ଚାଲିଛି ମଦ, ମାଂସର ଭୋଜି, ବଣ୍ଟାଯାଉଛି ଅର୍ଥ

ପାରାଦୀପ,୨୪।୧୦(ସ୍ବ.ପ୍ର.):ପାରାଦୀପ ବନ୍ଦର ଅଥରିଟିର ୨ ବୋର୍ଡ ସଦସ୍ୟ ଚୟନ ପାଇଁ ଅକ୍ଟୋବର ୨୮ରେ ନିର୍ବାଚନ ହେବ। ଏଥିପାଇଁ ଚଳିତଥର ୮ ୟୁନିୟନ ନିର୍ବାଚନରେ ଭାଗ ନେଇଛନ୍ତି। ସମ୍ପୃକ୍ତ ୟୁନିୟନଗୁଡିକ ସମ୍ଭାବ୍ୟ ସଦସ୍ୟଙ୍କ ନାମ ଥାଇ ଏବେ ପ୍ରଚାର ପ୍ରସାର ଚଲାଇଛନ୍ତି। ବନ୍ଦରାଞ୍ଚଳର ପ୍ରତି ଛକରେ ଏବେ ବଡ଼ ବଡ଼ ପୋଷ୍ଟର ବ୍ୟାନର ଦେଖିବାକୁ ମିଳୁଛି। ନିଜ ୟୁନିୟନ ତଥା ସମ୍ଭାବ୍ୟ ନେତାଙ୍କୁ ଭୋଟ ଦେବାପାଇଁ କର୍ମକର୍ତ୍ତାମାନେ ମେଳି ହୋଇ ଅନୁରୋଧ କରୁଛନ୍ତି। ଏତଦ୍‌ବ୍ୟତୀତ ଅନେକ ସ୍ଥାନରେ ଭୋଜି ହେଉଛି। ହୋଟେଲରେ ପାର୍ଟି ଚାଲିଛି। ଘରକୁ ଦୀପାବଳି ଉପହାର ଦିଆଯାଉଛି। ଏପରିକି ଭୋଟ୍‌ ପାଇଁ ନୋଟ୍‌ ବଣ୍ଟା ଯାଉଥିବା ଅଭିଯୋଗ ହେଉଛି। ଏହାବାଦ୍‌ କେତେଜଣ ପ୍ରାର୍ଥୀଙ୍କ ପାଇଁ ଅଧିକାରୀମାନେ ଲବି କରୁଛନ୍ତି ବୋଲି ଖୋଲାଖୋଲି ଅଭିଯୋଗ ହୋଇଛି।
ଏହି ନିର୍ବାଚନରେ ଭୋଟର ହେଲେ ମାତ୍ର ୩୯୨। ଏମାନେ ବନ୍ଦରର ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ। ସେମାନଙ୍କୁ ପ୍ରଭାବିତ କରିବା ପାଇଁ ବନ୍ଦରର କିଛି ବିଭାଗୀୟ ମୁଖ୍ୟ ଉଦ୍ୟମ କରୁଥିବା ନେଇ ଭାରତୀୟ ମଜଦୁର ସଂଘର ସମ୍ପାଦକ ଶ୍ରୀକାନ୍ତ ରାୟ ଖବରଦାତା ସମ୍ମିଳନୀ କରି କହିଛନ୍ତି। ପୂର୍ବରୁ ଲେବରଟ୍ରଷ୍ଟି ନିର୍ବାଚନ ଶ୍ରମିକନେତାଙ୍କୁ ସମ୍ମୁଖରେ ରଖି ହେଉଥିଲା। ମାତ୍ର କେନ୍ଦ୍ର ସରକାର ମେଜରପୋର୍ଟ ଆଇନ ୧୯୬୩କୁ ସଂଶୋଧିତ କରି ନୂଆ ମେଜରପୋର୍ଟ ଅଥରିଟି ଆଇନ ୨୦୨୧ ଲାଗୁ କରିଛନ୍ତି। ଏହି ନୂତନ ଆଇନ ଅନୁଯାୟୀ ଆଉ ଶ୍ରମିକନେତା ବୋର୍ଡ ସଦସ୍ୟ ହୋଇ ପାରିବେ ନାହିଁ। ୟୁନିୟନ ନିର୍ବାଚନ ଲଢ଼ିବ। ସଂଖ୍ୟାଗରିଷ୍ଠ ହେଲେ ସେ ଜଣେ କର୍ମଚାରୀଙ୍କୁ ବୋର୍ଡ ସଦସ୍ୟ କରି ପଠାଇବେ। ଏବେ ସେହି ଅନୁଯାୟୀ ନିର୍ବାଚନ ଓ ବୋର୍ଡ ସଦସ୍ୟଙ୍କ ନାମ ଆଗୁଆ ସାର୍ବଜନୀନ କରୁଛନ୍ତି। ବୋର୍ଡକୁ ୩ ବର୍ଷ ପାଇଁ ୨ ଜଣ ସଦସ୍ୟ ପଠାଯିବ।
ସମ୍ପୃକ୍ତ ସଦସ୍ୟ ବନ୍ଦରର ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବା ଆବଶ୍ୟକ। ଏହି ସଦସ୍ୟମାନେ କର୍ମଚାରୀ ଓ ଶ୍ରମିକଙ୍କ ବହୁବିଧ ସମସ୍ୟା ସମ୍ପର୍କରେ ପାରାଦୀପ ବନ୍ଦର ପ୍ରାଧିକରଣ ମୁଖ୍ୟ ତଥା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବେ। ମାତ୍ର ଏବେ ନିର୍ବାଚିତ ହେବାକୁ ଥିବା ସଦସ୍ୟମାନେ ଅଧ୍ୟକ୍ଷଙ୍କ ସମ୍ମୁଖରେ ଦାବି ଉଠାଇ ପାରିବେ କି ନାହିଁ ସେନେଇ ଆଲୋଚନା ଜୋର ଧରିଛି। ପୂର୍ବରୁ ଅଧିକ ଭୋଟ ପାଇଥିବା ୟୁନିୟନ ବର୍ଷୀୟାନ ଶ୍ରମିକନେତା କିମ୍ବା ରାଜନେତାଙ୍କୁ ଟ୍ରଷ୍ଟି ଚୟନ କରି ପଠାଯାଉଥିଲା। ଉଦାହରଣସ୍ବରୂପ ପ୍ରଭାତ ସାମନ୍ତରାୟ, ପଞ୍ଚାନନ କାନୁନଗୋ, ସୁକାନ୍ତ ଦଳେଇଙ୍କ ଭଳି ଲମ୍ବା ତାଲିକା ରହିଛି। ଏବେର ପରିବର୍ତ୍ତିତ ନିୟମାନୁସାରେ କେତେଜଣ ଶ୍ରମିକନେତା ଅଧିକ ଭୋଟ ହାତେଇବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି।କାରଣ ସେମାନଙ୍କର ବନ୍ଦର ଭିତରେ ଥିବା ଏକାଧିକ କମ୍ପାନୀ ସହ ବ୍ୟବସାୟିକ କାରବାର ଚାଲିଛି। ସଦସ୍ୟ ପଦ ମିଳିଲେ ଅଧିକ ବ୍ୟବସାୟ କରିବା, ଚାକିରି ଦେବା ନାଁରେ ଅର୍ଥ ଆଦାୟ, ଠିକାଦାରି ଅଧିକ ମିଳିବାର ଆଶା ରହିଛି। ସେଥିପାଇଁ ଏବେ ବୋର୍ଡ ଅଫ ସଦସ୍ୟ ନିର୍ବାଚନ ସାଧାରଣ ନିର୍ବାଚନଠାରୁ ବଳିଗଲାଣି ବୋଲି ଆଲୋଚନା ହେଉଛି। ଏନେଇ ନିର୍ବାଚନ ଅଧିକାରୀ ତଥା କେନ୍ଦ୍ରୀୟ ଶ୍ରମ ପ୍ରବର୍ତ୍ତନ ଅଧିକାରୀ ରଶ୍ମିତା ସାହୁ କୁହନ୍ତି, ଅଭିଯୋଗ ସମ୍ପର୍କରେ ତର୍ଜମା କରାଯିବ। ସତ୍ୟାସତ୍ୟ ମିଳିଲେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri