ଡାକ୍ତର ରହିବା ପାଇଁ କ୍ୱାର୍ଟର୍ସ ନାହିଁ

ପାରାଦୀପ,୧୬ା୫(ଶରତ ରାଉତ)ପାରାଦୀପର ଏକମାତ୍ର ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିଜୁ ମେମୋରିଆଲ ହସ୍ପିଟାଲର ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହୁଛି। କେତେବେଳେ ଡାକ୍ତର ନାହାନ୍ତି ତ ଆଉ କେଉଁ ସମୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହେଉଥିବା ବୋଲି ଅଭିଯୋଗ ହେଉଛି। ଏହା ମଧ୍ୟରେ ସବୁଠାରୁ ବଡ଼ ବ୍ୟତିକ୍ରମ ଦୃଷ୍ଟିକୁ ଆସିଛି। ଯଥା ହସ୍ପିଟାଲର ଡାକ୍ତର ଓ ନର୍ସମାନଙ୍କ ରହିବାକୁ ଘର ନାହିଁ। ଯେଉଁଥିପାଇଁ ଅଧିକାଂଶ ଡାକ୍ତର ପୋଷ୍ଟିଂ ହେଲା ପରେ ବେଶୀ ଦିନ ଏଠାରେ ରହୁନାହାନ୍ତି। ଯାହାଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ବେଳେବେଳେ ବିବାଦ ମଧ୍ୟ ହୋଇଛି। ଏବେ ବିଜୁ ମେମୋରିଆଲ ହସ୍ପିଟାଲରେ ଡାକ୍ତର ୯ଜଣ ଅଛନ୍ତି। ତାହା ବ୍ୟତିରେକ ନର୍ସ ଓ ପାରାମେଡିକାଲ ଷ୍ଟାଫ ସଂଖ୍ୟା ୨୦। ଏହି ୨୯ଜଣଙ୍କ ରହିବା ପାଇଁ କ୍ୱାର୍ଟର୍ସ ଅଛି ମାତ୍ର ୩ ଟି। ଏଥିରେ ସ୍ପେଶାଲିଷ୍ଟ ଡାକ୍ତର ୩ ଜଣ ଅଛନ୍ତି। ଅନ୍ୟମାନେ କେଉଁଠି ଭଡାଘରେ ତ କିଏ ଗାଁରୁ ଯିବା ଆସିବା କରୁଛନ୍ତି। ଏମିତି ରହିବା ଅସୁବିଧା ଯୋଗୁଁ ଅଧିକାଂଶ ସମୟରେ ଡାକ୍ତର ଓ ନର୍ସମାନେ ଛୁଟିରେ ରହୁଛନ୍ତି। ଫଳରେ ଜଣେ ଲେଖାଏ ଡାକ୍ତରଙ୍କୁ ବେଳେବେଳେ ୧୮ରୁ, ୨୪ ଘଣ୍ଟା ଡ୍ୟୁଟି କରିବାକୁ ପଡୁଛି।
ପାରାଦୀପର ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୧୯୭୦ରୁ ଚାଲିଛି। ପ୍ରଥମେ ନୂଆବଜାର ସାଇ ମନ୍ଦିର ପାଖରେ ପୋର୍ଟ ଘରେ ଚାଲିଥିଲା। ୨୦୦୩ରେ ଅଠରବାଙ୍କି ଗୋଲେଇ ଛକ ପାଖରେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ନିଜସ୍ବ ମେଡ଼ିକାଲ ନିର୍ମାଣ କରିଥିଲେ। ସେଠାରେ ୭ ଏକର ଜାଗା ରହିଛି। ୩୦ ଶଯ୍ୟା ବିଶିଷ୍ଟ ଉକ୍ତ ହସ୍ପିଟାଲରେ ୧୨ ଜଣ ଡାକ୍ତର ରହୁଥିଲେ। ଦୁଇ ବର୍ଷ ମଧ୍ୟରେ ଡାକ୍ତର ସଂଖ୍ୟା ହ୍ରାସ ପାଇ ମାତ୍ର ଦୁଇଜଣ ଥିଲେ। ଏ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବାରୁ ପର୍ଯ୍ୟାୟକ୍ରମେ ଡାକ୍ତର ପୋଷ୍ଟିଂ ହୋଇ ଏବେ ୯ ଜଣ ଅଛନ୍ତି। ରୋଗୀ କଲ୍ୟାଣ ସମିତି (ଆର୍‌କେଏସ)ଜରିଆରେ ଠିକା କର୍ମଚାରୀ ମଧ୍ୟ ଅଛନ୍ତି। ପ୍ରତିଦିନ ବର୍ହିଃ ବିଭାଗ ଡାକ୍ତରଙ୍କ ପାଖରେ ୪୦୦ ରୁ ୫୦୦ ରୋଗୀ ସଂଖ୍ୟା ପଞ୍ଜୀକୃତ ହେଉଛି। ଯେଉଁ ଡାକ୍ତର ୬ ମାସ ମଧ୍ୟରେ ପୋଷ୍ଟିଂ ପାଇଛନ୍ତି ସେମାନେ ରହିବା ସମସ୍ୟା ଯୋଗୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ବିଜୁ ମେମୋରିଆଲ ହସ୍ପିଟାଲ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବସନ୍ତ ରାଉତଙ୍କୁ ପଚାରିବାରେ ମେଡ଼ିକାଲ ପରିସରରେ ପର୍ଯ୍ୟାପ୍ତ ଜାଗା ଅଛି। କ୍ୱାର୍ଟର୍ସ ନିର୍ମାଣ ପାଇଁ ଆରଆଣ୍ଡବି (ରାସ୍ତା ଓ କୋଠାବାଡି)ଯନ୍ତ୍ରୀ ଆସି ମାପଚୁପ କରି ଯାଇଥିଲେ। କିନ୍ତୁ ବଜେଟ ସାଙ୍କସନ ହୋଇ ନ ଥିବାରୁ ତାହା ଅଟକି ରହିଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶତ୍ରୁଘ୍ନ ଦାସଙ୍କୁ ପଚାରିଲେ ଏ ସମ୍ପର୍କରେ ସବିଶେଷ ବୁଝିବା ପରେ କହିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri