ରାଜ୍ୟରେ ୯,୦୦୮ କୋଭିଡ୍‌ ବେଡ୍‌

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ହୁହୁ ବଢ଼ୁଛି। ଅନୁରୂପ ଭାବେ କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ ବେଡ୍‌ ଅଭାବ ହେଲାଣି ବୋଲି ଖବର ଆସୁଛି। ବେଡ୍‌ ନ ପାଇଁ ମୃତ୍ୟୁ ହେଉଥିବା ମଧ୍ୟ ଖବର ପ୍ରକାଶ ପାଉଛି। ଆଗକୁ ଏହି ସଂକ୍ରମଣ ଆହୁରି ବୃଦ୍ଧି ପାଇବାକୁ ଥିବାବେଳେ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରଭାବିତ ହେବ ବୋଲି କୁହାଯାଉଛି। ଏପରିସ୍ଥିତିରେ ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଚିକିତ୍ସାର ସ୍ଥିତି ନେଇ ସ୍ପଷ୍ଟ କରାଯାଇଛି। ଏ ସଂକ୍ରାନ୍ତରେ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ରୋଗୀଙ୍କ ପାଇଁ ୯,୦୦୮ଟି ବେଡ୍‌ ପ୍ରସ୍ତୁତ ରହିଛି। ଘରୋଇ ହସ୍ପିଟାଲରେ ୪,୬୪୦ ବେଡ୍‌ ଓ ସରକାରୀ ହସ୍ପିଟାଲରେ ୪,୩୬୮ ବେଡ୍‌ ରହିଛି। ୧୭.୫୦% ବେଡ୍‌ରେ ସମୁଦାୟ ୧,୫୭୬ଜଣ ରୋଗୀ ଅଛନ୍ତି। ଘରୋଇ ହସ୍ପିଟାଲରେ ୭୫୩ ରୋଗୀ ରହିଥିବାବେଳେ ସରକାରୀ ହସ୍ପିଟାଲରେ ୮୨୩ ରୋଗୀ ରହିଛନ୍ତି। ସେହିପରି ରାଜ୍ୟରେ ମୋଟ ଆଇସିୟୁ ବେଡ୍‌ ସଂଖ୍ୟା ୨୦୧୮ ଥିବାବେଳେ ରୋଗୀ ଅଛନ୍ତି ୪୨୪। ଘରୋଇ ହସ୍ପିଟାଲରେ ୧,୪୯୪ ଆଇସିୟୁ ରହିଥିବା ବେଳେ ରୋଗୀ ଅଛନ୍ତି ୩୨୦। ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ ଥିବାବେଳେ ରୋଗୀ ଅଛନ୍ତି ୧୦୪ଜଣ ଅର୍ଥାତ୍‌ ସମୁଦାୟ ବେଡ୍‌ର ୨୧.୧ ପ୍ରତିଶତ। ମୋଟ ୭୮୨ଟି ଭେଣ୍ଟିଲେଟର ରହିଥିବାବେଳେ ସେଥିରେ ୫୯ଜଣ ରୋଗୀ ରହି ଚିକିତ୍ସିତ ହେଉଛନ୍ତି। ରାଜ୍ୟର ଭେଣ୍ଟିଲେଟର ତୁଳନାରେ ରୋଗୀଙ୍କ ସଂଖ୍ୟା ମାତ୍ର ୭.୫୪ ପ୍ରତିଶତ ରହିଛି। ଏଥିମଧ୍ୟରେ ଘରୋଇ ହସ୍ପିଟାଲରେ ୬୦୩ ଭେଣ୍ଟିଲେଟର ରହିଥିବାବେଳେ ୪୧ଜଣ ରୋଗୀ ଅଛନ୍ତି। ସରକାରୀ ହସ୍ପିଟାଲରେ ୧୭୯ ଭେଣ୍ଟିଲେଟର ରହିଥିବାବେଳେ ୧୮ଜଣ ରୋଗୀ ଅଛନ୍ତି। ସେପଟେ କେତେକ ଜିଲାରେ ଟିଏମ୍‌ସି ଖୋଲିଛି। ଛତିଶଗଡ଼ ସୀମାନ୍ତ ଜିଲାରେ ଆବଶ୍ୟକତା ଅନୁସାରେ ଟିଏମ୍‌ସି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଦୈନିକ ୫୦ହଜାର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri