ସହରରେ ଚାଲୁଛି ନମ୍ବରବିହୀନ ଗାଡ଼ି

କଟକ ଅଫିସ,୨୧ା୧୧: ରାଜ୍ୟ ସରକାର ତଥା ପରିବହନ ବିଭାଗ ପ୍ରତ୍ୟେକ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ବିନା ନମ୍ବର ପ୍ଲେଟ୍‌ରେ କଟକ ସହରରେ ବହୁସଂଖ୍ୟକ ଗାଡି ଚାଲୁଛି। ବିଶେଷକରି ସହରର ପ୍ରମୁଖ ରାସ୍ତାରେ ଅନାୟାସରେ ଏଭଳି ଗାଡ଼ିଗୁଡିକ ଚାଲୁଥିବାବେଳେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଏହାକୁ ଜବତ ନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କଟକ ସହରରେ ରାଜ୍ୟ ପରିବହନ କାର୍ଯ୍ୟାଳୟ, ପୋଲିସ ମୁଖ୍ୟାଳୟ ସମେତ ଅନେକ କାର୍ଯ୍ୟାଳୟ ରହିଛି। ବିଭିନ୍ନ ସମୟରେ ଏଠାରେ ଅପରାଧୀମାନେ ଅପରାଧ ଘଟାଇ ସହଜରେ ଖସି ପଳାଉଛନ୍ତି। ଅପରାଧ ନିୟନ୍ତ୍ରଣ ପାଇଁ ସହରର ପ୍ରମୁଖ ଛକ ସମେତ ବିଭିନ୍ନ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି। ଏହି କ୍ୟାମେରାଗୁଡ଼ିକ ସିଧାସଳଖ ଡିସିପିଙ୍କ କାର୍ଯ୍ୟାଳୟରୁ ନିୟନ୍ତ୍ରିତ ହେଉଛି। ସେଠାରେ ନିୟୋଜିତ ପୋଲିସ ଅଧିକାରୀ ଓ କର୍ମଚାରୀ ସହରର ବିଭିନ୍ନ ଅଞ୍ଚଳ ଉପରେ ନଜର ରଖିପାରୁଛନ୍ତି। ଏହାସତ୍ତ୍ୱେ ବିଭିନ୍ନ ସମୟରେ ଚୋରି, ଗୁଳି ମାଡ଼ ଭଳି ଅନେକ ଆପରାଧିକ ଘଟଣା ଘଟୁଛି। କିଛିଦିନ ତଳେ ମହାନଦୀ ବିହାର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରୁ ଲୁଟ୍‌ ହୋଇଥିଲା। ସେହିପରି ୨ ଦିନ ତଳେ ସିଏମ୍‌ସିର ଜଣେ କର୍ମଚାରୀଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିଲା। ଅନେକ ସମୟରେ ଅପରାଧୀମାନେ ବ୍ୟବହାର କରୁଥିବା ଗାଡ଼ିର ରେଜିଷ୍ଟ୍ରେଶନ ନମ୍ବରରୁ ସେମାନଙ୍କୁ ଠାବ କରିବା ପୋଲିସ ପକ୍ଷେ ସହଜ ହେଉଛି। ଯଦି ବିନା ନମ୍ବର ଥିବା ଗାଡ଼ି ବ୍ୟବହାର କରିବେ ତା’ହେଲେ ସେମାନଙ୍କୁ ଧରିବା କଷ୍ଟକର ହୋଇପଡିବ। ଏପରିସ୍ଥଳେ ବିନା ନମ୍ବରରେ ବହୁସଂଖ୍ୟକ ଗାଡ଼ି ସହରରେ ଚାଲୁଛି। ହେଲେ ପୋଲିସ ତାହାକୁ ଜବତ କରିପାରୁନାହିଁ। ଉଦାହରଣ ଭାବେ ଏଠାରେ ୩ଟି ଗାଡିକୁ ଉପସ୍ଥାପନ କରାଯାଇଛି। ବକ୍ସିବଜାର ଅଞ୍ଚଳରେ ଏହି ଗାଡ଼ିଗୁଡିକରେ ଏକାଧିକ ଲୋକ ବସି ଅନାୟାସରେ ଯାଉଛନ୍ତି। ଗୋଟିଏ ସ୍କୁଟିରେ ଆଦୌ ନମ୍ବର ପ୍ଲେଟ୍‌ ନ ଥିବାବେଳେ ଅନ୍ୟଟିର ନମ୍ବର ପ୍ଲେଟ୍‌ ଅଧା ନଷ୍ଟ ହୋଇଯାଇଛି। ସେହିପରି ଗୋଟିଏ ବାଇକ୍‌ର ନମ୍ବର ପ୍ଲେଟ୍‌ ଥିବାବେଳେ କୌଣସି ରେଜିଷ୍ଟ୍ରେସନ ନମ୍ବର ସେଥିରେ ଲେଖା ନାହିଁ। ଅନ୍ୟ ଏକ ଦିଗଟି ହେଲା ଏହି ନମ୍ବରବିହୀନ ବାଇକରେ ବସିଥିବା ଯୁବକମାନେ ହେଲ୍‌ମେଟ୍‌ ପିନ୍ଧି ନାହାନ୍ତି। ବାଇକ ଚାଳକ ବା ଆରୋହୀ ହେଲ୍‌ମେଟ୍‌ ପିନ୍ଧି ନଥିଲେ ପୋଲିସ କର୍ମଚାରୀ ଉକ୍ତ ଗାଡ଼ିର ଫଟୋ ଉଠାଇ ଇ-ଚାଲାଣ କାଟିବାର ଅନ୍‌ଲାଇନ ବ୍ୟବସ୍ଥା ରହିଛି। ହେଲେ ନମ୍ବର ପ୍ଲେଟ୍‌ ନଥିବା ଗାଡ଼ିରୁ ଜରିମାନା କିଭଳି ଆଦାୟ କରାଯିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା କେବଳ ନମୁନା ମାତ୍ର। ବାସ୍ତବ କ୍ଷେତ୍ରରେ ଏଭଳି ବିନା ନମ୍ବରରେ ବହୁସଂଖ୍ୟକ ଗାଡ଼ି ଚାଲୁଥିବାବେଳେ ସରକାରଙ୍କ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବ୍ୟବସ୍ଥା ଏହା ଉପହାସ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତୁରନ୍ତ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର କହିଛନ୍ତି, ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଯାଞ୍ଚ କରାଯାଇ ବିନା ନମ୍ବର ପ୍ଲେଟ୍‌ରେ ଚାଲୁଥିବା ଗାଡିକୁ ଜବତ କରାଯାଉଛି। ଏଥିସହ ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ତଥାପି ଲୋକେ ସଚେତନ ହେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?