପଦକ୍ଷେପ ନିଆଗଲା ନାହିଁ। ଦୀର୍ଘ ୯ ମାସ ମଧ୍ୟରେ ବହୁ ସ୍କୁଲର ଭିତ୍ତିଭୂମି ନଷ୍ଟ ହୋଇଛି। ଏଥିସହ ଶିକ୍ଷକ ଅଭାବ ବଡ଼ ସମସ୍ୟା ସୃଷ୍ଟି କରୁଥିବା ବେଳେ ସରକାର ପିଲାଙ୍କ ପାଠପଢ଼ା କେମିତି ସାରିବେ ତାହା ଚିନ୍ତାର ବିଷୟ।
-ବଂଶୀଧର ସେଠୀ, ଉରୁକୁଳା
ନୂଆ ନିଯୁକ୍ତି ପ୍ରତି ଆଖିବୁଜି ଦିଆଯାଇଛି
ବଇଣ୍ଡା ହାଇସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡ଼ିବା ଦୀର୍ଘଦିନର ସମସ୍ୟା। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜିଲା ଶିକ୍ଷା ଅଧିକାରୀ ଆଖିବୁଜି ବସିଛନ୍ତି। ଏବେ ହଠାତ୍‌ ସ୍କୁଲ ଖୋଲି ୧୦୦ ଦିନ ଭିତରେ ପିଲାଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ସରକାରଙ୍କ ଯୋଜନା ଆଶଙ୍କାରେ ପକାଉଛି।
-ଜଳଧର ସାହୁ, ସରପଞ୍ଚ, ନୁନୁକାପଶି
ଅନ୍ୟ ଶିକ୍ଷକମାନେ ଯତ୍ନବାନ ହୁଅନ୍ତୁ
ହାଇସ୍କୁଲ ଗୁଡ଼ିକରେ ଖାଲି ପଡ଼ିଥିବା ପଦବୀରେ ନୂଆ ନିଯୁକ୍ତି ଦେବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯିବ। ତେବେ ମାଟ୍ରିକ ପରୀକ୍ଷା ପୂର୍ବରୁ ପିଲାଙ୍କ ପ୍ରସ୍ତୁତିରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପାଇଁ ଅନ୍ୟ ଶିକ୍ଷକମାନେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯିବ।
– ଲଳିତମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri