ଷ୍ଟାଡିୟମ୍‌ରୁ ଭୟଙ୍କର ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର, ୩।୪(ବ୍ୟୁରୋ): ଛତିଶଗଡ଼ର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରୁ ସାରା ଦେଶକୁ ବ୍ୟାପିଗଲା ସଂକ୍ରମଣ, ଯାହା ଏବେ ଭୟଙ୍କର ରୂପ ନେଇଛି। ସେହିଠାରୁ ହିଁ ସଂକ୍ରମଣ ଓଡ଼ିଶାକୁ ପଶିଥିବା ଆଶଙ୍କା କରାଯାଉଛି। ସୀମାନ୍ତ ନୂଆପଡ଼ା, କଳାହାଣ୍ଡି ଆଦି ଜିଲା ଦେଇ ପୂରା ରାଜ୍ୟକୁ ବ୍ୟାପି ଚାଲିଛି କରୋନା। ୨୪ଘଣ୍ଟାରେ ୪୬୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୂଆପଡ଼ା ଜିଲାରୁ ସର୍ବାଧିକ ୮୬ଜଣ ରହିଛନ୍ତି। ସେହିଭଳି ଖୋର୍ଦ୍ଧା ୬୯, ସୁନ୍ଦରଗଡ଼ ୬୨, କଳାହାଣ୍ଡି ୩୬, ବରଗଡ଼ ୩୨ ଓ ଅନ୍ୟ ଜିଲାରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ଏହା ତଳକୁ ରହିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୧,୭୭୨ରେ ପହଞ୍ଚତ୍ଛି। ଓଡ଼ିଶା ସମେତ ଦେଶରେ କରୋନାର ଦ୍ୱିତୀୟ ଲହର ହୁହୁ ହୋଇ ମାଡ଼ି ଚାଲିଥିବାବେଳେ ଏଭଳି ଏକ ସୂଚନା ଏବେ ବଡ଼ ବିପଦର ଆଭାସ ଦେଉଛି।
ଗତ ମାସ ୫ ତାରିଖରୁ ୨୧ ପର୍ଯ୍ୟନ୍ତ ଉକ୍ତ ଷ୍ଟାଡିୟମ୍‌ରେ ରୋଡ୍‌ ସେଫ୍‌ଟି ଓ୍ବାର୍ଲଡ ସିରିଜ୍‌ ଟି୨୦ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଦର୍ଶକ ପାଭିଲିୟନ୍‌ରେ ବସିଥିବାବେଳେ କୋଭିଡ୍‌ ନିୟମ ପାଳନ କରି ନ ଥିବା ଦେଖାଯାଇଥିଲା। ସେହି ଖେଳ ପରେ ହିଁ ସଚିନ ତେନ୍ଦୁଲକର ଓ ୟୁସୁଫ୍‌ ପଠାନ କରୋନାରେ ଆକ୍ରାନ୍ତ ହୋଇଥିବା ଏବଂ ଛତିଶଗଡ଼ରେ ସଂକ୍ରମଣ ବଢ଼ିଛି। ସେହିପରି ସେହିଠାରୁ ହିଁ ବହୁ ଦର୍ଶକ ସଂକ୍ରମିତ ହୋଇଥିବା କୁହାଯାଉଛି। ଏହା ଜଣାପଡିବା ପରେ ଓଡ଼ିଶାରେ ଏବେ ଭାଳେଣି ପଡିଛି। କାରଣ ଏହି ଖେଳ ଦେଖିବାକୁ ଓଡ଼ିଶାରୁ ବହୁ ଦର୍ଶକ ଯାଇଥିଲେ। ପୁଣି ପ୍ରତିଦିନ ସୀମାନ୍ତ ଜିଲାର ଲୋକେ ଛତିଶଗଡ଼ ଯାଇ ସଂକ୍ରମିତ ହେଉଛନ୍ତି।
ତେବେ ଏ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି। ଜିଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଅଧିକ ସଂକ୍ରମିତ ଚିହ୍ନଟ ହେଲେ କଣ୍ଟେନମେଣ୍ଟ କରାଯାଉଛି। ନୂଆପଡ଼ା ଓ କଳାହାଣ୍ଡି ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଛତିଶଗଡ଼ରେ ହୋଇଥିବା ମ୍ୟାଚ୍‌ ଦେଖିବାକୁ ବିଭିନ୍ନ ଅଞ୍ଚଳର ଲୋକ ଏକତ୍ରିତ ହୋଇଥିଲେ। ତେଣୁ ସେଠାରୁ ମହାମାରୀ ସଂକ୍ରମଣ ଅଧିକ ବଢ଼ିଥିବା ଅନୁମାନ କରାଯାଉଛି। ହେଲେ ସୀମା ସିଲ୍‌ ସମାଧାନ ନୁହେଁ। ଛତିଶଗଡ଼ରୁ କଳାହାଣ୍ଡି, ନୂଆପଡ଼ାକୁ ଆସୁଥିବା ଲୋକଙ୍କୁ ଟେଷ୍ଟିଂ ପାଇଁ କୁହାଯାଇଛି। ପ୍ରବେଶ ପଥରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri