ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ ବାହାର ସବୁଠି ତାତି ଥିବାବେଳେ ଜାରକା ବସ ଷ୍ଟାଣ୍ଡକୁ ଆସୁଥିବା ଲୋକେ ଛଟପଟ ହେଉଛନ୍ତି। କୌଣସି ସ୍ଥାନକୁ ଯିବା ପାଇଁ ଯାତ୍ରୀଙ୍କୁ ଏଠାରେ ପ୍ରବଳ ଖରାରେ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏହାକୁ ନେଇ ଯାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଶୀଘ୍ର ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିବାକୁ ଦାବି ହୋଇଛି।
ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକା ଯାଜପୁର ଜିଲାର ପ୍ରମୁଖ ଅଞ୍ଚଳରେ ଗଣତି ହୋଇଥିବାବେଳେ କିଛି ଦିନ ତଳେ ଏହା ଏନ୍‌ଏସିର ମାନ୍ୟତା ମଧ୍ୟ ପାଇଛି। ବ୍ୟବସାୟ, ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପ କ୍ଷେତ୍ରରେ ଏହା ବହୁ ପାଦ ଆଗକୁ ବଢ଼ିଥିଲେ ମଧ୍ୟ ଅନେକ ସମସ୍ୟା ରହିଛି। ଏହା ମଧ୍ୟରେ ଜାରକାରେ ଥିବା ବସଷ୍ଟାଣ୍ଡ ଅନ୍ୟତମ ସମସ୍ୟା। ଏହି ସମସ୍ୟା ଦୀର୍ଘବର୍ଷର ହୋଇଥିଲେ ବି ସମାଧାନ ହୋଇପାରୁନାହିଁ। ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ରୋଗୀ ହୁଅନ୍ତୁ କି ବ୍ୟବସାୟୀ, ସମସ୍ତେ ଏହି ସ୍ଥାନରୁ ନିଜର ଗନ୍ତବ୍ୟସ୍ଥଳକୁ ଯିବାକୁ ଆସିଥାନ୍ତି। ତେଣୁ ଏଠାରେ ସବୁ ସମୟରେ ଭିଡ଼ ଜମିଥାଏ। କଲେଜ ଛାତ୍ରୀଛାତ୍ର ମଧ୍ୟ ବସ୍‌ରେ ଯିବାକୁ ଏଠାରେ ଅପେକ୍ଷା କରିଥାନ୍ତି। ହେଲେ ବିଶ୍ରାମଗାର ନ ଥିବାରୁ ଖରା ବର୍ଷାଦାଉରୁ ନିଜକୁ ରକ୍ଷା କରିବା ପାଇଁ କେତେଜଣ କାହା ଦୋକାନ ତଳେ ଛିଡ଼ା ହୋଇଥାନ୍ତି। ସେଥିପାଇଁ କିଛି ଦୋକାନୀଙ୍କଠାରୁ ଅନେକ କଥା ମଧ୍ୟ ଶୁଣିବାକୁ ପଡ଼ିଥାଏ। ଏହି କାରଣରୁ ଅନେକ ଯାତ୍ରୀ ଖରାବର୍ଷାରେ ବସକୁ ଅପେକ୍ଷା କରୁଥିବା କହିଛନ୍ତି। ସେହିପରି ଏଠାରେ ଫ୍ଲାଏଓଭର ବ୍ରିଜ୍‌ ହେବା ପରେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। ଅନେକ ବସ ଫ୍ଲାଏଓଭର ବ୍ରିଜ୍‌ ଉପର ଦେଇ ଯାତାୟାତ କରୁଛି। ଅଳ୍ପ ସଂଖ୍ୟକ ବସ ଫ୍ଲାଏଓଭର ବ୍ରିଜ୍‌ ତଳ ରାସ୍ତାରେ ଯାଉଛି। ଫ୍ଲାଏଓଭର ବ୍ରିଜ୍‌ ଉପର ଦେଇ ଯାଉଥିବା ବସଗୁଡ଼ିକ ତାହାର ଆରମ୍ଭରେ ଯାତ୍ରୀଙ୍କୁ ଛାଡି ଚାଲିଯାଉଛି। ଫଳରେ ଯେଉଁ ଯାତ୍ରୀମାନେ ଛୋଟ ପିଲା ଓ ସାଙ୍ଗରେ ବ୍ୟାଗ ଧରି ଆସିଥାନ୍ତି, ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତ୍ରୀମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରସୁଲପୁର ବ୍ଲକ ଅଞ୍ଚଳର ଯାତ୍ରୀ ରିଙ୍କିଶ୍ରୀ ଓଝା କହିଛନ୍ତି, ତାଙ୍କ ପୁଅର ଦେହ ଖରାପ। ତେଣୁ ସେ ତାକୁ ଧରି ବସ ଯୋଗେ ଧର୍ମଶାଳା ମେଡିକାଲକୁ ଆସିଥିଲେ। ଯିବା ପାଇଁ ବହୁ ସମୟ ଧରି ଖରା ଗରମରେ ଅପେକ୍ଷା କରିଥିଲେ। ଯାତ୍ରୀ ବିଶ୍ରାମାଗାର ଥିଲେ ତାଙ୍କୁ କିଛି ଅସୁବିଧା ହୋଇ ନ ଥାନ୍ତା। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଏଠାରେ ଚେୟାର କିଛି ପଡ଼ିଛି। ହେଲେ ଖରାରେ ସେଥିରେ ବସିବା ସମ୍ଭବ ହେଉନାହିଁ। ପ୍ରଶାସନ ଶୀଘ୍ର ଯାତ୍ରୀ ବିଶ୍ରାମାଗାର ନିର୍ମାଣ କଲେ ଯାତ୍ରୀଙ୍କ ସମସ୍ୟା ଦୂର ହୋଇପାରିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

RJD ପରେ JDU ନେତାଙ୍କ ଦାବି, ‘ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯିବା ଉଚିତ’

ନୂଆଦିଲ୍ଲୀ,୧।୭: ଆରଜେଡି ପରେ, ଜେଡି(ୟୁ) ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଦାବି କରିଛି। ଜେଡି(ୟୁ) ବିଧାୟକ ପଙ୍କଜ ମିଶ୍ର କହିଛନ୍ତି ଯେ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଜୁଲାଇରେ ଏତେ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୧।୭: ଶ୍ରମ ବ୍ୟୁରୋର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, AICPI-IW ଏପ୍ରିଲ୍ ୨୦୨୬ରେ ୧୪୯.୯ରୁ ମେ ୨୦୨୬ରେ ୦.୯ ପଏଣ୍ଟ ବୃଦ୍ଧି ପାଇ ୧୫୦.୮ ହୋଇଛି। ଏହି…

ସ୍ୱାମୀଙ୍କଠାରୁ ଅଧିକ ରୋଜଗାର କରୁଥିଲେ ମିଳିବନି ଭରଣପୋଷଣ ଟଙ୍କା: କର୍ନାଟକ ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧।୭: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଙ୍କଠାରୁ ଅଧିକ, ତେବେ ସେ ଭରଣପୋଷଣ…

ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ: ଶୁଣିଲେ ପାକିସ୍ତାନର ଉଡ଼ିଯିବ ହୋଶ୍‌

ମସ୍କୋ/ନୂଆଦିଲ୍ଲୀ,୧।୭: ରୁଷିଆ ଭାରତକୁ Su-57E ଷ୍ଟିଲ୍ଥ ଲଢ଼ୁଆ ବିମାନର ଯୋଗାଣ ଏବଂ ମିଳିତ ଉତ୍ପାଦନ ସମ୍ପର୍କରେ ଏକ ପ୍ରମୁଖ ପ୍ରସ୍ତାବ ଦେଇଛି। ଏହି ଚୁକ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri