ରାସ୍ତା ପାର୍ଶ୍ୱରେ ବସୁଛି ହାଟ

ବଇଣ୍ଡା, ୧୬ା୫ (ପରିକ୍ଷିତ ସାହୁ)ବର୍ଷ ବର୍ଷ ହେଲା ସରକାର ରାଜସ୍ବ ଆଦାୟ କରୁଛନ୍ତି। ହେଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ସାପ୍ତାହିକ ହାଟକୁ ନେଇ ରହିଥିବା ସମସ୍ୟାର ସମାଧାନ କରାଯାଉ ନାହିଁ। ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ବସୁଥିବା ଏହି ହାଟକୁ ପ୍ରତି ସପ୍ତାହରେ ଶତାଧିକ ବ୍ୟବସାୟୀ ଓ ଚାଷୀ ଆସୁଛନ୍ତି। ଖାଉଟିମାନଙ୍କ ଭିଡ଼ ଜମୁଛି। ହେଲେ ବ୍ୟବସାୟ ପାଇଁ ପିଣ୍ଡି ନିର୍ମାଣ କରାଯାଉ ନାହିଁ କି ପାନୀୟ ଜଳର କୌଣସି ସୁବିଧା ହୋଇନାହିଁ। ଫଳରେ ରାସ୍ତା ପାର୍ଶ୍ୱରେ ବିପଦସଙ୍କୁଳ ଅବସ୍ଥାରେ ଏଠାରେ କିଣାବିକା ଚାଲୁଥିବା ବେଳେ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି। ଏହାକୁ ନେଇ ଖାଉଟି ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତ ରାସ୍ତା ପାର୍ଶ୍ୱରେ ପ୍ରତ୍ୟେକ ଶୁକ୍ରବାର ଏହି ହାଟ ବସୁଛି। ଏହା ଉପରେ ଠାକୁରଗଡ଼, କନ୍ତପଡା, ପାଇକସାହି, ଆମ୍ବସରମୁଣ୍ଡା, ମଇମୁରା, ସପଘରା, ଟାପଢୋଲ, ପେଡିପଥର, ସାନହୁଲା, କୃତ୍ତିବାସପୁର, କୁରୁମଟାପ, ସଞ୍ଜାମୁରା ଆଦି ପଞ୍ଚାୟତର ଚାଷୀ ଓ ବିଭିନ୍ନ ବ୍ଲକର ବ୍ୟବସାୟୀ ନିର୍ଭର କରୁଛନ୍ତି। ବିଶେଷକରି ଏହି ହାଟରୁ ଜିଲା ବାହାର ଅଞ୍ଚଳରୁ ବ୍ୟବସାୟୀମାନେ ଆସି ପନିପରିବା କିଣିନେଇ ଅନ୍ୟ ଜିଲାରେ ବିକ୍ରି କରୁଛନ୍ତି। ଶତାଧିକ ଚାଷୀ ହାଟକୁ ଆସୁଥିବା ବେଳେ ସେମାନଙ୍କ ପାଇଁ କୌଣସି ସୁବିଧା ନାହି। ହାଟରେ ପିଣ୍ଡି ନିର୍ମାଣ ହେଉ ନ ଥିବା ଯୋଗୁ ବର୍ଷା ଦିନେ କାଦୁଅରେ କିଣାବିକା ହେଉଛି। ସେହିପରି ପାନୀୟ ଜଳ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ପ୍ରତେକ ସପ୍ତାହରେ ରାଜସ୍ବ ଆଦାୟ ହେଉଥିଲେ ମଧ୍ୟ ଚାଷୀ ଓ ବ୍ୟବସାୟୀଙ୍କୁ ସୁବିଧା ଯୋଗାଇ ଦିଆଯାଉନାହିଁ। ତୁରନ୍ତ ଏ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବ୍ୟବସାୟୀ ଓ ଚାଷୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?