ସହରରେ ଚାଲୁଛି ନମ୍ବରବିହୀନ ଗାଡ଼ି

କଟକ ଅଫିସ,୨୧ା୧୧: ରାଜ୍ୟ ସରକାର ତଥା ପରିବହନ ବିଭାଗ ପ୍ରତ୍ୟେକ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ବିନା ନମ୍ବର ପ୍ଲେଟ୍‌ରେ କଟକ ସହରରେ ବହୁସଂଖ୍ୟକ ଗାଡି ଚାଲୁଛି। ବିଶେଷକରି ସହରର ପ୍ରମୁଖ ରାସ୍ତାରେ ଅନାୟାସରେ ଏଭଳି ଗାଡ଼ିଗୁଡିକ ଚାଲୁଥିବାବେଳେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଏହାକୁ ଜବତ ନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କଟକ ସହରରେ ରାଜ୍ୟ ପରିବହନ କାର୍ଯ୍ୟାଳୟ, ପୋଲିସ ମୁଖ୍ୟାଳୟ ସମେତ ଅନେକ କାର୍ଯ୍ୟାଳୟ ରହିଛି। ବିଭିନ୍ନ ସମୟରେ ଏଠାରେ ଅପରାଧୀମାନେ ଅପରାଧ ଘଟାଇ ସହଜରେ ଖସି ପଳାଉଛନ୍ତି। ଅପରାଧ ନିୟନ୍ତ୍ରଣ ପାଇଁ ସହରର ପ୍ରମୁଖ ଛକ ସମେତ ବିଭିନ୍ନ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି। ଏହି କ୍ୟାମେରାଗୁଡ଼ିକ ସିଧାସଳଖ ଡିସିପିଙ୍କ କାର୍ଯ୍ୟାଳୟରୁ ନିୟନ୍ତ୍ରିତ ହେଉଛି। ସେଠାରେ ନିୟୋଜିତ ପୋଲିସ ଅଧିକାରୀ ଓ କର୍ମଚାରୀ ସହରର ବିଭିନ୍ନ ଅଞ୍ଚଳ ଉପରେ ନଜର ରଖିପାରୁଛନ୍ତି। ଏହାସତ୍ତ୍ୱେ ବିଭିନ୍ନ ସମୟରେ ଚୋରି, ଗୁଳି ମାଡ଼ ଭଳି ଅନେକ ଆପରାଧିକ ଘଟଣା ଘଟୁଛି। କିଛିଦିନ ତଳେ ମହାନଦୀ ବିହାର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରୁ ଲୁଟ୍‌ ହୋଇଥିଲା। ସେହିପରି ୨ ଦିନ ତଳେ ସିଏମ୍‌ସିର ଜଣେ କର୍ମଚାରୀଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିଲା। ଅନେକ ସମୟରେ ଅପରାଧୀମାନେ ବ୍ୟବହାର କରୁଥିବା ଗାଡ଼ିର ରେଜିଷ୍ଟ୍ରେଶନ ନମ୍ବରରୁ ସେମାନଙ୍କୁ ଠାବ କରିବା ପୋଲିସ ପକ୍ଷେ ସହଜ ହେଉଛି। ଯଦି ବିନା ନମ୍ବର ଥିବା ଗାଡ଼ି ବ୍ୟବହାର କରିବେ ତା’ହେଲେ ସେମାନଙ୍କୁ ଧରିବା କଷ୍ଟକର ହୋଇପଡିବ। ଏପରିସ୍ଥଳେ ବିନା ନମ୍ବରରେ ବହୁସଂଖ୍ୟକ ଗାଡ଼ି ସହରରେ ଚାଲୁଛି। ହେଲେ ପୋଲିସ ତାହାକୁ ଜବତ କରିପାରୁନାହିଁ। ଉଦାହରଣ ଭାବେ ଏଠାରେ ୩ଟି ଗାଡିକୁ ଉପସ୍ଥାପନ କରାଯାଇଛି। ବକ୍ସିବଜାର ଅଞ୍ଚଳରେ ଏହି ଗାଡ଼ିଗୁଡିକରେ ଏକାଧିକ ଲୋକ ବସି ଅନାୟାସରେ ଯାଉଛନ୍ତି। ଗୋଟିଏ ସ୍କୁଟିରେ ଆଦୌ ନମ୍ବର ପ୍ଲେଟ୍‌ ନ ଥିବାବେଳେ ଅନ୍ୟଟିର ନମ୍ବର ପ୍ଲେଟ୍‌ ଅଧା ନଷ୍ଟ ହୋଇଯାଇଛି। ସେହିପରି ଗୋଟିଏ ବାଇକ୍‌ର ନମ୍ବର ପ୍ଲେଟ୍‌ ଥିବାବେଳେ କୌଣସି ରେଜିଷ୍ଟ୍ରେସନ ନମ୍ବର ସେଥିରେ ଲେଖା ନାହିଁ। ଅନ୍ୟ ଏକ ଦିଗଟି ହେଲା ଏହି ନମ୍ବରବିହୀନ ବାଇକରେ ବସିଥିବା ଯୁବକମାନେ ହେଲ୍‌ମେଟ୍‌ ପିନ୍ଧି ନାହାନ୍ତି। ବାଇକ ଚାଳକ ବା ଆରୋହୀ ହେଲ୍‌ମେଟ୍‌ ପିନ୍ଧି ନଥିଲେ ପୋଲିସ କର୍ମଚାରୀ ଉକ୍ତ ଗାଡ଼ିର ଫଟୋ ଉଠାଇ ଇ-ଚାଲାଣ କାଟିବାର ଅନ୍‌ଲାଇନ ବ୍ୟବସ୍ଥା ରହିଛି। ହେଲେ ନମ୍ବର ପ୍ଲେଟ୍‌ ନଥିବା ଗାଡ଼ିରୁ ଜରିମାନା କିଭଳି ଆଦାୟ କରାଯିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା କେବଳ ନମୁନା ମାତ୍ର। ବାସ୍ତବ କ୍ଷେତ୍ରରେ ଏଭଳି ବିନା ନମ୍ବରରେ ବହୁସଂଖ୍ୟକ ଗାଡ଼ି ଚାଲୁଥିବାବେଳେ ସରକାରଙ୍କ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବ୍ୟବସ୍ଥା ଏହା ଉପହାସ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତୁରନ୍ତ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର କହିଛନ୍ତି, ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଯାଞ୍ଚ କରାଯାଇ ବିନା ନମ୍ବର ପ୍ଲେଟ୍‌ରେ ଚାଲୁଥିବା ଗାଡିକୁ ଜବତ କରାଯାଉଛି। ଏଥିସହ ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ତଥାପି ଲୋକେ ସଚେତନ ହେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri