ବାହାର ସୁନ୍ଦର ଭିତର ଫମ୍ପା: ବିପଦପୂର୍ଣ୍ଣ ଶ୍ରେଣୀ ଗୃହରେ ଚାଲିଛି ରଙ୍ଗଦିଆ

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଲାଣ୍ଡାଗୁଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ। ଗୋଟିଏ ପକ୍କା ଘର ରହିଥିବା ଶ୍ରେଣୀ ଗୃହ ଏବେ ଭାଙ୍ଗି ଛାତ ଭୁଶୁଡିବା ଭଳି ପରିସ୍ଥିତି ରହିଛି । ତାକୁ ମରାମତି କରାଯାଉନଥିବା ବେଳେ ପରିତ୍ୟକ୍ତ କୋଠକୁ ବାହାର ପଟୁ ରଙ୍ଗ ଦିଆଯାଉଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ସେମାନଙ୍କ ପାଇଁ ଶ୍ରେଣୀ ଗୃହ ଅଭାବ ଯୋଗୁ ଏବେ ହଷ୍ଟେଲ କୋଠା ଭିତରେ ପିଲାଙ୍କୁ ପାଠ ପଢ଼ାଯାଉଛି । ୨ଟି ଶ୍ରେଣୀ ଥିବା ଏକ ପକ୍କା ଘରର ଗୋଟିଏ ଶ୍ରେଣୀ କୋଠା ଭାଙ୍ଗି ଛାତ ଭୁଶୁଡିବା ଭଳି ସ୍ଥିତି ରହିଥିବା ବେଳେ ତାକୁ ବିପଦପୂର୍ଣ୍ଣ ଘୋଷଣା ପରେ ମଧ୍ୟ କୋଠା ବାହାରେ ରଙ୍ଗ ଦେଇ ସରକାରୀ ଅର୍ଥକୁ ତୋଷାରପାତ କରାଯାଉଥିବା ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ସେହିପରି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଘର ନଥିବାରୁ ବାରଣ୍ଡାରେ ପରିତ୍ୟକ୍ତ ଅବସ୍ଥା ଓ ଦୂଷିତ ପରିବେଶ ମଧ୍ୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି। ରନ୍ଧନ ଗ୍ୟାସ, ପ୍ରେସର କୁକର ଭଳି ଅତ୍ୟାବଶ୍ୟକୀୟ ରୋଷେଇ ସାମଗ୍ରୀ ବ୍ୟବହାର କରାଯାଉଥିଲେ ମଧ୍ୟ ଭଲ ରୋଷେଇ ଘର ନଥିବାରୁ ବାରଣ୍ଡାରେ ରୋଷେଇ କରାଯାଉଥିବା ବେଳେ ବୁଲା କୁକୁର, ସାପ, ସରୀସୃପର ଭୟ ରହିଛି । ଅନ୍ୟପଟେ, ରୋଷେଇ ସମୟରେ ଗୋଟିଏ କ୍ଷଣ କୁଆଡେ ଯାଉନାହୁଁ ବୋଲି ରୋଷେୟା ସୁକାନ୍ତି ଉଠାଣସିଂ କହିଛନ୍ତି । ବିଦ୍ୟାଳୟର ସମସ୍ୟା ନେଇ ପ୍ରଧାନଶିକ୍ଷକ ରଞ୍ଜନ ରଣସିଂ କହିଛନ୍ତି , ସରକାରଙ୍କ ଯାହା ନିୟମ ସେହିପ୍ରକାରେ କୋଠାରେ ରଙ୍ଗ ଦିଆଯାଉଛି ଭିତରେ କିନ୍ତୁ ୨ଟି ଶ୍ରେଣୀ ଗୃହରୁ ଗୋଟିଏ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ସେ ସ୍ବୀକାର କରିଛନ୍ତି । ସେହିପରି ରୋଷେଇ ଗୃହ ନିର୍ମାଣ ପାଇଁ ପଞ୍ଚାୟତ ପଦକ୍ଷେପ ନେଉଛି ଶୀଘ୍ର ନୂତନ ରୋଷେଇ ଘର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ସନ୍ତରଣରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ରାଉରକେଲା,୧୫।୫(ବିପ୍ଳବ ରଞ୍ଜନ ଦାଶ): ନବଗଠିତ ଜିଲା ସୁଇମିଂ ଆସୋସିଏଶନ ପକ୍ଷରୁ ବିର୍ସାମୁଣ୍ଡା ଆଥଲେଟିକ ସୁଇମିଂ ପୁଲ୍‌ରେ ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ବିଭିନ୍ନ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

ଧରମ ଝିଅକୁ ୫ମାସର ଗର୍ଭବତୀ କରି ୨୦ବର୍ଷ ଜେଲ ଗଲେ ଦିବ୍ୟାଙ୍ଗ ବାପା।

କଳିଙ୍ଗନଗର, ୧୬।୫ (ଶୁଭାଶିଷ ରାଉତ): ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ହୋଇଛି।…

ଗୃହ ବିଭାଗ ନିଜ ପାଖରେ ରଖିଲେ ବିଜୟ

ଚେନ୍ନାଇ,୧୬।୫: ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସୁପାରିଶ ଉପରେ କାର୍ଯ୍ୟ କରି ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ରାଜ୍ୟର ନୂତନ କ୍ୟାବିନେଟକୁ ବିଭାଗ ଆବଣ୍ଟନ କରିଛନ୍ତି।…

ଶକ୍ତି ସଙ୍କଟକୁ ନେଇ ବଡ଼ ଚେତାବନୀ ଦେଲେ ମୋଦି

ଆମଷ୍ଟରଡମ,୧୬।୫: ନେଦରଲ୍ୟାଣ୍ଡସର ହେଗରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଶକ୍ତି ସଙ୍କଟ ବିଷୟରେ ସତର୍କ କରାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri