କେନ୍ଦ୍ରାପଡା ଅଫିସ,୧୮ା୯: କେନ୍ଦ୍ରାପଡ଼ା ଜିଲାରେ କରୋନା ସଂକ୍ରମଣ ଆଶଙ୍କା ପାଇଁ ସାଧାରଣ ଚିକିତ୍ସା ସେବା ଗତ ମାର୍ଚ୍ଚରୁ ପ୍ରଭାବିତ ହୋଇଛି। ସାମାଜିକ ଦୂରତ୍ୱ ଓ ଅନ୍ୟ କୋଭିଡ୍-୧୯ ନିୟମାବଳୀ କାର୍ଯ୍ୟକାରୀ ହେବା ପରେ ଜ୍ୱର, ଥଣ୍ଡା କାଶ ପରି ଲକ୍ଷଣ ଥିବା ରୋଗୀ ସହଜରେ ଚିକିତ୍ସିତ ହୋଇପାରୁନାହାନ୍ତି। ଦେଶରେ ଅନ୍ଲକ-୪ ଓ ରାଜ୍ୟରେ ସଂଗରୋଧ କେନ୍ଦ୍ର, କୋଭିଡ୍ କେୟାର ସେଣ୍ଟର ବନ୍ଦ ପରେ ମଧ୍ୟ ଜିଲା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ସଚେତନ ହୋଇନାହାନ୍ତି। ବର୍ଷା ଓ ବନ୍ୟା ପରେ ଜିଲାର ପ୍ରତି ଘରେ ଏବେ ଜ୍ୱର, ଥଣ୍ଡା, କାଶ, ଝାଡ଼ାବାନ୍ତି ଆଦି ଲକ୍ଷଣ ଥିବା ରୋଗୀଙ୍କୁ ଦେଖିବାକୁ ମିଳୁଛି। ଏପରିକି ସହର ଓ ଆଖପାଖ ଅଞ୍ଚଳରେ ବୁଧବାର- ଗୁରୁବାରର ୧୫ ଘଣ୍ଟା ବ୍ୟବଧାନରେ ଜ୍ୱର ଲକ୍ଷଣ ଥିବା ୫ଜଣଙ୍କ ମୃତ୍ୟୁ ଘଟିବା ପରେ ଜିଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାଜନଗରର ଜେଇ ବିଶ୍ୱରଞ୍ଜନ ଭୂୟାଁ, କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ପରିମଳ ଜମାଦାର ଦିଲ୍ଲୀପ ସିଂହ, ପୂର୍ବତନ କର୍ମଚାରୀ ଗୋକୁଳ ଦାସ, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ସାନ୍ତସାହିର ମହମ୍ମଦ ଖୁଲସନ ଅଲ୍ଲୀଙ୍କ ଆକାଳ ମୃତ୍ୟୁ ପାଇଁ ପରିବାର ସଦସ୍ୟ ହୃଦ୍ଘାତକୁ ଦାୟୀ କରୁଛନ୍ତି। ତେବେ ମୃତକଙ୍କ ବ୍ୟବଚ୍ଛେଦ ନ ହେବା ଓ କୋଭିଡ-୧୯ ନିୟମାବଳୀରେ ମୃତଦେହ ସତ୍କାର କରିବାକୁ ନେଇ ଆଲୋଚନା ଜୋର ଧରିଛି।
ଅପରପକ୍ଷରେ ପ୍ରତିବର୍ଷ ଜୁନ ପୂର୍ବରୁ ଜଳବାହିତ ରୋଗ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏଥିସହ ଗ୍ରାମ କଲ୍ୟାଣ ସମିତିଠାରୁ ଆରମ୍ଭ କରି ଜିଲା ସ୍ବାସ୍ଥ୍ୟ କର୍ମଚାରୀ ପର୍ଯ୍ୟନ୍ତ ଡେଙ୍ଗୁ, ମ୍ୟାଲେରିଆ, ଥଣ୍ଡା ଜ୍ୱର, କାଶ ଆଦି ରୋଗର ନିକାକରଣ ପାଇଁ ସଚେତନତା ସୃଷ୍ଟି କରାଇଥାନ୍ତି। ଚଳିତ ବର୍ଷ କରୋନା ସଂକ୍ରମଣ ଟାଳିବାରେ ବ୍ୟସ୍ତ ରହିଥିବା ପ୍ରଶାସନ ଏଥିପ୍ରତି ନଜର ଦେଇନାହାନ୍ତି। ଫଳରେ ସାଧାରଣ ଲକ୍ଷଣଯୁକ୍ତ ରୋଗ ପାଇଁ ଘରେ ରହି କ୍ବାକ୍ଙ୍କ ସହାୟତା ନିଆଯାଉଥିବାରୁ ବହୁ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି, ପ୍ରଶାନ୍ତ କୁମାର ନାୟକ, ମାତୃଦତ୍ତ ମହାନ୍ତି, ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ଗତ ମାର୍ଚ୍ଚରୁ କରୋନା ସଂକ୍ରମଣର ଭୟାବହତା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ନଥିଲା। ଏପ୍ରିଲ ୭ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ଆରମ୍ଭରେ ୫୦୦ ମଧ୍ୟର ସୀମିତ ଥିଲା। ଏହି ସଂଖା ଏବେ ୩୫୧୧ ହୋଇଛି। ଏପରିକି ସେପ୍ଟେମ୍ବର ୧୬ ଦିନ ମଧ୍ୟରେ ଜିଲାରେ ୧୪୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ବିଭିନ୍ନ ସରକାରୀ କଟକଣା ହଟିଯାଇଛି। ଏଥିସହିତ ଜିଲାରେ ବର୍ଷା ଓ ବନ୍ୟାରେ ପୀଡିତ ଲୋକଙ୍କୁ ଜ୍ୱର, ଥଣ୍ଡା, କାଶ ଆଦି ରୋଗ ଦେଖାଦେଇଛି ା ବିଭିନ୍ନ ସରକାରୀ ଚିକିତ୍ସାଳୟରେ କରୋନା କଟକଣା ଥିବାରୁ ରୋଗୀ ଆତଙ୍କିତ ହୋଇ ଚିକିତ୍ସା ପାଇଁ ଯାଉନାହାନ୍ତି। ସେହିପରି ନିକଟସ୍ଥ ଔଷଧ ଦୋକାନୀ ଓ କ୍ବାକ୍ଙ୍କ ପରାମର୍ଶରେ ଔଷଧ ସେବନ କରିବା ପାଇଁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। ଅଭିଜ୍ଞ ଡାକ୍ତରଙ୍କ ଅନୁଶୀଳନ ଓ ଉପଯୁକ୍ତ ଟେଷ୍ଟ ଅଭାବରେ ପ୍ରକୃତ ରୋଗ ଧରା ନ ପଡ଼ିବାରୁ ଅକାଳରେ ଅନେକଙ୍କ ଜୀବନ ଯାଉଛି। ସାଧାରଣ ଚିକିତ୍ସା ସେବାକୁ ପୁନର୍ବାର ଚାଲୁ କରିବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ସିଡିଏମ୍ଓ ଡା. ଅନୀତା ପଟ୍ଟନାୟକ କହିଛନ୍ତି ଯେ, ବର୍ଷା ଋତୁ ଆରମ୍ଭରୁ ଜଳବାହିତ ରୋଗ ପାଇଁ ସତର୍କତା ଅବଲମ୍ବନ କରାଯାଇଛି। ଗ୍ରାମସ୍ତରରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଏ ନେଇ ତାଳିମ ଦିଆଯାଇଛି। ସେହିପରି ପ୍ରତି ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଭିବର କ୍ଲିନିକ ପ୍ରତିଷ୍ଠା ସହ ଫୋନ୍ ଯୋଗେ ପରାମର୍ଶ ଦିଆଯାଉଛି। ଚିକିତ୍ସାରେ ଅବହେଳା କରାଯାଉ ନ ଥିବା ସିଡିଏମଓ ଡା. ପଟ୍ଟନାୟକ ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ
ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…
ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…
ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ
ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…
ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା
ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…
ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର
ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…
ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ
ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…
ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ
ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…
ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ
ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

