ରାଜ୍ୟରେ ୯,୦୦୮ କୋଭିଡ୍‌ ବେଡ୍‌

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ହୁହୁ ବଢ଼ୁଛି। ଅନୁରୂପ ଭାବେ କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ ବେଡ୍‌ ଅଭାବ ହେଲାଣି ବୋଲି ଖବର ଆସୁଛି। ବେଡ୍‌ ନ ପାଇଁ ମୃତ୍ୟୁ ହେଉଥିବା ମଧ୍ୟ ଖବର ପ୍ରକାଶ ପାଉଛି। ଆଗକୁ ଏହି ସଂକ୍ରମଣ ଆହୁରି ବୃଦ୍ଧି ପାଇବାକୁ ଥିବାବେଳେ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରଭାବିତ ହେବ ବୋଲି କୁହାଯାଉଛି। ଏପରିସ୍ଥିତିରେ ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଚିକିତ୍ସାର ସ୍ଥିତି ନେଇ ସ୍ପଷ୍ଟ କରାଯାଇଛି। ଏ ସଂକ୍ରାନ୍ତରେ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ରୋଗୀଙ୍କ ପାଇଁ ୯,୦୦୮ଟି ବେଡ୍‌ ପ୍ରସ୍ତୁତ ରହିଛି। ଘରୋଇ ହସ୍ପିଟାଲରେ ୪,୬୪୦ ବେଡ୍‌ ଓ ସରକାରୀ ହସ୍ପିଟାଲରେ ୪,୩୬୮ ବେଡ୍‌ ରହିଛି। ୧୭.୫୦% ବେଡ୍‌ରେ ସମୁଦାୟ ୧,୫୭୬ଜଣ ରୋଗୀ ଅଛନ୍ତି। ଘରୋଇ ହସ୍ପିଟାଲରେ ୭୫୩ ରୋଗୀ ରହିଥିବାବେଳେ ସରକାରୀ ହସ୍ପିଟାଲରେ ୮୨୩ ରୋଗୀ ରହିଛନ୍ତି। ସେହିପରି ରାଜ୍ୟରେ ମୋଟ ଆଇସିୟୁ ବେଡ୍‌ ସଂଖ୍ୟା ୨୦୧୮ ଥିବାବେଳେ ରୋଗୀ ଅଛନ୍ତି ୪୨୪। ଘରୋଇ ହସ୍ପିଟାଲରେ ୧,୪୯୪ ଆଇସିୟୁ ରହିଥିବା ବେଳେ ରୋଗୀ ଅଛନ୍ତି ୩୨୦। ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ ଥିବାବେଳେ ରୋଗୀ ଅଛନ୍ତି ୧୦୪ଜଣ ଅର୍ଥାତ୍‌ ସମୁଦାୟ ବେଡ୍‌ର ୨୧.୧ ପ୍ରତିଶତ। ମୋଟ ୭୮୨ଟି ଭେଣ୍ଟିଲେଟର ରହିଥିବାବେଳେ ସେଥିରେ ୫୯ଜଣ ରୋଗୀ ରହି ଚିକିତ୍ସିତ ହେଉଛନ୍ତି। ରାଜ୍ୟର ଭେଣ୍ଟିଲେଟର ତୁଳନାରେ ରୋଗୀଙ୍କ ସଂଖ୍ୟା ମାତ୍ର ୭.୫୪ ପ୍ରତିଶତ ରହିଛି। ଏଥିମଧ୍ୟରେ ଘରୋଇ ହସ୍ପିଟାଲରେ ୬୦୩ ଭେଣ୍ଟିଲେଟର ରହିଥିବାବେଳେ ୪୧ଜଣ ରୋଗୀ ଅଛନ୍ତି। ସରକାରୀ ହସ୍ପିଟାଲରେ ୧୭୯ ଭେଣ୍ଟିଲେଟର ରହିଥିବାବେଳେ ୧୮ଜଣ ରୋଗୀ ଅଛନ୍ତି। ସେପଟେ କେତେକ ଜିଲାରେ ଟିଏମ୍‌ସି ଖୋଲିଛି। ଛତିଶଗଡ଼ ସୀମାନ୍ତ ଜିଲାରେ ଆବଶ୍ୟକତା ଅନୁସାରେ ଟିଏମ୍‌ସି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଦୈନିକ ୫୦ହଜାର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ମାସରେ ଶେଷ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନବକଳେବର କାର୍ଯ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୧୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା...

ଆଜି ଓଡ଼ିଶା ଆସୁଛନ୍ତି ଖାର୍ଗେ

ଭୁବନେଶ୍ବର,୧୪ା୧୦(ବ୍ୟୁରୋ):ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସଭାପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଯାଉଥିବା ମଲିକାର୍ଜୁନ ଖାର୍ଗେ ଶୁକ୍ରବାର ଓଡିଶା ଗସ୍ତରେ ଆସୁଛନ୍ତି। ଖାର୍ଗେ ନିର୍ବାଚନ ପୂର୍ବରୁ...

କଟକ ଗସ୍ତରେ ମୁଖ୍ୟମନ୍ତ୍ରୀ; ବିଜୁ ସ୍ବାସ୍ଥ୍ୟସ୍ମାର୍ଟ ହେଲ୍‌ଥ କାର୍ଡର ହେବ ଶୁଭାରମ୍ଭ

କଟକ ଅଫିସ, ୧୩।୧୨: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର କାର୍ଯ୍ୟକ୍ରମ ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲାରେ...

ଦେଶୀ ପଦ୍ଧତିରେ ବିଦେଶୀ ଫଳ

ପଦ୍ମପୁର, ୨୯।୭ (ଡି.ଏନ.ଏ) ସିମେଣ୍ଟ ଖୁଣ୍ଟ ଉପରେ ମାଡ଼ିଛି କଣ୍ଟା ଜାତୀୟ ବିଦେଶୀ ଡ୍ରାଗନ ଫ୍ରୁଟ୍‌ ଗଛ। ଲତାଗୁଡ଼ିକ ଭଲ ଭାବେ ବଢ଼ିବା ପାଇଁ ତିଆରି...

ଟାଟା ଖଣି ସମ୍ମୁଖରେ ଜମିହରା ଗ୍ରାମବାସୀଙ୍କ ଆନ୍ଦୋଳନ: କର୍ମଚାରୀଙ୍କୁ ଖଣି ଭିତରକୁ ଛାଡିଲେ ନାହିଁ

ଯୋଡ଼ା, ୫।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଟାଟା ଷ୍ଟିଲ କମ୍ପାନୀର ଯୋଡ଼ା ଇଷ୍ଟ ଲୁହାପଥର ଖଣି ଫାଟକ ସମ୍ମୁଖରେ ଜମିହରା ଅଧିବାସୀ ଗୁରୁବାର ଭୋରରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି।...

କଳାବଜାର ବିରୋଧରେ ୨୨ ସ୍କ୍ବାଡ୍‌

ଭୁବନେଶ୍ୱର,୨୦।୪(ବ୍ୟୁରୋ): ସାରା ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଭୟଙ୍କର ରୂପ ନେଇଛି। ଏପରି ଘଡିସନ୍ଧି ମୁହୂର୍ତ୍ତରେ କୋଭିଡ୍‌ ଔଷଧ ଓ ଚିକିତ୍ସା ଉପକରଣର...

୨୬ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ୟାସ’

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଆସନ୍ତା ୨୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବାଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ୨୪ ତାରିଖରେ ସାମୁଦ୍ରିକ ଝଡରେ...

ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ହେଲେ: ରୋକିହେବ ୭୨% ସଂକ୍ରମଣ

ଓ୍ବାଶିଂଟନ,୧୯ା୫: ଭାରତରେ କରୋନା ଭାଇରସ୍‌ର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିବାକୁ ବସିଲାଣି। ସଂକ୍ରମଣ ଭୟ ବୃଦ୍ଧି ପାଉଥିବାବେଳେ...

Advertisement
Archives

Model This Week