ସ୍ମାର୍ଟ ସ୍କୁଲରେ ଶିକ୍ଷକ ଅଭାବ

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ମହାନଗର ନିଗମର ବହୁ ପୁରାତନ ସରକାରୀ ସିଟି ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷ ନିମନ୍ତେ ଏପ୍ରିଲ ୨୦ରୁ ବିଭିନ୍ନ ଶ୍ରେଣୀରେ ଛାତ୍ରୀଛାତ୍ରଙ୍କ ନାମଲେଖା ଆରମ୍ଭ ହୋଇଛି। ତେବେ ସ୍ଥାନୀୟ ଅଞ୍ଚଳର ଅଭିଭାବକ ପିଲାଙ୍କ ନାମ ଲେଖାଇବା ପାଇଁ ଗଲେ ଫର୍ମ ଦିଆଯାଉ ନ ଥିବା, ଏପରକି ଏଠାରେ ନ ପଢ଼ାଇବା ପାଇଁ କୁହାଯାଉଥିବା ଅଭିଯୋଗ ହେଉଛି। ଜଣେ ଅଭିଭାବକ ୭ମ ଶ୍ରେଣୀରେ ତାଙ୍କ ଭଣଜାଙ୍କ ନାମ ଲେଖାଇବାକୁ ଯାଇଥିବା ବେଳେ ନିରାଶ ହୋଇ ଫେରିଛନ୍ତି। ଶିକ୍ଷକ ଅଭାବ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।
୧୯୩୦ରେ ପ୍ରତିଷ୍ଠା ହୋଇଥିବା ସିଟି ହାଇସ୍କୁଲ ରାଜ୍ୟ ସରକାରଙ୍କ ୫-ଟି ପଦ୍ଧତିରେ ରୂପାନ୍ତରିତ ହୋଇଛି। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଛନ୍ତି। ଟିଜିଟି କଳା, ବିଜ୍ଞାନ ଓ ଗଣିତ ଓ ପିଇଟି ନିମନ୍ତେ ବିଭିନ୍ନ ବିଭାଗର ମୋଟ ୩୪ ଶିକ୍ଷକ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୨୧ ଜଣ। ଯଦି କେବେ କୌଣସି ଶିକ୍ଷକ ଛୁଟିରେ ରୁହନ୍ତି ତେବେ ସେହି ପରିୟଡ଼ର ପାଠପଢ଼ା ସମ୍ପୁର୍ଣ୍ଣ ବନ୍ଦ ରହୁଛି। ଏ ନେଇ ବାରମ୍ବାର ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ସମସ୍ୟା ସମାଧାନ ହୋଇପାରି ନ ଥିବା ପ୍ରଧାନଶିକ୍ଷକ କହିଛନ୍ତି। ଅନ୍ୟପକ୍ଷରେ ଶିକ୍ଷକ ଅଭାବ ସମ୍ପର୍କରେ ଅବଗତ ଥିବା ଜିଲା ଶିକ୍ଷାଧିକାରୀ ବିନୀତା ସେନାପତି କହିଛନ୍ତି। ଜିଲାରେ ନୂତନ ଭାବେ ଇନିସିଆଲି ଟିଚର ନିଯୁକ୍ତ ହେବେ। ଏକ ମାସ ମଧ୍ୟରେ ସିଟି ହାଇସ୍କୁଲର ଶିକ୍ଷକ ପଦବୀ ପୂରଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri